Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 24:1 - ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଯିହୋଶୂୟ ଇସ୍ରାଏଲ ବଂଶସମୂହକୁ ଶିଖିମରେ ଏକତ୍ର କରି ସେମାନଙ୍କ ପ୍ରାଚୀନବର୍ଗକୁ ଓ ସେମାନଙ୍କ ପ୍ରଧାନମାନଙ୍କୁ ଓ ସେମାନଙ୍କ ବିଚାରକର୍ତ୍ତୃଗଣଙ୍କୁ ଓ ସେମାନଙ୍କ ଅଧ୍ୟକ୍ଷମାନଙ୍କୁ ଡକାଇଲେ, ତହିଁରେ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଲେ।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଯିହୋଶୂୟ ଇସ୍ରାଏଲ ବଂଶସମୂହକୁ ଶିଖିମରେ ଏକତ୍ର କରି ସେମାନଙ୍କ ପ୍ରାଚୀନବର୍ଗକୁ ଓ ସେମାନଙ୍କ ପ୍ରଧାନମାନଙ୍କୁ ଓ ସେମାନଙ୍କ ବିଚାରକର୍ତ୍ତୃଗଣଙ୍କୁ ଓ ସେମାନଙ୍କ ଅଧ୍ୟକ୍ଷମାନଙ୍କୁ ଡକାଇଲେ, ତହିଁରେ ସେମାନେ ପରମେଶ୍ୱରଙ୍କ ସମ୍ମୁଖରେ ଠିଆ ହେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଯିହୋଶୂୟ ଇସ୍ରାଏଲ ବଂଶସମୂହକୁ ଶିଖିମରେ ଏକତ୍ର କରି ସେମାନଙ୍କ ପ୍ରାଚୀନବର୍ଗକୁ ଓ ସେମାନଙ୍କ ପ୍ରଧାନମାନଙ୍କୁ ଓ ସେମାନଙ୍କ ବିଚାରକର୍ତ୍ତୃଗଣଙ୍କୁ ଓ ସେମାନଙ୍କ ଅଧ୍ୟକ୍ଷମାନଙ୍କୁ ଡକାଇଲେ, ତହିଁରେ ସେମାନେ ପରମେଶ୍ୱରଙ୍କ ସମ୍ମୁଖରେ ଠିଆ ହେଲେ।

Gade chapit la Kopi

ପବିତ୍ର ବାଇବଲ

1 ଯିହୋଶୂୟ ଇସ୍ରାଏଲ ବଂଶଗଣକୁ ଶିଖିମଠାରେ ଏକତ୍ରିତ କଲେ। ଏହା ପରେ ଯିହୋଶୂୟ ସମସ୍ତ ପ୍ରାଚୀନବର୍ଗ, ସେମାନଙ୍କର ପ୍ରାଚୀନମାନଙ୍କୁ ସେମାନଙ୍କର ବିଗ୍ଭରକର୍ତ୍ତାଗଣଙ୍କୁ ଏବଂ ସମସ୍ତ ଅଧ୍ୟକ୍ଷମାନଙ୍କୁ ଡକାଇ ସଦାପ୍ରଭୁଙ୍କ ସମ୍ମୁଖରେ ଏକତ୍ରିତ କରାଇଲେ।

Gade chapit la Kopi




ଯିହୋଶୂୟ 24:1
13 Referans Kwoze  

ଯେ ଯିହୋଶୂୟ ସମସ୍ତ ଇସ୍ରାଏଲଙ୍କୁ, ସେମାନଙ୍କ ପ୍ରାଚୀନବର୍ଗଙ୍କୁ ଓ ସେମାନଙ୍କ ପ୍ରଧାନମାନଙ୍କୁ, ପୁଣି ସେମାନଙ୍କ ବିଚାରକର୍ତ୍ତା ଓ ଅଧ୍ୟକ୍ଷମାନଙ୍କୁ ଡକାଇ ସେମାନଙ୍କୁ କହିଲେ, ମୁଁ ବୃଦ୍ଧ ଓ ଗତବୟସ୍କ ହେଲି।


ମାତ୍ର ତୁମ୍ଭମାନଙ୍କର ଯେଉଁ ପରମେଶ୍ଵର ଆପେ, ତୁମ୍ଭମାନଙ୍କର ସମସ୍ତ ଅମଙ୍ଗଳ ଓ କ୍ଳେଶରୁ ତୁମ୍ଭମାନଙ୍କୁ ଉଦ୍ଧାର କରନ୍ତି, ତୁମ୍ଭେମାନେ ଆଜି ତାହାଙ୍କୁ ଅଗ୍ରାହ୍ୟ କଲ ଓ ତାହାଙ୍କୁ କହିଲ, ଯାହା ହେଉ, ଆମ୍ଭମାନଙ୍କ ଉପରେ ଏକ ରାଜା ନିଯୁକ୍ତ କର,ଏହେତୁ ତୁମ୍ଭେମାନେ ଏବେ ଆପଣା ଆପଣା ବଂଶାନୁସାରେ ଓ ସହସ୍ର ସହସ୍ର ଅନୁସାରେ ସଦାପ୍ରଭୁଙ୍କ ସାକ୍ଷାତରେ ଉପସ୍ଥିତ ହୁଅ।


ଏନିମନ୍ତେ ମୁଁ ଅବିଳମ୍ଵରେ ଆପଣଙ୍କ ନିକଟକୁ ଲୋକ ପଠାଇଲି, ଆଉ ଆପଣ ଯେ ଆସିଅଛନ୍ତି, ଭଲ କରିଅଛନ୍ତି। ଅତଏବ, ପ୍ରଭୁ ଆପଣଙ୍କୁ ଯାହାସବୁ ଆଦେଶ ଦେଇଅଛନ୍ତି, ତାହା ଶୁଣିବା ନିମନ୍ତେ ଆମ୍ଭେମାନେ ସମସ୍ତେ ଈଶ୍ଵରଙ୍କ ସାକ୍ଷାତରେ ଉପସ୍ଥିତ ଅଛୁ।


ଅନନ୍ତର ରିହବୀୟାମ ଶିଖିମକୁ ଗଲେ; କାରଣ ସମୁଦାୟ ଇସ୍ରାଏଲ ତାଙ୍କୁ ରାଜା କରିବା ନିମନ୍ତେ ଶିଖିମରେ ଉପସ୍ଥିତ ହୋଇଥିଲେ।


ଅବ୍ରାମ ସେହି ଦେଶ ଦେଇ ଭ୍ରମଣ କରୁ କରୁ ଶିଖିମ ନିକଟସ୍ଥ ମୋରିର ଅଲୋନ ବୃକ୍ଷ ମୂଳରେ ଉତ୍ତରିଲେ। ସେହି ସମୟରେ କିଣାନୀୟମାନେ ସେହି ଦେଶରେ ବାସ କରୁଥିଲେ।


ତହିଁରେ ସେମାନେ ଆପଣାମାନଙ୍କ ନିକଟସ୍ଥ ବିଦେଶୀୟ ଦେବତା ଓ କର୍ଣ୍ଣକୁଣ୍ତଳ ସକଳ ଘେନି ଯାକୁବଙ୍କୁ ଦେଲେ, ପୁଣି, ସେ ତାହା ସବୁ ନେଇ ଶିଖିମ ନିକଟବର୍ତ୍ତୀ ଅଲୋନ ବୃକ୍ଷମୂଳେ ଲୁଚାଇ ରଖିଲେ।


ଏନିମନ୍ତେ ତୁମ୍ଭେମାନେ ଏହି ନିୟମର ସକଳ ବାକ୍ୟ ମାନି ପାଳନ କର, ତହିଁରେ ତୁମ୍ଭେମାନେ ଯାହା ଯାହା କରିବ, ସେସବୁରେ କୁଶଳତା ପ୍ରାପ୍ତ ହେବ।


ଏଣୁ ସେମାନେ ନପ୍ତାଲିର ପର୍ବତମୟ ଦେଶସ୍ଥ ଗାଲିଲୀରେ କେଦଶ ଓ ଇଫ୍ରୟିମ ପର୍ବତମୟ ଦେଶରେ ଶିଖିମ ଓ ଯିହୁଦାର ପର୍ବତମୟ ଦେଶରେ କିରୀୟଥର୍ବ (ଏହାକୁ ହିବ୍ରୋଣ କହନ୍ତି) ପ୍ରତିଷ୍ଠା କଲେ।


ତେବେ ସମସ୍ତ ଇସ୍ରାଏଲ-ସନ୍ତାନ ଓ ସମସ୍ତ ଲୋକ ଉଠି ବୈଥେଲକୁ ଯାଇ ରୋଦନ କଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ବସି ସେଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।


ଅନନ୍ତର ରାଜା ଲୋକ ପଠାନ୍ତେ, ସେମାନେ ଯିହୁଦାର ଓ ଯିରୂଶାଲମର ସମସ୍ତ ପ୍ରାଚୀନ- ବର୍ଗଙ୍କୁ ତାଙ୍କ ନିକଟରେ ଏକତ୍ର କଲେ।


Swiv nou:

Piblisite


Piblisite