Biblia Todo Logo
Bib sou entènèt

- Piblisite -




ଯିରିମୀୟ 4:8 - ପବିତ୍ର ବାଇବଲ (Re-edited) - (BSI)

8 ଏଥି ସକାଶୁ ତୁମ୍ଭେମାନେ ଚଟ ପିନ୍ଧି ବିଳାପ ଓ ହାହାକାର କର; କାରଣ ସଦାପ୍ରଭୁଙ୍କର ପ୍ରଚଣ୍ତ କ୍ରୋଧ ଆମ୍ଭମାନଙ୍କଠାରୁ ଫେରି ନାହିଁ।

Gade chapit la Kopi

ଓଡିଆ ବାଇବେଲ

8 ଏଥିସକାଶୁ ତୁମ୍ଭେମାନେ ଚଟ ପିନ୍ଧି ବିଳାପ ଓ ହାହାକାର କର; କାରଣ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଆମ୍ଭମାନଙ୍କଠାରୁ ଫେରି ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଏଥିସକାଶୁ ତୁମ୍ଭେମାନେ ଚଟ ପିନ୍ଧି ବିଳାପ ଓ ହାହାକାର କର; କାରଣ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଆମ୍ଭମାନଙ୍କଠାରୁ ଫେରି ନାହିଁ।”

Gade chapit la Kopi

ପବିତ୍ର ବାଇବଲ

8 ତେଣୁ ତୁମ୍ଭେମାନେ ଚଟବସ୍ତ୍ର ପରିଧାନ କରି ବିଳାପ ଓ ହାହାକାର କର। କାରଣ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଆମ୍ଭମାନଙ୍କ ଉପରେ ରହିଅଛି।”

Gade chapit la Kopi




ଯିରିମୀୟ 4:8
22 Referans Kwoze  

ଆଗୋ ମୋର ଲୋକମାନଙ୍କର କନ୍ୟେ, ତୁମ୍ଭେ ଚଟ ପିନ୍ଧ, ଭସ୍ମରେ ଗଡ଼; ଅଦ୍ଵିତୀୟ ପୁତ୍ର ଲାଗି ଶୋକ ତୁଲ୍ୟ ତୁମ୍ଭେ ଶୋକ ଓ ଅତିଶୟ ବିଳାପ କର ; କାରଣ ବିନାଶକ ଅକସ୍ମାତ୍ ଆମ୍ଭମାନଙ୍କୁ ଆକ୍ରମଣ କରିବ।


ପୁଣି, ସେଦିନ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ରୋଦନ ଓ ବିଳାପ ଓ ମସ୍ତକ ମୁଣ୍ତନ ଓ କଟିଦେଶରେ ଚଟବନ୍ଧନ କରିବାକୁ ଡାକିଲେ;


ହେ ସୁଖିନୀ ନାରୀଗଣ, ତୁମ୍ଭେମାନେ କମ୍ପିତା ହୁଅ; ହେ ନିଶ୍ଚିନ୍ତାମାନେ, ଉଦ୍ବିଗ୍ନା ହୁଅ; ବସ୍ତ୍ର କାଢ଼ି ବିବସ୍ତ୍ରା ହୁଅ ଓ ତୁମ୍ଭମାନଙ୍କ କଟିଦେଶରେ ଚଟ ବାନ୍ଧ।


ସେମାନେ କେବଳ ବନ୍ଦୀ ଲୋକମାନଙ୍କର ପଦ ତଳେ ନତ ହେବେ ଓ ହତ ଲୋକମାନଙ୍କର ତଳେ ପଡ଼ିବେ। ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।


ଏହିହେତୁ ସଦାପ୍ରଭୁଙ୍କର କ୍ରୋଧ ତାହାଙ୍କ ଲୋକମାନଙ୍କ ବିରୁଦ୍ଧରେ ପ୍ରଜ୍ଵଳିତ ହୋଇଅଛି ଓ ସେ ସେମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ସେମାନଙ୍କୁ ଆଘାତ କରିଅଛନ୍ତି, ପୁଣି ଉପପର୍ବତଗଣ କମ୍ପିଲେ ଓ ଲୋକମାନଙ୍କ ଶବ ସଡ଼କ ମଧ୍ୟରେ ଅଳିଆ ପରି ହେଲା। ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି ।


ପୁଣି, ଆମ୍ଭେ ତୁମ୍ଭମାନଙ୍କର ସକଳ ଉତ୍ସବକୁ ଶୋକରେ ଓ ତୁମ୍ଭମାନଙ୍କର ଗାୟନସବୁକୁ ବିଳାପରେ ପରିଣତ କରିବା; ଆଉ, ଆମ୍ଭେ ସମସ୍ତଙ୍କର କଟୀଦେଶ ଚଟବସ୍ତ୍ରରେ ପରିହିତ କରାଇବା ଓ ପ୍ରତ୍ୟେକ ମସ୍ତକ ଟାଙ୍ଗରା କରାଇବା; ପୁଣି, ଆମ୍ଭେ ସେ ଶୋକକୁ ଅଦ୍ଵିତୀୟ ପୁତ୍ରର ଶୋକ ତୁଲ୍ୟ ଓ ତହିଁର ଶେଷକୁ ଦାରୁଣ ଦୁଃଖ ଦିନର ତୁଲ୍ୟ କରାଇବା।


ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର, ଆଉ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ହାହାକାର କରି କୁହ, ହାୟ ହାୟ, ସେଦିନ!


ହେ ମନୁଷ୍ୟ-ସନ୍ତାନ, କ୍ରନ୍ଦନ ଓ ହାହାକାର କର; କାରଣ ତାହା ଆମ୍ଭର ଲୋକମାନଙ୍କ ବିରୁଦ୍ଧରେ, ଇସ୍ରାଏଲର ସମସ୍ତ ଅଧିପତିଗଣର ବିରୁଦ୍ଧରେ ଉପସ୍ଥିତ ହୋଇଅଛି; ସେମାନେ ଆମ୍ଭ ଲୋକମାନଙ୍କ ସହିତ ଖଡ଼୍‍ଗରେ ସମର୍ପିତ ହୋଇଅଛନ୍ତି, ଏଣୁ ତୁମ୍ଭେ ଆପଣା ଊରୁଦେଶରେ ଆଘାତ କର।


ମୋୟାବ ଲଜ୍ଜିତ ହୋଇଅଛି; କାରଣ ତାହା ଭଗ୍ନ ହୋଇଅଛି; ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର; ମୋୟାବ ଉତ୍ସନ୍ନ ହୋଇଛି ବୋଲି ଅର୍ଣ୍ଣୋନରେ ପ୍ରଚାର କର।


ସଦାପ୍ରଭୁ ଆପଣା ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ କରିବା ପର୍ଯ୍ୟନ୍ତ ତାହାଙ୍କର ପ୍ରଜ୍ଵଳିତ କ୍ରୋଧ ନିବୃତ୍ତ ନୋହିବ; ତୁମ୍ଭେମାନେ ଅନ୍ତିମ କାଳରେ ଏହା ବୁଝିବ।


ତୁମ୍ଭେମାନେ ହାହାକାର କର; କାରଣ ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀନ୍ତ ସର୍ବଶକ୍ତିମାନଙ୍କ ନିକଟରୁ ପ୍ରଳୟର ନ୍ୟାୟ ତାହା ଆସିବ।


ମନଃଶି ଇଫ୍ରୟିମର ଓ ଇଫ୍ରୟିମ ମନଃଶିର, ପୁଣି ସେମାନେ ଏକତ୍ର ହୋଇ ଯିହୁଦାର ପ୍ରତିକୂଳ ହେବେ। ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।


ଏଣୁ ସଦାପ୍ରଭୁ ସେମାନଙ୍କ ଯୁବକମାନଙ୍କଠାରେ ଆନନ୍ଦ କରିବେ ନାହି, କିଅବା ସେମାନଙ୍କର ପିତୃହୀନ ବାଳକ ଓ ବିଧବାଗଣ ପ୍ରତି ଦୟା କରିବେ ନାହିଁ; ଯେହେତୁ ପ୍ରତ୍ୟେକ ଲୋକ ଧର୍ମହୀନ ଓ ଦୁରାଚାରୀ ଓ ପ୍ରତ୍ୟେକ ମୁଖ ମୂଢ଼ତାଭାଷୀ। ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।


ସମ୍ମୁଖରେ ଅରାମୀୟମାନେ ଓ ପଶ୍ଚାତରେ ପଲେଷ୍ଟୀୟମାନେ ହେବେ; ଆଉ, ସେମାନେ ପ୍ରସାରିତ ମୁଖରେ ଇସ୍ରାଏଲକୁ ଗ୍ରାସ କରିବେ। ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।


ସେ ଆପଣା କ୍ରୋଧର ପ୍ରଚଣ୍ତତା, କୋପ ଓ ରୋଷ ଓ ସଙ୍କଟରୂପ ଅନିଷ୍ଟର ଦୂତଦଳ ସେମାନଙ୍କ ବିରୁଦ୍ଧରେ ପଠାଇଲେ।


ଏଥିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ଲୋକମାନଙ୍କର ସମସ୍ତ ପ୍ରଧାନବର୍ଗଙ୍କୁ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୂର୍ଯ୍ୟ ସମ୍ମୁଖରେ ସେମାନଙ୍କୁ ଟଙ୍ଗାଅ, ତହିଁରେ ଇସ୍ରାଏଲଠାରୁ ସଦାପ୍ରଭୁଙ୍କର ପ୍ରଚଣ୍ତ କ୍ରୋଧ ଫେରିବ।


ହେ ପଥିକ ସମସ୍ତେ, ଏହା କି ତୁମ୍ଭମାନଙ୍କ ପ୍ରତି କିଛି ନୁହେଁ? ଦେଖି ବୁଝ, ମୋତେ ଯେଉଁ ଦୁଃଖ ଦିଆ ଯାଇଅଛି, ମୋହର ସେହି ଦୁଃଖ ପରି କି କୌଣସି ଦୁଃଖ ଅଛି? ତଦ୍ଦ୍ଵାରା ସଦାପ୍ରଭୁ ଆପଣା ପ୍ରଚଣ୍ତ କ୍ରୋଧର ଦିନରେ ମୋତେ କ୍ଳେଶଯୁକ୍ତ କରିଅଛନ୍ତି।


ହେ ଯାଜକଗଣ, ତୁମ୍ଭେମାନେ ଚଟବସ୍ତ୍ରରେ କଟି ବାନ୍ଧି ବିଳାପ କର; ହେ ଯଜ୍ଞବେଦିର ପରିଚାରକଗଣ, ତୁମ୍ଭେମାନେ ହାହାକାର କର; ହେ ଆମ୍ଭ ପରମେଶ୍ଵରଙ୍କର ପରିଚାରକଗଣ, ତୁମ୍ଭେମାନେ ଆସ, ଚଟବସ୍ତ୍ର ପିନ୍ଧି ରାତ୍ରିଯାକ କ୍ଷେପଣ କର; କାରଣ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହରୁ ଭକ୍ଷ୍ୟ-ନୈବେଦ୍ୟ ଓ ପେୟ-ନୈବେଦ୍ୟ ନିବୃତ୍ତ କରାଯାଇଅଛି।


ହେ ମେଷପାଳକଗଣ, ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର; ହେ ମେଷଗଣର ଅଗ୍ରଗଣ୍ୟମାନେ, ତୁମ୍ଭେମାନେ ଭସ୍ମରେ ଗଡ଼; କାରଣ ତୁମ୍ଭମାନଙ୍କର ହତ୍ୟା-ସମୟ ସମ୍ପୂର୍ଣ୍ଣ ରୂପେ ଉପସ୍ଥିତ ହେଲା, ଆଉ ଆମ୍ଭେ ତୁମ୍ଭମାନଙ୍କୁ ଖଣ୍ତ ଖଣ୍ତ କରି ଭାଙ୍ଗିବା ଓ ତୁମ୍ଭେମାନେ ମନୋହର ପାତ୍ର ତୁଲ୍ୟ ପଡ଼ିଯିବ।


ତୁମ୍ଭେ ଆପଣାର ଆହ୍ଲାଦଜନକ ସନ୍ତାନଗଣ ନିମନ୍ତେ ମସ୍ତକ ମୁଣ୍ତନ କର ଓ କେଶ କାଟି ପକାଅ; ଶାଗୁଣା ପରି ଆପଣାର କେଶ-ଶୂନ୍ୟତା ବୃଦ୍ଧି କର; କାରଣ ସେମାନେ ତୁମ୍ଭ ନିକଟରୁ ନିର୍ବାସିତ ହୋଇ ଯାଇଅଛନ୍ତି।


Swiv nou:

Piblisite


Piblisite