Biblia Todo Logo
Bib sou entènèt

- Piblisite -




ଯିରିମୀୟ 4:13 - ପବିତ୍ର ବାଇବଲ (Re-edited) - (BSI)

13 ଦେଖ, ସେ ମେଘମାଳା ତୁଲ୍ୟ ଆସୁଅଛି, ତାହାର ରଥସବୁ ଘୂର୍ଣ୍ଣିବାୟୁ ସ୍ଵରୂପ ହେବ; ତାହାର ଅଶ୍ଵଗଣ ଉତ୍କୋଶ ପକ୍ଷୀ ଅପେକ୍ଷା ଦ୍ରୁତଗାମୀ। ହାୟ ହାୟ! ଆମ୍ଭେମାନେ ବିନଷ୍ଟ ହେଲୁ।

Gade chapit la Kopi

ଓଡିଆ ବାଇବେଲ

13 ଦେଖ, ସେ ମେଘମାଳା ତୁଲ୍ୟ ଆସୁଅଛି, ତାହାର ରଥସବୁ ଘୂର୍ଣ୍ଣିବାୟୁ ସ୍ୱରୂପ ହେବ; ତାହାର ଅଶ୍ୱଗଣ ଉତ୍କ୍ରୋଶ ପକ୍ଷୀ ଅପେକ୍ଷା ଦ୍ରୁତଗାମୀ। ହାୟ ହାୟ ! ଆମ୍ଭେମାନେ ବିନଷ୍ଟ ହେଲୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଦେଖ, ସେ ମେଘମାଳା ତୁଲ୍ୟ ଆସୁଅଛି, ତାହାର ରଥସବୁ ଘୂର୍ଣ୍ଣିବାୟୁ ସ୍ୱରୂପ ହେବ; ତାହାର ଅଶ୍ୱଗଣ ଉତ୍କ୍ରୋଶ ପକ୍ଷୀ ଅପେକ୍ଷା ଦ୍ରୁତଗାମୀ। ହାୟ ହାୟ! ଆମ୍ଭେମାନେ ବିନଷ୍ଟ ହେଲୁ।

Gade chapit la Kopi

ପବିତ୍ର ବାଇବଲ

13 ଦେଖ, ସେ ମେଘଖଣ୍ଡ ସଦୃଶ ଆସୁଅଛି। ତାହାର କଥାଗୁଡ଼ିକ ଘୂର୍ଣ୍ଣିବାୟୁ ସଦୃଶ ଓ ତାହାର ଅସ୍ତ୍ରଗୁଡ଼ିକ ଉତ୍କ୍ରୋଶପକ୍ଷୀଠାରୁ ଅଧିକ ଦ୍ରୁତଗାମୀ ହେବେ। ଏହା ଆମ୍ଭମାନଙ୍କ ପାଇଁ ବହୁ ଅମଙ୍ଗଳ ହେବ ଓ ଆମ୍ଭେମାନେ ବିନଷ୍ଟ ହେବା।

Gade chapit la Kopi




ଯିରିମୀୟ 4:13
28 Referans Kwoze  

ମିସର ବିଷୟକ ଭାରୋକ୍ତି। ଦେଖ, ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆରୋହଣ କରି ମିସରକୁ ଆସୁଅଛନ୍ତି; ପୁଣି, ତାହାଙ୍କ ଛାମୁରେ ମିସରର ପ୍ରତିମାଗଣ କମ୍ପାନ୍ଵିତ ହେବେ ଓ ମିସରର ହୃଦୟ ତାହାର ମଧ୍ୟରେ ତରଳି ଯିବ।


କାରଣ ଦେଖ, ମହାତାପରେ ଆପଣାର କ୍ରୋଧ ଓ ପ୍ରଜ୍ଵଳିତ ଅଗ୍ନି ଦ୍ଵାରା ଆପଣା ଭର୍ତ୍ସନା ପ୍ରତିଦାନ କରିବା ପାଇଁ ସଦାପ୍ରଭୁ ଅଗ୍ନି ସହକାରେ ଆଗମନ କରିବେ ଓ ତାହାଙ୍କର ରଥସବୁ ଘୂର୍ଣ୍ଣିବାୟୁ ତୁଲ୍ୟ ହେବ।


ଆହୁରି, ସେମାନଙ୍କର ଅଶ୍ଵଗଣ ଚିତାବାଘଠାରୁ ବେଗଗାମୀ ଓ ସନ୍ଧ୍ୟାକାଳରେ କେନ୍ଦୁଆଗଣଠାରୁ ଦୂରନ୍ତ; ଆଉ, ସେମାନଙ୍କର ଅଶ୍ଵାରୋହୀମାନେ ଆପଣାମାନଙ୍କୁ ବ୍ୟାପ୍ତ କରୁଅଛନ୍ତି; ହଁ, ସେମାନଙ୍କର ଅଶ୍ଵାରୋହୀଗଣ ଦୂରରୁ ଆସୁଅଛନ୍ତି; ଗ୍ରାସ କରିବା ପାଇଁ ଦ୍ରୁତଗାମୀ ଉତ୍କ୍ରୋଶ ପକ୍ଷୀ ପରି ସେମାନେ ଉଡ଼ୁଅଛନ୍ତି।


ଆମ୍ଭମାନଙ୍କୁ ଗୋଡ଼ାଇବା ଲୋକମାନେ ଆକାଶର ଉତ୍କ୍ରୋଶ ପକ୍ଷୀ ଅପେକ୍ଷା ବେଗଗାମୀ; ସେମାନେ ପର୍ବତରେ ଆମ୍ଭମାନଙ୍କୁ ଗୋଡ଼ାଇଲେ, ସେମାନେ ଆମ୍ଭମାନଙ୍କୁ ଧରିବା ପାଇଁ ପ୍ରାନ୍ତରରେ ଛକି ବସିଲେ।


ସେମାନଙ୍କର ତୀର ତୀକ୍ଷ୍ଣ ଓ ସେମାନଙ୍କର ଧନୁସବୁ ଗୁଣଦିଆ; ସେମାନଙ୍କ ଅଶ୍ଵଗଣର ଖୁରା ଚକମକି ପଥର ପରି ଓ ସେମାନଙ୍କ ରଥର ଚକ୍ର ଘୂର୍ଣ୍ଣିବାୟୁ ପରିନ୍ତ


ସଦାପ୍ରଭୁ କ୍ରୋଧରେ ଧୀର ଓ ପରାକ୍ରମରେ ମହାନଓ କୌଣସି ପ୍ରକାରେ ଦୋଷୀକୁ ନିର୍ଦ୍ଦୋଷ କରିବେ ନାହିଁ; ଘୂର୍ଣ୍ଣିବାୟୁ ଓ ତୋଫାନ ମଧ୍ୟରେ ସଦାପ୍ରଭୁଙ୍କର ପଥ ଅଛି ଓ ମେଘମାଳ ତାହାଙ୍କର ପାଦଧୂଳି।


ସେମାନେ, ଅର୍ଥାତ୍, ସଦାପ୍ରଭୁ ଓ ତାହାଙ୍କ କ୍ରୋଧରୂପ ଅସ୍ତ୍ରସବୁ ସମୁଦାୟ ଦେଶ ଉଚ୍ଛିନ୍ନ କରିବା ନିମନ୍ତେ ଦୂର ଦେଶରୁ, ଆକାଶମଣ୍ତଳର ପ୍ରା; ଭାଗରୁ ଆସୁଅଛନ୍ତି।


ଯେପରି ଉତ୍କ୍ରୋଶ ପକ୍ଷୀ ଉଡ଼େ, ସେପରି ସଦାପ୍ରଭୁ ଦୂରରୁ ପୃଥିବୀର ପ୍ରାନ୍ତରୁ ଏକ ଗୋଷ୍ଠୀକି ତୁମ୍ଭ ପ୍ରତିକୂଳରେ ଆଣିବେ; ସେହି ଗୋଷ୍ଠୀର ଭାଷା ତୁମ୍ଭେ ବୁଝି ପାରିବ ନାହିଁ;


କାରଣ ପ୍ରସବକାରିଣୀ ସ୍ତ୍ରୀର ରବ ପରି, ପ୍ରଥମ ସନ୍ତାନ ପ୍ରସବକାରିଣୀର ବେଦନା ପରି ସିୟୋନ କନ୍ୟାର ରବ ଆମ୍ଭେ ଶୁଣିଅଛୁ, ସେ ଦୀର୍ଘନିଶ୍ଵାସ ଛାଡ଼ି ଓ ଆପଣା ହାତ ପ୍ରସାରି କହୁଅଛି, ହାୟ ହାୟ ! ହତ୍ୟାକାରୀମାନଙ୍କ ଆଗରେ ମୋʼ ପ୍ରାଣ ମୂର୍ଚ୍ର୍ଛିତ ହେଲା।


ଦେଖ, ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ। ହଁ, ଆମେନ୍।


ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହା-ପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।


ତୁମ୍ଭେ ଆପଣା ମୁଖରେ ତୂରୀ ଦିଅ; ସେ ସଦାପ୍ରଭୁଙ୍କ ଗୃହ ବିରୁଦ୍ଧରେ ଉତ୍କ୍ରୋଶ ପକ୍ଷୀ ତୁଲ୍ୟ ଆସୁଅଛି; କାରଣ ଲୋକମାନେ ଆମ୍ଭର ନିୟମ ଲଙ୍ଘନ କରିଅଛନ୍ତି ଓ ଆମ୍ଭ ବ୍ୟବସ୍ଥାର ପ୍ରତିକୂଳରେ ଅପରାଧ କରିଅଛନ୍ତି।


ପ୍ରଥମ ପଶୁ ସିଂହ ତୁଲ୍ୟ ଓ ଉତ୍କ୍ରୋଶ ପକ୍ଷୀ ପରି ତାହାର ଡେଣା ଥିଲା; ମୁଁ ଦେଖୁ ଦେଖୁ ତାହାର ସେହି ଡେଣା ଉପୁଡ଼ା ଗଲା, ଆଉ ସେ ପୃଥିବୀରୁ ଉଠାଗଲା ଓ ମନୁଷ୍ୟ ପରି ଦୁଇ ଚରଣରେ ତାକୁ ଠିଆ କରାଗଲା, ପୁଣି ତାହାକୁ ମନୁଷ୍ୟର ଅନ୍ତଃକରଣ ଦିଆଗଲା।


ହାୟ ହାୟ, ମୋହର ଦୁଃଖ ! ମୋହର କ୍ଷତ ଅତି ବେଦନାଯୁକ୍ତ; ତଥାପି ମୁଁ କହିଲି, ଏହି ମୋହର ବେଦନା, ମୋତେ ଏହା ସହିବାକୁ ହେବ ।


ଶାଉଲ ଓ ଯୋନାଥନ ଜୀବଦ୍ଦଶାରେ ପରସ୍ପର ପ୍ରିୟ ଓ ତୁଷ୍ଟିଜନକ ଥିଲେ, ମରଣ ସମୟରେ ହେଁ ସେମାନେ ବିଭିନ୍ନ ନୋହିଲେ; ସେମାନେ ଉତ୍କ୍ରୋଶ ପକ୍ଷୀଠାରୁ ବେଗବାନ, ସେମାନେ ସିଂହଠାରୁ ବଳବାନ ଥିଲେ।


ଯେହେତୁ ଯିରୂଶାଲମ ବିନଷ୍ଟ ଓ ଯିହୁଦା ପତିତ ହୋଇଅଛି; କାରଣ ସଦାପ୍ରଭୁଙ୍କର ପ୍ରତାପବିଶିଷ୍ଟ ଚକ୍ଷୁକୁ କ୍ରୋଧାନ୍ଵିତ କରିବା ପାଇଁ ସେମାନଙ୍କର ଜିହ୍ଵା ଓ କ୍ରିୟା ତାହାଙ୍କର ପ୍ରତିକୂଳ ଅଟେ।


ସେହିସବୁ ସ୍ଥାନରୁ ଘୂର୍ଣ୍ଣିବାୟୁ ଆମ୍ଭ ସପକ୍ଷରେ ଆସିବ; ଏବେ ଆମ୍ଭେ ହିଁ ଲୋକମାନଙ୍କ ବିରୁଦ୍ଧରେ ଦଣ୍ତାଜ୍ଞା ପ୍ରକାଶ କରିବା।


କାରଣ ସିୟୋନଠାରୁ ଏହି ହାହାକାର ଶଦ୍ଦ ଶୁଣା ଯାଉଅଛି, ଆମ୍ଭେମାନେ କିପରି ବିନଷ୍ଟ ହୋଇଅଛୁ ! ଲୋକମାନେ ଆମ୍ଭମାନଙ୍କର ବାସସ୍ଥାନ ଭୂମିସାତ୍ କରିବାରୁ ଆମ୍ଭେମାନେ ଦେଶ ତ୍ୟାଗ କରି ଅତିଶୟ ଲଜ୍ଜିତ ହୋଇଅଛୁ।


ଦେଖ, ସେ ଉତ୍କୋଶ ପକ୍ଷୀ ପରି ଉଠି ଉଡ଼ି ଆସିବ ଓ ବସ୍ରା ଉପରେ ଆପଣା ପକ୍ଷ ବିସ୍ତାର କରିବ; ପୁଣି, ସେସମୟରେ ଇଦୋମର ବୀର ପୁରୁଷମାନଙ୍କ ଅନ୍ତଃକରଣ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀର ଅନ୍ତଃକରଣର ସମାନ ହେବ।


ତାହାର ଅଶ୍ଵଗଣର ବାହୁଲ୍ୟ ହେତୁରୁ ସେମାନଙ୍କର ଧୂଳି ତୁମ୍ଭକୁ ଆଚ୍ଛାଦନ କରିବ; ଲୋକେ ଭଗ୍ନ-ପ୍ରାଚୀରବିଶିଷ୍ଟ ନଗରରେ ପ୍ରବେଶ କଲା ପରି, ଯେତେବେଳେ ସେ ତୁମ୍ଭ ନଗର-ଦ୍ଵାରରେ ପ୍ରବେଶ କରିବ, ସେତେବେଳେ ଅଶ୍ଵାରୋହୀଗଣର, ଶକଟର ଓ ରଥସମୂହର ଶଦ୍ଦରେ ତୁମ୍ଭର ପ୍ରାଚୀରସବୁ କମ୍ପି ଉଠିବ।


ପୁଣି, ତୁମ୍ଭେ ଉପରକୁ ଉଠି, ବତାସ ପରି ଆସିବ, ଦେଶକୁ ଆଚ୍ଛନ୍ନ କରିବା ପାଇଁ ତୁମ୍ଭେ, ଆଉ ତୁମ୍ଭର ସମସ୍ତ ସୈନ୍ୟଦଳ ଓ ତୁମ୍ଭ ସଙ୍ଗେ ଅନେକ ଗୋଷ୍ଠୀ ମେଘ ତୁଲ୍ୟ ହେବେ।


ଆଉ, ଅନ୍ତିମ କାଳରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବିରୋଧ କରିବ ଓ ଉତ୍ତର ଦେଶର ରାଜା ରଥ, ଅଶ୍ଵାରୋହୀଗଣ ଓ ଅନେକ ଜାହାଜ ନେଇ ତାହା ବିରୁଦ୍ଧରେ ଘୂର୍ଣ୍ଣିବାୟୁ ତୁଲ୍ୟ ଆସିବ ଓ ସେ ନାନା ଦେଶ ମଧ୍ୟରେ ପ୍ରବେଶ କରି ବଢ଼ି ତୁଲ୍ୟ ପ୍ଲାବନ କରି ବହିଯିବ।


ସେଦିନ ଲୋକମାନେ ତୁମ୍ଭ ବିରୁଦ୍ଧରେ ଗୋଟିଏ ପ୍ରବାଦ ଧରି ଅତିଶୟ ବିଳାପ କରିବେ, ଆଉ କହିବେ, ଆମ୍ଭମାନଙ୍କର ସର୍ବନାଶ ହେଲା; ସେ ଆମ୍ଭ ଲୋକମାନଙ୍କର ଅଧିକାର ହସ୍ତାନ୍ତର କରନ୍ତି; ସେ କିପରି ଆମ୍ଭଠାରୁ ତାହା ଦୂର କରନ୍ତି। ସେ ଆମ୍ଭମାନଙ୍କର କ୍ଷେତ୍ର ବିଭାଗ କରି ବିଦ୍ରୋହୀମାନଙ୍କୁ ଦିଅନ୍ତି।


ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି; ସେମାନେ ନିଷ୍ଠୁର ଓ ଦୟାହୀନ; ସେମାନଙ୍କର ରବ ସମୁଦ୍ର ପରି ଗର୍ଜନ କରେ ଓ ସେମାନେ ଅଶ୍ଵାରୋହଣ କରନ୍ତି; ଆଗୋ ସିୟୋନର କନ୍ୟେ, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ପ୍ରତ୍ୟେକେ ଯୋଦ୍ଧା ପରି ସସଜ୍ଜ ହେଉଅଛନ୍ତି।


ରାଜା ସୈନ୍ୟାଧିପତି ସଦାପ୍ରଭୁ ଯାହାଙ୍କ ନାମ, ସେ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ପର୍ବତଗଣ ମଧ୍ୟରେ ତାବୋରର ସଦୃଶ କିଅବା ସମୁଦ୍ର ନିକଟସ୍ଥ କର୍ମିଲର ସଦୃଶ ସେ ନିଶ୍ଚୟ ଆସିବ।


କାରଣ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ସେ ଉତ୍କୋଶ ପକ୍ଷୀ ପରି ଉଡ଼ି ଆସିବ ଓ ମୋୟାବ ଉପରେ ଆପଣା ପକ୍ଷଦ୍ଵୟ ବିସ୍ତାର କରିବ।


ଅନନ୍ତର ମୁଁ ପୁନର୍ବାର ଚକ୍ଷୁ ଟେକି ଅନାଇଲି, ଆଉ ଦେଖ, ଦୁଇ ପର୍ବତ ମଧ୍ୟରୁ ଚାରିଗୋଟି ରଥ ନିର୍ଗତ ହେଲା; ସେହି ପର୍ବତ ପିତ୍ତଳମୟ ପର୍ବତ ଥିଲା।


Swiv nou:

Piblisite


Piblisite