Biblia Todo Logo
Bib sou entènèt

- Piblisite -




ଯିରିମୀୟ 51:11 - ପବିତ୍ର ବାଇବଲ (Re-edited) - (BSI)

11 ତୁମ୍ଭେମାନେ ତୀର ତୀକ୍ଷ୍ଣ କର; ଦୃଢ଼ କରି ଢାଲ ଧର; ସଦାପ୍ରଭୁ ମାଦୀୟ ରାଜଗଣର ମନ ଉତ୍ତେଜିତ କରିଅଛନ୍ତି; କାରଣ ବାବିଲକୁ ନଷ୍ଟ କରିବା ପାଇଁ ତାହା ବିରୁଦ୍ଧରେ ତାହାଙ୍କର ସଙ୍କଳ୍ପ ଅଛି; ଯେହେତୁ ଏହା ସଦାପ୍ରଭୁଙ୍କର ଦାତବ୍ୟ ପ୍ରତିଶୋଧ, ତାହାଙ୍କର ମନ୍ଦିର ନିମିତ୍ତକ ପ୍ରତିଶୋଧ ଅଟେ।

Gade chapit la Kopi

ଓଡିଆ ବାଇବେଲ

11 ତୁମ୍ଭେମାନେ ତୀର ତୀକ୍ଷ୍ଣ କର; ଦୃଢ଼ କରି ଢାଲ ଧର; ସଦାପ୍ରଭୁ ମାଦୀୟ ରାଜାଗଣର ମନ ଉତ୍ତେଜିତ କରିଅଛନ୍ତି; କାରଣ ବାବିଲକୁ ନଷ୍ଟ କରିବା ପାଇଁ ତାହା ବିରୁଦ୍ଧରେ ତାହାଙ୍କର ସଂକଳ୍ପ ଅଛି; ଯେହେତୁ ଏହା ସଦାପ୍ରଭୁଙ୍କର ଦାତବ୍ୟ ପ୍ରତିଶୋଧ, ତାହାଙ୍କର ମନ୍ଦିର ନିମିତ୍ତକ ପ୍ରତିଶୋଧ ଅଟେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତୁମ୍ଭେମାନେ ତୀର ତୀକ୍ଷ୍ଣ କର; ଦୃଢ଼ କରି ଢାଲ ଧର; ସଦାପ୍ରଭୁ ମାଦୀୟ ରାଜାଗଣର ମନ ଉତ୍ତେଜିତ କରିଅଛନ୍ତି; କାରଣ ବାବିଲକୁ ନଷ୍ଟ କରିବା ପାଇଁ ତାହା ବିରୁଦ୍ଧରେ ତାହାଙ୍କର ସଂକଳ୍ପ ଅଛି; ଯେହେତୁ ଏହା ସଦାପ୍ରଭୁଙ୍କର ଦାତବ୍ୟ ପ୍ରତିଶୋଧ, ତାହାଙ୍କର ମନ୍ଦିର ନିମିତ୍ତକ ପ୍ରତିଶୋଧ ଅଟେ।

Gade chapit la Kopi

ପବିତ୍ର ବାଇବଲ

11 ତୁମ୍ଭେମାନ ବାଣ ତୀ‌‌‌କ୍ଷ୍‌‌‌ଣ କର, ଦୃଢ଼କରି ଢାଲ ଧର। ସଦାପ୍ରଭୁ ମାଦିୟ ରାଜଗଣର ମନ ଉତ୍ତେଜିତ କରିଅଛନ୍ତି। କାରଣ ବାବିଲକୁ ନଷ୍ଟ କରିବାକୁ ସେ ସଂକଳ୍ପ କରିଅଛନ୍ତି। ଯେହେତୁ ବାବିଲର ସୈନ୍ୟମାନେ ସଦାପ୍ରଭୁଙ୍କ ମନ୍ଦିର ଧ୍ୱଂସ କରିଛନ୍ତି। ସେଥିପାଇଁ ସେ ପ୍ରତିଶୋଧ ସ୍ୱରୂପ ତାକୁ ଦଣ୍ଡ ଦେବେ।

Gade chapit la Kopi




ଯିରିମୀୟ 51:11
39 Referans Kwoze  

ହେ ଅଶ୍ଵାରୋହୀମାନେ, ତୁମ୍ଭେମାନେ ଅଶ୍ଵଗଣକୁ ସଜ୍ଜିତ କରି ଆରୋହଣ କର ଓ ମସ୍ତକର ଟୋପର ପିନ୍ଧି ସମ୍ମୁଖରେ ଠିଆ ହୁଅ; ବର୍ଚ୍ଛା ଚିକ୍କଣ କର, ସାଞ୍ଜୁଆ ପିନ୍ଧ।


ଏହେତୁ ସଦାପ୍ରଭୁ ବାବିଲର ବିରୁଦ୍ଧରେ ଯେଉଁ ମନ୍ତ୍ରଣା ଓ କଲ୍ଦୀୟମାନଙ୍କ ଦେଶ ବିରୁଦ୍ଧରେ ଯେଉଁ ସଙ୍କଳ୍ପ କରିଅଛନ୍ତି, ତାହା ଶୁଣ; ଲୋକମାନେ ସେମାନଙ୍କୁ, ପଲର ଛୁଆମାନଙ୍କୁ ହିଁ ଟାଣି ନେଇ ଯିବେ; ସେ ନିଶ୍ଚୟ ସେମାନଙ୍କର ନିବାସ-ସ୍ଥାନ ସହିତ ସେମାନଙ୍କୁ ଉତ୍ସନ୍ନ କରିବ।


କାରଣ ଦେଖ, ଆମ୍ଭେ ଉତ୍ତର ଦେଶରୁ ମହା ମହା ଗୋଷ୍ଠୀର ସମାଜକୁ ଉତ୍ତେଜିତ କରି ବାବିଲ ବିରୁଦ୍ଧରେ ସେମାନଙ୍କୁ ଗମନ କରାଇବା; ଆଉ, ସେମାନେ ତାହା ବିରୁଦ୍ଧରେ ଆପଣାମାନଙ୍କୁ ସଜାଇବେ; ତହିଁରେ ତାହା ଶତ୍ରୁହସ୍ତଗତ ହେବ; ସେମାନଙ୍କର ତୀର ନିପୁଣ ବୀର ପୁରୁଷର ତୀର ପରି ହେବ, କୌଣସି ତୀର ବିଫଳ ହେବ ନାହିଁ।


ହେ ଅଶ୍ଵଗଣ, ଉଠିଯାଅ; ହେ ରଥସକଳ, ଗର୍ଜ୍ଜନ କର; ଆଉ, ବୀରମାନେ ବାହାର ହେଉନ୍ତୁ; ଢାଲବାହକ କୁଶ୍ ଓ ପୁଟ୍, ଆଉ ଧନୁର୍ଦ୍ଧାରୀ ଓ ଧନୁରେ ଗୁଣଦାୟୀ ଲୁଦୀୟମାନେ, ବାହାର ହେଉନ୍ତୁ।


ଆଉ, ଯେଉଁ ସକଳ ଗୋଷ୍ଠୀ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରିଅଛନ୍ତି, ସଦାପ୍ରଭୁ ସେମାନଙ୍କୁ ଯେଉଁ ମାରୀରେ ଆଘାତ କରିବେ, ତାହା ଏହି; ସେମାନେ ଆପଣା ଆପଣା ଚରଣରେ ଠିଆ ହେବା ବେଳେ ସେମାନଙ୍କର ମାଂସ କ୍ଷୟ ପାଇବ ଓ ସେମାନଙ୍କର ଚକ୍ଷୁ ଆପଣା ଆପଣା କୋରଡ଼ରେ କ୍ଷୟ ପାଇବ ଓ ସେମାନଙ୍କ ମୁଖରେ ସେମାନଙ୍କର ଜିହ୍ଵା କ୍ଷୟ ପାଇବ।


କାରଣ ଯିରୂଶାଲମ ବିରୁଦ୍ଧରେ ସଂଗ୍ରାମ ପାଇଁ ସମସ୍ତ ଗୋଷ୍ଠୀଙ୍କୁ ଆମ୍ଭେ ସଂଗ୍ରହ କରିବା; ପୁଣି, ନଗର ଶତ୍ରୁ ହସ୍ତଗତ ଓ ଗୃହସକଳ ଲୁଟିତ ହେବ ଓ ସ୍ତ୍ରୀମାନେ ବଳାତ୍କୃତ ହେବେ; ଆଉ, ନଗରର ଅର୍ଦ୍ଧେକ ଲୋକ ବନ୍ଦୀ ହୋଇ ଯିବେ ଓ ଅବଶିଷ୍ଟ ଲୋକ ନଗରରୁ ଉଚ୍ଛିନ୍ନ ହେବେ ନାହିଁ।


ସିୟୋନ ନିବାସିନୀ କହିବ, ମୋʼ ପ୍ରତି ଓ ମୋʼ ମାଂସ ପ୍ରତି କୃତ ଦୌରାତ୍ମ୍ୟ ବାବିଲ ଉପରେ ବର୍ତ୍ତୁ ଓ ଯିରୂଶାଲମ କହିବ, ମୋʼ ରକ୍ତର ଦାୟ କଲ୍ଦୀୟ ନିବାସୀମାନଙ୍କ ଉପରେ ବର୍ତ୍ତୁ।


ପୁଣି, ଆମ୍ଭେ ବାବିଲକୁ ଓ କଲ୍ଦୀୟ ନିବାସୀ-ସକଳକୁ, ସିୟୋନରେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ସେମାନଙ୍କ କୃତ ସକଳ ଦୁଷ୍କର୍ମର ପ୍ରତିଫଳ ଦେବା, ଏହା ସଦାପ୍ରଭୁ କହନ୍ତି।


ବାବିଲର ପ୍ରାଚୀର ବିରୁଦ୍ଧରେ ଧ୍ଵଜା ସ୍ଥାପନ କର, ରକ୍ଷକଦଳ ଦୃଢ଼ କର, ପ୍ରହରୀଗଣ ନିଯୁକ୍ତ କର, ଗୋପନ ସ୍ଥାନରେ ସୈନ୍ୟ ରଖ: କାରଣ ସଦାପ୍ରଭୁ ବାବିଲର ନିବାସୀମାନଙ୍କ ବିଷୟରେ ଯାହା କହିଲେ, ତାହା ସଙ୍କଳ୍ପ କରି ସିଦ୍ଧ କରିଅଛନ୍ତି।


ସଦାପ୍ରଭୁ ଆପଣା ଅସ୍ତ୍ରାଗାର ଫିଟାଇ ଆପଣା କ୍ରୋଧରୂପ ଅସ୍ତ୍ରସବୁ ବାହାର କରି ଆଣିଅଛନ୍ତି, କାରଣ କଲ୍ଦୀୟମାନଙ୍କ ଦେଶରେ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁଙ୍କର ଗୋଟିଏ କାର୍ଯ୍ୟ କରିବାର ଅଛି।


ଆମ୍ଭେ ପୂର୍ବ ଦିଗରୁ ଉତ୍କ୍ରୋଶ ପକ୍ଷୀକି, ଦୂର ଦେଶରୁ ଆମ୍ଭ ମନ୍ତ୍ରଣାର ମନୁଷ୍ୟକୁ ଆହ୍ଵାନ କରୁ; ଆମ୍ଭେ କହିଅଛୁ , ଆଉ ଆମ୍ଭେ ତାହା ସିଦ୍ଧ କରିବା; ଆମ୍ଭେ କଳ୍ପନା କରିଅଛୁ, ଆଉ ଆମ୍ଭେ ତାହା ସଫଳ କରିବା।


ଆମ୍ଭେ ସଦାପ୍ରଭୁ, ଆଉ ଦ୍ଵିତୀୟ କେହି ନାହିଁ; ଆମ୍ଭ ଛଡ଼ା ଆଉ ପରମେଶ୍ଵର ନାହାନ୍ତି; ତୁମ୍ଭେ ଆମ୍ଭକୁ ନ ଜାଣିଲେ ହେଁ ଆମ୍ଭେ ତୁମ୍ଭର କଟିବନ୍ଧନ କରିବା;


ସଦାପ୍ରଭୁ ଆପଣା ଅଭିଷିକ୍ତ ବ୍ୟକ୍ତିର, ଅର୍ଥାତ୍, କୋରସ୍ର ବିଷୟରେ ଏହି କଥା କହନ୍ତି, ଆମ୍ଭେ ତାହା ସମ୍ମୁଖରେ ନାନା ଗୋଷ୍ଠୀଙ୍କି ପରାସ୍ତ କରିବା ନିମନ୍ତେ ତାହାର ଦକ୍ଷିଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା ; ଆମ୍ଭେ ତାହା ସମ୍ମୁଖରେ କବାଟସବୁ ମୁକ୍ତ କରିବା ଓ ନଗର-ଦ୍ଵାରସବୁ ବନ୍ଦ ନୋହିବ;


ଆମ୍ଭେ ଉତ୍ତର ଦିଗରୁ ଏକ ଜଣକୁ ଉତ୍ପନ୍ନ କରିଅଛୁ ଓ ସେ ଉପସ୍ଥିତ; ସେ ସୂର୍ଯ୍ୟୋଦୟ ଦିଗରୁ ଆମ୍ଭ ନାମ ଆହ୍ଵାନ କରେ; ସେ ଗାନ୍ଥନୀର ମଶଲା ଓ କୁମ୍ଭକାରର ମର୍ଦ୍ଦିତ ମୃତ୍ତିକା ପରି ଦେଶାଧ୍ୟକ୍ଷମାନଙ୍କୁ ଦଳିତ କରିବ।


ସେମାନେ ମେଜ ସଜାନ୍ତି, ସେମାନେ ପ୍ରହରୀ ନିଯୁକ୍ତ କରନ୍ତି, ସେମାନେ ଭୋଜନ କରନ୍ତି, ସେମାନେ ପାନ କରନ୍ତି; ହେ ଅଧିପତିମାନେ, ଉଠ, ଢାଲ ତୈଳାକ୍ତ କର।


ଏକ ଦୁଃଖଦାୟକ ଦର୍ଶନ ଆମ୍ଭ ପ୍ରତି ପ୍ରକାଶିତ ହୋଇଅଛି; ବିଶ୍ଵାସଘାତକ ବିଶ୍ଵାସଘାତକତା କରୁଅଛି ଓ ଲୁଟକାରୀ ଲୁଟୁଅଛି। ହେ ଏଲମ୍, ଉପରକୁ ଯାଅ; ହେ ମାଦୀୟେ, ଅବରୋଧ କର; ମୁଁ ତହିଁର ହାହାକାର ଧ୍ଵନିସବୁ ନିବୃତ୍ତ କରିଅଛି।


ପୁଣି, ସୈନ୍ୟାଧିପତି ସଦାପ୍ରଭୁ, ଓରେବ ଶୈଳରେ ମିଦୀୟନର ହତ୍ୟା କାଳରେ ଯେପରି କରିଥିଲେ, ସେପରି ତାହାର ପ୍ରତିକୂଳରେ ଆପଣା କୋରଡ଼ା ହଲାଇବେ; ଆଉ, ତାହାଙ୍କର ଦଣ୍ତ ସାଗର ଉପରେ ରହିବ ଓ ମିସରର ରୀତି ଅନୁସାରେ ସେ ତାହା ଉଠାଇବେ।


ଯିରିମୀୟର ମୁଖ ଦ୍ଵାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳାର୍ଥେ ପାରସ୍ୟର ରାଜା କୋରସ୍ର ଅଧିକାରର ପ୍ରଥମ ବର୍ଷରେ ସଦାପ୍ରଭୁ ପାରସ୍ୟର ରାଜା କୋରସ୍ର ମନରେ ପ୍ରବୃତ୍ତି ଜନ୍ମାନ୍ତେ, ସେ ଆପଣା ରାଜ୍ୟର ସର୍ବତ୍ର ଘୋଷଣା କରାଇ, ମଧ୍ୟ ଲେଖାଇ ଏହି କଥା ପ୍ରଚାର କରାଇଲା, ଯଥା,


ଯିରିମୀୟଙ୍କ ମୁଖ ଦ୍ଵାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳାର୍ଥେ ପାରସ୍ୟର ରାଜା କୋରସ୍ର ଅଧିକାରର ପ୍ରଥମ ବର୍ଷରେ ସଦାପ୍ରଭୁ ପାରସ୍ୟର ରାଜା କୋରସ୍ର ମନରେ ପ୍ରବୃତ୍ତି ଜନ୍ମାନ୍ତେ, ସେ ଆପଣା ରାଜ୍ୟର ସର୍ବତ୍ର ଘୋଷଣା କରାଇ, ମଧ୍ୟ ଲେଖାଇ ଏହି କଥା ପ୍ରଚାର କରାଇଲା , ଯଥା,


ତହିଁରେ ଇସ୍ରାଏଲର ପରମେଶ୍ଵର ଅଶୂରର ରାଜା ପୂଲ୍ର ମନକୁ ଓ ଅଶୂରର ରାଜା ତିଗ୍ଲତ୍-ପିଲେଷରର ମନକୁ ଉତ୍ତେଜିତ କଲେ, ତହିଁରେ ସେ ସେମାନଙ୍କୁ, ଅର୍ଥାତ୍, ରୁବେନୀୟ ଓ ଗାଦୀୟ ଓ ମନଃଶିର ଅର୍ଦ୍ଧବଂଶୀୟ ଲୋକଙ୍କୁ ହଲହ ଓ ହାବୋର ଓ ହାରା ଓ ଗୋଶନ ନଦୀତୀରକୁ ଆଣିଲା, ଅଦ୍ୟାପି ସେମାନେ ସେଠାରେ ଅଛନ୍ତି।


ଆହୁରି ପରମେଶ୍ଵର ଇଲୀୟାଦାର ପୁତ୍ର ରଷୋଣକୁ ଶଲୋମନଙ୍କର ଅନ୍ୟ ଏକ ବିପକ୍ଷ କରି ଉତ୍ପନ୍ନ କଲେ, ସେ ଲୋକ ଆପଣା ପ୍ରଭୁ ସୋବାର ରାଜା ହଦଦେଷର ନିକଟରୁ ପଳାଇ ଯାଇଥିଲା;


ଅନନ୍ତର ସଦାପ୍ରଭୁ ଇଦୋମୀୟ ହଦଦ୍କୁ ଶଲୋମନଙ୍କର ବିପକ୍ଷ କରି ଉତ୍ପନ୍ନ କଲେ; ସେ ଇଦୋମୀୟ ରାଜବଂଶଜ ଥିଲା।


ପୁଣି ଆମ୍ଭେ ତୁମ୍ଭମାନଙ୍କ ଉପରକୁ ଖଡ଼୍‍ଗ ଆଣିବା, ତାହା ନିୟମ-ଲଙ୍ଘନର ପ୍ରତିଫଳ ଦେବ ଓ ତୁମ୍ଭେମାନେ ନଗର ମଧ୍ୟରେ ଏକତ୍ର ହେଲେ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ମହାମାରୀ ପଠାଇବା; ତହିଁରେ ତୁମ୍ଭେମାନେ ଶତ୍ରୁହସ୍ତରେ ସମର୍ପିତ ହେବ।


ଆଉ, ସିମ୍ରୀର ସମସ୍ତ ରାଜାଙ୍କୁ ଓ ଏଲମର ସମସ୍ତ ରାଜାଙ୍କୁ ଓ ମାଦୀୟମାନଙ୍କର ସମସ୍ତ ରାଜାଙ୍କୁ;


ତୁମ୍ଭେମାନେ ଚର୍ମର ଢାଲ ଓ ଫଳକ ପ୍ରସ୍ତୁତ କର ଓ ଯୁଦ୍ଧ କରିବା ଲାଗି ନିକଟକୁ ଆସ।


କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ତାହା ବିରୁଦ୍ଧରେ ଉଠି ଆସୁଅଛନ୍ତି, ସେମାନେ ତାହାର ଦେଶ ଧ୍ଵଂସ କରିବେ ଓ ତହିଁ ମଧ୍ୟରେ କେହି ବାସ କରିବ ନାହିଁ; ମନୁଷ୍ୟ ଓ ପଶୁ ଉଭୟ ପଳାଇଲେ, ସେମାନେ ଚାଲିଗଲେ।


ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭର ବିବାଦ ନିଷ୍ପନ୍ନ କରିବା ଓ ତୁମ୍ଭ ନିମନ୍ତେ ପ୍ରତିଶୋଧ ନେବା। ପୁଣି, ଆମ୍ଭେ ତାହାର ସମୁଦ୍ରକୁ ଜଳଶୂନ୍ୟ ଓ ତାହାର ନିର୍ଝରକୁ ଶୁଷ୍କ କରିବା।


ସେହି ରାତ୍ରିରେ କଲ୍ଦୀୟମାନଙ୍କର ରାଜା ବେଲ୍ଶତ୍ସର ବଧ କରାଗଲା।


ତୁମ୍ଭେମାନେ ଗୋଷ୍ଠୀବର୍ଗ ମଧ୍ୟରେ ଏହି କଥା ପ୍ରଚାର କର; ଯୁଦ୍ଧ ଆୟୋଜନ କର; ବୀରମାନଙ୍କର ପ୍ରବୃତ୍ତି ଜନ୍ମାଅ; ଯୋଦ୍ଧା ସମସ୍ତେ ନିକଟକୁ ଆସି ଉପସ୍ଥିତ ହେଉନ୍ତୁ।


ତୁମ୍ଭେମାନେ ଆପଣା ଆପଣା ଲଙ୍ଗଳର ଫାଳ ଭାଙ୍ଗି ଖଡ଼୍‍ଗ ଗଢ଼ାଅ ଓ ଆପଣା ଆପଣା ଦା ଭାଙ୍ଗି ବର୍ଚ୍ଛା ଗଢ଼: ଦୁର୍ବଳ ଲୋକ କହୁ, ମୁଁ ବଳବାନ।


Swiv nou:

Piblisite


Piblisite