Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 5:2 - ପବିତ୍ର ବାଇବଲ (Re-edited) - (BSI)

2 ସେସମୟରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ତୁମ୍ଭେ ଶିଳାର ଛୁରୀମାନ ନିର୍ମାଣ କରି ପୁନର୍ବାର ଦ୍ଵିତୀୟ ଥର ଇସ୍ରାଏଲ-ସନ୍ତାନଗଣକୁ ସୁନ୍ନତ କର।

Gade chapit la Kopi

ଓଡିଆ ବାଇବେଲ

2 ସେସମୟରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ତୁମ୍ଭେ ଶିଳାର ଛୁରୀମାନ ନିର୍ମାଣ କରି ପୁନର୍ବାର ଦ୍ୱିତୀୟ ଥର ଇସ୍ରାଏଲ ସନ୍ତାନଗଣକୁ ସୁନ୍ନତ କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେସମୟରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଶିଳାର ଛୁରୀମାନ ନିର୍ମାଣ କରି ପୁନର୍ବାର ଦ୍ୱିତୀୟ ଥର ଇସ୍ରାଏଲ-ସନ୍ତାନଗଣକୁ ସୁନ୍ନତ କର।”

Gade chapit la Kopi

ପବିତ୍ର ବାଇବଲ

2 ସେହି ସମୟରେ, ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଶିଳାର ଛୁରୀମାନ ତିଆରି କରି ଆଉ ଥରେ ଇସ୍ରାଏଲ ସନ୍ତାନଗଣକୁ ସୁନ୍ନତ କର।”

Gade chapit la Kopi




ଯିହୋଶୂୟ 5:2
8 Referans Kwoze  

ପୁଣି ତୁମ୍ଭେ ଯେପରି ଆପଣାର ସମସ୍ତ ହୃଦୟ ଓ ଆପଣାର ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କୁ ପ୍ରେମ କରିବ, ଏଥିପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭର ହୃଦୟ ଓ ତୁମ୍ଭ ବଂଶର ହୃଦୟ ସୁନ୍ନତ କରିବେ, ତହିଁରେ ତୁମ୍ଭେ ବଞ୍ଚିବ।


ଏ ନିମନ୍ତେ ତୁମ୍ଭେମାନେ ଆପଣା ଆପଣା ହୃଦୟର ଅଗ୍ରଚର୍ମ ସୁନ୍ନତ କର, ଆଉ ଶକ୍ତଗ୍ରୀବ ହୁଅ ନାହିଁ।


ସେତେବେଳେ ସିପ୍ପୋରା ଏକ ତୀକ୍ଷ୍ଣ ଅସ୍ତ୍ର ଘେନି ଆପଣା ପୁତ୍ରକୁ ସୁନ୍ନତ କରି ତାହା ତାଙ୍କ ଚରଣ ତଳେ ପକାଇ କହିଲା, ତୁମ୍ଭେ ନିତା; ମୋହର ରକ୍ତପ୍ରିୟ ବର।


ଆହୁରି ମଧ୍ୟ ତୁମ୍ଭେମାନେ ଶାରୀରିକ ସ୍ଵଭାବ ତ୍ୟାଗ କରି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଅହସ୍ତକୃତ ସୁନ୍ନତରେ, ଅର୍ଥାତ୍ ଖ୍ରୀଷ୍ଟୀୟ ସୁନ୍ନତରେ ସୁନ୍ନତ ପ୍ରାପ୍ତ ହୋଇଅଛ;


ଆଉ, ସେ ଅସୁନ୍ନତି ଅବସ୍ଥାରେ ବିଶ୍ଵାସ ସକାଶେ ଧାର୍ମିକ ଗଣିତ ହୋଇ ସେଥିର ମୁଦ୍ରାଙ୍କ ସ୍ଵରୂପେ ସୁନ୍ନତ ଚିହ୍ନ ପାଇଲେ, ଯେପରି ଅସୁନ୍ନତି ଅବସ୍ଥାରେ ଥିବା ସମସ୍ତ ବିଶ୍ଵାସୀଙ୍କ ପକ୍ଷରେ ଧାର୍ମିକତା ଗଣନା କରାଯିବା ନିମନ୍ତେ ସେ ସେମାନଙ୍କର ପିତା ହୁଅନ୍ତି,


କିନ୍ତୁ ଅନ୍ତରରେ ଯେ ଯିହୁଦୀ, ସେ ଯିହୁଦୀ, ପୁଣି ଆକ୍ଷରିକ ଭାବରେ ନୁହେଁ, ମାତ୍ର ଆତ୍ମିକ ଭାବରେ ହୃଦୟର ଯେ ସୁନ୍ନତ, ତାହା ପ୍ରକୃତ ସୁନ୍ନତ। ଏପରି ଲୋକ ମନୁଷ୍ୟମାନଙ୍କଠାରୁ ପ୍ରଶଂସା ପ୍ରାପ୍ତ ହୁଏ ନାହିଁ, କିନ୍ତୁ ଈଶ୍ଵରଙ୍କଠାରୁ ପ୍ରାପ୍ତ ହୁଏ।


ଏଥିରେ ଯିହୋଶୂୟ ଶିଳା-ଛୁରୀମାନ ନିର୍ମାଣ କରି ତ୍ଵକ୍-ପର୍ବତ ନିକଟରେ ଇସ୍ରାଏଲ-ସନ୍ତାନଗଣର ସୁନ୍ନତ କରାଇଲେ।


Swiv nou:

Piblisite


Piblisite