Biblia Todo Logo
Bib sou entènèt

- Piblisite -




ଯିରିମୀୟ 4:6 - ପବିତ୍ର ବାଇବଲ (Re-edited) - (BSI)

6 ସିୟୋନ ଆଡ଼େ ଧ୍ଵଜା ଟେକ, ରକ୍ଷା ନିମନ୍ତେ ପଳାଅ, ବିଳମ୍ଵ କର ନାହିଁ; କାରଣ ଆମ୍ଭେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା।

Gade chapit la Kopi

ଓଡିଆ ବାଇବେଲ

6 ସିୟୋନ ଆଡ଼େ ଧ୍ୱଜା ଟେକ, ରକ୍ଷା ନିମନ୍ତେ ପଳାଅ, ବିଳମ୍ବ କର ନାହିଁ; କାରଣ ଆମ୍ଭେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସିୟୋନ ଆଡ଼େ ଧ୍ୱଜା ଟେକ, ରକ୍ଷା ନିମନ୍ତେ ପଳାଅ, ବିଳମ୍ବ କର ନାହିଁ; କାରଣ ଆମ୍ଭେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା।

Gade chapit la Kopi

ପବିତ୍ର ବାଇବଲ

6 ସିୟୋନଆଡ଼େ ଧ୍ୱଜା ଉଠାଅ। ଜୀବନ ରକ୍ଷା ପାଇଁ ପଳାୟନ କର। ଅପେକ୍ଷା କର ନାହିଁ, କାରଣ ଆମ୍ଭେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା।”

Gade chapit la Kopi




ଯିରିମୀୟ 4:6
19 Referans Kwoze  

ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ପ୍ରକାଶ କରି ପ୍ରଚାର କର ଓ ଧ୍ଵଜା ଉଠାଅ; ପ୍ରଚାର କର ଓ ଗୋପନ ନ କରି କୁହ, ବାବିଲ ହସ୍ତଗତ ହେଲା, ବେଲ ଲଜ୍ଜିତ ହେଲା, ମରୋଦକ ବିସ୍ମିତ ହେଲା; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦେବତାସକଳ ବିସ୍ମିତ ହେଲେ।


ତୁମ୍ଭେମାନେ ଦେଶରେ ଧ୍ଵଜା ସ୍ଥାପନ କର, ଗୋଷ୍ଠୀୟମାନଙ୍କ ମଧ୍ୟରେ ତୂରୀ ବଜାଅ, ଗୋଷ୍ଠୀୟମାନଙ୍କୁ ତାହା ବିରୁଦ୍ଧରେ ପ୍ରସ୍ତୁତ କର, ଅରାରଟ୍, ମିନ୍ନି ଓ ଅସ୍କିନସ୍, ଏହିସବୁ ରାଜ୍ୟକୁ ତାହାର ବିରୁଦ୍ଧରେ ଏକତ୍ର ଡାକ,, ତାହାର ବିରୁଦ୍ଧରେ ସେନାପତି ବର୍ଗକୁ ନିଯୁକ୍ତ କର ଓ କର୍କଶ ପତଙ୍ଗ ପରି ଅଶ୍ଵଗଣକୁ ପଠାଅ।


ବାବିଲର ପ୍ରାଚୀର ବିରୁଦ୍ଧରେ ଧ୍ଵଜା ସ୍ଥାପନ କର, ରକ୍ଷକଦଳ ଦୃଢ଼ କର, ପ୍ରହରୀଗଣ ନିଯୁକ୍ତ କର, ଗୋପନ ସ୍ଥାନରେ ସୈନ୍ୟ ରଖ: କାରଣ ସଦାପ୍ରଭୁ ବାବିଲର ନିବାସୀମାନଙ୍କ ବିଷୟରେ ଯାହା କହିଲେ, ତାହା ସଙ୍କଳ୍ପ କରି ସିଦ୍ଧ କରିଅଛନ୍ତି।


ଏଥିପାଇଁ ଦେଖ, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ, ପୁଣି ଆମ୍ଭର ଦାସ ବାବିଲର ରାଜା ନବୂଖଦ୍ନିତ୍ସରକୁ ନେଇ ଏହି ଦେଶ ବିରୁଦ୍ଧରେ ଓ ତନ୍ନିବାସୀମାନଙ୍କ ବିରୁଦ୍ଧରେ ଓ ତହିଁର ଚତୁର୍ଦ୍ଦିଗସ୍ଥ ଏହିସବୁ ଗୋଷ୍ଠୀ ବିରୁଦ୍ଧରେ ଆଣିବା; ଆଉ, ଆମ୍ଭେ ସେମାନଙ୍କୁ ନିଃଶେଷ ରୂପେ ବିନାଶ କରିବା ଓ ସେମାନଙ୍କୁ ବିସ୍ମୟ ଓ ଶୀସ୍ ଶଦ୍ଦର ବିଷୟ ଓ ଚିର କାଳର ଉତ୍ସନ୍ନ ସ୍ଥାନ କରିବା।


ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଉତ୍ତର ଦେଶରୁ ଏକ ଜନବୃନ୍ଦ ଆସୁଅଛନ୍ତି ଓ ପୃଥିବୀର ପ୍ରା; ଭାଗରୁ ଏକ ମହାଗୋଷ୍ଠୀ ଉତ୍ତେଜିତ ହେବେ।


ହେ ବିନ୍ୟାମୀନ-ସନ୍ତାନଗଣ, ତୁମ୍ଭେମାନେ ରକ୍ଷା ପାଇବା ପାଇଁ ଯିରୂଶାଲମ ମଧ୍ୟରୁ ପଳାୟନ କର, ତକୋୟ (ନଗର)ରେ ତୂରୀ ବଜାଅ ଓ ବୈଥ୍ହ-କେରମରେ ଧ୍ଵଜା ଟେକ; କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ନିରୀକ୍ଷଣ କରୁଅଛି।


ମୁଁ କେତେ କାଳ ପତାକା ଦେଖିବି ଓ ତୂରୀର ଶଦ୍ଦ ଶୁଣିବି?


ତୁମ୍ଭେମାନେ ଅଗ୍ରସର ହୁଅ, ନଗର-ଦ୍ଵାର ମଧ୍ୟ ଦେଇ ଅଗ୍ରସର ହୁଅ; ଲୋକମାନଙ୍କର ପଥ ପ୍ରସ୍ତୁତ କର; ଉଚ୍ଚ କର, ରାଜପଥ ଉଚ୍ଚ କର; ପ୍ରସ୍ତରସବୁ ବାହାର କରି ସଂଗ୍ରହ କର; ଗୋଷ୍ଠୀସମୂହ ନିମନ୍ତେ ଏକ ଧ୍ଵଜା ଉଠାଅ।


ପୁଣି, ସଦାପ୍ରଭୁ କହନ୍ତି, ସେଦିନ ମତ୍ସ୍ୟଦ୍ଵାରଠାରୁ କ୍ରନ୍ଦନର ଶଦ୍ଦ ଓ (ନଗରର) ଦ୍ଵିତୀୟ ବିଭାଗଠାରୁ ହାହାକାର ଶଦ୍ଦ ଓ ଉପପର୍ବତଗଣରୁ ମହାଭଙ୍ଗର ଶଦ୍ଦ ଶୁଣାଯିବ।


ବାବିଲରୁ କ୍ରନ୍ଦନର ରବ ଓ କଲ୍ଦୀୟମାନଙ୍କ ଦେଶରୁ ମହାବିନାଶର ଶଦ୍ଦ ଉଠୁଅଛି !


ଦେଶରେ ସଂଗ୍ରାମର ଓ ମହାବିନାଶର ଶଦ୍ଦ ହେଉଅଛି।


ଆଉ, ସଦାପ୍ରଭୁ କହନ୍ତି, ତହିଁ ଉତ୍ତାରେ ଆମ୍ଭେ ଯିହୁଦାର ରାଜା ସିଦିକୀୟକୁ, ତାହାର ଦାସଗଣକୁ ଓ ଲୋକମାନଙ୍କୁ, ଅର୍ଥାତ୍, ଏହି ନଗରର ଯେଉଁସକଳ ଲୋକ ମହାମାରୀ, ଖଡ଼୍‍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସେମାନଙ୍କୁ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ଓ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କ ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ସମର୍ପଣ କରିବା; ଆଉ, ସେ ସେମାନଙ୍କୁ ଖଡ଼୍‍ଗଧାରରେ ବଧ କରିବ; ସେ ସେମାନଙ୍କୁ କ୍ଷମା କି ଦୟା କି କରୁଣା କରିବ ନାହିଁ।


ଏନିମନ୍ତେ ଏବେ ତୁମ୍ଭେ ଯିହୁଦାର ଲୋକମାନଙ୍କ ଓ ଯିରୂଶାଲମ ନିବାସୀମାନଙ୍କ ନିକଟକୁ ଯାଇ କୁହ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ସଂକଳ୍ପ କରୁଅଛୁ; ଏବେ ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେର, ପୁଣି ଆପଣା ଆପଣା ପଥ ଓ ଆପଣା ଆପଣା କ୍ରିୟାର ଶୋଧନ କର।


ପୁଣି, ତୁମ୍ଭ ବିରୁଦ୍ଧରେ ବିନାଶକଗଣକୁ ପ୍ରତ୍ୟେକର ଅସ୍ତ୍ର ସହିତ ପ୍ରସ୍ତୁତ କରିବା; ତହିଁରେ ସେମାନେ ତୁମ୍ଭର ଉତ୍ତମ ଏରସ ବୃକ୍ଷସବୁ କାଟି ଅଗ୍ନିରେ ପକାଇ ଦେବେ।


ଯେଉଁ ରଥରେ କୃଷ୍ଣବର୍ଣ୍ଣ ଅଶ୍ଵଗଣ ଅଛନ୍ତି, ତାହା ଉତ୍ତର ଦେଶ ଆଡ଼େ ଗମନ କରୁଅଛି; ଶ୍ଵେତବର୍ଣ୍ଣ ଅଶ୍ଵଗଣ ସେମାନଙ୍କ ପଶ୍ଚାଦ୍ଗମନ କଲେ; ଆଉ, ବିନ୍ଦୁଚିତ୍ରିତ ଅଶ୍ଵଗଣ ଦକ୍ଷିଣ ଦେଶ ଆଡ଼େ ଗମନ କଲେ।


କୋଳାହଳର ରବ, ଦେଖ ତାହା ଉପସ୍ଥିତ ହେଉଅଛି, ଆଉ ଯିହୁଦାର ନଗରସବୁ ଉଚ୍ଛିନ୍ନ ଓ ଶୃଗାଳମାନଙ୍କର ବାସସ୍ଥାନ କରିବା ପାଇଁ ଉତ୍ତର ଦେଶରୁ ମହାଚହଳ ଆସୁଅଛି।


ତେବେ ସେ ଉଚ୍ଚସ୍ଵରରେ ମୋʼ କର୍ଣ୍ଣରେ ଏହି କଥା କହିଲେ, ତୁମ୍ଭେମାନେ ନଗରରେ ନିଯୁକ୍ତ କର୍ମଚାରୀମାନଙ୍କୁ ନିକଟକୁ ଅଣାଅ, ପ୍ରତ୍ୟେକେ ଆପଣା ଆପଣା ହସ୍ତରେ ବିନାଶକ ଅସ୍ତ୍ର ଧରି ଆସନ୍ତୁ।


ଏଥିରେ ଦେଖ, ଉତ୍ତର ଦିଗସ୍ଥ ଉଚ୍ଚତର ଦ୍ଵାରର ପଥରୁ ଛଅ ଜଣ ପୁରୁଷ ଆସିଲେ, ସେମାନଙ୍କର ପ୍ରତ୍ୟେକର ହସ୍ତରେ ସଂହାରକ ଅସ୍ତ୍ର ଥିଲା ଓ ସେମାନଙ୍କର ମଧ୍ୟ-ସ୍ଥାନରେ ଶୁକ୍ଳବସ୍ତ୍ର ପରିହିତ ଏକ ପୁରୁଷ ଥିଲେ, ତାଙ୍କର ପାର୍ଶ୍ଵରେ ଲେଖକର କାଳୀଘଡ଼ି ଥିଲା। ପୁଣି, ସେମାନେ ଭିତରକୁ ଯାଇ ପିତ୍ତଳମୟ ଯଜ୍ଞବେଦିର ପାର୍ଶ୍ଵରେ ଠିଆ ହେଲେ।


Swiv nou:

Piblisite


Piblisite