Biblia Todo Logo
Bib sou entènèt

- Piblisite -




ଯିରିମୀୟ 8:22 - ପବିତ୍ର ବାଇବଲ (Re-edited) - (BSI)

22 ଗିଲୀୟଦରେ କʼଣ ଔଷଧ ନାହିଁ? ସେଠାରେ କʼଣ ବୈଦ୍ୟ ନାହାନ୍ତି? ତେବେ ମୋʼ ଲୋକମାନଙ୍କ କନ୍ୟା କାହିଁକି ପୁନଃ ସ୍ଵାସ୍ଥ୍ୟଲାଭ କରୁ ନାହିଁ?

Gade chapit la Kopi

ଓଡିଆ ବାଇବେଲ

22 ଗିଲୀୟଦରେ କ’ଣ ଔଷଧ ନାହିଁ ? ସେଠାରେ କ’ଣ ବୈଦ୍ୟ ନାହାନ୍ତି ? ତେବେ ମୋ’ ଲୋକମାନଙ୍କ କନ୍ୟା କାହିଁକି ପୁନଃ ସ୍ୱାସ୍ଥ୍ୟଲାଭ କରୁ ନାହିଁ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଗିଲୀୟଦରେ କʼଣ ଔଷଧ ନାହିଁ? ସେଠାରେ କʼଣ ବୈଦ୍ୟ ନାହାନ୍ତି? ତେବେ ମୋʼ ଲୋକମାନଙ୍କ କନ୍ୟା କାହିଁକି ପୁନଃ ସ୍ୱାସ୍ଥ୍ୟଲାଭ କରୁ ନାହିଁ?

Gade chapit la Kopi

ପବିତ୍ର ବାଇବଲ

22 ଗିଲିୟଦରେ ଔଷଧ ଅଛି ଓ ସେଠାରେ ବୈଦ୍ୟମାନେ ମଧ୍ୟ ଅଛନ୍ତି। ତେବେ ମୋର ଆଘାତପ୍ରାପ୍ତ ଲୋକମାନେ କାହିଁକି ଆରୋଗ୍ୟଲାଭ କରୁ ନାହାନ୍ତି?

Gade chapit la Kopi




ଯିରିମୀୟ 8:22
17 Referans Kwoze  

ଗୋ ମିସରର ଅନୁଢ଼ା କନ୍ୟେ, ତୁମ୍ଭେ ଗିଲୀୟଦକୁ ଉଠି ଯାଇ ଔଷଧ ନିଅ। ତୁମ୍ଭେ ବ୍ୟର୍ଥରେ ଅନେକ ଔଷଧ ବ୍ୟବହାର କରୁଅଛ; ତୁମ୍ଭ ପାଇଁ ଆରୋଗ୍ୟ ନାହିଁ।


ତହୁଁ ସେମାନେ ଭୋଜନ କରିବାକୁ ବସିଲେ; ସେମାନେ ଅନାଇ ଦେଖିଲେ, ଯେ ଗିଲୀୟଦରୁ ଏକ ଦଳ ଇଶ୍ମାଏଲୀୟ ପଥିକ ଓଟ ଉପରେ ସୁଗନ୍ଧି ଦ୍ରବ୍ୟ ଓ ଗୁଗ୍ଗୁଳ ଓ ଗନ୍ଧରସ ଘେନି ମିସର ଦେଶକୁ ଯାଉଅଛନ୍ତି।


ବାବିଲ ଅକସ୍ମାତ୍ ପତିତ ଓ ବିନଷ୍ଟ ହୋଇଅଛି; ତାହା ପାଇଁ ହାହାକାର କର; ତାହାର ବେଦନାର ପାଇଁ ଔଷଧ ନିଅ , କେଜାଣି ସେ ସୁସ୍ଥ ହୋଇ ପାରିବ।


ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ, ଯେ କି କାହାରି ଦ୍ଵାରା ସୁସ୍ଥ ହୋଇ ପାରି ନ ଥିଲା,


ତହୁଁ ସେମାନଙ୍କ ପିତା ଇସ୍ରାଏଲ ସେମାନଙ୍କୁ କହିଲେ, ଯେବେ ଏପରି ହୁଏ, ତେବେ ଗୋଟିଏ କର୍ମ କର; ତୁମ୍ଭେମାନେ ଆପଣା ଆପଣା ପାତ୍ରରେ ଏହି ଦେଶର ଉତ୍ତମ ଦ୍ରବ୍ୟ, ଅର୍ଥାତ୍, ଗୁଗ୍ଗୁଳ, ମଧୁ, ସୁଗନ୍ଧି ଦ୍ରବ୍ୟ, ଗନ୍ଧରସ, ପେସ୍ତା ଓ ବାଦାମ କିଛି କିଛି ଘେନି ସେହି ବ୍ୟକ୍ତିକି ଭେଟୀ ଦିଅ।


ଆଃ, ଯେବେ ମୋହର ମସ୍ତକ ଜଳମୟ ଓ ମୋର ଚକ୍ଷୁ ଲୋତକର ଝର ସ୍ଵରୂପ ହୁଅନ୍ତା, ତେବେ ମୁଁ ଆପଣା ଲୋକମାନଙ୍କ କନ୍ୟାର ହତ ଲୋକମାନଙ୍କ ନିମନ୍ତେ ଦିବାରାତ୍ର କ୍ରନ୍ଦନ କରି ପାରନ୍ତି !


ତୁମ୍ଭେ କି ଯିହୁଦାକୁ ନିତା; ଅଗ୍ରାହ୍ୟ କରିଅଛ? ତୁମ୍ଭର ପ୍ରାଣ କି ସିୟୋନକୁ ଘୃଣା କରିଅଛି? କିହେତୁ ତୁମ୍ଭେ ଆମ୍ଭମାନଙ୍କୁ ପ୍ରହାର କଲ ଓ ଆମ୍ଭମାନଙ୍କ ପୀଡ଼ାର କୌଣସି ପ୍ରତିକାର ନାହିଁ? ଆମ୍ଭେମାନେ ଶାନ୍ତିର ଅପେକ୍ଷା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ ଓ ଆମ୍ଭେମାନେ ସ୍ଵାସ୍ଥ୍ୟ ସମୟର ଅପେକ୍ଷା କଲୁ, ଆଉ ଦେଖ, ଆଶଙ୍କା ଉପସ୍ଥିତ !


ଆଗୋ ଯିରୂଶାଲମର କନ୍ୟେ, ମୁଁ ତୁମ୍ଭ ନିକଟରେ କେଉଁ ସାକ୍ଷ୍ୟ ଦେବି? ମୁଁ କାହା ସହିତ ତୁମ୍ଭର ଉପମା ଦେବି? ଆଗୋ ସିୟୋନ କୁମାରୀ, ମୁଁ ତୁମ୍ଭକୁ ସାନ୍ତ୍ଵନା ଦେବା ପାଇଁ କାହାର ସମାନ ତୁମ୍ଭକୁ କରିବି? କାରଣ ତୁମ୍ଭର କ୍ଷତ ସମୁଦ୍ର ପରି ବଡ଼; କିଏ ତୁମ୍ଭକୁ ସୁସ୍ଥ କରି ପାରେ?


ରୁବେନ-ସନ୍ତାନଗଣର ଓ ଗାଦ-ସନ୍ତାନଗଣର ଅନେକ ପଶୁପଲ ଥିଲା; ଏଣୁ ସେମାନେ ଯାସେର ଦେଶକୁ ଓ ଗିଲୀୟଦ ଦେଶକୁ ଦେଖିଲେ ଯେ, ଦେଖ, ସେ ସ୍ଥାନ ପଶୁପଲ ନିମନ୍ତେ ସ୍ଥାନ ଅଟେ।


ଯେପରି ନିର୍ଝର ଜଳ ନିର୍ଗତ କରେ, ସେପରି ସେ ଆପଣା ଦୁଷ୍ଟତା ନିର୍ଗତ କରେ; ତାହା ମଧ୍ୟରେ ଦୌରାତ୍ମ୍ୟ ଓ ଅପହରଣ ଶୁଣାଯାଏ; ପୁଣି, ପୀଡ଼ା ଓ କ୍ଷତ ନିରନ୍ତର ଆମ୍ଭ ସାକ୍ଷାତରେ ଥାଏ।


ପୁଣି, ଆମ୍ଭେ ଯିରୂଶାଲମକୁ ଢିପି ଓ ଶୃଗାଳଗଣର ବାସସ୍ଥାନ କରିବା; ଆଉ, ଆମ୍ଭେ ଯିହୁଦାର ନଗରସମୂହକୁ ନିବାସୀବିହୀନ ଧ୍ଵଂସସ୍ଥାନ କରିବା।


କାରଣ ଯିହୁଦାର ରାଜଗୃହ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଆମ୍ଭ ପ୍ରତି ଗିଲୀୟଦ୍ ଓ ଲିବାନୋନର ଶୃଙ୍ଗ ସ୍ଵରୂପ ଅଟ; ତଥାପି ଆମ୍ଭେ ନିଶ୍ଚୟ ତୁମ୍ଭକୁ ପ୍ରାନ୍ତର ଓ ନିବାସୀବିହୀନ ନଗରସମୂହର ସ୍ଵରୂପ କରିବା।


ଯିହୁଦା ଓ ଇସ୍ରାଏଲ ଦେଶ ତୁମ୍ଭର ବ୍ୟବସାୟୀ ଥିଲେ; ସେମାନେ ମିନ୍ନୀତର ଗହମ ଓ ମିଷ୍ଟାନ୍ନ, ମଧୁ, ତୈଳ ଓ ଗୁଗ୍ଗୁଳ ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।


Swiv nou:

Piblisite


Piblisite