Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 13:3 - ପବିତ୍ର ବାଇବଲ (Re-edited) - (BSI)

3 ତହିଁରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପାରଣ ପ୍ରାନ୍ତରରୁ ସେମାନଙ୍କୁ ପଠାଇଲେ; ସେହି ଲୋକ ସମସ୍ତେ ଇସ୍ରାଏଲ-ସନ୍ତାନଗଣର ପ୍ରଧାନ ଥିଲେ।

Gade chapit la Kopi

ଓଡିଆ ବାଇବେଲ

3 ତହିଁରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପାରଣ ପ୍ରାନ୍ତରରୁ ସେମାନଙ୍କୁ ପଠାଇଲେ; ସେହି ଲୋକ ସମସ୍ତେ ଇସ୍ରାଏଲ ସନ୍ତାନଗଣର ପ୍ରଧାନ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତହିଁରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପାରଣ ପ୍ରାନ୍ତରରୁ ସେମାନଙ୍କୁ ପଠାଇଲେ; ସେହି ଲୋକ ସମସ୍ତେ ଇସ୍ରାଏଲ-ସନ୍ତାନଗଣର ପ୍ରଧାନ ଥିଲେ।

Gade chapit la Kopi

ପବିତ୍ର ବାଇବଲ

3 ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପାରଣ ମରୁଭୂମି ପ୍ରାନ୍ତରରୁ ସେମାନଙ୍କୁ ପଠାଇଲେ। ସେହି ଲୋକମାନେ ଇସ୍ରାଏଲର ଲୋକମାନଙ୍କର ନେତୃବର୍ଗ ଥିଲେ।

Gade chapit la Kopi




ଗଣନା ପୁସ୍ତକ 13:3
11 Referans Kwoze  

ମୁଁ ତୁମ୍ଭର ପିତୃଲୋକମାନଙ୍କୁ କାଦେଶ-ବର୍ଣ୍ଣେୟଠାରୁ ସେହି ଦେଶ ଦେଖିବାକୁ ପଠାଇବା ବେଳେ ସେମାନେ ଏହିରୂପେ କରିଥିଲେ।


ତହିଁ ଉତ୍ତାରେ ଲୋକମାନେ ହତ୍ସେରୋତଠାରୁ ଯାତ୍ରା କରି ପାରଣ ପର୍ବତରେ ଛାଉଣି ସ୍ଥାପନ କଲେ।


ତହିଁ ଉତ୍ତାରେ ସଦାପ୍ରଭୁ ଯେସମୟରେ କାଦେଶ-ବର୍ଣ୍ଣେୟଠାରୁ ତୁମ୍ଭମାନଙ୍କୁ ପଠାଇ କହିଲେ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛୁ, ତୁମ୍ଭେମାନେ ଉଠି ଯାଇ ତାହା ଅଧିକାର କର; ସେସମୟରେ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ଆଜ୍ଞାର ବିଦ୍ରୋହାଚାରୀ ହେଲ ଓ ତୁମ୍ଭେମାନେ ତାହାଙ୍କୁ ବିଶ୍ଵାସ କଲ ନାହିଁ, କିଅବା ତାହାଙ୍କ ରବ ଶୁଣିଲ ନାହିଁ।


ଅନନ୍ତର ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଆଜ୍ଞାନୁସାରେ ଆମ୍ଭେମାନେ ହୋରେବଠାରୁ ଯାତ୍ରା କଲୁ, ପୁଣି ଇମୋରୀୟମାନଙ୍କ ପର୍ବତମୟ ଦେଶକୁ ଯିବା ପଥରେ ତୁମ୍ଭେମାନେ ଯେଉଁ ବିସ୍ତୀର୍ଣ୍ଣ ଓ ଭୟଙ୍କର ପ୍ରାନ୍ତର ଦେଖିଲ, ତହିଁର ମଧ୍ୟ ଦେଇ ଯାଇ କାଦେଶ-ବର୍ଣ୍ଣେୟରେ ପହଞ୍ଚିଲୁ।


ତେବେ ଆମ୍ଭେ ଏହି କଥାରେ ସନ୍ତୁଷ୍ଟ ହେଲୁ; ପୁଣି ଆମ୍ଭେ ତୁମ୍ଭମାନଙ୍କର ପ୍ରତ୍ୟେକ ବଂଶ ନିମନ୍ତେ ଜଣେ ଲେଖାଏଁ ବାର ଜଣ ନେଲୁ।


ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ କିଣାନ ଦେଶ ଦେବା, ତାହା ଅନୁସନ୍ଧାନ କରିବାକୁ ତୁମ୍ଭେ ଲୋକ ପଠାଅ, ସେମାନଙ୍କର ପ୍ରତ୍ୟେକ ପିତୃବଂଶ ମଧ୍ୟରେ ଯେଉଁମାନେ ଅଧିପତି, ସେମାନଙ୍କୁ ପଠାଅ।


ସେମାନଙ୍କର ନାମ ଏହି - ରୁବେନ ବଂଶ ମଧ୍ୟରୁ ସକ୍କୁରର ପୁତ୍ର ଶମ୍ମୂୟ;


ଅନନ୍ତର ଶାମୁୟେଲ ମଲେ; ତହୁଁ ସମୁଦାୟ ଇସ୍ରାଏଲ ଏକତ୍ର ହୋଇ ତାଙ୍କ ପାଇଁ ବିଳାପ କଲେ ଓ ରାମାସ୍ଥିତ ତାଙ୍କର ଗୃହରେ ତାଙ୍କୁ କବର ଦେଲେ। ପୁଣି ଦାଉଦ ଉଠି ପାରଣ୍ ପ୍ରାନ୍ତରକୁ ଗଲେ।


ତହିଁରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କରିବାର ନିୟମାନୁସାରେ ସୀନୟ ପ୍ରାନ୍ତରରୁ ଅଗ୍ରସର ହେଲେ; ପୁଣି ସେହି ମେଘ ପାରଣ ପ୍ରାନ୍ତରରେ ଅବସ୍ଥିତି କଲା।


ଅନନ୍ତର ସେମାନେ ଆସି ପାରଣ ପ୍ରାନ୍ତରସ୍ଥ କାଦେଶ ନାମକ ସ୍ଥାନରେ ମୋଶା ଓ ହାରୋଣ ଓ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ଓ ସମସ୍ତ ମଣ୍ତଳୀକି ସମାଚାର ଦେଲେ ଓ ସେମାନଙ୍କୁ ସେହି ଦେଶର ଫଳ ଦେଖାଇଲେ।


ଯେଉଁମାନେ ଦେଶ ବିଭାଗ କରି ତୁମ୍ଭମାନଙ୍କୁ ଦେବେ, ସେମାନଙ୍କର ନାମ ଏହି; ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ।


Swiv nou:

Piblisite


Piblisite