Biblia Todo Logo
Bib sou entènèt

- Piblisite -




ଯିରିମୀୟ 8:4 - ପବିତ୍ର ବାଇବଲ (Re-edited) - (BSI)

4 ଆହୁରି, ତୁମ୍ଭେ ସେମାନଙ୍କୁ କହିବ, ସଦାପ୍ରଭୁ ଏହି କଥା କହନ୍ତି, ମନୁଷ୍ୟ ପଡ଼ିଲେ, କʼଣ ଆଉ ଉଠେ ନାହିଁ? ବିପଥରେ ଗଲେ, କʼଣ ଆଉ ଫେରେ ନାହିଁ?

Gade chapit la Kopi

ଓଡିଆ ବାଇବେଲ

4 ଆହୁରି, ତୁମ୍ଭେ ସେମାନଙ୍କୁ କହିବ, ସଦାପ୍ରଭୁ ଏହି କଥା କହନ୍ତି, “ମନୁଷ୍ୟ ପଡ଼ିଲେ, କ’ଣ ଆଉ ଉଠେ ନାହିଁ ? ବିପଥରେ ଗଲେ, କ’ଣ ଆଉ ଫେରେ ନାହିଁ ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆହୁରି, ତୁମ୍ଭେ ସେମାନଙ୍କୁ କହିବ, ସଦାପ୍ରଭୁ ଏହି କଥା କହନ୍ତି, ମନୁଷ୍ୟ ପଡ଼ିଲେ, କʼଣ ଆଉ ଉଠେ ନାହିଁ? ବିପଥରେ ଗଲେ, କʼଣ ଆଉ ଫେରେ ନାହିଁ?

Gade chapit la Kopi

ପବିତ୍ର ବାଇବଲ

4 “ହେ ଯିରିମିୟ, ଯିହୁଦାର ଲୋକମାନଙ୍କୁ ସଦାପ୍ରଭୁଙ୍କର ଏହି ବାକ୍ୟ କୁହ, “‘ମନୁଷ୍ୟ ପଡ଼ିଲେ କ’ଣ ଆଉ ଉଠେ ନାହିଁ? ବିପଥରେ ଗଲେ କ’ଣ ଆଉ ଫେରେ ନାହିଁ?

Gade chapit la Kopi




ଯିରିମୀୟ 8:4
15 Referans Kwoze  

ଯେଣୁ ଧାର୍ମିକ ସାତ ଥର ପଡ଼ିଲେ ହେଁ ପୁନର୍ବାର ଉଠେନ୍ତ ମାତ୍ର ଦୁଷ୍ଟମାନେ ବିପଦରେ ଝୁଣ୍ଟି ପଡ଼ନ୍ତି।


ହେ ମୋର ଶତ୍ରୁ, ମୋର ପ୍ରତିକୂଳରେ ଆନନ୍ଦ କର ନାହିଁ; ମୁଁ ପଡ଼ିଲେ ଉଠିବି; ମୁଁ ଅନ୍ଧକାରରେ ବସିଲେ ସଦାପ୍ରଭୁ ମୋର ଦୀପ୍ତିସ୍ଵରୂପ ହେବେ।


ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ନିକଟକୁ ଫେରି ଯାଉ; କାରଣ ସେ ବିଦୀର୍ଣ୍ଣ କରିଅଛନ୍ତି ଓ ସେ ଆମ୍ଭମାନଙ୍କୁ ସୁସ୍ଥ କରିବେ; ସେ ପ୍ରହାର କରିଅଛନ୍ତି ଓ ସେ ଆମ୍ଭମାନଙ୍କ କ୍ଷତ ବାନ୍ଧିବେ।


ଲୋକେ କହନ୍ତି, କେହି ଆପଣା ଭାର୍ଯ୍ୟାକୁ ତ୍ୟାଗ କଲେ, ସେ ସ୍ତ୍ରୀ ତାହା ନିକଟରୁ ଯାଇ ଯେବେ ଅନ୍ୟ ପୁରୁଷର ହୁଏ, ତେବେ ତାହାର ସ୍ଵାମୀ କି ପୁନର୍ବାର ତାହା ନିକଟକୁ ଯିବ? ଗଲେ, ସେହି ଦେଶ କି ଅତ୍ୟ; ଅଶୁଚି ନୋହିବ? ମାତ୍ର ତୁମ୍ଭେ ଅନେକ ଉପପତିର ସଙ୍ଗେ ବ୍ୟଭିଚାର କରିଅଛ ? ତଥାପି ସଦାପ୍ରଭୁ କହନ୍ତି, ତୁମ୍ଭେ ପୁନର୍ବାର ଆମ୍ଭ ନିକଟକୁ ଫେରି ଆସୁଅଛ !


ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ; ପୁଣି, ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ; ଆଉ, ସେ ଆମ୍ଭମାନଙ୍କର ପରମେଶ୍ଵରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ।


ଇସ୍ରାଏଲର କୁମାରୀ ପତିତ ହୋଇଅଛି, ସେ ଆଉ ଉଠିବ ନାହିଁ; ସେ ଆପଣା ଭୁମିରେ ପକା ଯାଇଅଛି; ତାହାକୁ ଉଠାଇବାକୁ କେହି ନାହିଁ।


ହେ ଇସ୍ରାଏଲ, ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ନିକଟକୁ ଫେରି ଆସ; କାରଣ ତୁମ୍ଭେ ଆପଣା ଅଧର୍ମରେ ପତିତ ହୋଇଅଛ।


ପୁଣି, ଇସ୍ରାଏଲର ଦର୍ପ ତାହାର ସାକ୍ଷାତରେ ସାକ୍ଷ୍ୟ ଦିଏ; ତଥାପି ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କ ନିକଟକୁ ଫେରି ନାହାନ୍ତି, କିଅବା ଏସବୁ ଘଟିଲେ ହେଁ ସେମାନେ ତାହାଙ୍କର ଅନ୍ଵେଷଣ କରି ନାହାନ୍ତି।


ପ୍ରଭୁ ସଦାପ୍ରଭୁକହନ୍ତି, ଦୁଷ୍ଟର ମରଣରେ କି ଆମ୍ଭର କିଛି ସନ୍ତୋଷ ଅଛି? ବରଂ ସେ ଆପଣା କୁପଥରୁ ଫେରି ବଞ୍ଚୁ, ଏଥିରେ କି ଆମ୍ଭର ସନ୍ତୋଷ ନାହିଁ?


ଆମ୍ଭେ ତୁମ୍ଭର ଅଧର୍ମସବୁ ନିବିଡ଼ କୁହୁଡ଼ିର ନ୍ୟାୟ ଓ ତୁମ୍ଭର ପାପସବୁ ମେଘ ପରି ମାର୍ଜନା କରିଅଛୁନ୍ତ ଆମ୍ଭ ନିକଟକୁ ଫେରି ଆସ; କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ।


ତେବେ ଆପଣା ଆପଣା ମନଃପୀଡ଼ା ଜାଣି କୌଣସି ଲୋକ କିଅବା ତୁମ୍ଭର ସମଗ୍ର ଇସ୍ରାଏଲ ଲୋକ ଏହି ଗୃହ ଆଡ଼େ ହସ୍ତ ବିସ୍ତାର କରି କୌଣସି ପ୍ରାର୍ଥନା କି ବିନତି କଲେ;


ହୋଇପାରେ, ଆମ୍ଭେ ଯିହୁଦା-ବଂଶ ପ୍ରତି ଯେସକଳ ଅମଙ୍ଗଳ ଘଟାଇବାର ସଙ୍କଳ୍ପ କରିଅଛୁ, ସେମାନେ ତାହାସବୁ ଶୁଣି ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେରିବେ; ତାହାହେଲେ, ଆମ୍ଭେ ସେମାନଙ୍କର ଅଧର୍ମ ଓ ପାପ କ୍ଷମା କରିବା।


ଯିରୂଶାଲମର ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ହିଁ ଆମ୍ଭେ ରୋମାଞ୍ଚଜନକ ବିଷୟ ଦେଖିଅଛୁ; ସେମାନେ ପରଦାର ଗମନ କରନ୍ତି, ମିଥ୍ୟାଚରଣ କରନ୍ତି ଓ ଦୁଷ୍କର୍ମକାରୀମାନଙ୍କର ହସ୍ତ ଏପରି ସବଳ କରନ୍ତି ଯେ, ସେମାନଙ୍କର କେହି ଆପଣା ଆପଣା ଦୁଷ୍ଟତାରୁ ଫେରନ୍ତି ନାହିଁ; ସେ ସମସ୍ତେ ଆମ୍ଭ ପ୍ରତି ସଦୋମର ତୁଲ୍ୟ ଓ ତହିଁର ନିବାସୀମାନେ ହମୋରା ସମାନ ଅଟନ୍ତି।


ସଦାପ୍ରଭୁ କହନ୍ତି, ହେ ଇସ୍ରାଏଲ, ଯେବେ ତୁମ୍ଭେ ଫେରିବ, ତେବେ ଆମ୍ଭ ନିକଟକୁ ତୁମ୍ଭେ ଫେରି ଆସିବ; ଆଉ, ଯେବେ ତୁମ୍ଭେ ଆମ୍ଭ ଦୃଷ୍ଟିରୁ ତୁମ୍ଭର ଘୃଣାଯୋଗ୍ୟ ବିଷୟସବୁ ଦୂର କରିବ, ତେବେ ତୁମ୍ଭେ ସ୍ଥାନାନ୍ତରୀକୃତ ନୋହିବ;


ହେ ବିପଥଗାମୀ ସନ୍ତାନଗଣ ଫେର, ଆମ୍ଭେ ତୁମ୍ଭମାନଙ୍କର ବିପଥଗମନରୂପ ରୋଗ ସୁସ୍ଥ କରିବା। ଦେଖ, ଆମ୍ଭେମାନେ ତୁମ୍ଭ ନିକଟକୁ ଆସିଅଛୁ; କାରଣ ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ଵର ଅଟ।


Swiv nou:

Piblisite


Piblisite