Biblia Todo Logo
Bib sou entènèt

- Piblisite -




ଯିରିମୀୟ 9:10 - ପବିତ୍ର ବାଇବଲ (Re-edited) - (BSI)

10 ମୁଁ ପର୍ବତମାନର ବିଷୟରେ ରୋଦନ ଓ ହାହାକାର ଓ ପ୍ରାନ୍ତରସ୍ଥ ଚରାସ୍ଥାନସକଳର ବିଷୟରେ ବିଳାପ କରିବି, କାରଣ ସେସବୁ ଦଗ୍ଧ ହୋଇଅଛି ଓ ତହିଁର ମଧ୍ୟ ଦେଇ କେହି ଗତାୟାତ କରେ ନାହିଁ; ଅଥବା ଲୋକମାନେ ପଶୁପଲର ରବ ଶୁଣି ପାରନ୍ତି ନାହିଁ; ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟ ପଳାୟନ କରିଅଛନ୍ତି, ସେମାନେ ଚାଲି ଯାଇଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

10 ମୁଁ ପର୍ବତମାନର ବିଷୟରେ ରୋଦନ ଓ ହାହାକାର ଓ ପ୍ରାନ୍ତରସ୍ଥ ଚରାସ୍ଥାନସକଳର ବିଷୟରେ ବିଳାପ କରିବି, କାରଣ ସେସବୁ ଦଗ୍ଧ ହୋଇଅଛି ଓ ତହିଁର ମଧ୍ୟ ଦେଇ କେହି ଗତାୟାତ କରେ ନାହିଁ; ଅଥବା ଲୋକମାନେ ପଶୁପଲର ରବ ଶୁଣି ପାରନ୍ତି ନାହିଁ; ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟ ପଳାୟନ କରିଅଛନ୍ତି, ସେମାନେ ଚାଲି ଯାଇଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ମୁଁ ପର୍ବତମାନର ବିଷୟରେ ରୋଦନ ଓ ହାହାକାର ଓ ପ୍ରାନ୍ତରସ୍ଥ ଚରାସ୍ଥାନସକଳର ବିଷୟରେ ବିଳାପ କରିବି, କାରଣ ସେସବୁ ଦଗ୍ଧ ହୋଇଅଛି ଓ ତହିଁର ମଧ୍ୟଦେଇ କେହି ଗତାୟାତ କରେ ନାହିଁ; ଅଥବା ଲୋକମାନେ ପଶୁପଲର ରବ ଶୁଣି ପାରନ୍ତି ନାହିଁ; ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟ ପଳାୟନ କରିଅଛନ୍ତି, ସେମାନେ ଚାଲି ଯାଇଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

10 ମୁଁ, ଯିରିମିୟ, ପର୍ବତମାନଙ୍କ ପାଇଁ ଓ ପ୍ରାନ୍ତରସ୍ଥ ଚରାସ୍ଥାନ ପାଇଁ କେବଳ ବିଳାପ କରିବି। ସେମାନଙ୍କ ନିମନ୍ତେ ଶୋକ କରିବି। କାରଣ କେହି ଜୀବନ୍ତ ପ୍ରାଣୀ ସେଠାରେ ନ ଥିବେ। କୌଣସି ଲୋକ ଯାତାୟାତ କରିବେ ନାହିଁ। ପଶୁପଲର ରବ ଶୁଣାଯିବ ନାହିଁ। ଆଉ ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟେ ସେଠାରୁ ପଳାୟନ କରିବେ।

Gade chapit la Kopi




ଯିରିମୀୟ 9:10
30 Referans Kwoze  

କେତେ କାଳ ଦେଶ ଶୋକ କରିବ ଓ ସମୁଦାୟ ଦେଶର ତୃଣ ଶୁଷ୍କ ହେବ? ତହିଁର ନିବାସୀମାନଙ୍କର ଦୁଷ୍ଟତା ସକାଶୁ ପଶୁ ଓ ପକ୍ଷୀସବୁ କ୍ଷୟ ପାଉଅଛନ୍ତି ; କାରଣ ଲୋକମାନେ କହିଲେ, ସେ ଆମ୍ଭମାନଙ୍କର ଶେଷ ଗତି ଦେଖିବ ନାହିଁ।


ଏଥିପାଇଁ ଦେଶ ବିଳାପ କରିବ ଓ ତହିଁର ନିବାସୀ ପ୍ରତ୍ୟେକ ଲୋକ, କ୍ଷେତ୍ରସ୍ଥ ପଶୁ ଓ ଆକାଶସ୍ଥ ପକ୍ଷୀଗଣ ସହିତ କ୍ଷୀଣ ହେବେ; ହଁ, ସମୁଦ୍ରର ମତ୍ସ୍ୟଗଣ ହିଁ ଦୂରୀକୃତ ହେବେ


ପୁଣି, ଆମ୍ଭେ ଦେଶକୁ ଧ୍ଵଂସିତ ଓ ବିସ୍ମୟର ସ୍ଥାନ କରିବା, ତହିଁରେ ତାହାର ପରାକ୍ରମର ଗର୍ବ ଲୁପ୍ତ ହେବ; ପୁଣି, ଇସ୍ରାଏଲର ପର୍ବତଗଣ ଧ୍ଵଂସିତ ହେବ, ତହିଁରେ କେହି ତହିଁ ମଧ୍ୟ ଦେଇ ଗମନ କରିବେ ନାହିଁ।


କୌଣସି ମନୁଷ୍ୟର ପାଦ ତହିଁ ମଧ୍ୟରେ ଗତାୟାତ କରିବ ନାହିଁ, କିଅବା ପଶୁର ପାଦ ତହିଁ ମଧ୍ୟରେ ଗତାୟାତ କରିବ ନାହିଁ ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ତାହା ବସତି-ସ୍ଥାନ ନୋହିବ।


ଆମ୍ଭେ ଯେବେ ଦେଶ ମଧ୍ୟରେ ହିଂସ୍ରକ ପଶୁଗଣକୁ ଗତାୟାତ କରାଉ, ଆଉ ସେମାନେ ତାହା ଏରୂପ ବିନଷ୍ଟ କରନ୍ତି ଯେ, ଦେଶ ଧ୍ଵଂସସ୍ଥାନ ହୁଏ ଓ ପଶୁମାନଙ୍କ ଭୟରେ କୌଣସି ମନୁଷ୍ୟ ତହିଁ ମଧ୍ୟରେ ଗତାୟାତ ନ କରେ;


ଅନେକ ପଲରକ୍ଷକ ଆମ୍ଭର ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରିଅଛନ୍ତି, ସେମାନେ ଆମ୍ଭର ଭୂମି ପଦ ତଳେ ଦଳିତ କରିଅଛନ୍ତି, ସେମାନେ ଆମ୍ଭର ମନୋରମ ଭୂମିକି ଧ୍ଵଂସିତ ପ୍ରାନ୍ତର କରିଅଛନ୍ତି।


ହେ ଯିରୂଶାଲମ, ଆପଣା ମସ୍ତକର କେଶ କାଟି ପକାଇଦିଅ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରେ ବିଳାପ କର; କାରଣ ସଦାପ୍ରଭୁ ଆପଣାର କ୍ରୋଧପାତ୍ର ଏହି ବଂଶକୁ ଅଗ୍ରାହ୍ୟ ଓ ପରିତ୍ୟାଗ କରିଅଛନ୍ତି।


ମୋହର ଚକ୍ଷୁ ଲୋତକରେ କ୍ଷୀଣ ହୁଅଇ, ମୋର ଅନ୍ତ୍ର ବ୍ୟଥିତ ହୁଅଇ, ମୋʼ ଲୋକଙ୍କ କନ୍ୟାର ବିନାଶ ହେତୁ ମୋହର କଲିଜା ଭୂମିରେ ଢଳା ଯାଇଅଛି; କାରଣ ନଗରର ପଥସମୂହରେ ବାଳକ ବାଳିକା ଓ ସ୍ତନ୍ୟପାୟୀ ଶିଶୁମାନେ ମୂର୍ଚ୍ଛାପନ୍ନ ହେଉଅଛନ୍ତି।


ଏହିସବୁ ବିଷୟର ଲାଗି ମୁଁ କ୍ରନ୍ଦନ କରୁଅଛି; ମୋର ଚକ୍ଷୁ, ମୋର ଚକ୍ଷୁ ଜଳର ନିର୍ଝର ହୋଇଅଛି; କାରଣ ମୋʼ ସାନ୍ତ୍ଵନାକାରୀ ଯେ ମୋହର ପ୍ରାଣକୁ ଆଶ୍ଵାସ ଦିଅନ୍ତା; ସେ ମୋʼଠାରୁ ଦୂରରେ ଅଛି; ଶତ୍ରୁ ଜୟଯୁକ୍ତ ହେବାରୁ ମୋର ସନ୍ତାନଗଣ ଅନାଥ ହୋଇଅଛନ୍ତି।


କାରଣ ଦେଖ, ବ୍ୟଭିଚାରୀଗଣରେ ପରିପୂର୍ଣ୍ଣ ଓ ଅଭିଶାପ ସକାଶୁ ଦେଶ ଶୋକ କରୁଅଛି; ପ୍ରାନ୍ତରସ୍ଥ ଚରାସ୍ଥାନସବୁ ଶୁଷ୍କ ହୋଇଅଛି ଓ ଲୋକମାନଙ୍କର ବ୍ୟବହାର ମନ୍ଦ, ଆଉ ସେମାନଙ୍କର ପରାକ୍ରମ ନ୍ୟାୟ-ସଙ୍ଗତ ନୁହେଁ।


ପୁଣି, ବନ ଗର୍ଦ୍ଦଭମାନେ ବୃକ୍ଷଶୂନ୍ୟ ଗିରି ଉପରେ ଠିଆ ହୋଇ ଶୃଗାଳମାନଙ୍କ ପରି ବାୟୁ ସକାଶେ ଧକାନ୍ତି; ତୃଣ ନ ଥିବାରୁ ସେମାନଙ୍କର ଚକ୍ଷୁ କ୍ଷୀଣ ହୁଏ।


ଆହା, ମୁଁ ଯେବେ ଦୁଃଖ ପ୍ରତିକୂଳରେ ଆପଣାକୁ ସାନ୍ତ୍ଵନା କରି ପାରନ୍ତି ! ମୋର ମଧ୍ୟରେ ମୋʼ ହୃଦୟ ମୂର୍ଚ୍ଛିତ।


ଅଥବା ଯେ ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ଯେ ପ୍ରାନ୍ତରର, ମରୁଭୂମି ଓ ଗର୍ତ୍ତମୟ ଦେଶର, ଆଉ ନିର୍ଜଳ ଓ ମୃତ୍ୟୁଚ୍ଛାୟାରୂପ ଦେଶର, ପୁଣି ପଥିକବିହୀନ ଓ ନିବାସୀଶୂନ୍ୟ ଦେଶର ମଧ୍ୟରେ ଆମ୍ଭମାନଙ୍କୁ କଢ଼ାଇ ଆଣିଲେ, ସେହି ସଦାପ୍ରଭୁ କାହାନ୍ତି, ଏହା ସେମାନେ କହିଲେ ନାହିଁ।


କାରଣ ନିଶ୍ଚୟ ଏବେ ତୁମ୍ଭେ, ତୁମ୍ଭ ଉତ୍ସନ୍ନ ଓ ଶୂନ୍ୟ ସ୍ଥାନସକଳ ଓ ତୁମ୍ଭର ନଷ୍ଟ ଦେଶ, ନିବାସୀଗଣ ନିମନ୍ତେ ସଂକୀର୍ଣ୍ଣ ହେବ ଓ ତୁମ୍ଭର ଗ୍ରାସକାରୀମାନେ ଦୂରରେ ରହିବେ।


ଦେଖ, ଆମ୍ଭେ ତୁମ୍ଭକୁ ତୀକ୍ଷ୍ଣ ଛୁରିକାବିଶିଷ୍ଟ ଏକ ନୂତନ ଶସ୍ୟ-ମର୍ଦ୍ଦନ-ଯନ୍ତ୍ର ସ୍ଵରୂପ କରିବା; ତୁମ୍ଭେ ପର୍ବତଗଣକୁ ମର୍ଦ୍ଦନ କରି ଚୂର୍ଣ୍ଣ କରିବ ଓ ଉପପର୍ବତଗଣକୁ ଭୂଷି ତୁଲ୍ୟ କରିବ।


କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ତାହା ବିରୁଦ୍ଧରେ ଉଠି ଆସୁଅଛନ୍ତି, ସେମାନେ ତାହାର ଦେଶ ଧ୍ଵଂସ କରିବେ ଓ ତହିଁ ମଧ୍ୟରେ କେହି ବାସ କରିବ ନାହିଁ; ମନୁଷ୍ୟ ଓ ପଶୁ ଉଭୟ ପଳାଇଲେ, ସେମାନେ ଚାଲିଗଲେ।


ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସୋର ବିଷୟରେ ବିଳାପ କର;


ହେ ଯାଜକଗଣ, ତୁମ୍ଭେମାନେ ଚଟବସ୍ତ୍ରରେ କଟି ବାନ୍ଧି ବିଳାପ କର; ହେ ଯଜ୍ଞବେଦିର ପରିଚାରକଗଣ, ତୁମ୍ଭେମାନେ ହାହାକାର କର; ହେ ଆମ୍ଭ ପରମେଶ୍ଵରଙ୍କର ପରିଚାରକଗଣ, ତୁମ୍ଭେମାନେ ଆସ, ଚଟବସ୍ତ୍ର ପିନ୍ଧି ରାତ୍ରିଯାକ କ୍ଷେପଣ କର; କାରଣ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହରୁ ଭକ୍ଷ୍ୟ-ନୈବେଦ୍ୟ ଓ ପେୟ-ନୈବେଦ୍ୟ ନିବୃତ୍ତ କରାଯାଇଅଛି।


ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି; କାରଣ ଅଗ୍ନି ପ୍ରାନ୍ତରର ଚରାଣି-ସ୍ଥାନସବୁ ଗ୍ରାସ କରିଅଛି ଓ ଅଗ୍ନିଶିଖା କ୍ଷେତ୍ରର ବୃକ୍ଷସବୁ ଦଗ୍ଧ କରିଅଛି।


ହେ ଇସ୍ରାଏଲବଂଶ, ଆମ୍ଭେ ତୁମ୍ଭମାନଙ୍କ ବିଷୟରେ ଏହି ଯେଉଁ ବିଳାପର ବାକ୍ୟ କହୁଅଛୁ, ତାହା ଶୁଣ।


ଏହେତୁ ପ୍ରଭୁ, ସୈନ୍ୟାଧିପତି ପରମେଶ୍ଵର ସଦାପ୍ରଭୁ ଏହି କଥା କହନ୍ତି; ଛକ-ସ୍ଥାନସକଳରେ ହାହାକାର ଶଦ୍ଦ ହେବ ଓ ରାଜଦାଣ୍ତସକଳରେ ଲୋକମାନେ ହାୟ ! ହାୟ ! କହିବେ; ଆଉ, ସେମାନେ କୃଷକକୁ ଶୋକ କରିବାକୁ ଓ ବିଳାପ ନିପୁଣ ଲୋକମାନଙ୍କୁ ହାହାକାର କରିବାକୁ ଡାକିବେ।


ସେଦିନ ଲୋକମାନେ ତୁମ୍ଭ ବିରୁଦ୍ଧରେ ଗୋଟିଏ ପ୍ରବାଦ ଧରି ଅତିଶୟ ବିଳାପ କରିବେ, ଆଉ କହିବେ, ଆମ୍ଭମାନଙ୍କର ସର୍ବନାଶ ହେଲା; ସେ ଆମ୍ଭ ଲୋକମାନଙ୍କର ଅଧିକାର ହସ୍ତାନ୍ତର କରନ୍ତି; ସେ କିପରି ଆମ୍ଭଠାରୁ ତାହା ଦୂର କରନ୍ତି। ସେ ଆମ୍ଭମାନଙ୍କର କ୍ଷେତ୍ର ବିଭାଗ କରି ବିଦ୍ରୋହୀମାନଙ୍କୁ ଦିଅନ୍ତି।


ଯୁବା ସିଂହମାନେ ତାହା ଉପରେ ଗର୍ଜନ ଓ ହୁଙ୍କାର କରିଅଛନ୍ତି ଓ ସେମାନେ ତାହାର ଦେଶ ଉଜାଡ଼ କରିଅଛନ୍ତି; ତାହାର ନଗରସବୁ ଦଗ୍ଧ ହୋଇ ନିବାସ-ବିହୀନ ହୋଇଅଛି।


ସେମାନେ ତାହା ଧ୍ଵଂସସ୍ଥାନ କରିଅଛନ୍ତି; ତାହା ଧ୍ଵଂସିତ ହୋଇ ଆମ୍ଭ ନିକଟରେ ବିଳାପ କରୁଅଛି; କେହି ମନୋଯୋଗ ନ କରିବାରୁ ସମୁଦାୟ ଦେଶ ଧ୍ଵଂସିତ ହେଉଅଛି।


କାରଣ ସିୟୋନ ପର୍ବତ ଉଚ୍ଛିନ୍ନ ସ୍ଥାନ ହୋଇଅଛି; କୋକିଶିଆଳିମାନେ ତହିଁ ଉପରେ ଭ୍ରମଣ କରନ୍ତି।


ତୁମ୍ଭମାନଙ୍କର ଯାବତୀୟ ବସତି-ସ୍ଥାନର ନଗରସକଳ ଉତ୍ସନ୍ନ ହେବ ଓ ଉଚ୍ଚସ୍ଥଳୀସବୁ ଧ୍ଵଂସ ହେବ, ତହିଁରେ ତୁମ୍ଭମାନଙ୍କର ଯଜ୍ଞବେଦିସବୁ ଉତ୍ସନ୍ନ ଓ ଧ୍ଵଂସ ହେବ ଓ ତୁମ୍ଭମାନଙ୍କର ଦେବତାଗଣ ଭଗ୍ନ ଓ ରହିତ ହେବେ ଓ ତୁମ୍ଭମାନଙ୍କର ସୂର୍ଯ୍ୟପ୍ରତିମାଗଣ ଉଚ୍ଛିନ୍ନ ହେବେ, ଆଉ ତୁମ୍ଭମାନଙ୍କର ହସ୍ତକୃତ କର୍ମସବୁ ଲୁପ୍ତ ହେବ।


ଏହେତୁ ତୁମ୍ଭମାନଙ୍କ ସକାଶୁ ସିୟୋନ କ୍ଷେତ୍ର ତୁଲ୍ୟ ଚାଷ କରାଯିବ ଓ ଯିରୂଶାଲମ ଢିପି ହେବ, ଆଉ ଗୃହର ପର୍ବତ ବନସ୍ଥ ଉଚ୍ଚସ୍ଥଳୀର ତୁଲ୍ୟ ହେବ।


Swiv nou:

Piblisite


Piblisite