Biblia Todo Logo
Bib sou entènèt

- Piblisite -




ଯିରିମୀୟ 39:6 - ପବିତ୍ର ବାଇବଲ (Re-edited) - (BSI)

6 ପୁଣି,ବାବିଲର ରାଜା ରିବ୍ଲାରେ ସିଦିକୀୟର ଦୃଷ୍ଟିଗୋଚରରେ ତାହାର ପୁତ୍ରମାନଙ୍କୁ ବଧ କଲା; ମଧ୍ୟ ବାବିଲର ରାଜା ଯିହୁଦାର ଅଧିପତି ସମସ୍ତଙ୍କୁ ବଧ କଲା।

Gade chapit la Kopi

ଓଡିଆ ବାଇବେଲ

6 ପୁଣି, ବାବିଲର ରାଜା ରିବ୍‍ଲାରେ ସିଦିକୀୟର ଦୃଷ୍ଟିଗୋଚରରେ ତାହାର ପୁତ୍ରମାନଙ୍କୁ ବଧ କଲା; ମଧ୍ୟ ବାବିଲର ରାଜା ଯିହୁଦାର ଅଧିପତି ସମସ୍ତଙ୍କୁ ବଧ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପୁଣି, ବାବିଲର ରାଜା ରିବ୍ଲାରେ ସିଦିକୀୟର ଦୃଷ୍ଟିଗୋଚରରେ ତାହାର ପୁତ୍ରମାନଙ୍କୁ ବଧ କଲା; ମଧ୍ୟ ବାବିଲର ରାଜା ଯିହୁଦାର ଅଧିପତି ସମସ୍ତଙ୍କୁ ବଧ କଲା।

Gade chapit la Kopi

ପବିତ୍ର ବାଇବଲ

6 ବାବିଲ ରାଜା ରି‌‌‌ବ୍‌‌‌ଲାରେ ସିଦିକିୟର ସମ୍ମୁଖରେ ସିଦିକିୟର ପୁତ୍ରମାନଙ୍କୁ ବଧ କଲେ। ଆଉ ମଧ୍ୟ ତାଙ୍କର ଅଧିପତିଙ୍କୁ ବଧ କଲେ।

Gade chapit la Kopi




ଯିରିମୀୟ 39:6
19 Referans Kwoze  

ଆଉ, ବାବିଲର ରାଜା ସିଦିକୀୟର ପୁତ୍ରମାନଙ୍କୁ ତାହାର ସାକ୍ଷାତରେ ବଧ କଲା; ସେ ଯିହୁଦାର ଅଧିପତି ସମସ୍ତଙ୍କୁ ହିଁ ରିବ୍ଲାରେ ବଧ କଲା।


ଆଉ, ସଦାପ୍ରଭୁ କହନ୍ତି, ତହିଁ ଉତ୍ତାରେ ଆମ୍ଭେ ଯିହୁଦାର ରାଜା ସିଦିକୀୟକୁ, ତାହାର ଦାସଗଣକୁ ଓ ଲୋକମାନଙ୍କୁ, ଅର୍ଥାତ୍, ଏହି ନଗରର ଯେଉଁସକଳ ଲୋକ ମହାମାରୀ, ଖଡ଼୍‍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସେମାନଙ୍କୁ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ଓ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କ ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ସମର୍ପଣ କରିବା; ଆଉ, ସେ ସେମାନଙ୍କୁ ଖଡ଼୍‍ଗଧାରରେ ବଧ କରିବ; ସେ ସେମାନଙ୍କୁ କ୍ଷମା କି ଦୟା କି କରୁଣା କରିବ ନାହିଁ।


ଆଉ ସେମାନେ ସିଦିକୀୟଙ୍କର ପୁତ୍ରମାନଙ୍କୁ ତାଙ୍କର ସାକ୍ଷାତରେ ବଧ କଲେ ଓ ସିଦିକୀୟଙ୍କର ଚକ୍ଷୁ ଉପାଡ଼ି ପକାଇଲେ, ଆଉ ତାଙ୍କୁ ଶୃଇରେ ବଦ୍ଧ କରି ବାବିଲ୍‍କୁ ନେଇଗଲେ।


ତୁମ୍ଭର ଚକ୍ଷୁ ଯାହା ଦେଖିବ, ତହିଁ ସକାଶୁ ତୁମ୍ଭେ ଉନ୍ମତ୍ତ ହେବ।


ସେମାନଙ୍କର ଶିଶୁଗଣ ମଧ୍ୟ ସେମାନଙ୍କ ଦୃଷ୍ଟିଗୋଚରରେ କଚଡ଼ା ଯିବେ; ସେମାନଙ୍କର ଗୃହ ଲୁଟିତ ହେବ ଓ ସେମାନଙ୍କର ଭାର୍ଯ୍ୟାମାନେ ବଳାତ୍କାରରେ ଭ୍ରଷ୍ଟ କରାଯିବେ।


ଯେହେତୁ ମୋʼ ଲୋକଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟିବ, ତାହା ଦେଖି ମୁଁ କିପରି ସହି ପାରିବି? ପୁଣି, ଆପଣା କୁଟୁମ୍ଵମାନଙ୍କ ବିନାଶ ଦେଖି କିରୂପେ ସହି ପାରିବି।


ଦେଖ, ଆମ୍ଭେ ତୁମ୍ଭର ପିତୃଲୋକମାନଙ୍କ ନିକଟରେ ତୁମ୍ଭକୁ ସଂଗ୍ରହ କରିବା, ଆଉ ତୁମ୍ଭେ ଶାନ୍ତିରେ ଆପଣା କବରରେ ସଂଗୃହୀତ ହେବ, ପୁଣି ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀମାନଙ୍କ ଉପରେ ଯେ ଯେ ଅମଙ୍ଗଳ ଘଟାଇବା, ତାହାସବୁ ତୁମ୍ଭର ଚକ୍ଷୁ ଦେଖିବ ନାହିଁ। ଏଥି ଉତ୍ତାରେ ସେମାନେ ପୁନର୍ବାର ରାଜା ନିକଟକୁ ସମାଚାର ଆଣିଲେ।


ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭକୁ ତୁମ୍ଭ ପିତୃଲୋକଙ୍କ ନିକଟରେ ସଂଗ୍ରହ କରିବା ଓ ତୁମ୍ଭେ ଶାନ୍ତିରେ ଆପଣା କବରରେ ସଂଗୃହୀତ ହେବ, ପୁଣି ଆମ୍ଭେ ଏହି ସ୍ଥାନ ଉପରେ ଯେସବୁ ଅମଙ୍ଗଳ ଆଣିବା, ତାହା ତୁମ୍ଭ ଚକ୍ଷୁ ଦେଖିବ ନାହିଁ। ଏଥିଉତ୍ତାରେ ଲୋକମାନେ ପୁନର୍ବାର ରାଜାଙ୍କୁ ଏହି କଥାର ସମାଚାର ଦେଲେ।


କାରଣ ଏହି ଯୁବା ମୋʼ ସଙ୍ଗରେ ନ ଥିଲେ, ମୁଁ କି ପ୍ରକାରେ ପିତାଙ୍କ ନିକଟକୁ ଯାଇ ପାରିବି? ପୁଣି ପିତାଙ୍କୁ ଯେଉଁ ବିପଦ ଘଟିବ, ତାହା କି ପ୍ରକାରେ ଅବା ଦେଖି ପାରିବି?


ପୁଣି ସେ ତାହା ଆଗରୁ ଦୂରକୁ ତୀରେକ ପରିମାଣ ଯାଇ ବସିଲା; କାରଣ ସେ କହିଲା, ବାଳକର ମରଣ ମୁଁ ଦେଖିବି ନାହିଁ। ପୁଣି ସେ ତାହା ଆଗରେ ବସି ଉଚ୍ଚ ସ୍ଵରରେ ରୋଦନ କଲା।


ସେମାନେ ତହିଁର କୁଳୀନମାନଙ୍କୁ ରାଜତ୍ଵ କରିବାକୁ ଡାକିବେ; ମାତ୍ର କେହି ସେଠାରେ ନ ଥିବେ ଓ ତହିଁର ଅଧିପତି ସମସ୍ତେ ଲୁପ୍ତ ହେବେ।


କାରଣ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭକୁ, ତୁମ୍ଭ ପ୍ରତି ଓ ତୁମ୍ଭର ସମସ୍ତ ବନ୍ଧୁ ପ୍ରତି ଆଶଙ୍କାଜନକ କରିବା; ପୁଣି, ସେମାନେ ଆପଣାମାନଙ୍କ ଶତ୍ରୁଗଣର ଖଡ଼୍‍ଗ ଦ୍ଵାରା ହତ ହେବେ ଓ ତୁମ୍ଭର ଚକ୍ଷୁ ତାହା ଦେଖିବ; ଆଉ, ଆମ୍ଭେ ସମୁଦାୟ ଯିହୁଦାକୁ ବାବିଲର ରାଜା ହସ୍ତରେ ସମର୍ପଣ କରିବା, ତହିଁରେ ସେ ସେମାନଙ୍କୁ ବନ୍ଦୀ କରି ବାବିଲକୁ ଘେନିଯାଇ ଖଡ଼୍‍ଗରେ ବଧ କରିବ।


ପୁଣି, ତୁମ୍ଭେ ତାହା ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ନିଶ୍ଚୟ ଧରାଯିବ ଓ ତାହା ହସ୍ତରେ ସମର୍ପିତ ହେବ; ପୁଣି, ତୁମ୍ଭର ଚକ୍ଷୁ ବାବିଲ ରାଜାର ଚକ୍ଷୁକୁ ଦେଖିବ ଓ ସେ ସମ୍ମୁଖାସମ୍ମୁଖୀ ହୋଇ ତୁମ୍ଭ ସଙ୍ଗେ କଥା କହିବ ଓ ତୁମ୍ଭେ ବାବିଲକୁ ଯିବ।


ପୁଣି, ଲୋକମାନେ ଆପଣଙ୍କ ଭାର୍ଯ୍ୟା ଓ ସନ୍ତାନ ସମସ୍ତଙ୍କୁ ବାହାର କରି କଲ୍ଦୀୟମାନଙ୍କ ନିକଟକୁ ଆଣିବେ; ଆଉ, ଆପଣ ସେମାନଙ୍କ ହସ୍ତରୁ ରକ୍ଷା ପାଇବେ ନାହିଁ, ମାତ୍ର ବାବିଲ ରାଜାର ହସ୍ତରେ ଧରାଯିବେ ଓ ଆପଣ ଏହି ନଗରକୁ ଅଗ୍ନିରେ ଦଗ୍ଧ କରାଇବେ।


ପୁଣି, ସେମାନେ ଅସ୍ତ୍ରଶସ୍ତ୍ର, ରଥ ଓ ଶକଟ ଓ ଗୋଷ୍ଠୀଗଣର ସମାଜ ନେଇ ତୁମ୍ଭ ବିରୁଦ୍ଧରେ ଆସିବେ; ସେମାନେ ସାନ ଓ ବଡ଼ ଢାଲ ଓ ଟୋପର ଧରି ତୁମ୍ଭ ବିରୁଦ୍ଧରେ ଚତୁର୍ଦ୍ଦିଗରେ ଆପଣାମାନଙ୍କୁ ସଜାଇବେ; ଆଉ, ଆମ୍ଭେ ସେମାନଙ୍କ ହସ୍ତରେ ବିଚାରର ଭାର ସମର୍ପଣ କରିବା ଓ ସେମାନେ ଆପଣାମାନଙ୍କର ବିଚାରାନୁସାରେ ତୁମ୍ଭର ବିଚାର କରିବେ।


ପଲ ମଧ୍ୟରୁ ଉତ୍ତମ ପଶୁ ନିଅ ଓ ହଣ୍ତା ତଳେ ଅସ୍ଥିସବୁ ସଜାଅ; ତାହା ଉତ୍ତମ ରୂପେ ସିଦ୍ଧ କର ଓ ଅସ୍ଥିସବୁ ତହିଁ ମଧ୍ୟରେ ପାକ ହେଉ।


ପୁଣି, ସଦାପ୍ରଭୁଙ୍କର ସେହି ଯଜ୍ଞ ଦିନ ଆମ୍ଭେ ଅଧିପତିଗଣକୁ ଓ ରାଜପୁତ୍ରଗଣକୁ ଓ ବିଦେଶୀୟ ବସ୍ତ୍ରରେ ବସ୍ତ୍ରାନ୍ଵିତ ସମସ୍ତଙ୍କୁ ଦଣ୍ତ ଦେବା।


Swiv nou:

Piblisite


Piblisite