Biblia Todo Logo
Bib sou entènèt

- Piblisite -




ଯିରିମୀୟ 51:7 - ପବିତ୍ର ବାଇବଲ (Re-edited) - (BSI)

7 ବାବିଲ ସଦାପ୍ରଭୁଙ୍କ ହସ୍ତରେ ଏକ ସୁବର୍ଣ୍ଣ ପାତ୍ର ସ୍ଵରୂପ ହୋଇଅଛି, ତାହା ସମୁଦାୟ ପୃଥିବୀକି ମତ୍ତ କରିଅଛି; ଗୋଷ୍ଠୀୟମାନେ ତାହାର ଦ୍ରାକ୍ଷାରସ ପାନ କରିଅଛନ୍ତି; ଏହେତୁ ଗୋଷ୍ଠୀୟମାନେ ଉନ୍ମତ୍ତ ଅଟନ୍ତି।

Gade chapit la Kopi

ଓଡିଆ ବାଇବେଲ

7 ବାବିଲ ସଦାପ୍ରଭୁଙ୍କ ହସ୍ତରେ ଏକ ସୁବର୍ଣ୍ଣ ପାତ୍ର ସ୍ୱରୂପ ହୋଇଅଛି, ତାହା ସମୁଦାୟ ପୃଥିବୀକୁ ମତ୍ତ କରିଅଛି; ଗୋଷ୍ଠୀୟମାନେ ତାହାର ଦ୍ରାକ୍ଷାରସ ପାନ କରିଅଛନ୍ତି; ଏହେତୁ ଗୋଷ୍ଠୀୟମାନେ ପାଗଳ ହୋଇଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ବାବିଲ ସଦାପ୍ରଭୁଙ୍କ ହସ୍ତରେ ଏକ ସୁବର୍ଣ୍ଣ ପାତ୍ର ସ୍ୱରୂପ ହୋଇଅଛି, ତାହା ସମୁଦାୟ ପୃଥିବୀକୁ ମତ୍ତ କରିଅଛି; ଗୋଷ୍ଠୀୟମାନେ ତାହାର ଦ୍ରାକ୍ଷାରସ ପାନ କରିଅଛନ୍ତି; ଏହେତୁ ଗୋଷ୍ଠୀୟମାନେ ପାଗଳ ହୋଇଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

7 ବାବିଲ ସଦାପ୍ରଭୁଙ୍କ ହସ୍ତରେ ଏକ ସୁବର୍ଣ୍ଣ ପାତ୍ର ସ୍ୱରୂପ ହୋଇଅଛି। ତାହା ସମଗ୍ର ପୃଥିବୀକୁ ମତୁଆଳ କରିଅଛି। ଗୋଷ୍ଠୀମାନେ ତାହାର ଦ୍ରାକ୍ଷାରସ ପାନ କରିଅଛନ୍ତି। ତେଣୁ ସେମାନେ ଉନ୍ମତ୍ତ ହୋଇଅଛନ୍ତି।

Gade chapit la Kopi




ଯିରିମୀୟ 51:7
16 Referans Kwoze  

ତାହାଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍, ଦ୍ଵିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିଙ୍କୁ ଆପଣା ବ୍ୟଭିଚାରର କାମରୂପ ମଦିରା ପାନ କରାଇଅଛି, ସେ ପତିତ, ଅଧଃପତିତ ହୋଇଅଛି।


ସ୍ତ୍ରୀଲୋକ ବାଇଗଣିଆ ଓ ଲୋହିତବର୍ଣ୍ଣ ବସ୍ତ୍ର ପରିହିତା, ପୁଣି ସୁବର୍ଣ୍ଣ, ବହୁମୂଲ୍ୟ ମଣି ଓ ମୁକ୍ତାରେ ଭୂଷିତା; ତାହାର ହସ୍ତରେ ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଘୃଣ୍ୟ ପଦାର୍ଥ ଓ ତାହାର ବ୍ୟଭିଚାର ରୂପ ଅଶୁଚି କର୍ମରେ ପରିପୂର୍ଣ୍ଣ;


କାରଣ ଜାତିସମୂହ ତାହାର ବ୍ୟଭିଚାରର କାମରୂପ ମଦିରା ପାନ କରିଅଛନ୍ତି, ପୃଥିବୀର ରାଜାମାନେ ତାହା ସହିତ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀର ବଣିକମାନେ ତାହାର ବିଳାସିତାରେ ଧନୀ ହୋଇଅଛନ୍ତି।


ଯାହା ସହିତ ପୃଥିବୀର ରାଜାମାନେ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀ ନିବାସୀମାନେ ଯାହାର ବ୍ୟଭିଚାର-ରୂପ ମଦିରାରେ ମତ୍ତ ହୋଇଅଛନ୍ତି, ତାହାର ଦଣ୍ତ ତୁମ୍ଭକୁ ଦେଖାଇବି,।


ସେହି ପ୍ରତିମାର ମସ୍ତକ ଶୁଦ୍ଧ ସୁବର୍ଣ୍ଣମୟ, ତାହାର ବକ୍ଷ ଓ ବାହୁ ରୌପ୍ୟମୟ, ତାହାର ଉଦର ଓ ଜଙ୍ଘ ପିତ୍ତଳମୟ,


କାରଣ ତାହାଙ୍କ ବିଚାର ସତ୍ୟ ଓ ନ୍ୟାଯ୍ୟ; ଯେଉଁ ମହାବେଶ୍ୟା ଆପଣା ବ୍ୟଭିଚାର ଦ୍ଵାରା ପୃଥିବୀକୁ ଭ୍ରଷ୍ଟ କରିଥିଲା, ସେ ତାହାକୁ ଦଣ୍ତ ଦେଇ ଆପଣା ଦାସମାନଙ୍କ ରକ୍ତପାତର ପରିଶୋଧ ତାହାଠାରୁ ନେଇଅଛନ୍ତି।


ପ୍ରଦୀପର ଆଲୋକ ତୋʼ ମଧ୍ୟରେ ଆଉ କେବେ ହେଁ ପ୍ରଜ୍ଵଳିତ ହେବ ନାହିଁ, ପୁଣି ବରକନ୍ୟାଙ୍କ ଶଦ୍ଦ ତୋʼ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ, କାରଣ ତୋହର ବଣିକମାନେ ପୃଥିବୀରେ ମହାନ ଥିଲେ, ଆଉ ତୋହର ମାୟାରେ ଜାତିସମୂହ ଭ୍ରାନ୍ତ ହୋଇଥିଲେ,


ଆଉ, ଯେକୌଣସି ସ୍ଥାନରେ ମନୁଷ୍ୟସନ୍ତାନଗଣ ବାସ କରନ୍ତି, ସେସ୍ଥାନସ୍ଥ ଭୂଚର ପଶୁଗଣ ଓ ଆକାଶର ପକ୍ଷୀଗଣକୁ ସେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛନ୍ତି ଓ ସେହି ସକଳର ଉପରେ ଆପଣଙ୍କୁ କର୍ତ୍ତୃତ୍ଵ ଦେଇଅଛନ୍ତି; ଆପଣ ହିଁ ସେହି ସୁବର୍ଣ୍ଣମୟ ମସ୍ତକ ଅଟନ୍ତି।


ତାହାର ଜଳାଶୟ ଉପରେ ଉତ୍ତାପ ଅଛି ଓ ତାହା ଶୁଷ୍କ ହୋଇଯିବ; କାରଣ ସେ ଖୋଦିତ ପ୍ରତିମାଗଣର ଦେଶ, ଆଉ ଲୋକମାନେ ଆପଣା ଆପଣା ଦେବଗଣରେ ଉନ୍ମତ୍ତ ଅଟନ୍ତି।


ଏଥିପାଇଁ ଦେଖ, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ, ପୁଣି ଆମ୍ଭର ଦାସ ବାବିଲର ରାଜା ନବୂଖଦ୍ନିତ୍ସରକୁ ନେଇ ଏହି ଦେଶ ବିରୁଦ୍ଧରେ ଓ ତନ୍ନିବାସୀମାନଙ୍କ ବିରୁଦ୍ଧରେ ଓ ତହିଁର ଚତୁର୍ଦ୍ଦିଗସ୍ଥ ଏହିସବୁ ଗୋଷ୍ଠୀ ବିରୁଦ୍ଧରେ ଆଣିବା; ଆଉ, ଆମ୍ଭେ ସେମାନଙ୍କୁ ନିଃଶେଷ ରୂପେ ବିନାଶ କରିବା ଓ ସେମାନଙ୍କୁ ବିସ୍ମୟ ଓ ଶୀସ୍ ଶଦ୍ଦର ବିଷୟ ଓ ଚିର କାଳର ଉତ୍ସନ୍ନ ସ୍ଥାନ କରିବା।


ସେଦିନ ତୁମ୍ଭେ ବାବିଲ-ରାଜ ବିରୁଦ୍ଧରେ ଏହି ଦୃଷ୍ଟାନ୍ତ କଥା ନେଇ କହିବ, ଯଥା, ଉପଦ୍ରବକାରୀ କିପରି ଶେଷ ହୋଇଅଛି ! ସୁବର୍ଣ୍ଣ ନଗରୀ କିପରି ଶେଷ ହୋଇଅଛି !


ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ଦେଶନିବାସୀ ସମସ୍ତ ଲୋକଙ୍କୁ, ଅର୍ଥାତ୍ ଦାଉଦର ସିଂହାସନୋପବିଷ୍ଟ ରାଜଗଣକୁ ଓ ଯାଜକଗଣକୁ, ଭବିଷ୍ୟଦ୍ବକ୍ତାଗଣକୁ ଓ ଯିରୂଶାଲମ ନିବାସୀ ସମସ୍ତଙ୍କୁ ମତ୍ତତାରେ ପୂର୍ଣ୍ଣ କରିବା।


ଆଉ, ତାହା ସଙ୍ଗେ ନିଶ୍ଚି; ଲୋକାରଣ୍ୟର କଳରବ ଥିଲା ଓ ସାଧାରଣ ଲୋକଙ୍କ ସହିତ ପ୍ରାନ୍ତରରୁ ମଦ୍ୟପାୟୀମାନେ ଅଣାଗଲେ; ପୁଣି, ସେମାନେ ସେମାନଙ୍କ ହସ୍ତରେ କଙ୍କଣ ଓ ସେମାନଙ୍କ ମସ୍ତକରେ ସୁନ୍ଦର ମୁକୁଟ ପିନ୍ଧାଇଲେ।


Swiv nou:

Piblisite


Piblisite