Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 7:2 - ପବିତ୍ର ବାଇବଲ (Re-edited) - (BSI)

2 ଏଥିମଧ୍ୟରେ ଯିହୋଶୂୟ ଯିରୀହୋଠାରୁ ବୈଥେଲର ପୂର୍ବଦିଗସ୍ଥିତ ବୈଥାବନର ପାର୍ଶ୍ଵସ୍ଥ ଅୟକୁ ଲୋକ ପଠାଇ ସେମାନଙ୍କୁ କହିଲେ, ଉଠ, ଯାଇ ଦେଶ ଅନୁସନ୍ଧାନ କର; ଏଥିରେ ଲୋକମାନେ ଯାଇ ଅୟ ନଗର ଅନୁସନ୍ଧାନ କଲେ।

Gade chapit la Kopi

ଓଡିଆ ବାଇବେଲ

2 ଏଥିମଧ୍ୟରେ ଯିହୋଶୂୟ ଯିରୀହୋଠାରୁ ବେଥେଲ୍‍ର ପୂର୍ବଦିଗସ୍ଥିତ ବେଥ୍-ଆବନର ପାର୍ଶ୍ଵସ୍ଥ ଅୟକୁ ଲୋକ ପଠାଇ ସେମାନଙ୍କୁ କହିଲେ, ଉଠ, ଯାଇ ଦେଶ ଅନୁସନ୍ଧାନ କର; ଏଥିରେ ଲୋକମାନେ ଯାଇ ଅୟ ନଗର ଅନୁସନ୍ଧାନ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଏଥିମଧ୍ୟରେ ଯିହୋଶୂୟ ଯିରୀହୋଠାରୁ ବେଥେଲ୍‍ର ପୂର୍ବଦିଗସ୍ଥିତ ବେଥ୍-ଆବନର ପାର୍ଶ୍ୱସ୍ଥ ଅୟକୁ ଲୋକ ପଠାଇ ସେମାନଙ୍କୁ କହିଲେ, “ଉଠ, ଯାଇ ଦେଶ ଅନୁସନ୍ଧାନ କର;” ଏଥିରେ ଲୋକମାନେ ଯାଇ ଅୟ ନଗର ଅନୁସନ୍ଧାନ କଲେ।

Gade chapit la Kopi

ପବିତ୍ର ବାଇବଲ

2 ସେମାନେ ଯିରୀହୋକୁ ପରାସ୍ତ କଲାପରେ, ଯିହୋଶୂୟ ଅୟକୁ ଲୋକ ପଠାଇଲେ। ଅୟ ବୈଥେ‌ଲ୍‌ର ପୂର୍ବ ଦିଗସ୍ଥିତ ବୈଥାବନର ପାର୍ଶ୍ୱରେ ଅବସ୍ଥିତ। ଯିହୋଶୂୟ ସେମାନଙ୍କୁ କହିଲେ, “ଅୟକୁ ଯାଅ ଓ ସେଠାରେ ସେମାନଙ୍କର ଦୁର୍ବଳତାକୁ ଅନୁସନ୍ଧାନ କର।” ତେଣୁ ଏଥିରେ ଲୋକମାନେ ଯାଇ ଅୟରେ ଅନୁସନ୍ଧାନ କଲେ।

Gade chapit la Kopi




ଯିହୋଶୂୟ 7:2
18 Referans Kwoze  

ସେମାନଙ୍କ ଉତ୍ତର ସୀମା ଯର୍ଦ୍ଦନଠାରୁ ହେଲା; ଆଉ ସେ ସୀମା ଯିରୀହୋର ଉତ୍ତର-ପାର୍ଶ୍ଵ ଦେଇ ଗଲା, ତହୁଁ ପଶ୍ଚିମ ଦିଗସ୍ଥିତ ପର୍ବତମୟ ଦେଶ ଦେଇ ଗଲା; ପୁଣି ବୈଥାବନ ପ୍ରାନ୍ତର ନିକଟରେ ତହିଁର ସୀମା ହେଲା।


ହେ ଇସ୍ରାଏଲ, ତୁମ୍ଭେ ଯଦ୍ୟପି ବେଶ୍ୟାବୃତ୍ତି କର, ତଥାପି ଯିହୁଦା ସେପରି ଦୋଷଗ୍ରସ୍ତ ନ ହେଉ; ଆଉ, ତୁମ୍ଭେମାନେ ଗିଲ୍ଗଲ୍ରେ ଉପସ୍ଥିତ ହୁଅ ନାହିଁ, କିଅବା ବୈଥ୍-ଆବନକୁ ଯାଅ ନାହିଁ; ଅଥବା ଜୀବିତ ସଦାପ୍ରଭୁ ବୋଲି ଶପଥ କର ନାହିଁ।


ଏହିରୂପେ ସଦାପ୍ରଭୁ ସେହିଦିନ ଇସ୍ରାଏଲକୁ ଉଦ୍ଧାର କଲେ ଓ ବୈଥାବନ୍ର ପାର ପର୍ଯ୍ୟନ୍ତ ଯୁଦ୍ଧ ବ୍ୟାପିଗଲା।


ଏଉତ୍ତାରେ ଇସ୍ରାଏଲ ସହିତ ଯୁଦ୍ଧ କରିବା ପାଇଁ ପଲେଷ୍ଟୀୟମାନଙ୍କର ତିରିଶ ସହସ୍ର ରଥ ଓ ଛଅ ସହସ୍ର ଅଶ୍ଵାରୋହୀ ଓ ସମୁଦ୍ର ତୀରସ୍ଥ ବାଲୁକାର ନ୍ୟାୟ ଲୋକାରଣ୍ୟ ଏକତ୍ର ହେଲେ; ସେମାନେ ଆସି ମିକ୍ମସ୍ରେ ବୈଥାବନ୍ର ପୂର୍ବ ଦିଗରେ ଛାଉଣି ସ୍ଥାପନ କଲେ।


ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି, ଅତଏବ ସର୍ପ ପରି ବୁଦ୍ଧିମାନ ଓ କପୋତ ପରି ଅହିଂସକ ହୁଅ।


ଅବଶ୍ୟ ତୁମ୍ଭେ ଭଲ ପରାମର୍ଶ ଘେନି ଆପଣା ଯୁଦ୍ଧ କରିବ; ଆଉ, ମନ୍ତ୍ରୀମାନଙ୍କ ବାହୁଲ୍ୟରେ ରକ୍ଷା ହୁଏ।


ମନ୍ତ୍ରଣା ଦ୍ଵାରା ପ୍ରତ୍ୟେକ ସଙ୍କଳ୍ପ ସ୍ଥିର ହୁଏ; ପୁଣି, ତୁମ୍ଭେ ଭଲ ପରାମର୍ଶ ଘେନି ଯୁଦ୍ଧ କର।


ଏଥିଉତ୍ତାରୁ ସେ ସେହି ସ୍ଥାନ ଛାଡ଼ି ବୈଥେଲର ପୂର୍ବଆଡ଼ ପର୍ବତକୁ ଯାଇ ଆପଣା ତମ୍ଵୁ ଠିଆ କଲେ; ତହିଁର ପଶ୍ଚିମରେ ବୈଥେଲ ଓ ପୂର୍ବ ଦିଗରେ ଅୟ ନଗର ଥିଲା; ପୁଣି ସେହିଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ।


ଅତଏବ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ଵନ୍ଧରେ ବିଶେଷ ସାବଧାନ ହୁଅ,


ବିନ୍ୟାମୀନ-ସନ୍ତାନଗଣ ମଧ୍ୟ ଗେବାଠାରୁ ଆଗକୁ, ମିକ୍ମସ୍ ଓ ଅୟାରେ, ବୈଥେଲ୍ ଓ ତହିଁର ଉପନଗରରେ;


ଯିରୀହୋର ରାଜା, ଏକ; ବୈଥେଲର ନିକଟସ୍ଥ ଅୟର ରାଜା ଏକ;


ଅନନ୍ତର ନୂନର ପୁତ୍ର ଯିହୋଶୂୟ ଶିଟିମଠାରୁ ଚର ରୂପେ ଦୁଇ ମନୁଷ୍ୟଙ୍କୁ ଏହି କଥା କହି ଗୋପନରେ ପଠାଇଲେ, ତୁମ୍ଭେମାନେ ଯାଇ ସେହି ଦେଶ ଓ ଯିରୀହୋ ନଗର ନିରୀକ୍ଷଣ କର। ତହୁଁ ସେମାନେ ଯାଇ ରାହାବ ନାମ୍ନୀ ଏକ ବେଶ୍ୟାର ଗୃହରେ ଉପସ୍ଥିତ ହୋଇ ସେଠାରେ ବସା କଲେ।


ପୁଣି ସେହି ସ୍ଥାନର ନାମ ବୈଥେଲ (ପରମେଶ୍ଵରଙ୍କ ଗୃହ) ରଖିଲା; ମାତ୍ର ପୂର୍ବେ ସେହି ନଗରର ନାମ ଲୂସ୍ ଥିଲା।


ଏଉତ୍ତାରେ ସେମାନେ ଯିହୋଶୂୟଙ୍କ ନିକଟକୁ ଫେରି ଆସି ତାଙ୍କୁ କହିଲେ, ସମସ୍ତ ଲୋକ ନ ଯାଉନ୍ତୁ; କେବଳ ଦୁଇ ତିନି ସହସ୍ର ଲୋକ ଯାଇ ଅୟ ନଗର ପରାସ୍ତ କରନ୍ତୁ; ସେଠାରେ ସମସ୍ତ ଲୋକଙ୍କୁ ପରିଶ୍ରମ କରାଅ ନାହିଁ, ଯେହେତୁ ସେଠାର ଲୋକେ ଅଳ୍ପ ମାତ୍ର।


ଓ ଅରୋୟେର ଓ ଶିଫ୍ମୋତ୍ ଓ ଇଷ୍ଟିମୋୟ ;


ହେ ହିଶ୍ବୋନ୍, ହାହାକାର କର, କାରଣ ଅୟ ଉଚ୍ଛିନ୍ନ ହେଲା! ହେ ରବ୍ବାର କନ୍ୟାଗଣ, କ୍ରନ୍ଦନ କର, ଚଟବସ୍ତ୍ର ପରିଧାନ କର; ବିଳାପ କର, ପ୍ରାଚୀର ମଧ୍ୟରେ ଏଣେତେଣେ ଦୌଡ଼; କାରଣ ମିଲ୍‍କମ୍, ତାହାର ଯାଜକଗଣ ଓ ଅଧିପତିଗଣ ଏକତ୍ର ବନ୍ଦୀ ହୋଇଯିବେ।


ତହୁଁ ସେ ଗୋଟିକୁ ବୈଥେଲରେ ଓ ଅନ୍ୟଟିକି ଦାନ୍ରେ ସ୍ଥାପନ କଲେ।


ସେ ଅୟାତକୁ ଆସିଅଛି, ସେ ମିଗ୍ରୋଣ ମଧ୍ୟ ଦେଇ ଯାଇଅଛି; ସେ ମିକ୍ମସରେ ଆପଣା ଦ୍ରବ୍ୟ ସାମଗ୍ରୀ ରଖୁଅଛି;


Swiv nou:

Piblisite


Piblisite