Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 24:16 - ପବିତ୍ର ବାଇବଲ (Re-edited) - (BSI)

16 ଯେ ପରମେଶ୍ଵରଙ୍କ ବାକ୍ୟ ଶୁଣୁଅଛି ଓ ସର୍ବ-ପ୍ରଧାନଙ୍କର ତତ୍ତ୍ଵ ଜାଣୁଅଛି, ଯେ ସର୍ବଶକ୍ତିମାନଙ୍କର ଦର୍ଶନ ପାଉଅଛି, ସେ ତଳେ ପଡ଼ି ଓ ପ୍ରସନ୍ନଚକ୍ଷୁ ହୋଇ କହୁଅଛି;

Gade chapit la Kopi

ଓଡିଆ ବାଇବେଲ

16 ଯେ ପରମେଶ୍ୱରଙ୍କ ବାକ୍ୟ ଶୁଣୁଅଛି ଓ ସର୍ବୋପରିସ୍ଥଙ୍କର ତତ୍ତ୍ୱ ଜାଣୁଅଛି, ଯେ ସର୍ବଶକ୍ତିମାନଙ୍କର ଦର୍ଶନ ପାଉଅଛି, ସେ ତଳେ ପଡ଼ି ଓ ପ୍ରସନ୍ନ ଚକ୍ଷୁ ହୋଇ କହୁଅଛି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଯେ ପରମେଶ୍ୱରଙ୍କ ବାକ୍ୟ ଶୁଣୁଅଛି ଓ ସର୍ବୋପରିସ୍ଥଙ୍କର ତତ୍ତ୍ୱ ଜାଣୁଅଛି, ଯେ ସର୍ବଶକ୍ତିମାନଙ୍କର ଦର୍ଶନ ପାଉଅଛି, ସେ ତଳେ ପଡ଼ି ଓ ପ୍ରସନ୍ନ ଚକ୍ଷୁ ହୋଇ କହୁଅଛି;

Gade chapit la Kopi

ପବିତ୍ର ବାଇବଲ

16 ଏହା ହେଉଛି ଜଣେ ବ୍ୟକ୍ତିର ବାର୍ତ୍ତା ଯିଏ ପରମେଶ୍ୱରଙ୍କଠାରୁ ଶୁଣେ। ସେ ଯିଏ ସର୍ବୋପରିସ୍ଥ ପରମେଶ୍ୱରଙ୍କୁ ବୁଝେ। ସେହି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କର ଦର୍ଶନ ପାଇଅଛି। ସେ ହେଉଛି ଜଣେ, ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ଭୂମିରେ ପ୍ରଣାମ କରେ, କିନ୍ତୁ ତା'ର ଆଖିଗୁଡ଼ିକ ଖୋଲିଥାଏ।

Gade chapit la Kopi




ଗଣନା ପୁସ୍ତକ 24:16
9 Referans Kwoze  

ଯେ ପରମେଶ୍ଵରଙ୍କ ବାକ୍ୟ ଶୁଣୁଅଛି, ଯେ ସର୍ବଶକ୍ତିମାନଙ୍କର ଦର୍ଶନ ପାଉଅଛି, ସେ ତଳେ ପଡ଼ି ଓ ପ୍ରସନ୍ନଚକ୍ଷୁ ହୋଇ କହୁଅଛି।


ଆଉ, ଯଦି ମୋହର ଭାବବାଣୀ କହିବାର ଶକ୍ତି ଥାଏ ଏବଂ ମୁଁ ସମସ୍ତ ନିଗୂଢ଼ ତତ୍ତ୍ଵ ଓ ସମସ୍ତ ଜ୍ଞାନରେ ପାରଦର୍ଶୀ ହୋଇଥାଏ, ପୁଣି ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋହର ସମ୍ପୂର୍ଣ୍ଣ ବିଶ୍ଵାସ ଥାଏ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୁଁ କିଛି ନୁହେଁ।


ଦେବପ୍ରସାଦ ସମ୍ଵନ୍ଧରେ ମୋହର ଉତ୍ତର ଏହି, ଆମ୍ଭ ସମସ୍ତଙ୍କର ଜ୍ଞାନ ଅଛି ବୋଲି ତୁମ୍ଭେମାନେ ଯାହା କହୁଅଛ, ତାହା ଆମ୍ଭେମାନେ ଜାଣୁ। ଜ୍ଞାନ ଅହଙ୍କାର ଜନ୍ମାଏ, କିନ୍ତୁ ପ୍ରେମରୁ ନିଷ୍ଠା ଜାତ ହୁଏ।


ତେବେ ସେ ଆପଣା ପ୍ରସଙ୍ଗ ନେଇ କହିଲା, ବିୟୋରର ପୁତ୍ର ବିଲୀୟମ କହୁଅଛି ଓ ଯାହାର ଚକ୍ଷୁ ପ୍ରସନ୍ନ ହୋଇଅଛି, ସେହି ବ୍ୟକ୍ତି କହୁଅଛି,


ଏଥିରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, ବିୟୋରର ପୁତ୍ର ବିଲୀୟମ କହୁଅଛି, ଯାହାର ଚକ୍ଷୁ ପ୍ରସନ୍ନ ହୋଇଅଛି, ସେହି ବ୍ୟକ୍ତି କହୁଅଛି;


ମୁଁ ତାହାଙ୍କୁ ଦେଖୁଅଛି, ମାତ୍ର ସେ ବର୍ତ୍ତମାନ ନୁହନ୍ତି; ମୁଁ ତାହାଙ୍କର ଦର୍ଶନ ପାଉଅଛି, ମାତ୍ର ସେ ନିକଟବର୍ତ୍ତୀ ନୁହନ୍ତି; ଯାକୁବଠାରୁ ଏକ ତାରା ଉଦିତ ହେବ ଓ ଇସ୍ରାଏଲଠାରୁ ଏକ ରାଜଦଣ୍ତ ଉତ୍ଥିତ ହେବ, ତାହା ମୋୟାବର ପାର୍ଶ୍ଵ ଭେଦ କରିବ ଓ କଳହର ସମସ୍ତ ସନ୍ତାନକୁ ଚୂର୍ଣ୍ଣ କରିବ।


ପୁଣି ଶାଲମର ରାଜା ମଲ୍‍କୀଷେଦକ ରୋଟୀ ଓ ଦ୍ରାକ୍ଷାରସ ଘେନି ଆସିଲେ; ସେ ସର୍ବୋପରିସ୍ଥ ପରମେଶ୍ଵରଙ୍କର ଯାଜକ;


ଅବ୍ରାମଙ୍କର ଅନେଶ୍ଵତ ବର୍ଷ ବୟସରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ଵର; ଆମ୍ଭ ଛାମୁରେ ଧର୍ମାଚରଣ କରି ତୁମ୍ଭେ ସିଦ୍ଧ ହୁଅ।


Swiv nou:

Piblisite


Piblisite