Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 2:2 - ପବିତ୍ର ବାଇବଲ (Re-edited) - (BSI)

2 ଇସ୍ରାଏଲ-ସନ୍ତାନଗଣ ପ୍ରତ୍ୟେକେ ଆପଣା ଆପଣା ପିତୃଗୃହର ନିଶାଣ ସ୍ଵରୂପ ଧ୍ଵଜା ନିକଟରେ ଛାଉଣି ସ୍ଥାପନ କରିବେ; ସେମାନେ ସମାଗମ-ତମ୍ଵୁ ଆଗରେ ଚାରିଆଡ଼େ ଛାଉଣି ସ୍ଥାପନ କରିବେ।

Gade chapit la Kopi

ଓଡିଆ ବାଇବେଲ

2 “ଇସ୍ରାଏଲ ସନ୍ତାନଗଣ ପ୍ରତ୍ୟେକେ ଆପଣା ଆପଣା ପିତୃଗୃହର ନିଶାଣ ସ୍ୱରୂପ ଧ୍ୱଜା ନିକଟରେ ଛାଉଣି ସ୍ଥାପନ କରିବେ; ସେମାନେ ସମାଗମ-ତମ୍ବୁ ଆଗରେ ଚାରିଆଡ଼େ ଛାଉଣି ସ୍ଥାପନ କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 “ଇସ୍ରାଏଲ-ସନ୍ତାନଗଣ ପ୍ରତ୍ୟେକେ ଆପଣା ଆପଣା ପିତୃଗୃହର ନିଶାଣ ସ୍ୱରୂପ ଧ୍ୱଜା ନିକଟରେ ଛାଉଣି ସ୍ଥାପନ କରିବେ; ସେମାନେ ସମାଗମ-ତମ୍ବୁ ଆଗରେ ଚାରିଆଡ଼େ ଛାଉଣି ସ୍ଥାପନ କରିବେ।

Gade chapit la Kopi

ପବିତ୍ର ବାଇବଲ

2 “ଇସ୍ରାଏଲର ଲୋକମାନେ ସମାଗମ-ତମ୍ବୁର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କରିବେ। ପ୍ରତ୍ୟେକ ଦଳରେ ତାଙ୍କ ନିଜ ଦଳର ଧ୍ୱଜା ରହିବ। ଏବଂ ପ୍ରତ୍ୟେକ ବ୍ୟକ୍ତିର ପାଖରେ ତା'ର ଦଳର ଧ୍ୱଜା ପାଖରେ ଛାଉଣି ସ୍ଥାପନ କରିବ।

Gade chapit la Kopi




ଗଣନା ପୁସ୍ତକ 2:2
23 Referans Kwoze  

କିନ୍ତୁ ସମସ୍ତ ବିଷୟ ବିହିତମତେ ଓ ସୁଧାରାନୁସାରେ କରାଯାଉ।


କାରଣ ଈଶ୍ଵର ବିଶୃଙ୍ଖଳତାର ଈଶ୍ଵର ନୁହନ୍ତି, ମାତ୍ର ଶାନ୍ତିର ଈଶ୍ଵର।


ତଥାପି ପରିମାଣାନୁସାରେ ତୁମ୍ଭମାନଙ୍କର ଓ ତାହାର ମଧ୍ୟରେ ପ୍ରାୟ ଦୁଇ ହଜାର ହାତ ଅନ୍ତର ରହିବ; ତୁମ୍ଭେମାନେ ଆପଣାମାନଙ୍କ ଗମନର ପଥ ଜାଣିବା ନିମନ୍ତେ ତାହା ନିକଟକୁ ଆସିବ ନାହିଁ, କାରଣ ଏଥିପୂର୍ବେ ତୁମ୍ଭେମାନେ ଏହି ପଥ ପାର ହୋଇ ଯାଇ ନାହଁ।


ତହୁଁ ସମସ୍ତ ଛାଉଣିର ପଶ୍ଚାତ୍ ଦାନ-ସନ୍ତାନଗଣର ଛାଉଣିର ଧ୍ଵଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା ଓ ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ସେମାନଙ୍କ ସୈନ୍ୟ ଉପରେ ଥିଲା।


ଆଉ ଇଫ୍ରୟିମ-ସନ୍ତାନଗଣର ଛାଉଣିର ଧ୍ଵଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା ଓ ଅମ୍ମୀହୂଦର ପୁତ୍ର ଇଲୀଶାମା ସେମାନଙ୍କ ସୈନ୍ୟ ଉପରେ ଥିଲା।


ମାତ୍ର ତୁମ୍ଭେ ସାକ୍ଷ୍ୟର ଆବାସ ଓ ତହିଁର ସକଳ ଦ୍ରବ୍ୟ ଓ ତତ୍ସମ୍ଵନ୍ଧୀୟ ସମସ୍ତ ବିଷୟ ଉପରେ ଲେବୀୟ-ମାନଙ୍କୁ ନିଯୁକ୍ତ କରିବ; ସେମାନେ ଆବାସ ଓ ତହିଁର ସମସ୍ତ ଦ୍ରବ୍ୟ ବହିବେ ଓ ସେମାନେ ତହିଁର ସେବା କରିବେ ଓ ଆବାସର ଚାରିଆଡ଼େ ଛାଉଣି କରି ରହିବେ।


ତାହାଙ୍କଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧି ଓ ଶିରା ଦ୍ଵାରା ଉପକାର ପ୍ରାପ୍ତ ହୋଇ ପରସ୍ପର ସହିତ ସୁସଂଯୁକ୍ତ ଅଟେ ଏବଂ ଈଶ୍ଵରଦତ୍ତ ବୃଦ୍ଧିରେ ବୃଦ୍ଧିପ୍ରାପ୍ତ ହେଉଅଛି।


ମୋହର ଏହିମାତ୍ର ଇଚ୍ଛା, ଖ୍ରୀଷ୍ଟଙ୍କ ସୁସମାଚାରର ଯୋଗ୍ୟ ପ୍ରଜା ସ୍ଵରୂପେ ଆଚରଣ କର, ଯେପରି ମୁଁ ଉପସ୍ଥିତ ହୋଇ ତୁମ୍ଭମାନଙ୍କୁ ଦେଖିଲେ ଅବା ଅନୁପସ୍ଥିତ ଥାଇ ତୁମ୍ଭମାନଙ୍କ ବିଷୟରେ ଶୁଣିଲେ ଜାଣି ପାରିବି ଯେ, ତୁମ୍ଭେମାନେ ଏକ ଆତ୍ମାରେ ସ୍ଥିର ରହି ସୁସମାଚାରର ବିଶ୍ଵାସ ନିମନ୍ତେ ଏକ ପ୍ରାଣରେ ଏକ ସଙ୍ଗରେ ଉଦ୍ୟମ କରୁଅଛ,


ପୁଣି, ସେଦିନ ସଦାପ୍ରଭୁ ସେମାନଙ୍କ ପରମେଶ୍ଵର ଆପଣା ଲୋକମାନଙ୍କୁ ପଲ ସ୍ଵରୂପ ଉଦ୍ଧାର କରିବେ; କାରଣ ସେମାନେ ମୁକୁଟର ପ୍ରସ୍ତରସ୍ଵରୂପ ତାହାଙ୍କ ଦେଶର ଊର୍ଦ୍ଧ୍ଵରେ ଉତ୍ଥାପିତ ହେବେ।


ଆଉ, ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ଏହା ଆମ୍ଭ ସିଂହାସନର ସ୍ଥାନ ଓ ଆମ୍ଭ ପାଦପୀଠର ସ୍ଥାନ, ଏହି ସ୍ଥାନରେ ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସଦାକାଳ ବାସ କରିବା; ଆଉ, ଇସ୍ରାଏଲ-ବଂଶ, ଅର୍ଥାତ୍, ସେମାନେ ଓ ସେମାନଙ୍କ ରାଜଗଣ ଆପଣାମାନଙ୍କର ବ୍ୟଭିଚାର ଓ ଉଚ୍ଚସ୍ଥଳୀରେ ଆପଣାମାନଙ୍କ ରାଜଗଣର ଶବ ଦ୍ଵାରା ଆମ୍ଭର ପବିତ୍ର ନାମ ଆଉ ଅଶୁଚି କରିବେ ନାହିଁ।


ହେ ଜଗନ୍ନିବାସୀଗଣ; ହେ ପୃଥିବୀର ନିବାସୀ ସମସ୍ତେ, ପର୍ବତମାନର ଉପରେ ଧ୍ଵଜା ଉତ୍ଥିତ ହେବା ବେଳେ ତୁମ୍ଭେମାନେ ଦୃଷ୍ଟି କର ଓ ତୂରୀ ବାଜିବା ବେଳେ ତୁମ୍ଭେମାନେ ଶ୍ରବଣ କର।


ହେ ସିୟୋନ ନିବାସିନୀ, ତୁମ୍ଭେ ଉଚ୍ଚ ସ୍ଵର କରି ଆନନ୍ଦଧ୍ଵନି କର; କାରଣ ଯେ ଇସ୍ରାଏଲର ଧର୍ମସ୍ଵରୂପ, ସେ ତୁମ୍ଭ ମଧ୍ୟରେ ମହାନ ଅଟନ୍ତି।


ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ନିକଟରେ ମାନତ କରି ପୂର୍ଣ୍ଣ କର; ଯେ ଭୟପାତ୍ର, ତାହାଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତେ ତାହାଙ୍କ ନିକଟକୁ ଦର୍ଶନୀ ଆଣନ୍ତୁ।


ତହୁଁ ରୁବେନ-ଛାଉଣିର ଧ୍ଵଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା; ପୁଣି ଶଦେୟରର ପୁତ୍ର ଇଲୀଷୂର ସେମାନଙ୍କ ସୈନ୍ୟ ଉପରେ ଥିଲା।


ପ୍ରଥମରେ ଯିହୁଦା-ସନ୍ତାନଗଣର ଛାଉଣିର ଧ୍ଵଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା; ପୁଣି ଅମ୍ମୀନାଦବର ପୁତ୍ର ନହଶୋନ ସେମାନଙ୍କ ସୈନ୍ୟ ଉପରେ ଥିଲା।


ଦକ୍ଷିଣ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ରୁବେନ-ଛାଉଣିର ଧ୍ଵଜା ରହିବ; ଶଦେୟରର ପୁତ୍ର ଇଲୀଷୂର ରୁବେନ-ସନ୍ତାନଗଣର ଅଧିପତି ହେବ;


ଯେଉଁମାନେ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଆପଣା ଆପଣା ସୈନ୍ୟାନୁସାରେ ଛାଉଣି ସ୍ଥାପନ କରିବେ, ସେମାନେ ଯିହୁଦା-ଧ୍ଵଜାର ପଶ୍ଚାଦ୍ଗାମୀ ଲୋକ; ପୁଣି ଅମ୍ମୀନାଦବର ପୁତ୍ର ନହଶୋନ ଯିହୁଦା-ସନ୍ତାନଗଣର ଅଧିପତି ହେବ;


ଅନନ୍ତର ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ,


ତହିଁରେ ବିଲୀୟମ ଅନାଇ ଇସ୍ରାଏଲକୁ ଆପଣା ବଂଶାନୁସାରେ ବାସ କରିବାର ଦେଖିଲା; ପୁଣି ପରମେଶ୍ଵରଙ୍କ ଆତ୍ମା ତାହା ଉପରେ ଅଧିଷ୍ଠାନ କଲେ।


ତୁମ୍ଭର ବିପକ୍ଷଗଣ ତୁମ୍ଭ ସମାଗମ-ସ୍ଥାନ ମଧ୍ୟରେ ଗର୍ଜ୍ଜନ କରିଅଛନ୍ତି; ସେମାନେ ଚିହ୍ନ ନିମନ୍ତେ ଆପଣାମାନଙ୍କ ଧ୍ଵଜା ସ୍ଥାପନ କରିଅଛନ୍ତି।


Swiv nou:

Piblisite


Piblisite