Biblia Todo Logo
Bib sou entènèt

- Piblisite -




ଯିରିମୀୟ 6:5 - ପବିତ୍ର ବାଇବଲ (Re-edited) - (BSI)

5 ଉଠ, ଆମ୍ଭେମାନେ ରାତ୍ରିରେ ଯାତ୍ରା କରୁ ଓ ତାହାର ଅଟ୍ଟାଳିକାସବୁ ବିନାଶ କରୁ।

Gade chapit la Kopi

ଓଡିଆ ବାଇବେଲ

5 ଉଠ, ଆମ୍ଭେମାନେ ରାତ୍ରିରେ ଯାତ୍ରା କରୁ ଓ ତାହାର ଅଟ୍ଟାଳିକାସବୁ ବିନାଶ କରୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 “ଉଠ, ଆମ୍ଭେମାନେ ରାତ୍ରିରେ ଯାତ୍ରା କରୁ ଓ ତାହାର ଅଟ୍ଟାଳିକାସବୁ ବିନାଶ କରୁ।”

Gade chapit la Kopi

ପବିତ୍ର ବାଇବଲ

5 ତେଣୁ ଉଠ, ଆସ ଆମ୍ଭେମାନେ ରାତ୍ରିରେ ଆକ୍ରମଣ କରିବା ଓ ରାଜପ୍ରାସାଦଗୁଡ଼ିକୁ ଧ୍ୱଂସ କରିବା।”

Gade chapit la Kopi




ଯିରିମୀୟ 6:5
12 Referans Kwoze  

ପୁଣି, ସେ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଦଗ୍ଧ କଲା; ପୁଣି, ସେ ଯିରୂଶାଲମସ୍ଥ ସକଳ ଗୃହ, ଅର୍ଥାତ୍, ପ୍ରତ୍ୟେକ ବୃହତ ଗୃହ ଅଗ୍ନିରେ ଦଗ୍ଧ କଲା।


କାରଣ, ରାଜପୁରୀ ପରିତ୍ୟକ୍ତ ହେବ ଓ ଜନପୂର୍ଣ୍ଣ ନଗର ଜନଶୂନ୍ୟ ହେବ; ଗିରି ଓ ପ୍ରହରୀ-ଦୁର୍ଗ ଚିରକାଳ ଗୁହାମୟ, ବନଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହେବନ୍ତ


ହେ ଲିବାନୋନ, ତୁମ୍ଭର ଏରସବୃକ୍ଷ ସକଳକୁ ଅଗ୍ନି ଯେପରି ଗ୍ରାସ କରିବ, ଏଥିପାଇଁ ତୁମ୍ଭର କବାଟସବୁ ମେଲାଇ ଦିଅ।


ମାତ୍ର ଆମ୍ଭେ ଯିହୁଦା ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ଯିରୂଶାଲମର ଅଟ୍ଟାଳିକାସକଳ ଗ୍ରାସ କରିବ।


କାରଣ ଇସ୍ରାଏଲ ଆପଣା ସୃଷ୍ଟିକର୍ତ୍ତାଙ୍କୁ ପାସୋରିଅଛି ଓ ନାନା ଅଟ୍ଟାଳିକା ନିର୍ମାଣ କରିଅଛି ଓ ଯିହୁଦା ଅନେକ ପ୍ରାଚୀରବେଷ୍ଟିତ ନଗର ପ୍ରସ୍ତୁତ କରିଅଛି, ମାତ୍ର ଆମ୍ଭେ ତାହାର ନଗରସକଳର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଦୁର୍ଗସଳକ ଗ୍ରାସ କରିବ।


ମାତ୍ର ଯେବେ ତୁମ୍ଭେମାନେ ଆମ୍ଭ ବାକ୍ୟରେ ଅବଧାନ ନ କରି ବିଶ୍ରାମ ଦିନକୁ ପବିତ୍ର ରୂପେ ପାଳନ ନ କର ଓ ବିଶ୍ରାମ ଦିନରେ ବୋଝ ବହି ଯିରୂଶାଲମର ଦ୍ଵାରରେ ପ୍ରବେଶ କର, ତେବେ ଆମ୍ଭେ ତହିଁର ଦ୍ଵାର-ସମୂହରେ ଅଗ୍ନି ଜ୍ଵଳାଇବା, ପୁଣି ତାହା ଯିରୂଶାଲମର ଅଟ୍ଟାଳିକାସକଳ ଗ୍ରାସ କରିବ ଓ ତାହା ନିର୍ବାଣ ନୋହିବ।


କାରଣ ମୃତ୍ୟୁ ଆମ୍ଭମାନଙ୍କର ଝରକା ଦେଇ ଆସି ଆମ୍ଭମାନଙ୍କ ଅଟ୍ଟାଳିକାମାନରେ ପ୍ରବେଶ କରିଅଛି; ସେ ବାହାରେ ବାଳକମାନଙ୍କୁ ଓ ଛକରେ ଯୁବାମାନଙ୍କୁ ଉଚ୍ଛିନ୍ନ କରିବାକୁ ଉଦ୍ୟତ।


ତହିଁର ଅଟ୍ଟାଳିକାସମୂହ ମଧ୍ୟରେ ପରମେଶ୍ଵର ଆଶ୍ରୟ ସ୍ଵରୂପ ବୋଲି ଆପଣାର ପରିଚୟ ଦେଇଅଛନ୍ତି।


ପୁଣି, ସେମାନେ ପରମେଶ୍ଵରଙ୍କ ଗୃହ ଦଗ୍ଧ କଲେ ଓ ଯିରୂଶାଲମର ପ୍ରାଚୀର ଭଗ୍ନ କଲେ ଓ ତହିଁର ଅଟ୍ଟାଳିକାସବୁ ଅଗ୍ନିରେ ଦଗ୍ଧ କରି ସେଠାରେ ଥିବା ମନୋହର ପାତ୍ରସବୁ ବିନାଶ କଲେ।


ପ୍ରଭୁ ସଦାପ୍ରଭୁ ଇଦୋମ ବିଷୟରେ ଏହି କଥା କହନ୍ତି; ଆମ୍ଭେମାନେ ସଦାପ୍ରଭୁଙ୍କ ନିକଟରୁ ସମାଚାର ଶୁଣିଅଛୁ ଓ ଗୋଷ୍ଠୀଗଣ ମଧ୍ୟକୁ ଏକ ଦୂତ ପ୍ରେରିତ ହୋଇଅଛି, ତୁମ୍ଭେମାନେ ଉଠ ଓ ତାହା ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆମ୍ଭେମାନେ ଉଠୁ।


ତେବେ, ନଗରରେ ଏକ ସ୍ଥାନ ଭଗ୍ନ ହୁଅନ୍ତେ, ସମସ୍ତ ଯୋଦ୍ଧା ରାତ୍ରିଯୋଗେ ରାଜାର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ଦ୍ଵାର-ପଥ ଦେଇ ପଳାଇଲେ; ସେସମୟରେ କଲ୍ଦୀୟମାନେ ନଗରର ବିରୁଦ୍ଧରେ ଚତୁର୍ଦ୍ଦିଗରେ ଥିଲେ; ପୁଣି, ଲୋକମାନେ ଆରବା-ପଥ ଦେଇ ଚାଲିଗଲେ।


Swiv nou:

Piblisite


Piblisite