Biblia Todo Logo
Bib sou entènèt

- Piblisite -




ଯିରିମୀୟ 9:14 - ପବିତ୍ର ବାଇବଲ (Re-edited) - (BSI)

14 ମାତ୍ର ଆପଣା ଆପଣା ଅନ୍ତଃକରଣର ଅବାଧ୍ୟତାନୁସାରେ ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଶିକ୍ଷାମତେ ବାଲ୍ ଦେବଗଣର ଅନୁଗାମୀ ହୋଇ ଆଚରଣ କରିଅଛନ୍ତି;

Gade chapit la Kopi

ଓଡିଆ ବାଇବେଲ

14 ମାତ୍ର ଆପଣା ଆପଣା ଅନ୍ତଃକରଣର ଅବାଧ୍ୟତାନୁସାରେ ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଶିକ୍ଷାମତେ ବାଲ୍‍ ନାମକ ଦେବଗଣର ଅନୁଗାମୀ ହୋଇ ଆଚରଣ କରିଅଛନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ମାତ୍ର ଆପଣା ଆପଣା ଅନ୍ତଃକରଣର ଅବାଧ୍ୟତାନୁସାରେ ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଶିକ୍ଷାମତେ ବାଲ୍‍ ନାମକ ଦେବଗଣର ଅନୁଗାମୀ ହୋଇ ଆଚରଣ କରିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

14 ସେମାନେ ନିଜ ଇଚ୍ଛାନୁସାରେ ଅବାଧ୍ୟ ହୋଇଛନ୍ତି ଓ ପୂର୍ବପୁରୁଷମାନଙ୍କ ଶିକ୍ଷାନୁସାରେ ବା‌‌ଲ୍‌‌ଦେବ ତାଙ୍କର ଅନୁଗାମୀ ହୋଇ ଆଚରଣ କରିଅଛନ୍ତି।”

Gade chapit la Kopi




ଯିରିମୀୟ 9:14
21 Referans Kwoze  

ମାତ୍ର ସେମାନେ ଶୁଣିଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ, ମାତ୍ର ସେମାନେ ଆପଣା ଆପଣା ମନ୍ତ୍ରଣାରେ ଓ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତାନୁସାରେ ଗମନ କରି ପଶ୍ଚାଦ୍ବର୍ତ୍ତୀ ହେଲେ, ଅଗ୍ରବର୍ତ୍ତୀ ହେଲେ ନାହିଁ।


ସେସମୟରେ ଲୋକମାନେ ଯିରୂଶାଲମକୁ ସଦାପ୍ରଭୁଙ୍କର ସିଂହାସନ ବୋଲି କହିବେ; ଆଉ, ସବୁ ଦେଶୀୟ ଲୋକମାନେ ତହିଁ ନିକଟରେ, ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଯିରୂଶାଲମରେ ସଂଗୃହୀତ ହେବେ; ପୁଣି, ସେମାନେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତା ଅନୁସାରେ ଆଉ ଗମନ କରିବେ ନାହିଁ।


ଯେଣୁ ତୁମ୍ଭେମାନେ ଜାଣ ଯେ, ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାରବ୍ୟବହାରରୁ ରୂପା କି ସୁନା ପରି କ୍ଷୟଣୀୟ ବସ୍ତୁ ଦ୍ଵାରା ମୁକ୍ତ ନ ହୋଇ


ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଳାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମାନସିକ କାମନା ପୂର୍ଣ୍ଣ କରୁଥିଲୁ, ପୁଣି ଅନ୍ୟମାନଙ୍କ ପରି ସୁଦ୍ଧା ସ୍ଵଭାବତଃ କ୍ରୋଧର ପାତ୍ର ଥିଲୁ;


ଆଉ, ମୋହର ପିତୃପୁରୁଷଙ୍କ ପରମ୍ପରାଗତ ରୀତିନୀତି ନିମନ୍ତେ ଅତ୍ୟ; ଉଦ୍ଯୋଗୀ ହୋଇ ମୋହର ସମବୟସ୍କ ସ୍ଵଜାତି ଲୋକମାନଙ୍କ ମଧ୍ୟରେ ଅନେକଙ୍କଠାରୁ ବଳି ଯିହୁଦୀ ଧର୍ମରେ ଅଗ୍ରସର ହେଉଥିଲି।


ସଦାପ୍ରଭୁ କାହାନ୍ତି, ଏହା ଯାଜକମାନେ କହିଲେ ନାହିଁ, ଆଉ ଯେଉଁମାନେ ବ୍ୟବସ୍ଥା ହସ୍ତରେ ଧରନ୍ତି, ସେମାନେ ଆମ୍ଭକୁ ଜାଣିଲେ ନାହିଁ; ଶାସନକର୍ତ୍ତାମାନେ ମଧ୍ୟ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କଲେ, ଆଉ ଭବିଷ୍ୟଦ୍ବକ୍ତାମାନେ ବାଲ୍ଦେବ ନାମରେ ଭବିଷ୍ୟଦ୍-ବାକ୍ୟ ପ୍ରଚାର କଲେ ଓ ନିଷ୍ଫଳ ବସ୍ତୁମାନର ପଶ୍ଚାଦ୍-ଗମନ କଲେ।


ଅନନ୍ତର ସଦାପ୍ରଭୁ ଦେଖିଲେ ଯେ, ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ଼, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦମାତ୍ର।


ମାତ୍ର ଆମ୍ଭମାନଙ୍କ ମୁଖରୁ ଯେପ୍ରତ୍ୟେକ ବାକ୍ୟ ନିର୍ଗତ ହୋଇଅଛି, ତଦନୁସାରେ ଅବଶ୍ୟ କାର୍ଯ୍ୟ କରିବୁ, ଅର୍ଥାତ୍, ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସମସ୍ତ ପଥରେ ଆମ୍ଭେମାନେ ଯେପରି କରିଅଛୁ ଓ ଆମ୍ଭମାନଙ୍କର ପୂର୍ବପୁରୁଷମାନେ, ଆମ୍ଭମାନଙ୍କର ରାଜଗଣ ଓ ଅଧିପତିଗଣ ଯେପରି କରିଅଛନ୍ତି, ସେପରି ଆମ୍ଭେମାନେ ଆକାଶ-ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ଵଳାଇବୁ ଓ ପେୟ-ନୈବେଦ୍ୟ ଢାଳିବୁ; କାରଣ ସେସମୟରେ ଆମ୍ଭେମାନେ ପ୍ରଚୁର ଆହାର ପାଇ ସୁଖରେ ଥିଲୁ, କୌଣସି ଅମଙ୍ଗଳ ଦେଖିଲୁ ନାହିଁ।


ଆମ୍ଭେ ଅଶୁଚି ନୋହୁଁ, ଆମ୍ଭେ ବାଲ୍ଦେବଗଣର ପଶ୍ଚାଦ୍ଗାମୀ ହୋଇ ନାହୁଁ ବୋଲି ତୁମ୍ଭେ କିପରି କହିପାର? ଉପତ୍ୟକାରେ ତୁମ୍ଭ ଗତାୟାତ ପଥ ଦେଖ, ଯାହା ତୁମ୍ଭେ କରିଅଛ, ତାହା ଜ୍ଞାତ ହୁଅ; ତୁମ୍ଭେ ଆପଣା ପଥରେ ଭ୍ରମଣକାରିଣୀ ଦ୍ରୁତଗାମିନୀ ଉଷ୍ଟ୍ରୀ;


ତଥାପି ସେମାନେ ଅବଧାନ କିଅବା କର୍ଣ୍ଣପାତ କଲେ ନାହିଁ, ମାତ୍ର ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତାନୁସାରେ ଆଚରଣ କଲେ; ଏନିମନ୍ତେ ଆମ୍ଭେ ପାଳନ କରିବା ପାଇଁ ସେମାନଙ୍କୁ ଯେଉଁ ନିୟମ ଆଦେଶ କଲୁ, ତହିଁର ସକଳ କଥା ସେମାନଙ୍କ ଉପରେ ବର୍ତ୍ତାଇଲୁ, ତଥାପି ସେମାନେ ପାଳନ କଲେ ନାହିଁ।


ଏହି ଯେଉଁ ଦୁଷ୍ଟ ଲୋକମାନେ ଆମ୍ଭ ବାକ୍ୟ ଶୁଣିବାକୁ ଅସମ୍ମତ ହୋଇ ଆପଣା ଆପଣା ଅନ୍ତଃକରଣର ଅବାଧ୍ୟତା-ନୁସାରେ ଚାଲନ୍ତି ଓ ଅନ୍ୟ ଦେବଗଣର ସେବା ଓ ପୂଜା କରିବା ନିମନ୍ତେ ସେମାନଙ୍କର ପଶ୍ଚାଦ୍ଗମନ କରିଅଛନ୍ତି, ସେମାନେ ଏହି ଅକର୍ମଣ୍ୟ ପଟୁକା ତୁଲ୍ୟ ହେବେ।


ପୁଣି, ତୁମ୍ଭେମାନେ ତୁମ୍ଭମାନଙ୍କର ପିତୃପୁରୁଷ-ଗଣର ଅପେକ୍ଷା ଅଧିକ ମନ୍ଦ ଆଚରଣ କରିଅଛ; କାରଣ ଦେଖ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟାନ୍ତଃକରଣର ଅବାଧ୍ୟତାନୁସାରେ ଆଚରଣ କରୁଅଛ, ଆମ୍ଭ ବାକ୍ୟରେ ଅବଧାନ କରୁନାହଁ;


ସେମାନଙ୍କର ପିତୃପୁରୁଷମାନେ ଯେପରି ବାଲ୍ଦେବ ସକାଶେ ଆମ୍ଭ ନାମ ପାସୋରି ପକାଇଲେ, ସେପରି ସେମାନେ ଆପଣା ଆପଣା ପ୍ରତିବାସୀ ନିକଟରେ ନିଜ ସ୍ଵପ୍ନ କଥା କହି ଆମ୍ଭ ଲୋକମାନଙ୍କୁ ଆମ୍ଭର ନାମ ବିସ୍ମୃତ କରାଇବାକୁ ବିଚାର କରନ୍ତି।


ସଦାପ୍ରଭୁ ଏହି କଥା କହନ୍ତି; ଯିହୁଦାର ତିନି, ହଁ, ଚାରି ଅପରାଧ ସକାଶୁ ଆମ୍ଭେ ତହିଁର ଦଣ୍ତ ନିବାରଣ କରିବା ନାହିଁ; କାରଣ ସେମାନେ ସଦାପ୍ରଭୁଙ୍କର ବ୍ୟବସ୍ଥା ଅଗ୍ରାହ୍ୟ କରିଅଛନ୍ତି ଓ ତାହାଙ୍କର ବିଧିସବୁ ପାଳନ କରି ନାହାନ୍ତି, ପୁଣି ସେମାନଙ୍କର ପିତୃପୁରୁଷମାନେ ଯେଉଁ ମିଥ୍ୟା ଦେବଗଣର ଅନୁଗାମୀ ହେଲେ,, ତଦ୍ଦ୍ଵାରା ସେମାନେ ଭ୍ରାନ୍ତ ହୋଇଅଛନ୍ତି;


ସେ ମୋତେ ନିଶ୍ଵାସ ମାରିବାକୁ ଦିଅନ୍ତି ନାହିଁ, ମାତ୍ର ମୋତେ ତିକ୍ତତାରେ ପୂର୍ଣ୍ଣ କରନ୍ତି।


ଆମ୍ଭେମାନେ କାହିଁକି ତୁନି ହୋଇ ବସୁଅଛୁ? ଏକତ୍ରିତ ହୁଅ, ଆସ, ଆମ୍ଭେମାନେ ପ୍ରାଚୀରବେଷ୍ଟିତ ନଗରମାନରେ ପ୍ରବେଶ କରୁ ଓ ସେଠାରେ ନୀରବ ହେଉ; କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ ବୋଲି ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ଵର ଆମ୍ଭମାନଙ୍କୁ ନୀରବ କରିଅଛନ୍ତି ଓ ବିଷ-ବୃକ୍ଷର ରସ ପାନ କରିବାକୁ ଦେଇଅଛନ୍ତି।


ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଭବିଷ୍ୟଦ୍-ବକ୍ତାମାନଙ୍କ ବିଷୟରେ ଏହି କଥା କହନ୍ତି; ଦେଖ, ଆମ୍ଭେ ସେମାନଙ୍କୁ ନାଗଦଅଣା ଭୋଜନ କରାଇବା ଓ ବିଷ-ବୃକ୍ଷର ରସ ପାନ କରାଇବା; କାରଣ ଯିରୂଶାଲମର ଭବିଷ୍ୟଦ୍-ବକ୍ତାଗଣଠାରୁ ଦେଶଯାକରେ ପାଷାଣ୍ତତା ବ୍ୟାପି ଅଛି।


ସେ ମୋତେ ତିକ୍ତତାରେ ପୂର୍ଣ୍ଣ କରିଅଛନ୍ତି, ସେ ନାଗଦଅଣାରେ ମୋତେ ପୂରିତ କରିଅଛନ୍ତି।


Swiv nou:

Piblisite


Piblisite