Biblia Todo Logo
Bib sou entènèt

- Piblisite -




ଯିରିମୀୟ 39:18 - ପବିତ୍ର ବାଇବଲ (Re-edited) - (BSI)

18 କାରଣ ଆମ୍ଭେ ନିଶ୍ଚୟ ତୁମ୍ଭକୁ ରକ୍ଷା କରିବା, ତୁମ୍ଭେ ଖଡ଼୍‍ଗରେ ପତିତ ହେବ ନାହିଁ, ମାତ୍ର ତୁମ୍ଭ ପ୍ରାଣ ତୁମ୍ଭ ପ୍ରତି ଲୁଟିତ ଦ୍ରବ୍ୟ ସ୍ଵରୂପ ହେବ: ଯେହେତୁ ତୁମ୍ଭେ ଆମ୍ଭଠାରେ ବିଶ୍ଵାସ କରିଅଛ, ଏହା ସଦାପ୍ରଭୁ କହନ୍ତି।

Gade chapit la Kopi

ଓଡିଆ ବାଇବେଲ

18 କାରଣ ଆମ୍ଭେ ନିଶ୍ଚୟ ତୁମ୍ଭକୁ ରକ୍ଷା କରିବା, ତୁମ୍ଭେ ଖଡ୍ଗରେ ପତିତ ହେବ ନାହିଁ, ମାତ୍ର ତୁମ୍ଭ ପ୍ରାଣ ତୁମ୍ଭ ପ୍ରତି ଲୁଟିତ ଦ୍ରବ୍ୟ ସ୍ୱରୂପ ହେବ: ଯେହେତୁ ତୁମ୍ଭେ ଆମ୍ଭଠାରେ ବିଶ୍ୱାସ କରିଅଛ,’ ଏହା ସଦାପ୍ରଭୁ କହନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 କାରଣ ଆମ୍ଭେ ନିଶ୍ଚୟ ତୁମ୍ଭକୁ ରକ୍ଷା କରିବା, ତୁମ୍ଭେ ଖଡ୍ଗରେ ପତିତ ହେବ ନାହିଁ, ମାତ୍ର ତୁମ୍ଭ ପ୍ରାଣ ତୁମ୍ଭ ପ୍ରତି ଲୁଟିତ ଦ୍ରବ୍ୟ ସ୍ୱରୂପ ହେବ: ଯେହେତୁ ତୁମ୍ଭେ ଆମ୍ଭଠାରେ ବିଶ୍ୱାସ କରିଅଛ, ଏହା ସଦାପ୍ରଭୁ କହନ୍ତି।’”

Gade chapit la Kopi

ପବିତ୍ର ବାଇବଲ

18 ଆଉ ହେ ‌ଏବ‌‌ଦ୍‌‌-ମେଲକ, ଆମ୍ଭେ ତୁମ୍ଭକୁ ନିଶ୍ଚୟ ରକ୍ଷା କରିବା। ତୁମ୍ଭେ ‌‌ଖ‌ଡ଼୍‌ଗରେ ନିହତ ହେବ ନାହିଁ। ମାତ୍ର ତୁମ୍ଭେ ରକ୍ଷା ପାଇବ ଓ ବଞ୍ଚିବ। ଯେହେତୁ ତୁମ୍ଭେ ଆମ୍ଭଠାରେ ବିଶ୍ୱାସ ରଖିଛ।’” ଏହି ବାକ୍ୟ ସଦାପ୍ରଭୁଙ୍କଠାରୁ ଆସିଥିଲା।

Gade chapit la Kopi




ଯିରିମୀୟ 39:18
19 Referans Kwoze  

ସଦାପ୍ରଭୁ ଏହି କଥା କହନ୍ତି, ଯେକେହି ଏହି ନଗରରେ ରହିବ, ସେ ଖଡ଼୍‍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ; ମାତ୍ର ଯେକେହି ବାହାର ହୋଇ କଲ୍ଦୀୟମାନଙ୍କ ନିକଟକୁ ଯିବ, ସେ ବଞ୍ଚିବ, ତାହାର ପ୍ରାଣ ତାହା ପ୍ରତି ଲୁଟଦ୍ରବ୍ୟ ତୁଲ୍ୟ ହେବ ଓ ସେ ବଞ୍ଚିବ।


ସଦାପ୍ରଭୁ ଆପଣା ଦାସଗଣର ପ୍ରାଣ ମୁକ୍ତ କରନ୍ତି; ପୁଣି, ତାହାଙ୍କର ଶରଣାଗତ କେହି ଦୋଷୀକୃତ ହେବେ ନାହିଁ।


ଯେଉଁ ଲୋକ ଏହି ନଗର ମଧ୍ୟରେ ରହିବ, ସେ ଖଡ଼୍‍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ; ମାତ୍ର ଯେଉଁ ଲୋକ ବାହାରି ଯାଇ ତୁମ୍ଭମାନଙ୍କର ଅବରୋଧକାରୀ କଲ୍ଦୀୟମାନଙ୍କର ପକ୍ଷ ହେବ, ସେ ବଞ୍ଚିବ ଓ ତାହାର ପ୍ରାଣ ତାହା ପ୍ରତି ଲୁଟ-ଦ୍ରବ୍ୟ ତୁଲ୍ୟ ହେବ।


ଯେପରି ଖ୍ରୀଷ୍ଟଙ୍କଠାରେ ପୂର୍ବରୁ ଭରସା କରିଥିଲୁ ଯେ ଆମ୍ଭେମାନେ, ଆମ୍ଭେମାନେ ଈଶ୍ଵରଙ୍କ ଗୌରବର ପ୍ରଶଂସାର କାରଣ ହେଉ।


ହେ ସୈନ୍ୟାଧିପତି ପରମେଶ୍ଵର, ଯେଉଁ ଲୋକ ତୁମ୍ଭଠାରେ ଶରଣ ନିଏ, ସେ ଧନ୍ୟ।


ସଦାପ୍ରଭୁ ଆପଣା ଭୟକାରୀମାନଙ୍କଠାରେ ଓ ତାହାଙ୍କ ଦୟାରେ ଭରସାକାରୀମାନଙ୍କଠାରେ ତୁଷ୍ଟ ଅଟନ୍ତି।


ସେମାନେ ସେମାନଙ୍କ ପ୍ରତିକୂଳରେ ସାହାଯ୍ୟ ପାଇଲେ, ତହିଁରେ ହାଗରୀୟମାନେ ଓ ସେମାନଙ୍କ ସଙ୍ଗୀ ସମସ୍ତ ଲୋକ ସେମାନଙ୍କ ହସ୍ତରେ ସମର୍ପିତ ହେଲେ; କାରଣ ସେମାନେ ଯୁଦ୍ଧରେ ପରମେଶ୍ଵରଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସେ ସେମାନଙ୍କ ପ୍ରାର୍ଥନା ଶୁଣିଲେ; ଯେହେତୁ ସେମାନେ ତାହାଙ୍କଠାରେ ବିଶ୍ଵାସ କଲେ।


ସଦାପ୍ରଭୁଙ୍କଠାରେ ନିର୍ଭର ରଖି ସୁକର୍ମ କର; ଦେଶରେ ବାସ କରି ବିଶ୍ଵସ୍ତତାର ଅନୁଗାମୀ ହୁଅ।


ଦେଖ, ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ତାହାଙ୍କ ଦୟାରେ ଭରସା ରଖନ୍ତି,


ଯେଉଁ ଈଶ୍ଵର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଗୌରବାନ୍ଵିତ କରିଅଛନ୍ତି, ସେହି ଈଶ୍ଵରଙ୍କଠାରେ ତୁମ୍ଭେମାନେ ତାହାଙ୍କ ଦ୍ଵାରା ବିଶ୍ଵାସ କରୁଅଛ, ଏଣୁ ଈଶ୍ଵର ତୁମ୍ଭମାନଙ୍କର ବିଶ୍ଵାସ ଓ ଭରସାର ସ୍ଥଳ ଅଟନ୍ତି।


ଯେଣୁ ଯେତେ ବ୍ୟବସ୍ଥାବିହୀନ ହୋଇ ପାପ କରିଅଛନ୍ତି, ସେମାନେ ମଧ୍ୟ ବ୍ୟବସ୍ଥା ବିନା ବିନଷ୍ଟ ହେବେ; ଆଉ, ଯେତେ ବ୍ୟବସ୍ଥା ପ୍ରାପ୍ତ ହୋଇ ପାପ କରିଅଛନ୍ତି, ସେମାନେ ବ୍ୟବସ୍ଥାନୁସାରେ ବିଚାରିତ ହେବେ,


ଯାହାର ମନ ତୁମ୍ଭଠାରେ ସ୍ଥିର ଥାଏ, ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ; କାରଣ ସେ ତୁମ୍ଭଠାରେ ନିର୍ଭର ରଖେ।


ପୁତ୍ରଙ୍କୁ ଚୁମ୍ଵନ କର, ନୋହିଲେ ସେ କ୍ରୁଦ୍ଧ ହେବେ ଓ ତୁମ୍ଭେମାନେ ପଥରେ ବିନଷ୍ଟ ହେବ, କାରଣ ଶୀଘ୍ର ତାହାଙ୍କର କ୍ରୋଧ ପ୍ରଜ୍ଵଳିତ ହେବ। ଯେଉଁମାନେ ତାହାଙ୍କର ଶରଣ ନିଅନ୍ତି, ସେ ସମସ୍ତେ ଧନ୍ୟ।


ଦୁର୍ଭିକ୍ଷ ସମୟରେ ସେ ତୁମ୍ଭକୁ ମୃତ୍ୟୁରୁ ଓ ଯୁଦ୍ଧରେ ଖଡ଼୍‍ଗର ବଳରୁ ମୁକ୍ତ କରିବେ।


ତୁମ୍ଭ ପାର୍ଶ୍ଵରେ ସହସ୍ର ଓ ତୁମ୍ଭ ଦକ୍ଷିଣ ପାଖରେ ଅୟୁତ ଲୋକ ପଡ଼ିବେ; ମାତ୍ର ତାହା ତୁମ୍ଭ କତିକି ଆସିବ ନାହିଁ।


Swiv nou:

Piblisite


Piblisite