Biblia Todo Logo
Bib sou entènèt

- Piblisite -




ଯିରିମୀୟ 29:3 - ପବିତ୍ର ବାଇବଲ (Re-edited) - (BSI)

3 ଯିହୁଦାର ରାଜା ସିଦିକୀୟ ଦ୍ଵାରା ବାବିଲର ରାଜା ନବୂଖଦ୍ନିତ୍ସର ନିକଟକୁ ବାବିଲକୁ ପ୍ରେରିତ ଶାଫନର ପୁତ୍ର ଇଲୀୟାସା ହିଲ୍‍କୀୟର ପୁତ୍ର ଗମରୀୟର ହସ୍ତ ଦ୍ଵାରା ଯିରୂଶାଲମଠାରୁ ପଠାଇଥିଲେ, ସେହି ପତ୍ରରେ ଏହିସବୁ କଥା ଥିଲା, ଯଥା,

Gade chapit la Kopi

ଓଡିଆ ବାଇବେଲ

3 ଯିହୁଦାର ରାଜା ସିଦିକୀୟ ଦ୍ୱାରା ବାବିଲର ରାଜା ନବୂଖଦ୍‍ନିତ୍ସର ନିକଟକୁ ବାବିଲକୁ ପ୍ରେରିତ ଶାଫନ୍‍ର ପୁତ୍ର ଇଲୀୟାସା ହିଲ୍‍କିୟର ପୁତ୍ର ଗମରୀୟର ହସ୍ତ ଦ୍ୱାରା ଯିରୂଶାଲମଠାରୁ ପଠାଇଥିଲେ, ସେହି ପତ୍ରରେ ଏହିସବୁ କଥା ଥିଲା, ଯଥା,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଯିହୁଦାର ରାଜା ସିଦିକୀୟ ଦ୍ୱାରା ବାବିଲର ରାଜା ନବୂଖଦ୍‍ନିତ୍ସର ନିକଟକୁ ବାବିଲକୁ ପ୍ରେରିତ ଶାଫନ୍‍ର ପୁତ୍ର ଇଲୀୟାସା ହିଲ୍‍କୀୟର ପୁତ୍ର ଗମରୀୟର ହସ୍ତ ଦ୍ୱାରା ଯିରୂଶାଲମଠାରୁ ପଠାଇଥିଲେ, ସେହି ପତ୍ରରେ ଏହିସବୁ କଥା ଥିଲା, ଯଥା,

Gade chapit la Kopi

ପବିତ୍ର ବାଇବଲ

3 ଯିହୁଦାର ରାଜା ସିଦିକିୟ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ନିକଟକୁ ଶାଫନର ପୁତ୍ର ଇଲିୟାସା ଓ ହି‌ଲ୍‌‌‌କିୟର ପୁତ୍ର ଗମରିୟକୁ ପଠାଇଲେ। ଯିରିମିୟ ସେହିମାନଙ୍କ ହସ୍ତରେ ପତ୍ର ଦେଲେ। ସେହି ପତ୍ରଟି ଏହିପରି ପାଠ କରାଗଲା।

Gade chapit la Kopi




ଯିରିମୀୟ 29:3
11 Referans Kwoze  

ପୁଣି, ସେସବୁର ସମ୍ମୁଖରେ ଇସ୍ରାଏଲ-ବଂଶୀୟ ପ୍ରାଚୀନବର୍ଗର ସତୁରି ଜଣ ଠିଆ ହୋଇଅଛନ୍ତି ଓ ସେମାନଙ୍କର ମଧ୍ୟ-ସ୍ଥାନରେ ଶାଫନର ପୁତ୍ର ଯାସନୀୟ ଠିଆ ହୋଇଅଛି, ପ୍ରତ୍ୟେକ ଲୋକ ଆପଣା ଆପଣା ଧୂପାଚି ହସ୍ତରେ ଧରିଅଛନ୍ତି; ଆଉ, ଧୂପରୂପ ମେଘର ସୁଗନ୍ଧି ଊର୍ଦ୍ଧ୍ଵକୁ ଉଠୁଅଛି।


ସେମାନେ ଲୋକ ପଠାଇ ପ୍ରହରୀ-ପ୍ରାଙ୍ଗଣରୁ ଯିରିମୀୟଙ୍କୁ ଆଣିଲେ, ପୁଣି ଗୃହକୁ ନେଇଯିବା ନିମନ୍ତେ ତାଙ୍କୁ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲୀୟର ହସ୍ତରେ ସମର୍ପଣ କଲେ; ତହିଁରେ ଯିରିମୀୟ ଲୋକମାନଙ୍କ ମଧ୍ୟରେ ବାସ କଲେ।


ଆହୁରି, ରାଜା ଯେପରି ପୁସ୍ତକ ପୋଡ଼ି ନ ପକାନ୍ତି, ଏଥିପାଇଁ ଇଲ୍ନାଥନ୍, ଦଲାୟ ଓ ଗମରୀୟ ତାଙ୍କୁ ନିବେଦନ କରିଥିଲେ, ମାତ୍ର ସେ ସେମାନଙ୍କ କଥା ଶୁଣିଲେ ନାହିଁ।


ମାତ୍ର ଶାଫନର ପୁତ୍ର ଅହୀକାମ ଯିରିମୀୟଙ୍କର ସପକ୍ଷ ଥିବାରୁ ହତ ହେବା ନିମନ୍ତେ ଲୋକମାନଙ୍କ ହସ୍ତରେ ସମର୍ପିତ ନୋହିଲା।


ପୁଣି, ରାଜା ହିଲ୍‍କୀୟକୁ ଓ ଶାଫନ୍ର ପୁତ୍ର ଅହୀକାମକୁ ଓ ମୀଖାୟର ପୁତ୍ର ଅବ୍ଦୋନକୁ ଓ ଶାଫନ୍ ଲେଖକକୁ ଓ ରାଜାର ଦାସ ଅସାୟକୁ ଆଜ୍ଞା କରି କହିଲେ,


ଶଲ୍ଲୁମ୍ ହିଲ୍‍କୀୟକୁ ଜାତ କଲା ଓ ହିଲ୍‍କୀୟ ଅସରୀୟକୁ ଜାତ କଲା;


ପୁଣି ରାଜା ହିଲ୍‍କୀୟ ଯାଜକକୁ ଓ ଶାଫନ୍ର ପୁତ୍ର ଅହୀକାମ୍କୁ ଓ ମୀଖାୟର ପୁତ୍ର ଅକ୍ବୋରକୁ ଓ ଶାଫନ୍ ଲେଖକକୁ ଓ ଅସାୟ ନାମକ ରାଜଭୃତ୍ୟକୁ ଏହି ଆଜ୍ଞା ଦେଇ କହିଲେ,


ସେତେବେଳେ ହିଲକୀୟ ମହାଯାଜକ ଶାଫନ୍ ଲେଖକକୁ କହିଲା, ଆମ୍ଭେ ସଦାପ୍ରଭୁଙ୍କ ଗୃହରେ ଏହି ବ୍ୟବସ୍ଥା-ପୁସ୍ତକ ପାଇଅଛୁ। ଆଉ ହିଲ୍‍କୀୟ ଶାଫନ୍କୁ ସେହି ପୁସ୍ତକ ଦିଅନ୍ତେ, ସେ ତାହା ପାଠ କଲା।


ପୁଣି ସେମାନେ ରାଜାଙ୍କୁ ଡାକନ୍ତେ, ହିଲ୍‍କୀୟର ପୁତ୍ର ଇଲୀୟାକିମ୍ ନାମକ ରାଜଗୃହାଧ୍ୟକ୍ଷ ଓ ଶିବ୍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ବାହାର ହୋଇ ସେମାନଙ୍କ ନିକଟକୁ ଆସିଲେ।


ପୁଣି ଅସରୀୟ ହେଲସ୍କୁ ଜାତ କଲା ଓ ହେଲସ୍ ଇଲୀୟାସାକୁ ଜାତ କଲା;


ତହିଁରେ ଯିହୋୟାକୀମ୍ ରାଜା ମିସରକୁ ଲୋକ ପଠାଇଲା, ଅର୍ଥାତ୍, ଅକ୍ବୋରର ପୁତ୍ର ଇଲ୍ନାଥନ୍କୁ ଓ ତାହା ସଙ୍ଗେ ଅନ୍ୟ କେତେକ ଲୋକଙ୍କୁ ମିସରକୁ ପଠାଇଲା;


Swiv nou:

Piblisite


Piblisite