Biblia Todo Logo
Bib sou entènèt

- Piblisite -




ଯିରିମୀୟ 40:10 - ପବିତ୍ର ବାଇବଲ (Re-edited) - (BSI)

10 ଦେଖ, ଯେଉଁ କଲ୍ଦୀୟମାନେ ଆମ୍ଭମାନଙ୍କ ନିକଟକୁ ଆସିବେ, ସେମାନଙ୍କ ସମ୍ମୁଖରେ ଠିଆହେବା ପାଇଁ ଆମ୍ଭେ ମିସ୍ପାରେ ବାସ କରିବା; ମାତ୍ର ତୁମ୍ଭେମାନେ ଦ୍ରାକ୍ଷାରସ, ଗ୍ରୀଷ୍ମକାଳୀନ ଫଳ ଓ ତୈଳ ସଞ୍ଚୟ କରି ଆପଣା ଆପଣା ପାତ୍ରରେ ରଖ, ଆଉ ତୁମ୍ଭମାନଙ୍କର ଯେସକଳ ନଗର ତୁମ୍ଭେମାନେ ହସ୍ତଗତ କରିଅଛ, ତହିଁରେ ବାସ କର।

Gade chapit la Kopi

ଓଡିଆ ବାଇବେଲ

10 ଦେଖ, ଯେଉଁ କଲ୍‍ଦୀୟମାନେ ଆମ୍ଭମାନଙ୍କ ନିକଟକୁ ଆସିବେ, ସେମାନଙ୍କ ସମ୍ମୁଖରେ ଠିଆ ହେବା ପାଇଁ ଆମ୍ଭେ ମିସ୍ପାରେ ବାସ କରିବା; ମାତ୍ର ତୁମ୍ଭେମାନେ ଦ୍ରାକ୍ଷାରସ, ଗ୍ରୀଷ୍ମକାଳୀନ ଫଳ ଓ ତୈଳ ସଞ୍ଚୟ କରି ଆପଣା ଆପଣା ପାତ୍ରରେ ରଖ, ଆଉ ତୁମ୍ଭମାନଙ୍କର ଯେସକଳ ନଗର ତୁମ୍ଭେମାନେ ହସ୍ତଗତ କରିଅଛ, ତହିଁରେ ବାସ କର।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଦେଖ, ଯେଉଁ କଲ୍‍ଦୀୟମାନେ ଆମ୍ଭମାନଙ୍କ ନିକଟକୁ ଆସିବେ, ସେମାନଙ୍କ ସମ୍ମୁଖରେ ଠିଆ ହେବା ପାଇଁ ଆମ୍ଭେ ମିସ୍ପାରେ ବାସ କରିବା; ମାତ୍ର ତୁମ୍ଭେମାନେ ଦ୍ରାକ୍ଷାରସ, ଗ୍ରୀଷ୍ମକାଳୀନ ଫଳ ଓ ତୈଳ ସଞ୍ଚୟ କରି ଆପଣା ଆପଣା ପାତ୍ରରେ ରଖ, ଆଉ ତୁମ୍ଭମାନଙ୍କର ଯେସକଳ ନଗର ତୁମ୍ଭେମାନେ ହସ୍ତଗତ କରିଅଛ, ତହିଁରେ ବାସ କର।”

Gade chapit la Kopi

ପବିତ୍ର ବାଇବଲ

10 ଆଉ ଦେଖ, ଯେଉଁ କ‌‌ଲ୍‌‌ଦୀୟମାନେ ଆମ୍ଭ ନିକଟକୁ ମି‌‌ସ୍‌‌ପୀକୁ ଆସିବେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସେମାନଙ୍କୁ ଉତ୍ତର କରିବା। ମାତ୍ର ତୁମ୍ଭେମାନେ ଦ୍ରାକ୍ଷାରସ, ଗ୍ରୀଷ୍ମକାଳୀନ ଫଳ ଓ ତୈଳ ସଞ୍ଚୟ କରି ଆପଣା ଆପଣା ପାତ୍ରରେ ରଖ। ଆଉ ତୁମ୍ଭେମାନେ ହସ୍ତଗତ କରିଥିବା ନଗରଗୁଡ଼ିକରେ ବାସ କର।”

Gade chapit la Kopi




ଯିରିମୀୟ 40:10
15 Referans Kwoze  

ସେତେବେଳେ ସେହି ଯିହୁଦୀୟମାନେ ଯେ ଯେଉଁ ସ୍ଥାନକୁ ତାଡ଼ିତ ହୋଇଥିଲେ, ସେସକଳ ସ୍ଥାନରୁ ଫେରି ଯିହୁଦା ଦେଶକୁ ମିସ୍ପାରେ ଗଦଲୀୟ ନିକଟକୁ ଆସିଲେ, ଆଉ ପ୍ରଚୁର ଦ୍ରାକ୍ଷାରସ ଓ ଗ୍ରୀଷ୍ମକାଳୀନ ଫଳ ସଞ୍ଚୟ କଲେ।


ହେ ଶିବ୍ମାର ଦ୍ରାକ୍ଷାଲତେ, ଯାସେରର ରୋଦନ ଅପେକ୍ଷା ଆମ୍ଭେ ତୁମ୍ଭ ବିଷୟରେ ଅଧିକ ରୋଦନ କରିବା; ତୁମ୍ଭର ଶାଖାସବୁ ସମୁଦ୍ର ପାରିକୁ ଗଲା, ସେସବୁ ଯାସେର ସମୁଦ୍ର ପର୍ଯ୍ୟନ୍ତ ହିଁ ବିସ୍ତାରିତ ହେଲା; ତୁମ୍ଭର ଗ୍ରୀଷ୍ମକାଳୀନ ଫଳ ଓ ଦ୍ରାକ୍ଷାଫଳ ସଂଗ୍ରହ କରିବା ସମୟରେ ବିନାଶକ ଉପସ୍ଥିତ ହେଲା।


ମାତ୍ର ପ୍ରହରୀବର୍ଗର ସେନାପତି ନବୂସର୍ଦନ୍, କେତେଗୁଡ଼ିଏ ଦୀନ ଦରିଦ୍ର ଲୋକଙ୍କୁ ଯିହୁଦା ଦେଶରେ ଛାଡ଼ିକରି ଗଲା, ଆଉ ସେହି ସମୟରେ ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦେଲା।


ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି; ଆମ୍ଭ ସମ୍ମୁଖରେ ଠିଆ ହେବା ପାଇଁ ରେଖବର ପୁତ୍ର ଯିହୋନାଦବ୍ ବଂଶୀୟ ଲୋକର ଅଭାବ କେତେବେଳେ ନୋହିବ।


ଏହେତୁ ଆମ୍ଭେ ଯାସେରର ରୋଦନ କାଳରେ ଶିବ୍ମାର ଦ୍ରାକ୍ଷାଲତା ନିମନ୍ତେ ରୋଦନ କରିବା; ହେ ହିଶ୍ବୋନ୍, ହେ ଇଲୀୟାଲି ଆମ୍ଭେ ଆପଣା ଲୋତକ ଜଳରେ ତୁମ୍ଭକୁ ତିନ୍ତାଇବାନ୍ତ କାରଣ ତୁମ୍ଭର ଗ୍ରୀଷ୍ମ କାଳରେ ଫଳ ଓ ତୁମ୍ଭର ଶସ୍ୟ ଉପରେ ଯୁଦ୍ଧଧ୍ଵନି ପଡ଼ିଅଛି।


ଅନନ୍ତର ଦାଉଦ ଉଠାଣି ଶୃଙ୍ଗ ପାର ହୋଇ କିଞ୍ଚିତ୍ ଅଗ୍ରସର ହେଲା ଉତ୍ତାରେ ଦେଖ, ମଫୀବୋଶତର ଦାସ ସୀବଃ ସଜ୍ଜିତ ଦୁଇ ଗର୍ଦ୍ଦଭ ସଙ୍ଗେ କରି ତାଙ୍କୁ ଭେଟିଲା, ସେହି ଗର୍ଦ୍ଦଭମାନଙ୍କ ଉପରେ ଦୁଇ ଶହ ରୋଟୀ, ଶହେ ପେଣ୍ତା ଦ୍ରାକ୍ଷାଫଳ ଓ ଶହେ ଗ୍ରୀଷ୍ମକାଳୀନ ଫଳ ଓ ଏକ କୁମ୍ପା ଦ୍ରାକ୍ଷାରସ ଥିଲା।


ତୁମ୍ଭର ପରିଚାରକ ନୂନର ପୁତ୍ର ଯିହୋଶୂୟ ସେହି ସ୍ଥାନରେ ପ୍ରବେଶ କରିବ; ତୁମ୍ଭେ ତାହାକୁ ସାହସ ଦିଅ; ଯେହେତୁ ସେ ଇସ୍ରାଏଲକୁ ତାହା ଅଧିକାର କରାଇବ।


କିନ୍ତୁ ତୁମ୍ଭେମାନେ ଯେପରି ଏହିସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟପୁତ୍ରଙ୍କ ଛାମୁରେ ଉଭା ହେବାକୁ ସମର୍ଥ ହୁଅ, ଏନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗିରୁହ।


ହାୟ, ମୁଁ ସନ୍ତାପର ପାତ୍ର ! କାରଣ ଗ୍ରୀଷ୍ମକାଳୀନ ଫଳ ତୋଳିଲା ଉତ୍ତାରେ ଦ୍ରାକ୍ଷାଫଳ ସଂଗ୍ରହ କରିବାର ଯେପରି, ମୁଁ ସେପରି ହୋଇଅଛି; ଭୋଜନର ପାଇଁ ଗୋଟିଏ ଦ୍ରାକ୍ଷାପେଣ୍ତା ନାହିଁ, ମୋର ପ୍ରାଣ ପ୍ରଥମ ପକ୍ଵ ଡିମିରି ଫଳ ଲାଳସା କରେ।


ତହିଁରେ ଯିରିମୀୟ ମିସ୍ପାକୁ ଅହୀକାମର ପୁତ୍ର ଗଦଲୀୟ ନିକଟକୁ ଯାଇ ଦେଶସ୍ଥ ଅବଶିଷ୍ଟ ଲୋକମାନଙ୍କ ମଧ୍ୟରେ ତାହା ସଙ୍ଗେ ବାସ କଲେ।


ତୁମ୍ଭେ କି କୌଣସି ଲୋକକୁ ଆପଣା ବ୍ୟବସାୟରେ ତତ୍ପର ଦେଖୁଅଛ? ସେ ରାଜାମାନଙ୍କ ସମ୍ମୁଖରେ ଠିଆ ହେବ। ସେ ନୀଚ ଲୋକଙ୍କ ଆଗରେ ଠିଆ ହେବ ନାହିଁ।


ତୁମ୍ଭେ ଆପଣା ଶସ୍ୟମର୍ଦ୍ଦନ ସ୍ଥାନରୁ ଓ ଆପଣା ଦ୍ରାକ୍ଷାଯନ୍ତ୍ରରୁ ସଂଗ୍ରହ କଲା ଉତ୍ତାରେ ସାତ ଦିନ ପତ୍ରକୁଟୀର ପର୍ବ ପାଳନ କରିବ;


ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କ ଏହି ଦାସମାନେ ଧନ୍ୟ, ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଛିଡ଼ା ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି।


ଘାସ କଟା ହେଲେ କଅଁଳ ଘାସ ପ୍ରକାଶ ପାଏ, ଆଉ ପର୍ବତମାନର ତୃଣ ସଂଗୃହୀତ ହୁଏ।


ମାତ୍ର କାରେହର ପୁତ୍ର ଯୋହାନନ୍ ଓ ସେନାପତି ସମସ୍ତେ, ଯିହୁଦାର ସକଳ ଅବଶିଷ୍ଟ ଲୋକଙ୍କୁ, ଅର୍ଥାତ୍, ନାନା ଗୋଷ୍ଠୀ ମଧ୍ୟକୁ ତାଡ଼ିତ ଯେସକଳ ଲୋକ ଯିହୁଦା ଦେଶରେ ପ୍ରବାସ କରିବା ପାଇଁ ଫେରି ଆସିଥିଲେ,


Swiv nou:

Piblisite


Piblisite