Biblia Todo Logo
Bib sou entènèt

- Piblisite -




ଯିରିମୀୟ 40:7 - ପବିତ୍ର ବାଇବଲ (Re-edited) - (BSI)

7 ଏଉତ୍ତାରେ ଅହୀକାମର ପୁତ୍ର ଗଦଲୀୟକୁ ବାବିଲର ରାଜା ଦେଶର ଶାସନକର୍ତ୍ତା କରି ନିଯୁକ୍ତ କରିଅଛି ଓ ଯେଉଁମାନେ ବନ୍ଦୀ ହୋଇ ବାବିଲକୁ ନୀତ ହୋଇ ନାହାନ୍ତି, ଏପରି ସକଳ ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଓ ଦେଶସ୍ଥ ଦରିଦ୍ରମାନଙ୍କର ଭାର ତାହା ହସ୍ତରେ ସମର୍ପଣ କରିଅଛି ବୋଲି ପଦାରେ ସ୍ଥିତ ସେନାପତିଗଣ ଓ ସେମାନଙ୍କର ଲୋକମାନେ ଶୁଣିଲେ।

Gade chapit la Kopi

ଓଡିଆ ବାଇବେଲ

7 ଏଥିଉତ୍ତାରେ ଅହୀକାମ୍‍‍ର ପୁତ୍ର ଗଦଲୀୟଙ୍କୁ ବାବିଲର ରାଜା ଦେଶର ଶାସନକର୍ତ୍ତା କରି ନିଯୁକ୍ତ କରିଅଛି ଓ ଯେଉଁମାନେ ବନ୍ଦୀ ହୋଇ ବାବିଲକୁ ନୀତ ହୋଇ ନାହାନ୍ତି, ଏପରି ସକଳ ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଓ ଦେଶସ୍ଥ ଦରିଦ୍ରମାନଙ୍କର ଭାର ତାହା ହସ୍ତରେ ସମର୍ପଣ କରିଅଛି ବୋଲି ପଦାରେ ସ୍ଥିତ ସେନାପତିଗଣ ଓ ସେମାନଙ୍କର ଲୋକମାନେ ଶୁଣିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଏଥିଉତ୍ତାରେ ଅହୀକାମ୍‍‍ର ପୁତ୍ର ଗଦଲୀୟଙ୍କୁ ବାବିଲର ରାଜା ଦେଶର ଶାସନକର୍ତ୍ତା କରି ନିଯୁକ୍ତ କରିଅଛି ଓ ଯେଉଁମାନେ ବନ୍ଦୀ ହୋଇ ବାବିଲକୁ ନୀତ ହୋଇ ନାହାନ୍ତି, ଏପରି ସକଳ ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଓ ଦେଶସ୍ଥ ଦରିଦ୍ରମାନଙ୍କର ଭାର ତାହା ହସ୍ତରେ ସମର୍ପଣ କରିଅଛି ବୋଲି ପଦାରେ ସ୍ଥିତ ସେନାପତିଗଣ ଓ ସେମାନଙ୍କର ଲୋକମାନେ ଶୁଣିଲେ।

Gade chapit la Kopi

ପବିତ୍ର ବାଇବଲ

7 ଯେତେବେଳେ ଯିରୁଶାଲମ ଧ୍ୱଂସ ହେଲା, ସେତେବେଳେ ଯିହୁଦାର କେତେକ ସେନାପତି, ଅଧିପତି ଓ ଲୋକ ବାହାରେ ଥିଲେ। ସେମାନେ ଶୁଣିଲେ ଯେ ବାବିଲର ରାଜା ଅହୀକାମର ପୁତ୍ର ଗଦଲିୟକୁ ଦେଶର ଶାସନକର୍ତ୍ତା ରୂପେ ନିଯୁକ୍ତ କରିଅଛନ୍ତି। ସେ ତାଙ୍କ ଉପରେ ବାବିଲକୁ ନିଆଯାଇ ନ ଥିବା ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଏବଂ ଦେଶସ୍ଥ ଦରିଦ୍ରମାନଙ୍କର ଭାର ନ୍ୟସ୍ତ କରିଅଛନ୍ତି।

Gade chapit la Kopi




ଯିରିମୀୟ 40:7
14 Referans Kwoze  

ମାତ୍ର ପ୍ରହରୀବର୍ଗର ସେନାପତି ନବୂସର୍ଦନ୍, କେତେଗୁଡ଼ିଏ ଦୀନ ଦରିଦ୍ର ଲୋକଙ୍କୁ ଯିହୁଦା ଦେଶରେ ଛାଡ଼ିକରି ଗଲା, ଆଉ ସେହି ସମୟରେ ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦେଲା।


ଦେଶର ସମସ୍ତ ଲୋକ ଇସ୍ରାଏଲର ଅଧିପତିର ଏହି ଉପହାର ନିମନ୍ତେ ଦେବେ।


ତହିଁରେ ଯିହୁଦାର ରାଜା ସିଦିକୀୟ ଓ ଯୋଦ୍ଧା ସମସ୍ତେ ସେମାନଙ୍କୁ ଦେଖି ପଳାଇଗଲେ, ସେମାନେ ରାତ୍ରିକାଳରେ ରାଜାର ଉଦ୍ୟାନ ନିକଟସ୍ଥ ପଥ ଦେଇ ଦୁଇ ପ୍ରାଚୀରର ମଧ୍ୟସ୍ଥିତ ଦ୍ଵାରରେ ନଗରରୁ ବାହାରିଗଲେ; ପୁଣି, ସେ ଆରାବା ପଥରେ ଚାଲିଗଲା।


ତେବେ ନଗରର ଏକ ସ୍ଥାନ ଭଗ୍ନ ହୁଅନ୍ତେ, ସମସ୍ତ ଯୋଦ୍ଧା ରାତ୍ରିଯୋଗେ ରାଜାଙ୍କର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀଣଦ୍ଵାର-ପଥ ଦେଇ ପଳାଇଲେ; ସେ-ସମୟରେ କଲ୍ଦୀୟମାନେ ନଗରର ଚତୁର୍ଦ୍ଦିଗରେ ଥିଲେ; ପୁଣି ରାଜା ଆରବା ପଥଦେଇ ଚାଲିଗଲେ।


ମାତ୍ର ପ୍ରହରୀବର୍ଗର ସେନାପତି ଦେଶର ନିତା; ଦରିଦ୍ରମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ରାକ୍ଷାକ୍ଷେତ୍ରର କର୍ମକାରୀ ଓ କୃଷକ ହେବା ପାଇଁ ଛାଡ଼ି ଗଲା।


ମାତ୍ର ନଥନୀୟର ପୁତ୍ର ଇଶ୍ମାୟେଲର ଏହିସବୁ ଦୁଷ୍କର୍ମ ବିଷୟ କାରେହର ପୁତ୍ର ଯୋହାନନ୍ ଓ ତାହାର ସଙ୍ଗୀ ସେନାପତି ସମସ୍ତେ ଶୁଣନ୍ତେ,


ସେହି ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ରାଜକନ୍ୟା-ମାନଙ୍କୁ ଓ ଯେପ୍ରତ୍ୟେକ ଲୋକକୁ ପ୍ରହରୀ-ବର୍ଗର ସେନାପତି ନବୂସର୍ଦନ୍ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲୀୟ ନିକଟରେ ଛାଡ଼ି ଯାଇଥିଲା, ସେମାନଙ୍କୁ, ଆଉ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ଓ ନେରୀୟର ପୁତ୍ର ବାରୂକକୁ ନେଇ,


ମାତ୍ର ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଦେଶର ନିତା; ଦରିଦ୍ରମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ରାକ୍ଷାକ୍ଷେତ୍ରର କର୍ମଚାରୀ ଓ କୃଷକ ହେବା ପାଇଁ ଛାଡ଼ିଗଲା।


ପୁଣି, ପ୍ରହରୀବର୍ଗର ସେନାପତି ନବୁସର୍ଦନ୍, ନଗରରେ ଥିବା ଅବଶିଷ୍ଟ ଲୋକମାନଙ୍କୁ, ମଧ୍ୟ ତାହାର ପକ୍ଷ ହୋଇଥିବା ପଳାତକମାନଙ୍କୁ ବନ୍ଦୀକରି ବାବିଲକୁ ନେଇଗଲା।


ସେମାନେ ଲୋକ ପଠାଇ ପ୍ରହରୀ-ପ୍ରାଙ୍ଗଣରୁ ଯିରିମୀୟଙ୍କୁ ଆଣିଲେ, ପୁଣି ଗୃହକୁ ନେଇଯିବା ନିମନ୍ତେ ତାଙ୍କୁ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲୀୟର ହସ୍ତରେ ସମର୍ପଣ କଲେ; ତହିଁରେ ଯିରିମୀୟ ଲୋକମାନଙ୍କ ମଧ୍ୟରେ ବାସ କଲେ।


ଅନନ୍ତର ସପ୍ତମ ମାସରେ ରାଜାର ଅମାତ୍ୟମାନଙ୍କ ମଧ୍ୟରେ ଗଣିତ ରାଜବଂଶୀୟ, ଇଲୀଶାମାର ପୌତ୍ର ନଥନୀୟର ପୁତ୍ର ଇଶ୍ମାୟେଲ ଓ ତାହା ସଙ୍ଗେ ଦଶ ଜଣ ପୁରୁଷ ମିସ୍ପାକୁ ଅହୀକାମର ପୁତ୍ର ଗଦଲୀୟ କତିକୁ ଆସିଲେ; ଆଉ, ସେମାନେ ମିସ୍ପାରେ ଏକତ୍ର ଭୋଜନ କଲେ।


ଏଥି ଉତ୍ତାରେ ଇଶ୍ମାୟେଲ, ମିସ୍ପାରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ, ଅର୍ଥାତ୍, ସମସ୍ତ ରାଜକନ୍ୟାଗଣକୁ ଓ ମିସ୍ପାରେ ଅବଶିଷ୍ଟ ଥିବା ଯେସମସ୍ତ ଲୋକଙ୍କୁ ପ୍ରହରୀବର୍ଗର ସେନାପତି ନବୂସର୍ଦନ୍ ଅହୀକାମର ପୁତ୍ର ଗଦଲୀୟ ହସ୍ତରେ ସମର୍ପଣ କରିଥିଲା, ସେମାନଙ୍କୁ ବନ୍ଦୀ କରି ନେଇ ଗଲା; ନଥନୀୟର ପୁତ୍ର ଇଶ୍ମାୟେଲ ସେମାନଙ୍କୁ ବନ୍ଦୀ କରି ଅମ୍ମୋନ-ସନ୍ତାନଗଣର ନିକଟକୁ ଯିବା ପାଇଁ ପ୍ରସ୍ଥାନ କଲା।


Swiv nou:

Piblisite


Piblisite