Biblia Todo Logo
Bib sou entènèt

- Piblisite -




ଯିରିମୀୟ 9:11 - ପବିତ୍ର ବାଇବଲ (Re-edited) - (BSI)

11 ପୁଣି, ଆମ୍ଭେ ଯିରୂଶାଲମକୁ ଢିପି ଓ ଶୃଗାଳଗଣର ବାସସ୍ଥାନ କରିବା; ଆଉ, ଆମ୍ଭେ ଯିହୁଦାର ନଗରସମୂହକୁ ନିବାସୀବିହୀନ ଧ୍ଵଂସସ୍ଥାନ କରିବା।

Gade chapit la Kopi

ଓଡିଆ ବାଇବେଲ

11 ପୁଣି, ଆମ୍ଭେ ଯିରୂଶାଲମକୁ ଢିପି ଓ ଶୃଗାଳଗଣର ବାସସ୍ଥାନ କରିବା; ଆଉ, ଆମ୍ଭେ ଯିହୁଦାର ନଗରସମୂହକୁ ନିବାସୀବିହୀନ ଧ୍ୱଂସସ୍ଥାନ କରିବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ପୁଣି, ଆମ୍ଭେ ଯିରୂଶାଲମକୁ ଢିପି ଓ ଶୃଗାଳଗଣର ବାସସ୍ଥାନ କରିବା; ଆଉ, ଆମ୍ଭେ ଯିହୁଦାର ନଗରସମୂହକୁ ନିବାସୀବିହୀନ ଧ୍ୱଂସସ୍ଥାନ କରିବା।”

Gade chapit la Kopi

ପବିତ୍ର ବାଇବଲ

11 “ପୁଣି ଆମ୍ଭେ ସଦାପ୍ରଭୁ ଯିରୁଶାଲମକୁ ଢିପି ଓ ଶୃଗାଳମାନଙ୍କ ବାସସ୍ଥାନରେ ପରିଣତ କରିବା। ଆଉ ଆମ୍ଭେ ଯିହୁଦାର ନଗରସମୂହକୁ ନିର୍ଜନ ଧ୍ୱଂସସ୍ଥାନ କରିବା।”

Gade chapit la Kopi




ଯିରିମୀୟ 9:11
32 Referans Kwoze  

ଯେହେତୁ ତୁମ୍ଭେ ନଗରକୁ ଢିପି, ପ୍ରାଚୀରବେଷ୍ଟିତ ନଗରକୁ କାନ୍ଥଡ଼ା କରିଅଛ; ବିଦେଶୀମାନଙ୍କ ରାଜପୁରୀକୁ ବିନଷ୍ଟ କରିଅଛ; ତାହା ଆଉ କେବେ ନିର୍ମିତ ନୋହିବ।


ପୁଣି, ବାବିଲ ଢିପିମୟ ଶୃଗାଳମାନର ବାସସ୍ଥାନ, ବିସ୍ମୟାସ୍ପଦ, ଶୀସ୍ ଶଦ୍ଦର ବିଷୟ ଓ ନିବାସୀବିହୀନ ହେବ।


କୋଳାହଳର ରବ, ଦେଖ ତାହା ଉପସ୍ଥିତ ହେଉଅଛି, ଆଉ ଯିହୁଦାର ନଗରସବୁ ଉଚ୍ଛିନ୍ନ ଓ ଶୃଗାଳମାନଙ୍କର ବାସସ୍ଥାନ କରିବା ପାଇଁ ଉତ୍ତର ଦେଶରୁ ମହାଚହଳ ଆସୁଅଛି।


ତହିଁର ଅଟ୍ଟାଳିକାସକଳରେ କଣ୍ଟକ ଓ ତହିଁର ଦୁର୍ଗସବୁରେ ବିଛୁଆତି ଓ କଣ୍ଟକ ଲତା ବଢ଼ିବ ଓ ତାହା ଶୃଗାଳଗଣର ବାସସ୍ଥାନ ଓ ଉଷ୍ଟ୍ରପକ୍ଷୀ-ଗଣର ଚରାସ୍ଥାନ ହେବ।


ପୁଣି, କେନ୍ଦୁଆମାନେ ସେମାନଙ୍କ ଅଟ୍ଟାଳିକାରେ ଓ ଶୃଗାଳମାନେ ସେମାନଙ୍କ ମନୋରମ ପ୍ରାସାଦରେ ବୋବାଇବେ; ତାହାର କାଳ ନିକଟବର୍ତ୍ତୀ ଓ ତାହାର ଦିନସବୁ ଦୀର୍ଘ ହେବ ନାହିଁ।


ଏହେତୁ ତୁମ୍ଭମାନଙ୍କ ସକାଶୁ ସିୟୋନ କ୍ଷେତ୍ର ତୁଲ୍ୟ ଚାଷ କରାଯିବ ଓ ଯିରୂଶାଲମ ଢିପି ହେବ, ଆଉ ଗୃହର ପର୍ବତ ବନସ୍ଥ ଉଚ୍ଚସ୍ଥଳୀର ତୁଲ୍ୟ ହେବ।


ତ୍ରାସ ଓ ଖାତ, ଉଜାଡ଼ ଓ ବିନାଶ ଆମ୍ଭମାନଙ୍କ ପ୍ରତି ଘଟିଅଛି।


ପ୍ରଭୁ ଯାକୁବର ସକଳ ବାସସ୍ଥାନ ଗ୍ରାସ କରିଅଛନ୍ତି ଓ ଦୟା କରି ନାହାନ୍ତି, ସେ ଆପଣା କୋପରେ ଯିହୁଦା କନ୍ୟାର ଦୃଢ଼ ଦୁର୍ଗସବୁ ଉତ୍ପାଟନ କରିଅଛନ୍ତି; ସେସବୁକୁ ସେ ଭୂମିସାତ୍ କରିଅଛନ୍ତି; ରାଜ୍ୟ ଓ ତହିଁର ଅଧିପତିଗଣକୁ ସେ ଅଶୁଚି କରିଅଛନ୍ତି।


ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଆଜ୍ଞା ଦ୍ଵାରା ସେମାନଙ୍କୁ ଏହି ନଗରକୁ ପୁନର୍ବାର ଅଣାଇବା; ତହିଁରେ ସେମାନେ ନଗର ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କରି ଅଗ୍ନିରେ ଦଗ୍ଧ କରିବେ; ପୁଣି, ଆମ୍ଭେ ଯିହୁଦାର ନଗରସମୂହକୁ ନିବାସୀବିହୀନ ଧ୍ଵଂସସ୍ଥାନ କରିବା।


ଯିହୁଦାର ରାଜା ହିଜକୀୟର ସମୟରେ ମୋରେଷ୍ଟୀୟ ମୀଖା ଭବିଷ୍ୟଦ୍ବାକ୍ୟ ପ୍ରଚାର କଲା; ଆଉ, ସେ ଯିହୁଦାର ସମସ୍ତ ଲୋକଙ୍କୁ ଏହି କଥା କହିଲା, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ସିୟୋନ କ୍ଷେତ୍ର ତୁଲ୍ୟ ଚଷା ଯିବ ଓ ଯିରୂଶାଲମ ଢିପି ହେବ, ପୁଣି ଯେଉଁ ପର୍ବତରେ ମନ୍ଦିର ଅଛି, ତାହା ବନସ୍ଥ ଉଚ୍ଚସ୍ଥଳୀର ସମାନ ହେବ।


ତହିଁରେ ଏହି ସମୁଦାୟ ଦେଶ ଉତ୍ସନ୍ନ ସ୍ଥାନ ଓ ବିସ୍ମୟର ବିଷୟ ହେବ ଓ ଏହିସବୁ ଗୋଷ୍ଠୀ ସତୁରି ବର୍ଷ ବାବିଲ ରାଜାର ଦାସତ୍ଵ କରିବେ।


ହେ ପରମେଶ୍ଵର, ଅନ୍ୟ ଦେଶୀୟମାନେ ତୁମ୍ଭ ଅଧିକାରରେ ପ୍ରବେଶ କରିଅଛନ୍ତି; ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଅଛନ୍ତି; ସେମାନେ ଯିରୂଶାଲମକୁ କାନ୍ଥଡ଼ାର ଢିପି କରିଅଛନ୍ତି।


କାରଣ ଅମ୍ରିର ବିଧି ଓ ଆହାବ-ବଂଶର କ୍ରିୟାସକଳ ପାଳନ କରା ଯାଉଅଛି ଓ ତୁମ୍ଭେମାନେ ସେମାନଙ୍କ ପରାମର୍ଶରେ ଚାଲୁଅଛ; ତହିଁ ସକାଶୁ ଆମ୍ଭେ ତୁମ୍ଭକୁ ଉତ୍ସନ୍ନ (ସ୍ଥାନ) କରିବା ଓ ତହିଁର ନିବାସୀମାନଙ୍କୁ ଶୀସ୍ ଶଦ୍ଦର ବିଷୟ କରିବା; ଆଉ ତୁମ୍ଭେମାନେ ଆମ୍ଭ ଲୋକମାନଙ୍କର ଅପମାନର ଭାର ବହିବ।


ଏଥିପାଇଁ ଆମ୍ଭେ ଶମରୀୟାକୁ କ୍ଷେତ୍ରସ୍ଥ ଢିପି ଓ ଦ୍ରାକ୍ଷାଲତା ରୋପଣର ସ୍ଥାନ ତୁଲ୍ୟ କରିବା; ଆଉ, ଆମ୍ଭେ ତହିଁର ପ୍ରସ୍ତରସକଳ ଉପତ୍ୟକାରେ ପକାଇ ତହିଁର ଭିତ୍ତିମୂଳ ଅନାବୃତ କରିବା।


ଏହି ଗୃହ ଶୀଲୋ ସମାନ ଓ ଏହି ନଗର ଉଚ୍ଛିନ୍ନ ଓ ନିବାସୀବିହୀନ ହେବ ବୋଲି ତୁମ୍ଭେ କାହିଁକି ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲ? ଆଉ, ସଦାପ୍ରଭୁଙ୍କ ଗୃହରେ ସମସ୍ତ ଲୋକ ଯିରିମୀୟଙ୍କ ନିକଟରେ ରୁଣ୍ତ ହେଲେ।


ଅର୍ଥାତ୍, ଆଜିର ତୁଲ୍ୟ ଉତ୍ସନ୍ନ ସ୍ଥାନ ଓ ବିସ୍ମୟର, ଆଉ ଶୀସ୍ ଶଦ୍ଦର ଓ ଅଭିଶାପର ବିଷୟ ହେବା ନିମନ୍ତେ ଯିରୂଶାଲମକୁ, ଯିହୁଦାର ନଗରସମୂହକୁ, ଆଉ ତହିଁର ରାଜା ଓ ଅଧିପତିମାନଙ୍କୁ ପାନ କରାଇଲି।


ଆମ୍ଭେ ଆପଣା ଦାସର ବାକ୍ୟ ଦୃଢ଼ କରୁ ଓ ଆପଣା ଦୂତଗଣର ମନ୍ତ୍ରଣା ସିଦ୍ଧ କରୁନ୍ତ ଆମ୍ଭେ ଯିରୂଶାଲମ ବିଷୟରେ କହୁ, ତାହା ବସତିବିଶିଷ୍ଟ ହେବ ଓ ଯିହୁଦାର ନଗରମାନଙ୍କ ବିଷୟରେ କହୁ, ସେସବୁ ପୁନର୍ନିର୍ମିତ ହେବ, ପୁଣି ଆମ୍ଭେ ତହିଁର ଉଜାଡ଼ ସ୍ଥାନସବୁ ପୁନର୍ବାର ପତ୍ତନ କରିବା;


ଆଉ, ସେ ଆପଣା ଭ୍ରାତୃଗଣ ଓ ଶମରୀୟ ସୈନ୍ୟଦଳ ସାକ୍ଷାତରେ ଏହି କଥା କହିଲା, ଏହି ନିସ୍ତେଜ ଯିହୁଦୀୟମାନେ କଅଣ କରୁଅଛନ୍ତି? ସେମାନେ କʼଣ ଗଡ଼ବନ୍ଦି କରି ରହିବେ? ସେମାନେ କʼଣ ବଳିଦାନ କରିବେ? ସେମାନେ କʼଣ ଦିନକରେ ସମାପ୍ତ କରିବେ? ସେମାନେ କʼଣ କାନ୍ଥଡ଼ାର ଢିପିରୁ ଦଗ୍ଧ ପ୍ରସ୍ତର କାଢ଼ି ସଜୀବ କରିବେ?


ସେ ମହା ଶଦ୍ଦ କରି ଉଚ୍ଚ ସ୍ଵରରେ କହିଲେ, ମହାନଗରୀ ବାବିଲ ପତିତ, ଅଧଃପତିତ ହୋଇଅଛି, ତାହା ଭୂତମାନଙ୍କ ବାସସ୍ଥାନ, ପୁଣି ଅଶୁଚି ଆତ୍ମାମାନଙ୍କର ଏବଂ ଅଶୁଚି ଓ ଘୃଣ୍ୟ ପକ୍ଷୀମାନଙ୍କର ଆଶ୍ରୟସ୍ଥାନ ହୋଇଅଛି।


ପୁଣି ଆମ୍ଭେ ଦେଶକୁ ଶୂନ୍ୟସ୍ଥାନ କରିବା ଓ ତନ୍ନିବାସୀ ତୁମ୍ଭମାନଙ୍କ ଶତ୍ରୁଗଣ ତହିଁରେ ଆଶ୍ଚର୍ଯ୍ୟଜ୍ଞାନ କରିବେ।


ଆମ୍ଭମାନଙ୍କ ଅନ୍ତଃକରଣ ବିମୁଖ ହୋଇ ନାହିଁ, କିଅବା ଆମ୍ଭମାନଙ୍କ ପାଦଗତି ତୁମ୍ଭ ପଥରୁ ଭ୍ରଷ୍ଟ ହୋଇନାହିଁ।


କାରଣ ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଉତ୍ତର ଦିଗସ୍ଥ ରାଜ୍ୟସମୂହର ସମୁଦାୟ ଗୋଷ୍ଠୀଙ୍କୁ ଡାକିବା; ତହିଁରେ ସେମାନେ ଆସି ଯିରୂଶାଲମ ନଗର-ଦ୍ଵାରର ପ୍ରବେଶ-ସ୍ଥାନରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ପ୍ରାଚୀର ସମ୍ମୁଖରେ ଓ ଯିହୁଦାର ନଗରସମୂହର ସମ୍ମୁଖରେ ଆପଣା ଆପଣା ସିଂହାସନ ସ୍ଥାପନ କରିବେ।


କାରଣ ସଦାପ୍ରଭୁ ଏହି କଥା କହନ୍ତି, ସମୁଦାୟ ଦେଶ ଧ୍ଵଂସସ୍ଥାନ ହେବ; ତଥାପି ଆମ୍ଭେ ନିଃଶେଷ ରୂପେ ନାଶ କରିବା ନାହିଁ।


ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଆମ୍ଭେ ଯିରୂଶାଲମ ଉପରେ ଓ ଯିହୁଦାର ସବୁ ନଗର ଉପରେ ଯେଉଁସବୁ ଅମଙ୍ଗଳ ଘଟାଇଅଛୁ, ତାହା ତୁମ୍ଭେମାନେ ଦେଖିଅଛ; ଆଉ ଦେଖ, ସେସବୁ ଆଜି ଉତ୍ସନ୍ନ ସ୍ଥାନ ହୋଇ ରହିଅଛି, ସେଠାରେ କୌଣସି ମନୁଷ୍ୟ ବାସ କରେ ନାହିଁ;


ପୁଣି, ହାତ୍ସୋର ଶୃଗାଳମାନଙ୍କର ବସତି ଓ ସଦାକାଳ ଉତ୍ସନ୍ନ-ସ୍ଥାନ ହେବ; କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ, କିଅବା କୌଣସି ମନୁଷ୍ୟସନ୍ତାନ ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ।


କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ତାହା ବିରୁଦ୍ଧରେ ଉଠି ଆସୁଅଛନ୍ତି, ସେମାନେ ତାହାର ଦେଶ ଧ୍ଵଂସ କରିବେ ଓ ତହିଁ ମଧ୍ୟରେ କେହି ବାସ କରିବ ନାହିଁ; ମନୁଷ୍ୟ ଓ ପଶୁ ଉଭୟ ପଳାଇଲେ, ସେମାନେ ଚାଲିଗଲେ।


ସିୟୋନର ପଥସକଳ ଶୋକ କରଇ, କାରଣ କେହି ମହାସଭାକୁ ଆସେ ନାହିଁ; ତାହାର ଦ୍ଵାରସବୁ ଶୂନ୍ୟ, ତାହାର ଯାଜକମାନେ ଦୀର୍ଘ ନିଶ୍ଵାସ ଛାଡ଼ୁଅଛନ୍ତି; ତାହାର କୁମାରୀଗଣ ଦୁଃଖଗ୍ରସ୍ତ ଓ ସେ ନିଜେ ମନଃପୀଡ଼ା ପାଇଅଛି।


ଅର୍ଥାତ୍, ସଦାପ୍ରଭୁ ଆପଣା କ୍ରୋଧ ଓ କୋପରେ ଯେଉଁ ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟିମ୍ ନଗରମାନ ଉତ୍ପାଟନ କରିଥିଲେ, ତାହା ପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ ଓ ଲବଣ ଓ ଦହନରେ ପରିପୂର୍ଣ୍ଣ ହୋଇଅଛି, ତହିଁରେ କିଛି ବୁଣାଯାଏ ନାହିଁ, କି ଫଳ ଉତ୍ପନ୍ନ ହୁଏ ନାହିଁ, କି ତହିଁରେ କୌଣସି ତୃଣ ବଢ଼େ ନାହିଁ (ଏସବୁ ଯେତେବେଳେ ଦେଖିବେ)ନ୍ତ


ଯେ ଜ୍ଞାନବାନ, ସେ ଏହିସବୁ ବିଷୟରେ ମନୋଯୋଗ କରିବ, ପୁଣି ସେମାନେ ସଦାପ୍ରଭୁଙ୍କ ବିବିଧ ଦୟା ବିବେଚନା କରିବେ।


ଗିଲୀୟଦରେ କʼଣ ଔଷଧ ନାହିଁ? ସେଠାରେ କʼଣ ବୈଦ୍ୟ ନାହାନ୍ତି? ତେବେ ମୋʼ ଲୋକମାନଙ୍କ କନ୍ୟା କାହିଁକି ପୁନଃ ସ୍ଵାସ୍ଥ୍ୟଲାଭ କରୁ ନାହିଁ?


ଆଉ, ତୁମ୍ଭେ ଏହିସବୁ କଥା ଏ ଲୋକମାନଙ୍କ ନିକଟରେ ଯେତେବେଳେ ପ୍ରକାଶ କରିବ ଓ ସେମାନେ ତୁମ୍ଭକୁ କହିବେ, ସଦାପ୍ରଭୁ କାହିଁକି ଏହିସବୁ ମହା ଅମଙ୍ଗଳର କଥା ଆମ୍ଭମାନଙ୍କ ବିରୁଦ୍ଧରେ କହିଅଛନ୍ତି? ଅବା ଆମ୍ଭମାନଙ୍କର ଅପରାଧ କି? ଅବା ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ଵରଙ୍କ ବିରୁଦ୍ଧରେ କି ପାପ କରିଅଛୁ?


Swiv nou:

Piblisite


Piblisite