Biblia Todo Logo
Bib sou entènèt

- Piblisite -




ଗଣନା ପୁସ୍ତକ 1:16 - ପବିତ୍ର ବାଇବଲ (Re-edited) - (BSI)

16 ଏମାନେ ମଣ୍ତଳୀର ଆହୂତ ଲୋକ, ଆପଣା ଆପଣା ପିତୃବଂଶର ଅଧିପତି, ଆଉ ଇସ୍ରାଏଲର ସହସ୍ରପତି ଥିଲେ।

Gade chapit la Kopi

ଓଡିଆ ବାଇବେଲ

16 ଏମାନେ ମଣ୍ଡଳୀର ଆହୂତ ଲୋକ, ଆପଣା ଆପଣା ପିତୃବଂଶର ଅଧିପତି, ଆଉ ଇସ୍ରାଏଲର ସହସ୍ରପତି ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଏମାନେ ମଣ୍ଡଳୀର ଆହୂତ ଲୋକ, ଆପଣା ଆପଣା ପିତୃବଂଶର ଅଧିପତି, ଆଉ ଇସ୍ରାଏଲର ସହସ୍ରପତି ଥିଲେ।

Gade chapit la Kopi

ପବିତ୍ର ବାଇବଲ

16 ଏମାନେ ହେଉଛନ୍ତି ସେହି ଲୋକ ସମାଜ ମଧ୍ୟରୁ ବଛା ଯାଇଛନ୍ତି। ସେମାନେ ସେମାନଙ୍କର ପିତାଙ୍କର ପରିବାରବର୍ଗର ନେତା ଆଉ ଇସ୍ରାଏଲର ବିଭାଗର ନେତା ଥିଲେ।

Gade chapit la Kopi




ଗଣନା ପୁସ୍ତକ 1:16
20 Referans Kwoze  

ସେହିଦିନ ଇସ୍ରାଏଲର ଅଧିପତିଗଣ, ସେମାନଙ୍କ ପିତୃଗୃହର ପ୍ରଧାନଗଣ ନୈବେଦ୍ୟ ଦାନ କଲେ; ଏମାନେ ବଂଶସମୂହର ଅଧିପତି ଥିଲେ ଓ ଗଣିତ ଲୋକମାନଙ୍କ ଉପରେ ନିଯୁକ୍ତ ଥିଲେ।


ପୁଣି ମୋଶା ସମଗ୍ର ଇସ୍ରାଏଲ ମଧ୍ୟରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ, ଅର୍ଥାତ୍, ସହସ୍ରପତି, ଶତପତି, ପଚାଶତ୍ପତି ଓ ଦଶପତି ରୂପେ ନିଯୁକ୍ତ କଲେ।


ଆହୁରି, ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ, ଅର୍ଥାତ୍, ପରମେଶ୍ଵରଙ୍କ ପ୍ରତି ଭୟକାରୀ, ସତ୍ୟବାଦୀ, ଓ ଅନ୍ୟାୟ-ଲାଭ ଘୃଣାକାରୀ ଲୋକଙ୍କୁ ମନୋନୀତ କର; ପୁଣି ସେମାନଙ୍କୁ ଲୋକମାନଙ୍କ ଉପରେ ସହସ୍ରପତି, ଶତପତି, ପଚାଶତ୍ପତି ଓ ଦଶପତି ରୂପେ ନିଯୁକ୍ତ କର।


ସେହି ଇଲୀୟାବର ସନ୍ତାନ ନମୂୟେଲ ଓ ଦାଥନ୍ ଓ ଅବୀରାମ୍; କୋରହର ଦଳୀୟ ଲୋକମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରତିକୂଳରେ ବିବାଦ କଲେ, ସେତେବେଳେ ସେମାନଙ୍କ ମଧ୍ୟରୁ ମଣ୍ତଳୀର ଆହୂତ ଲୋକ ଯେ ଦାଥନ୍ ଓ ଅବୀରାମ୍ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବିବାଦ କରିଥିଲେ, ସେମାନେ ଏହି ଦୁଇ ଜଣ।


ପୁଣି ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ସୁଖ୍ୟାତିମ; ଓ ସମାଜକୁ ଆହୂତ ମଣ୍ତଳୀର ଦୁଇ ଶହ ପଚାଶ ଅଧିପତିଙ୍କ ସହିତ ମୋଶାଙ୍କ ସାକ୍ଷାତରେ ଉଠିଲେ।


ପୁଣି ପ୍ରତ୍ୟେକ ବଂଶରୁ ଏକ ଏକ ଜଣ, ଅର୍ଥାତ୍, ଆପଣା ଆପଣା ପିତୃବଂଶର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହକାରୀ ହେବେ।


ମାତ୍ର ହେ ବେଥଲିହିମ-ଉଫ୍ରାଥା, ଯିହୁଦାର ସହସ୍ରଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ, ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ; ପୁରାତନ କାଳରୁ, ଅନାଦି କାଳରୁ ତାହାଙ୍କର ଉତ୍ପତ୍ତି।


ଏହେତୁ ଯେ ଯେ ଲୁଚିବା ସ୍ଥାନରେ ସେ ଆପଣାକୁ ଲୁଚାଏ, ସେସବୁ ଦେଖି ବୁଝ ଓ ତୁମ୍ଭେମାନେ ମୋʼ କତିକି ନିଶ୍ଚୟ ଫେରି ଆସ, ତହିଁରେ ମୁଁ ତୁମ୍ଭମାନଙ୍କ ସଙ୍ଗେ ଯିବି; ସେ ଯେବେ ଦେଶରେ ଥାଏ, ତେବେ ମୁଁ ଯିହୁଦାର ସମୁଦାୟ ସହସ୍ର ମଧ୍ୟରେ ତାହାକୁ ଖୋଜିବି।


ତହିଁରେ ଶାଉଲ ଚାରିଆଡ଼େ ଠିଆ ହୋଇଥିବା ଆପଣା ଦାସମାନଙ୍କୁ କହିଲେ, ହେ ବିନ୍ୟାମୀନୀୟ ଲୋକମାନେ, ଶୁଣ; ଯିଶୀର ପୁତ୍ର କʼଣ ତୁମ୍ଭମାନଙ୍କ ପ୍ରତିଜଣକୁ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଦେବ, ସେ କʼଣ ତୁମ୍ଭ ସମସ୍ତଙ୍କୁ ସହସ୍ରପତି ଓ ଶତପତି କରିବ,


ତହୁଁ ସେ ତାହାଙ୍କୁ କହିଲେ, ହେ ପ୍ରଭୋ, ମୁଁ କାହିଁରେ ଇସ୍ରାଏଲକୁ ଉଦ୍ଧାର କରିବି? ଦେଖ, ମନଃଶି (ବଂଶ) ମଧ୍ୟରେ ମୋହର ପରିବାର ସବୁଠାରୁ କ୍ଷୀଣ, ପୁଣି ମୋʼ ପିତୃଗୃହ ମଧ୍ୟରେ ମୁଁ ସବୁଠୁଁ କନିଷ୍ଠ।


ତହୁଁ ମୁଁ ତୁମ୍ଭମାନଙ୍କ ବଂଶସମୂହ ମଧ୍ୟରୁ ପ୍ରଧାନ, ଜ୍ଞାନୀ ଓ ବିଖ୍ୟାତ ଲୋକମାନଙ୍କୁ ନେଇ ତୁମ୍ଭମାନଙ୍କ ବଂଶାନୁସାରେ ତୁମ୍ଭମାନଙ୍କ ଉପରେ ପ୍ରଧାନ ଓ ସହସ୍ରପତି ଓ ଶତପତି ଓ ପଚାଶତପତି ଓ ଦଶପତି ଓ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କଲି।


ତହିଁରେ ଆମ୍ଭେ ସେହି ସ୍ଥାନକୁ ଓହ୍ଲାଇ ଆସି ତୁମ୍ଭ ସଙ୍ଗେ କଥା କହିବା ଓ ତୁମ୍ଭଠାରେ ଯେଉଁ ଆତ୍ମା ଅଛି, ତହିଁରୁ ନେଇ ସେମାନଙ୍କୁ ଦେବା; ତହିଁରେ ତୁମ୍ଭେ ଯେପରି ଏକାକୀ ଲୋକମାନଙ୍କର ଭାର ନ ବହିବ, ଏଥିପାଇଁ ସେମାନେ ତୁମ୍ଭ ସହିତ ଲୋକମାନଙ୍କର ଭାର ବହିବେ।


ନପ୍ତାଲି ବଂଶର; ଐନନର ପୁତ୍ର ଅହୀର।


ତେବେ ମୋଶା ଓ ହାରୋଣ ଏହିସବୁ ନାମବିଶିଷ୍ଟ ଲୋକମାନଙ୍କୁ ଗ୍ରହଣ କଲେ।


ଆଉ ଯେବେ ସେମାନେ ଏକ ତୂରୀ ବଜାଇବେ, ତେବେ ଅଧିପତିମାନେ, ଅର୍ଥାତ୍, ଇସ୍ରାଏଲର ସହସ୍ରପତିମାନେ, ତୁମ୍ଭ ନିକଟରେ ଏକତ୍ରିତ ହେବେ।


ଅନନ୍ତର ମୋଶା ଇସ୍ରାଏଲ-ସନ୍ତାନମାନଙ୍କ ବଂଶର ପ୍ରଧାନବର୍ଗଙ୍କୁ କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି।


Swiv nou:

Piblisite


Piblisite