Biblia Todo Logo
Bib sou entènèt

- Piblisite -




ଯିରିମୀୟ 7:8 - ପବିତ୍ର ବାଇବଲ (Re-edited) - (BSI)

8 ଦେଖ, ଯଦ୍ଦ୍ଵାରା ଉପକାର ହୋଇ ନ ପାରେ, ଏପରି ମିଥ୍ୟା କଥାରେ ତୁମ୍ଭେମାନେ ବିଶ୍ଵାସ କରୁଅଛ।

Gade chapit la Kopi

ଓଡିଆ ବାଇବେଲ

8 ଦେଖ, ଯଦ୍ଦ୍ୱାରା ଉପକାର ହୋଇ ନ ପାରେ, ଏପରି ମିଥ୍ୟା କଥାରେ ତୁମ୍ଭେମାନେ ବିଶ୍ୱାସ କରୁଅଛ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଦେଖ, ଯଦ୍ଦ୍ୱାରା ଉପକାର ହୋଇ ନ ପାରେ, ଏପରି ମିଥ୍ୟା କଥାରେ ତୁମ୍ଭେମାନେ ବିଶ୍ୱାସ କରୁଅଛ।

Gade chapit la Kopi

ପବିତ୍ର ବାଇବଲ

8 “‘ମାତ୍ର ତୁମ୍ଭେମାନେ ମିଥ୍ୟା କଥାରେ ବିଶ୍ୱାସ କରୁଅଛ ଯାହାକି ମୂଲ୍ୟହୀନ।

Gade chapit la Kopi




ଯିରିମୀୟ 7:8
14 Referans Kwoze  

ତୁମ୍ଭେମାନେ କହିଅଛ, ଆମ୍ଭେମାନେ ମୃତ୍ୟୁ ସଙ୍ଗେ ନିୟମ କରିଅଛୁ ଓ ପାତାଳ ସଙ୍ଗେ ଆମ୍ଭମାନଙ୍କର ସନ୍ଧି ଅଛି; ଏହେତୁ ଜଳପ୍ରଳୟରୂପ କୋରଡ଼ା ଉପସ୍ଥିତ ହେବା ବେଳେ ତାହା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ; କାରଣ ଆମ୍ଭେମାନେ ମିଥ୍ୟାକୁ ଆପଣାମାନଙ୍କର ଆଶ୍ରୟ କରିଅଛୁ ଓ ଅସତ୍ୟର ତଳେ ଆମ୍ଭେମାନେ ଆପଣାମାନଙ୍କୁ ଲୁଚାଇଅଛୁ;


ସଦାପ୍ରଭୁ କହନ୍ତି, ଦେଖ,ଯେଉଁମାନେ ମିଥ୍ୟା ସ୍ଵପ୍ନର ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି ଓ ତାହା ଜଣାଇ, ଆପଣାମାନଙ୍କର ମିଥ୍ୟା କଥା ଓ ଅସାର ଦାମ୍ଭିକତା ଦ୍ଵାରା ଆମ୍ଭ ଲୋକମାନଙ୍କୁ ଭ୍ରାନ୍ତ କରାନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ; ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ, କିଅବା ସେମାନଙ୍କୁ ଆଜ୍ଞା ଦେଇ ନାହୁଁ; ଅଥଚ ସେମାନେ ଏହି ଲୋକମାନଙ୍କର କିଛିମାତ୍ର ଉପକାର କରି ପାରିବେ ନାହିଁ।


ଯେଉଁ ଭବିଷ୍ୟଦ୍ବକ୍ତାମାନେ ମିଥ୍ୟା ଭବିଷ୍ୟଦ୍-ବାକ୍ୟ ପ୍ରଚାର କରନ୍ତି, ଅର୍ଥାତ୍, ଯେଉଁମାନେ ନିଜ ଅନ୍ତଃକରଣର କାପଟ୍ୟର ଭବିଷ୍ୟଦ୍ବକ୍ତା ଅଟନ୍ତି, ସେମାନଙ୍କ ଅନ୍ତଃକରଣରେ ଏହା କେତେକାଳ ଥିବ?


ଏହେତୁ ଆମ୍ଭେ ଅନ୍ୟମାନଙ୍କୁ ସେମାନଙ୍କର ଭାର୍ଯ୍ୟାଗଣ ଓ ଅନ୍ୟ ଅନ୍ୟ ଅଧିକାରୀଙ୍କୁ ସେମାନଙ୍କର କ୍ଷେତ୍ରସବୁ ଦେବା; କାରଣ ସେମାନଙ୍କର କ୍ଷୁଦ୍ରଠାରୁ ଅତ୍ୟ; ମହାନ ଲୋକ ପର୍ଯ୍ୟନ୍ତ ପ୍ରତ୍ୟେକେ ହିଁ ଲୋଭାସକ୍ତ, ଭବିଷ୍ୟଦ୍ବକ୍ତାଠାରୁ ଯାଜକ ପର୍ଯ୍ୟନ୍ତ ପ୍ରତ୍ୟେକେ ହିଁ ମିଥ୍ୟାଚରଣ କରନ୍ତି।


ଏହିସବୁ ସଦାପ୍ରଭୁଙ୍କର ମନ୍ଦିର, ସଦାପ୍ରଭୁଙ୍କର ମନ୍ଦିର, ସଦାପ୍ରଭୁଙ୍କର ମନ୍ଦିର, ଏହି ମିଥ୍ୟା କଥାରେ ବିଶ୍ଵାସ କର ନାହିଁ।


ଭବିଷ୍ୟଦ୍ବକ୍ତାମାନେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି ଓ ସେମାନଙ୍କ ଦ୍ଵାରା ଯାଜକମାନେ କର୍ତ୍ତୃତ୍ଵ କରନ୍ତି; ପୁଣି, ଆମ୍ଭର ଲୋକମାନେ ଏପରି ହେବାର ଭଲ ପାଆନ୍ତି; ମାତ୍ର ତହିଁର ଶେଷରେ ତୁମ୍ଭେମାନେ କଅଣ କରିବ?


ଏଥିରେ ମୁଁ କହିଲି, ହାୟ ହାୟ, ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଏହି ଲୋକମାନଙ୍କୁ ଓ ଯିରୂଶାଲମକୁ ତୁମ୍ଭମାନଙ୍କର ଶାନ୍ତି ହେବ ବୋଲି କହି ନିଶ୍ଚୟ ଅତିଶୟ ଭ୍ରାନ୍ତ କରିଅଛ; ଯେହେତୁ ଖଡ଼୍‍ଗ ପ୍ରାଣକୁ ଆଘାତ କରୁଅଛି।


ସେମାନେ ଦର୍ଶକଗଣକୁ କହନ୍ତି, ତୁମ୍ଭେମାନେ ଦର୍ଶନ କର ନାହିଁ ଓ ଭବିଷ୍ୟଦ୍ବକ୍ତାଗଣକୁ କହନ୍ତି, ତୁମ୍ଭେମାନେ ଆମ୍ଭମାନଙ୍କ ନିକଟରେ ଯଥାର୍ଥ ବାକ୍ୟ ପ୍ରଚାର କର ନାହିଁ, ଆମ୍ଭମାନଙ୍କୁ କୋମଳ କଥା କୁହ ଓ ଭ୍ରାନ୍ତିଜନକ ବାକ୍ୟ ପ୍ରଚାର କର;


କେହି ନ୍ୟାୟରେ ଗୁହାରି ଶୁଣେ ନାହିଁ ଓ କେହି ସତ୍ୟରେ ପ୍ରତିବାଦ କରେ ନାହିଁ; ସେମାନେ ଅସାରତାରେ ନିର୍ଭର କରନ୍ତି ଓ ମିଥ୍ୟା କଥା କହନ୍ତି; ସେମାନେ ଅନିଷ୍ଟକୁ ଗର୍ଭରେ ଧାରଣ କରନ୍ତି ଓ ଅପରାଧ ପ୍ରସବ କରନ୍ତି।


ତହିଁରେ ଯିରିମୀୟ ଭବିଷ୍ୟଦ୍ବକ୍ତା ହନାନୀୟ ଭବିଷ୍ୟଦ୍ବକ୍ତାକୁ କହିଲେ, ହେ ହନାନୀୟ, ଏବେ ଶୁଣ; ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାନ୍ତି; ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ୟା କଥାରେ ବିଶ୍ଵାସ କରାଉଅଛ।


ସଦାପ୍ରଭୁ କହନ୍ତି, ଆମ୍ଭଠାରୁ ଏହି ତୁମ୍ଭର ବାଣ୍ଟ ଓ ପରିମିତ ଅଂଶ; କାରଣ ତୁମ୍ଭେ ଆମ୍ଭକୁ ପାସୋରି ଅଛ ଓ ମିଥ୍ୟାରେ ବିଶ୍ଵାସ କରିଅଛ।


Swiv nou:

Piblisite


Piblisite