Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 22:9 - ପବିତ୍ର ବାଇବଲ (Re-edited) - (BSI)

9 ଏଉତ୍ତାରେ ପରମେଶ୍ଵର ବିଲୀୟମ ନିକଟକୁ ଆସି ତାହାକୁ କହିଲେ, ତୁମ୍ଭ ସଙ୍ଗରେ ଏହି ଲୋକମାନେ କିଏ?

Gade chapit la Kopi

ଓଡିଆ ବାଇବେଲ

9 ଏଉତ୍ତାରେ ପରମେଶ୍ୱର ବିଲୀୟମ୍‍ ନିକଟକୁ ଆସି ତାହାକୁ କହିଲେ, “ତୁମ୍ଭ ସଙ୍ଗରେ ଏହି ଲୋକମାନେ କିଏ” ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଏଉତ୍ତାରେ ପରମେଶ୍ୱର ବିଲୀୟମ୍‍ ନିକଟକୁ ଆସି ତାହାକୁ କହିଲେ, “ତୁମ୍ଭ ସଙ୍ଗରେ ଏହି ଲୋକମାନେ କିଏ?”

Gade chapit la Kopi

ପବିତ୍ର ବାଇବଲ

9 ପରମେଶ୍ୱର ସ୍ୱପ୍ନରେ ବିଲିୟମ ନିକଟରେ ଆବିର୍ଭାବ ହେଲେ ଏବଂ ତାଙ୍କୁ ପଗ୍ଭରିଲେ, “ତୁମ୍ଭ ସହିତ ବସବାସ କରୁଥିବା ଏହି ଲୋକମାନେ କିଏ?”

Gade chapit la Kopi




ଗଣନା ପୁସ୍ତକ 22:9
16 Referans Kwoze  

ତହୁଁ ରାତ୍ରିକାଳରେ ପରମେଶ୍ଵର ସ୍ଵପ୍ନ ଯୋଗେ ଅବିମେଲକଙ୍କ ନିକଟକୁ ଆସି କହିଲେ, ଦେଖ; ତୁମ୍ଭେ ମୃତକଳ୍ପ, କାରଣ ସେହି ଯେଉଁ ସ୍ତ୍ରୀକି ତୁମ୍ଭେ ନେଇଅଛ, ତାହାର ସ୍ଵାମୀ ଅଛି।


ଏଥିରେ ପରମେଶ୍ଵର ରାତ୍ରିରେ ବିଲୀୟମ ନିକଟକୁ ଆସି କହିଲେ, ଯେବେ ଏହି ଲୋକମାନେ ତୁମ୍ଭକୁ ଡାକିବାକୁ ଆସନ୍ତି, ତେବେ ଉଠ, ସେମାନଙ୍କ ସଂଗେ ଯାଅ; ମାତ୍ର ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା; କେବଳ ତାହା ହିଁ ତୁମ୍ଭେ କହିବ।


ସେ ଆପଣାଠାରୁ ଏହା କହିଲେ ନାହିଁ, କିନ୍ତୁ ସେ ସେହି ବର୍ଷର ମହାଯାଜକ ଥିବାରୁ ଯୀଶୁ ଯେ ଜାତି ନିମନ୍ତେ,


କାରଣ ଭଣ୍ତ ଖ୍ରୀଷ୍ଟମାନେ ଓ ଭଣ୍ତ ଭାବାବାଦୀ-ମାନେ ଉଠି ଏପରି ମହା ମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ।


ସେଦିନ ଅନେକେ ମୋତେ କହିବେ, ହେ ପ୍ରଭୁ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ? ପୁଣି, ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ? ଆଉ, ତୁମ୍ଭ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ?


କାରଣ ପର୍ବତରୁ ହସ୍ତ ବିନା ଛେଦିତ ଏକ ପ୍ରସ୍ତର ଯେ ସେହି ଲୌହ, ପିତ୍ତଳ, ମୃତ୍ତିକା, ରୂପା ଓ ସୁନାକୁ ଚୂର୍ଣ୍ଣ କଲା, ଏହା ଆପଣ ଦେଖିଲେ; ଯାହା ଏଥି ଉତ୍ତାରେ ଘଟିବ, ତାହା ମହାନ ପରମେଶ୍ଵର ମହାରାଜାଙ୍କୁ ଜ୍ଞାତ କରାଇ ଅଛନ୍ତି; ପୁଣି, ଏହି ସ୍ଵପ୍ନ ନିଶ୍ଚିତ ଓ ତହିଁର ଅର୍ଥ ସତ୍ୟ।


ତେବେ ସଦାପ୍ରଭୁ ତାଙ୍କୁ କହିଲେ, ତୁମ୍ଭ ହସ୍ତରେ ସେଇଟା କʼଣ? ସେ କହିଲେ, ଯଷ୍ଟି।


ତେବେ ଯୋଷେଫ ଫାରୋଙ୍କୁ କହିଲେ, ଫାରୋଙ୍କର ସ୍ଵପ୍ନ ଏକ; ପରମେଶ୍ଵର ଯାହା କରିବାକୁ ଉଦ୍ୟତ, ତାହା ଫାରୋଙ୍କ ପ୍ରତି ପ୍ରକାଶ କରିଅଛନ୍ତି।


ମାତ୍ର ପରମେଶ୍ଵର ରାତ୍ରି କାଳେ ସ୍ଵପ୍ନ ଯୋଗେ ଅରାମୀୟ ଲାବନ ନିକଟରେ ଉପସ୍ଥିତ ହୋଇ ତାହାକୁ କହିଲେ, ସାବଧାନ, ଯାକୁବକୁ ଭଲମନ୍ଦ କିଛି କୁହ ନାହିଁ।


ଆଗୋ ସାରୀର ଦାସୀ ହାଗାର, ତୁମ୍ଭେ କେଉଁଠାରୁ ଆସିଲ? ପୁଣି କେଉଁଠାକୁ ଯିବ? ତହିଁରେ ସେ କହିଲା, ମୁଁ ଆପଣା ସାଆନ୍ତାଣୀ ସାରୀ ନିକଟରୁ ପଳାଉଅଛି।


ଅନନ୍ତର ସଦାପ୍ରଭୁ କୟିନଙ୍କୁ ପଚାରିଲେ, ତୁମ୍ଭ ଭାଇ ହେବଲ କେଉଁଠାରେ? ସେ କହିଲେ, ମୁଁ ଜାଣେ ନାହିଁ, ମୁଁ କʼଣ ମୋʼ ଭାଇର ରକ୍ଷକ?


ତହୁଁ ସେ ସେମାନଙ୍କୁ କହିଲା, ତୁମ୍ଭେମାନେ ଆଜି ରାତ୍ରି ଏଠାରେ ରୁହ, ଆଉ ସଦାପ୍ରଭୁ ମୋତେ ଯାହା କହିବେ, ତାହା ମୁଁ ପୁନର୍ବାର ତୁମ୍ଭମାନଙ୍କୁ ଜଣାଇବି; ତହିଁରେ ମୋୟାବର ଅଧିପତିମାନେ ବିଲୀୟମ ସଙ୍ଗରେ ରହିଲେ।


ତହୁଁ ବିଲୀୟମ ପରମେଶ୍ଵରଙ୍କୁ କହିଲା, ମୋୟାବର ରାଜା ସିପ୍ପୋରର ପୁତ୍ର ବାଲାକ ମୋʼ ନିକଟକୁ ଏହା କହି ପଠାଇ ଅଛନ୍ତି;


Swiv nou:

Piblisite


Piblisite