Biblia Todo Logo
Bib sou entènèt

- Piblisite -




ଯିରିମୀୟ 37:3 - ପବିତ୍ର ବାଇବଲ (Re-edited) - (BSI)

3 ପୁଣି, ସିଦିକୀୟ ରାଜା ଶେଲିମୀୟର ପୁତ୍ର ଯିହୁଖଲକୁ ଓ ମାସେୟର ପୁତ୍ର ସଫନୀୟ ଯାଜକକୁ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ପଠାଇ କହିଲା, ବିନୟ କରୁଅଛୁ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର।

Gade chapit la Kopi

ଓଡିଆ ବାଇବେଲ

3 ପୁଣି, ସିଦିକୀୟ ରାଜା ଶେଲିମୀୟର ପୁତ୍ର ଯିହୁଖଲକୁ ଓ ମାସେୟର ପୁତ୍ର ସଫନୀୟ ଯାଜକକୁ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟକୁ ପଠାଇ କହିଲା, “ବିନୟ କରୁଅଛୁ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପୁଣି, ସିଦିକୀୟ ରାଜା ଶେଲିମୀୟର ପୁତ୍ର ଯିହୁଖଲକୁ ଓ ମାସେୟର ପୁତ୍ର ସଫନୀୟ ଯାଜକକୁ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟକୁ ପଠାଇ କହିଲା, “ବିନୟ କରୁଅଛୁ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର।”

Gade chapit la Kopi

ପବିତ୍ର ବାଇବଲ

3 ପୁଣି ସିଦିକିୟ ରାଜା ଶେଲିମିୟର ପୁତ୍ର ଯିହୁଖଲକୁ ଓ ମାସେୟର ପୁତ୍ର ସିଫନିୟ ଯାଜକକୁ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ନିକଟକୁ ଏକ ବାର୍ତ୍ତା ଦେଇ ପଠାଇଲେ। ସେମାନେ ଯିରିମିୟଙ୍କୁ ବିନୟ କରି କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର।”

Gade chapit la Kopi




ଯିରିମୀୟ 37:3
20 Referans Kwoze  

ପୁଣି, ପ୍ରହରୀବର୍ଗର ସେନାପତି ପ୍ରଧାନ ଯାଜକ ସରାୟକୁ ଓ ଦ୍ଵିତୀୟ ଯାଜକ ସଫନୀୟକୁ, ଆଉ ତିନିଜଣ ଦ୍ଵାରପାଳକୁ ଧରିଲା।


ତୁମ୍ଭେମାନେ ଆପଣା ଆପଣା ପ୍ରାଣ ବିରୁଦ୍ଧରେ ପ୍ରବଞ୍ଚନା କରିଅଛ; କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ଵରଙ୍କ ନିକଟକୁ ମୋତେ ପଠାଇ କହିଲ, ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଯାହା ଯାହା କହିବେ, ତଦନୁସାରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭେମାନେ ତାହା କରିବୁ;


ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ତୁମ୍ଭେ ଯିରୂଶାଲମସ୍ଥିତ ସମସ୍ତ ଲୋକଙ୍କ ନିକଟକୁ ଓ ମାସେୟର ପୁତ୍ର ସଫନୀୟ ଯାଜକ ଓ ଅନ୍ୟାନ୍ୟ ସମସ୍ତ ଯାଜକମାନଙ୍କ ନିକଟକୁ ଆପଣା ନାମରେ ଏହି ପତ୍ର ପଠାଇଅଛ, ଯଥା,


ସେମାନେ ଖଣ୍ତେ କାଠମୁଣ୍ତାକୁ କହନ୍ତି, ତୁମ୍ଭେ ଆମ୍ଭର ପିତା ଓ ପଥରକୁ କହନ୍ତି, ତୁମ୍ଭେ ଆମ୍ଭକୁ ଜନ୍ମ କରିଅଛ; ସେମାନେ ଆମ୍ଭ ଆଡ଼କୁ ମୁଖ ନ ଫେରାଇ ଆପଣା ଆପଣା ପିଠି ଫେରାଇ ଅଛନ୍ତି; ମାତ୍ର ବିପଦ ସମୟରେ ସେମାନେ କହିବେ, ତୁମ୍ଭେ ଉଠ, ଆମ୍ଭମାନଙ୍କୁ ଉଦ୍ଧାର କର।


ସେତେବେଳେ ରାଜା ପରମେଶ୍ଵରଙ୍କ ଲୋକକୁ ଉତ୍ତର କରି କହିଲେ, ଯେପରି ମୋହର ହସ୍ତ ପୂର୍ବ ପରି ହୁଏ, ଏଥିପାଇଁ ତୁମ୍ଭେ ଆପଣା ପରମେଶ୍ଵର ସଦାପ୍ରଭୁଙ୍କ ଅନୁଗ୍ରହ ନିବେଦନ କର ଓ ମୋʼ ପାଇଁ ପ୍ରାର୍ଥନା କର। ତହିଁରେ ପରମେଶ୍ଵରଙ୍କ ଲୋକ ସଦାପ୍ରଭୁଙ୍କଠାରେ ନିବେଦନ କରନ୍ତେ, ରାଜାଙ୍କର ହସ୍ତ ସୁସ୍ଥ ହୋଇ ପୂର୍ବ ପରି ହୋଇଗଲା।


ସେଥିରେ ଶିମୋନ ଉତ୍ତର କଲା, ଆପଣମାନେ ଯାହା ଯାହା କହିଲେ, ସେଥିରୁ କୌଣସି ବିଷୟ ଯେପରି ମୋʼ ପ୍ରତି ନ ବର୍ତ୍ତେ, ଏଥିପାଇଁ ଆପଣମାନେ ମୋʼ ନିମନ୍ତେ ପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରନ୍ତୁ।


ଅନନ୍ତର ମତ୍ତନର ପୁତ୍ର ଶଫଟୀୟ, ପଶହୂର ପୁତ୍ର ଗଦଲୀୟ, ଶେଲିମୀୟର ପୁତ୍ର ଯିହଖଲ ଓ ମଲ୍‍କୀୟର ପୁତ୍ର ପଶହୂର, ସମସ୍ତ ଲୋକଙ୍କ ନିକଟରେ ଯିରିମୀୟଙ୍କର କଥିତ ଏହି ବାକ୍ୟ ଶୁଣିଲେ, ଯଥା,


କୋଲାୟର ପୁତ୍ର ଆହବ ଓ ମାସେୟର ପୁତ୍ର ସିଦିକୀୟ ଆମ୍ଭ ନାମରେ ତୁମ୍ଭମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କ ବିଷୟରେ ସୈନ୍ୟାଧିପତି ସଦାପ୍ରଭୁଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି; ଦେଖ, ଆମ୍ଭେ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ସେମାନଙ୍କୁ ସମର୍ପଣ କରିବା, ତହିଁରେ ସେ ତୁମ୍ଭମାନଙ୍କ ସାକ୍ଷାତରେ ସେମାନଙ୍କୁ ବଧ କରିବ;


ପୁଣି ସମସ୍ତ ଲୋକ ଶାମୁୟେଲଙ୍କୁ କହିଲେ, ଆମ୍ଭେମାନେ ଯେପରି ନ ମରୁ, ଏଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କର; କାରଣ ଆମ୍ଭେମାନେ ଆପଣାମାନଙ୍କର ସବୁ ପାପ ଉପରେ ଆପଣାମାନଙ୍କ ପାଇଁ ରାଜା ମାଗି ମନ୍ଦତା ବୃଦ୍ଧି କରିଅଛୁ।


ଏନିମନ୍ତେ ଲୋକମାନେ ମୋଶାଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ପାପ କଲୁ, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିଷୟରେ ଓ ତୁମ୍ଭ ବିରୁଦ୍ଧରେ କଥା କହିଅଛୁ; ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର ଯେପରି ସେ ଆମ୍ଭମାନଙ୍କ ନିକଟରୁ ଏହି ସର୍ପମାନଙ୍କୁ ଦୂର କରିବେ। ତେଣୁ ମୋଶା ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।


ବିନୟ କରୁଅଛୁ, କେବଳ ଏହି ଥରକ ଆମ୍ଭର ପାପ କ୍ଷମା କରି ଆମ୍ଭ ନିକଟରୁ ଏହି କାଳ ସ୍ଵରୂପକୁ ଦୂର କରିବା ପାଇଁ ଆପଣାମାନଙ୍କ ସଦାପ୍ରଭୁ ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କର।


ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର; କାରଣ ପରମେଶ୍ଵରକୃତ ଗର୍ଜ୍ଜନ ଓ ଶିଳା ବୃଷ୍ଟି ଯଥେଷ୍ଟ ହୋଇଅଛି; ଆମ୍ଭେ ତୁମ୍ଭମାନଙ୍କୁ ଛାଡ଼ି ଦେବା, ତୁମ୍ଭମାନଙ୍କର ଆଉ ବିଳମ୍ଵ ହେବ ନାହିଁ।


ତହୁଁ ଫାରୋ କହିଲେ, ଆମ୍ଭେ ତୁମ୍ଭମାନଙ୍କୁ ଛାଡ଼ିଦେବା, ତୁମ୍ଭେମାନେ ପ୍ରାନ୍ତରକୁ ଯାଇ ଆପଣା ସଦାପ୍ରଭୁ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ବଳିଦାନ କର; ମାତ୍ର ବହୁ ଦୂରକୁ ଯାଅ ନାହିଁ, ପୁଣି ଆମ୍ଭ ନିମନ୍ତେ ପ୍ରାର୍ଥନା କର।


ତହୁଁ ଫାରୋ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, ଆମ୍ଭଠାରୁ ଓ ଆମ୍ଭ ଲୋକଙ୍କଠାରୁ ଏହିସବୁ ବେଙ୍ଗ ଦୂର କରିବା ପାଇଁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର; ତହିଁରେ ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଲୋକମାନଙ୍କୁ ଛାଡ଼ି ଦେବା।


ସଦାପ୍ରଭୁ କହିଲେ, ଆମ୍ଭେ ନିଶ୍ଚୟ ମଙ୍ଗଳ ନିମନ୍ତେ ତୁମ୍ଭକୁ ସବଳ କରିବା; ଆମ୍ଭେ ନିଶ୍ଚୟ ବିପଦ ଓ ଦୁର୍ଦ୍ଦଶା ସମୟରେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭ ନିକଟରେ ବିନତି କରାଇବା।


ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି; ଆମ୍ଭ ନିକଟରେ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇ ଅଛି ଯେ ଯିହୁଦାର ରାଜା, ତାହାକୁ ତୁମ୍ଭେମାନେ ଏହି କଥା କହିବ: ଦେଖ, ତୁମ୍ଭମାନଙ୍କର ସାହାଯ୍ୟ ପାଇଁ ଫାରୋର ଯେଉଁ ସୈନ୍ୟ ବାହାରି ଆସିଅଛନ୍ତି, ସେମାନେ ଆପଣାମାନଙ୍କର ନିଜ ଦେଶ ମିସରକୁ ଫେରିଯିବେ।


ତହିଁ ଉତ୍ତାରେ ସିଦିକୀୟ ରାଜା ଲୋକ ପଠାଇ ତାଙ୍କୁ ଅଣାଇଲା; ଆଉ, ରାଜା ଆପଣା ଗୃହରେ ତାଙ୍କୁ ଗୋପନରେ ପଚାରିଲା, ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ୟ ଆସିଅଛି କି? ତହିଁରେ ଯିରିମୀୟ କହିଲେ, ଆସିଅଛି। ସେ ଆହୁରି କହିଲେ, ଆପଣ ବାବିଲ-ରାଜାର ହସ୍ତରେ ସମର୍ପିତ ହେବେ।


ଏଥି ଉତ୍ତାରେ ସେନାପତି ସମସ୍ତେ, କାରେହର ପୁତ୍ର ଯୋହାନନ୍ ଓ ହୋଶୋୟୀୟର ପୁତ୍ର ଯାସନୀୟ, ଆଉ କ୍ଷୁଦ୍ର ଓ ମହାନ ସମସ୍ତ ଲୋକ ଯିରିମୀୟ ଭବିଷ୍ୟଦ୍ବକ୍ତା ନିକଟକୁ ଆସି କହିଲେ,


Swiv nou:

Piblisite


Piblisite