Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 12:11 - ପବିତ୍ର ବାଇବଲ (Re-edited) - (BSI)

11 ତହିଁରେ ହାରୋଣ ମୋଶାଙ୍କୁ କହିଲେ, ହେ ମୋହର ପ୍ରଭୁ, ଆମ୍ଭେମାନେ ମୂର୍ଖତାର କର୍ମ କରିଅଛୁ ଓ ଆମ୍ଭେମାନେ ପାପ କରିଅଛୁ, ଏହେତୁ ବିନୟ କରୁଅଛି, ଆମ୍ଭମାନଙ୍କ ଉପରେ ସେହି ପାପ ଥୁଅ ନାହିଁ।

Gade chapit la Kopi

ଓଡିଆ ବାଇବେଲ

11 ତହିଁରେ ହାରୋଣ ମୋଶାଙ୍କୁ କହିଲେ, “ହେ ମୋହର ପ୍ରଭୁ, ଆମ୍ଭେମାନେ ମୂର୍ଖତାର କର୍ମ କରିଅଛୁ ଓ ଆମ୍ଭେମାନେ ପାପ କରିଅଛୁ, ଏହେତୁ ବିନୟ କରୁଅଛି, ଆମ୍ଭମାନଙ୍କ ଉପରେ ସେହି ପାପ ଥୁଅ ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତହିଁରେ ହାରୋଣ ମୋଶାଙ୍କୁ କହିଲେ, “ହେ ମୋହର ପ୍ରଭୁ, ଆମ୍ଭେମାନେ ମୂର୍ଖତାର କର୍ମ କରିଅଛୁ ଓ ଆମ୍ଭେମାନେ ପାପ କରିଅଛୁ, ଏହେତୁ ବିନୟ କରୁଅଛି, ଆମ୍ଭମାନଙ୍କ ଉପରେ ସେହି ପାପ ଥୁଅ ନାହିଁ।

Gade chapit la Kopi

ପବିତ୍ର ବାଇବଲ

11 ତହିଁରେ ହାରୋଣ ମୋଶାଙ୍କୁ କହିଲେ, “ହେ ମୋହର ମହାଶୟ, ଆମ୍ଭେମାନେ ମୂର୍ଖତାର କର୍ମ କରିଅଛୁ ଓ ଆମ୍ଭେମାନେ ପାପ କରିଅଛୁ; ଏଣୁ ବିନୟ କରୁଅଛି, ଆମ୍ଭମାନଙ୍କ ଉପରେ ସେହି ପାପ ଥୁଅ ନାହିଁ।

Gade chapit la Kopi




ଗଣନା ପୁସ୍ତକ 12:11
15 Referans Kwoze  

ଏହିରୂପେ ଦାଉଦ ଲୋକମାନଙ୍କୁ ଗଣନା କରାଇଲା ଉତ୍ତାରେ ତାଙ୍କ ହୃଦୟ ତାଙ୍କୁ ଆଘାତ କଲା। ତହୁଁ ଦାଉଦ ସଦାପ୍ରଭୁଙ୍କୁ କହିଲେ, ଏହି କର୍ମ କରିବାରେ ମୁଁ ମହା ପାପ କରିଅଛି; ମାତ୍ର ଏବେ ହେ ସଦାପ୍ରଭୋ, ବିନୟ କରୁଅଛି, ନିଜ ଦାସର ଅପରାଧ କ୍ଷମା କର; କାରଣ ମୁଁ ଅତି ମୂର୍ଖର କର୍ମ କରିଅଛି।


ଆଉ ସେ ରାଜାଙ୍କୁ କହିଲା, ମୋʼ ପ୍ରଭୁ, ମୋହର ଅପରାଧ ଗଣନା ନ କରନ୍ତୁ, ଅବା ମୋʼ ପ୍ରଭୁ ମହାରାଜ ଯିରୂଶାଲମରୁ ବାହାରି ଯିବା ଦିନ ଆପଣଙ୍କ ଦାସ ଅବାଧ୍ୟତାପୂର୍ବକ ଯାହା କରିଅଛି, ତାହା ଆପଣ ସ୍ମରଣ ନ କରନ୍ତୁ, ମହାରାଜ ତାହା ଆପଣା ମନକୁ ନ ନେଉନ୍ତୁ।


ଯେବେ ତୁମ୍ଭେ ଆପଣାକୁ ଉଚ୍ଚ କରିବାରେ ମୂଢ଼ର କର୍ମ କରିଥାଅ, କିଅବା ଯେବେ କୁକଳ୍ପନା କରୁଥାଅ, ତେବେ ଆପଣା ମୁଖରେ ହାତ ଦିଅ।


ଦେଖ, ଯେଉଁମାନେ ଯିହୁଦୀ ନୁହଁନ୍ତି, କିନ୍ତୁ ମିଥ୍ୟାରେ ଆପଣାମାନଙ୍କୁ ଯିହୁଦୀ ବୋଲି କହନ୍ତି, ଏପରି ଶୟତାନର ଦଳର ଲୋକମାନଙ୍କୁ ଆମ୍ଭେ ଆଣି ତୁମ୍ଭର ଚରଣ ତଳେ ପ୍ରଣାମ କରାଇବୁ, ଆଉ ଆମ୍ଭେ ଯେ ତୁମ୍ଭକୁ ପ୍ରେମ କରିଅଛୁ, ଏହା ସେମାନଙ୍କୁ ଜ୍ଞାତ କରାଇବୁ।


ସେଥିରେ ଶିମୋନ ଉତ୍ତର କଲା, ଆପଣମାନେ ଯାହା ଯାହା କହିଲେ, ସେଥିରୁ କୌଣସି ବିଷୟ ଯେପରି ମୋʼ ପ୍ରତି ନ ବର୍ତ୍ତେ, ଏଥିପାଇଁ ଆପଣମାନେ ମୋʼ ନିମନ୍ତେ ପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରନ୍ତୁ।


ଆମ୍ଭେମାନେ ବିନୟ କରୁଅଛୁ, ଆମ୍ଭମାନଙ୍କର ନିବେଦନ ଆପଣଙ୍କ ନିକଟରେ ଗ୍ରାହ୍ୟ ହେଉ, ଆପଣ ଆମ୍ଭମାନଙ୍କ ନିମନ୍ତେ, ଅର୍ଥାତ୍, ଅବଶିଷ୍ଟ ଏହିସକଳ ଲୋକଙ୍କ ନିମନ୍ତେ ସଦାପ୍ରଭୁ ଆପଣଙ୍କ ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କରନ୍ତୁ; କାରଣ ଆପଣ ସ୍ଵଚକ୍ଷୁରେ ଆମ୍ଭମାନଙ୍କୁ ଦେଖୁଅଛନ୍ତି, ଆମ୍ଭେମାନେ ଅନେକ ଥିଲୁ, ଏବେ ଅଳ୍ପମାତ୍ର ରହିଅଛୁ।


କାରଣ ସଦାପ୍ରଭୁଙ୍କ ପ୍ରତି ଯେଉଁମାନଙ୍କର ଅନ୍ତଃକରଣ ସିଦ୍ଧ ଥାଏ, ସେମାନଙ୍କ ସପକ୍ଷରେ ଆପଣାକୁ ବଳବାନ ଦେଖାଇବା ପାଇଁ ତାହାଙ୍କର ଚକ୍ଷୁ ପୃଥିବୀର ସର୍ବତ୍ର ଏଣେତେଣେ ଦୌଡ଼ଇ। ଏ ବିଷୟରେ ତୁମ୍ଭେ ଅଜ୍ଞାନର କାର୍ଯ୍ୟ କରିଅଛ; ଏଣୁ ଏହି ସମୟଠାରୁ ତୁମ୍ଭ ପ୍ରତି ଯୁଦ୍ଧ ଘଟିବ।


ସେତେବେଳେ ରାଜା ପରମେଶ୍ଵରଙ୍କ ଲୋକକୁ ଉତ୍ତର କରି କହିଲେ, ଯେପରି ମୋହର ହସ୍ତ ପୂର୍ବ ପରି ହୁଏ, ଏଥିପାଇଁ ତୁମ୍ଭେ ଆପଣା ପରମେଶ୍ଵର ସଦାପ୍ରଭୁଙ୍କ ଅନୁଗ୍ରହ ନିବେଦନ କର ଓ ମୋʼ ପାଇଁ ପ୍ରାର୍ଥନା କର। ତହିଁରେ ପରମେଶ୍ଵରଙ୍କ ଲୋକ ସଦାପ୍ରଭୁଙ୍କଠାରେ ନିବେଦନ କରନ୍ତେ, ରାଜାଙ୍କର ହସ୍ତ ସୁସ୍ଥ ହୋଇ ପୂର୍ବ ପରି ହୋଇଗଲା।


ପୁଣି ସମସ୍ତ ଲୋକ ଶାମୁୟେଲଙ୍କୁ କହିଲେ, ଆମ୍ଭେମାନେ ଯେପରି ନ ମରୁ, ଏଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କର; କାରଣ ଆମ୍ଭେମାନେ ଆପଣାମାନଙ୍କର ସବୁ ପାପ ଉପରେ ଆପଣାମାନଙ୍କ ପାଇଁ ରାଜା ମାଗି ମନ୍ଦତା ବୃଦ୍ଧି କରିଅଛୁ।


ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର କହନ୍ତି, ତୁମ୍ଭ ଗୃହ ଓ ତୁମ୍ଭ ପିତୃଗୃହ ଆମ୍ଭ ସମ୍ମୁଖରେ ଅନ; କାଳ ଗମନାଗମନ କରିବେ ବୋଲି ଆମ୍ଭେ କହିଥିଲୁ ପ୍ରମାଣ, ମାତ୍ର ଏବେ ସଦାପ୍ରଭୁ କହନ୍ତି, ତାହା ଆମ୍ଭଠାରୁ ଦୂର ହେଉ; କାରଣ ଯେଉଁମାନେ ଆମ୍ଭର ଗୌରବ କରନ୍ତି, ଆମ୍ଭେ ସେମାନଙ୍କର ଗୌରବ କରିବା, ମାତ୍ର ଯେଉଁମାନେ ଆମ୍ଭକୁ ତୁଚ୍ଛଜ୍ଞାନ କରନ୍ତି, ସେମାନେ ଲଘୁଜ୍ଞାନ କରାଯିବେ ।


ତୁମ୍ଭମାନଙ୍କ ବାକ୍ୟାନୁସାରେ ମେଷଗବାଦି ପଲ ସମସ୍ତଙ୍କୁ ନେଇ ଚାଲିଯାଅ ଓ ଆମ୍ଭକୁ ହିଁ ଆଶୀର୍ବାଦ କର।


ଏନିମନ୍ତେ ଲୋକମାନେ ମୋଶାଙ୍କ ନିକଟରେ କ୍ରନ୍ଦନ କଲେ; ତହୁଁ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସେହି ଅଗ୍ନି ଥମିଗଲା।


ମାତାର ଗର୍ଭରୁ ନିର୍ଗତ ହେଲା ବେଳେ ଯାହାର ମାଂସ ଅର୍ଦ୍ଧନଷ୍ଟ, ଏପରି ମୃତ ଲୋକ ତୁଲ୍ୟ ସେ ନ ହେଉ।


Swiv nou:

Piblisite


Piblisite