Biblia Todo Logo
Bib sou entènèt

- Piblisite -




ଯିରିମୀୟ 34:3 - ପବିତ୍ର ବାଇବଲ (Re-edited) - (BSI)

3 ପୁଣି, ତୁମ୍ଭେ ତାହା ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ନିଶ୍ଚୟ ଧରାଯିବ ଓ ତାହା ହସ୍ତରେ ସମର୍ପିତ ହେବ; ପୁଣି, ତୁମ୍ଭର ଚକ୍ଷୁ ବାବିଲ ରାଜାର ଚକ୍ଷୁକୁ ଦେଖିବ ଓ ସେ ସମ୍ମୁଖାସମ୍ମୁଖୀ ହୋଇ ତୁମ୍ଭ ସଙ୍ଗେ କଥା କହିବ ଓ ତୁମ୍ଭେ ବାବିଲକୁ ଯିବ।

Gade chapit la Kopi

ଓଡିଆ ବାଇବେଲ

3 ପୁଣି, ତୁମ୍ଭେ ତାହା ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ନିଶ୍ଚୟ ଧରାଯିବ ଓ ତାହା ହସ୍ତରେ ସମର୍ପିତ ହେବ; ପୁଣି, ତୁମ୍ଭର ଚକ୍ଷୁ ବାବିଲ ରାଜାର ଚକ୍ଷୁକୁ ଦେଖିବ ଓ ସେ ସମ୍ମୁଖାସମ୍ମୁଖୀ ହୋଇ ତୁମ୍ଭ ସଙ୍ଗେ କଥା କହିବ ଓ ତୁମ୍ଭେ ବାବିଲକୁ ଯିବ।’

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପୁଣି, ତୁମ୍ଭେ ତାହା ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ନିଶ୍ଚୟ ଧରାଯିବ ଓ ତାହା ହସ୍ତରେ ସମର୍ପିତ ହେବ; ପୁଣି, ତୁମ୍ଭର ଚକ୍ଷୁ ବାବିଲ ରାଜାର ଚକ୍ଷୁକୁ ଦେଖିବ ଓ ସେ ସମ୍ମୁଖାସମ୍ମୁଖୀ ହୋଇ ତୁମ୍ଭ ସଙ୍ଗେ କଥା କହିବ ଓ ତୁମ୍ଭେ ବାବିଲକୁ ଯିବ।

Gade chapit la Kopi

ପବିତ୍ର ବାଇବଲ

3 ଆଉ ତୁମ୍ଭେ ତାହା ହସ୍ତରୁ ରକ୍ଷା ପାଇବ ନାହିଁ। ନିଶ୍ଚୟ ଧରାଯିବ ଓ ତାହା ହସ୍ତରେ ସମର୍ପିତ ହେବ। ତୁମ୍ଭେ ବାବିଲ ରାଜାଙ୍କୁ ସ୍ୱଚକ୍ଷୁରେ ଦେଖିବ। ସେ ମୁହାଁମୁହିଁ ହୋଇ ତୁମ୍ଭ ସହିତ କଥା କହିବେ ଓ ତୁମ୍ଭେ ବାବିଲକୁ ଯିବ।

Gade chapit la Kopi




ଯିରିମୀୟ 34:3
18 Referans Kwoze  

ଆଉ, ଯିହୁଦାର ରାଜା ସିଦିକୀୟ କଲ୍ଦୀୟମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ନିଶ୍ଚୟ ବାବିଲ-ରାଜାର ହସ୍ତରେ ସମର୍ପିତ ହେବ ଓ ସମ୍ମୁଖାସମ୍ମୁଖୀ ହୋଇ ତାହା ସହିତ କଥା କହିବ ଓ ସ୍ଵଚକ୍ଷୁରେ ତାହାର ଚକ୍ଷୁ ଦେଖିବ;


ଆଉ, ସଦାପ୍ରଭୁ କହନ୍ତି, ତହିଁ ଉତ୍ତାରେ ଆମ୍ଭେ ଯିହୁଦାର ରାଜା ସିଦିକୀୟକୁ, ତାହାର ଦାସଗଣକୁ ଓ ଲୋକମାନଙ୍କୁ, ଅର୍ଥାତ୍, ଏହି ନଗରର ଯେଉଁସକଳ ଲୋକ ମହାମାରୀ, ଖଡ଼୍‍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସେମାନଙ୍କୁ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ଓ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କ ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ସମର୍ପଣ କରିବା; ଆଉ, ସେ ସେମାନଙ୍କୁ ଖଡ଼୍‍ଗଧାରରେ ବଧ କରିବ; ସେ ସେମାନଙ୍କୁ କ୍ଷମା କି ଦୟା କି କରୁଣା କରିବ ନାହିଁ।


ପୁଣି, ଯିହୁଦାର ରାଜା ସିଦିକୀୟକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ଓ ବାବିଲ ରାଜାର ଯେଉଁ ସୈନ୍ୟଗଣ ତୁମ୍ଭମାନଙ୍କ ନିକଟରୁ ଉଠି ଯାଇଅଛନ୍ତି, ସେମାନଙ୍କ ହସ୍ତରେ ସମର୍ପଣ କରିବା।


ପୁଣି, ହେ ଆହତ ଦୁଷ୍ଟଇସ୍ରାଏଲୀୟ ଅଧିପତି, ଅନ୍ତିମ ଅପରାଧ ସମୟରେ ତୁମ୍ଭର ଦିନ ଉପସ୍ଥିତ ହୋଇଅଛି;


ଆହୁରି, ଆମ୍ଭେ ତାହା ଉପରେ ଆମ୍ଭର ଜାଲ ପ୍ରସାରିବା ଓ ସେ ଆମ୍ଭ ଫାନ୍ଦରେ ଧରାଯିବ; ଆଉ, ଆମ୍ଭେ କଲ୍ଦୀୟମାନଙ୍କର ଦେଶ ବାବିଲକୁ ତାହାକୁ ନେଇଯିବା; ଆଉ, ଯଦ୍ୟପି ସେ ସେସ୍ଥାନରେ ମରିବ, ତଥାପି ସେ ତାହା ଦେଖିବ ନାହିଁ।


ମାତ୍ର ଯେବେ ତୁମ୍ଭେ ବାହାର ହୋଇ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଯିବ ନାହିଁ, ତେବେ ଏହି ନଗର କଲ୍ଦୀୟମାନଙ୍କ ହସ୍ତରେ ସମର୍ପିତ ହେବ ଓ ସେମାନେ ଅଗ୍ନିରେ ତାହା ଦଗ୍ଧ କରିବେ, ଆଉ ତୁମ୍ଭେ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ।


ତହିଁ ଉତ୍ତାରେ ସିଦିକୀୟ ରାଜା ଲୋକ ପଠାଇ ତାଙ୍କୁ ଅଣାଇଲା; ଆଉ, ରାଜା ଆପଣା ଗୃହରେ ତାଙ୍କୁ ଗୋପନରେ ପଚାରିଲା, ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ୟ ଆସିଅଛି କି? ତହିଁରେ ଯିରିମୀୟ କହିଲେ, ଆସିଅଛି। ସେ ଆହୁରି କହିଲେ, ଆପଣ ବାବିଲ-ରାଜାର ହସ୍ତରେ ସମର୍ପିତ ହେବେ।


ସେସବୁ ବାବିଲକୁ ନିଆଯିବ ଓ ଆମ୍ଭେ ସେମାନଙ୍କର ତତ୍ତ୍ଵାନୁସନ୍ଧାନ ନ କରିବା ଦିନ ପର୍ଯ୍ୟନ୍ତ ସେସବୁ ସେସ୍ଥାନରେ ଥିବ, ଏହା ସଦାପ୍ରଭୁ କହନ୍ତି, ତଦନନ୍ତର ଆମ୍ଭେ ସେସବୁ ଏହି ସ୍ଥାନକୁ ଫେରାଇ ଆଣିବା।


ଯେହେତୁ ଯିହୁଦାର ରାଜା ସିଦିକୀୟ ତାଙ୍କୁ ବନ୍ଦ କରି କହିଥିଲା, ତୁମ୍ଭେ କାହିଁକି ଭବିଷ୍ୟଦ୍ ବାକ୍ୟ ପ୍ରଚାର କରି ଏହା କହୁଅଛ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ନଗର ବାବିଲ ରାଜାର ହସ୍ତରେ ସମର୍ପଣ କରିବା ଓ ସେ ତାହା ହସ୍ତଗତ କରିବ;


ଏହେତୁ ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ କଲ୍ଦୀୟମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ଏହି ନଗର ସମର୍ପଣ କରିବା, ପୁଣି ସେ ତାହା ହସ୍ତଗତ କରିବ।


ତଥାପି ହେ ସିଦିକୀୟ ଯିହୁଦାର ରାଜନ୍, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ସଦାପ୍ରଭୁ ତୁମ୍ଭ ବିଷୟରେ ଏହି କଥା କହନ୍ତି, ତୁମ୍ଭେ ଖଡ଼୍‍ଗ ଦ୍ଵାରା ମରିବ ନାହିଁ;


ମାତ୍ର ସେ ଅଶ୍ଵଗଣ ଓ ଅନେକ ଲୋକ ପାଇବା ନିମନ୍ତେ ମିସରକୁ ଆପଣା ଦୂତଗଣ ପଠାଇ ବାବିଲ ରାଜାର ବିଦ୍ରୋହୀ ହେଲା। ସେ କି କୃତକାର୍ଯ୍ୟ ହେବ।? ଯେ ଏପରି କାର୍ଯ୍ୟ କରେ, ସେ କି ରକ୍ଷା ପାଇବ? ସେ ନିୟମ ଲଙ୍ଘନ କରି କି ରକ୍ଷା ପାଇବଣ?


ପୁଣି, ଲୋକମାନେ ଆପଣଙ୍କ ଭାର୍ଯ୍ୟା ଓ ସନ୍ତାନ ସମସ୍ତଙ୍କୁ ବାହାର କରି କଲ୍ଦୀୟମାନଙ୍କ ନିକଟକୁ ଆଣିବେ; ଆଉ, ଆପଣ ସେମାନଙ୍କ ହସ୍ତରୁ ରକ୍ଷା ପାଇବେ ନାହିଁ, ମାତ୍ର ବାବିଲ ରାଜାର ହସ୍ତରେ ଧରାଯିବେ ଓ ଆପଣ ଏହି ନଗରକୁ ଅଗ୍ନିରେ ଦଗ୍ଧ କରାଇବେ।


ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଯେଉଁ ରାଜା ତାହାକୁ ରାଜା କଲା, ଯାହାର ଶପଥ ସେ ତୁଚ୍ଛ କଲା ଓ ଯାହାର ନିୟମ ସେ ଭାଙ୍ଗିଲା, ସେହି ରାଜାର ବାସସ୍ଥାନ ବାବିଲ ମଧ୍ୟରେ ଓ ତାହାର ନିକଟରେ, ସେ ନିଶ୍ଚୟ ମରିବ।


Swiv nou:

Piblisite


Piblisite