Biblia Todo Logo
Bib sou entènèt

- Piblisite -




ଯିରିମୀୟ 27:22 - ପବିତ୍ର ବାଇବଲ (Re-edited) - (BSI)

22 ସେସବୁ ବାବିଲକୁ ନିଆଯିବ ଓ ଆମ୍ଭେ ସେମାନଙ୍କର ତତ୍ତ୍ଵାନୁସନ୍ଧାନ ନ କରିବା ଦିନ ପର୍ଯ୍ୟନ୍ତ ସେସବୁ ସେସ୍ଥାନରେ ଥିବ, ଏହା ସଦାପ୍ରଭୁ କହନ୍ତି, ତଦନନ୍ତର ଆମ୍ଭେ ସେସବୁ ଏହି ସ୍ଥାନକୁ ଫେରାଇ ଆଣିବା।

Gade chapit la Kopi

ଓଡିଆ ବାଇବେଲ

22 “ସେସବୁ ବାବିଲକୁ ନିଆଯିବ ଓ ଆମ୍ଭେ ସେମାନଙ୍କର ତତ୍ତ୍ୱାନୁସନ୍ଧାନ ନ କରିବା ଦିନ ପର୍ଯ୍ୟନ୍ତ ସେସବୁ ସେସ୍ଥାନରେ ଥିବ,” ଏହା ସଦାପ୍ରଭୁ କହନ୍ତି, ତଦନନ୍ତର ଆମ୍ଭେ ସେସବୁ ଏହି ସ୍ଥାନକୁ ଫେରାଇ ଆଣିବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ସେସବୁ ବାବିଲକୁ ନିଆଯିବ ଓ ଆମ୍ଭେ ସେମାନଙ୍କର ତତ୍ତ୍ୱାନୁସନ୍ଧାନ ନ କରିବା ଦିନ ପର୍ଯ୍ୟନ୍ତ ସେସବୁ ସେସ୍ଥାନରେ ଥିବ, ଏହା ସଦାପ୍ରଭୁ କହନ୍ତି, ତଦନନ୍ତର ଆମ୍ଭେ ସେସବୁ ଏହି ସ୍ଥାନକୁ ଫେରାଇ ଆଣିବା।”

Gade chapit la Kopi

ପବିତ୍ର ବାଇବଲ

22 ‘ସେହିସବୁ ବାବିଲକୁ ଅଣାଯିବ ଏବଂ ଆମ୍ଭେ ସେଗୁଡ଼ିକର ପରିଦର୍ଶନ ନ କରିବା ଦିନ ପର୍ଯ୍ୟନ୍ତ ସେ ସବୁ ସେ ସ୍ଥାନରେ ଥିବ।’ ପୁଣି ସଦାପ୍ରଭୁ କହନ୍ତି, ‘ତାହାପରେ ଆମ୍ଭେ ସେସବୁ ଜିନିଷକୁ ଏହି ସ୍ଥାନକୁ ଫେରାଇ ଆଣିବା।’”

Gade chapit la Kopi




ଯିରିମୀୟ 27:22
24 Referans Kwoze  

ଯେହେତୁ ସଦାପ୍ରଭୁ ଏହି କଥା କହନ୍ତି, ବାବିଲର ସତୁରି ବର୍ଷ ସମ୍ପୂର୍ଣ୍ଣ ହେଲା ଉତ୍ତାରେ ଆମ୍ଭେ ତୁମ୍ଭମାନଙ୍କର ତତ୍ତ୍ଵାନୁସନ୍ଧାନ କରିବା ଓ ତୁମ୍ଭମାନଙ୍କୁ ଏହି ସ୍ଥାନକୁ ଫେରାଇ ଆଣି ତୁମ୍ଭମାନଙ୍କ ପକ୍ଷରେ ଆମ୍ଭର ମଙ୍ଗଳ ବାକ୍ୟ ସିଦ୍ଧ କରିବା।


ପୁଣି, ସେ ସିଦିକୀୟକୁ ବାବିଲକୁ ଘେନି ଯିବ, ପୁଣି ଆମ୍ଭେ ଯେପର୍ଯ୍ୟନ୍ତ ତାହାର ତତ୍ତ୍ଵାନୁସନ୍ଧାନ ନ କରୁ, ସେପର୍ଯ୍ୟନ୍ତ ସେ ସେଠାରେ ରହିବ; ତୁମ୍ଭେମାନେ କଲ୍ଦୀୟମାନଙ୍କ ସହିତ ଯୁଦ୍ଧ କଲେ ହଁ କୃତକାର୍ଯ୍ୟ ହେବ ନାହିଁ।


ପୁଣି, ତୁମ୍ଭ ପରମେଶ୍ଵରଙ୍କ ଗୃହର ସେବାର୍ଥକ ଯେସକଳ ପାତ୍ର ତୁମ୍ଭକୁ ଦିଆଯାଉଅଛି, ତାହାସବୁ ତୁମ୍ଭେ ଯିରୂଶାଲମର ପରମେଶ୍ଵରଙ୍କ ସମ୍ମୁଖରେ ସମର୍ପଣ କର।


ସର୍ବସୁଦ୍ଧା ପାଞ୍ଚ ହଜାର ଚାରି ଶହ ସ୍ଵର୍ଣ୍ଣ ଓ ରୌପ୍ୟମୟ ପାତ୍ର ଥିଲା; ବନ୍ଦୀ ଲୋକମାନେ ବାବିଲ୍ରୁ ଯିରୂଶାଲମକୁ ଅଣାଯିବା ସମୟରେ ଶେଶବସର ଏହିସବୁ ଦ୍ରବ୍ୟ ଆଣିଲା।


ସଦାପ୍ରଭୁଙ୍କ ବିରୁଦ୍ଧରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।


ତାହାର ରାଜତ୍ଵର ପ୍ରଥମ ବର୍ଷରେ ମୁଁ ଦାନିୟେଲ ଶାସ୍ତ୍ର ଦ୍ଵାରା ବର୍ଷର ସଂଖ୍ୟା, ଅର୍ଥାତ୍, ଯିରୂଶାଲମର ଉଚ୍ଛିନ୍ନତାର ସମୟ ସତୁରି ବର୍ଷ ହେବା ବିଷୟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କର ନିକଟରେ ଉପସ୍ଥିତ ହୋଇଥିଲା, ତାହା ମୁଁ ବୁଝିଲି।


ମାତ୍ର ସ୍ଵର୍ଗର ଅଧିପତିଙ୍କ ବିରୁଦ୍ଧରେ ଆପଣାକୁ ଉନ୍ନତ କରିଅଛନ୍ତି ଓ ତାହାଙ୍କ ଗୃହର ନାନା ପାତ୍ର ଆପଣଙ୍କ ସମ୍ମୁଖକୁ ଅଣାଯାʼନ୍ତେ, ଆପଣ ଓ ଆପଣଙ୍କ ଅମାତ୍ୟଗଣ, ଆପଣଙ୍କର ପନିୀଗଣ ଓ ଆପଣଙ୍କ ଉପପନିୀଗଣ ସେସବୁ ପାତ୍ରରେ ଦ୍ରାକ୍ଷାରସ ପାନ କରିଅଛନ୍ତି; ପୁଣି ରୂପାର, ସୁନାର, ପିତ୍ତଳର, ଲୁହାର, କାଠର ଓ ପଥରର ଯେଉଁ ଦେବଗଣ ଦେଖନ୍ତି ନାହିଁ, କି ଶୁଣନ୍ତି ନାହିଁ, କି ଜାଣନ୍ତି ନାହିଁ, ସେମାନଙ୍କ ପ୍ରଶଂସା ଆପଣ କରିଅଛନ୍ତି; ପୁଣି, ଆପଣଙ୍କର ନିଃଶ୍ଵାସ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧୀନ, ଆପଣ ସେହି ପରମେଶ୍ଵରଙ୍କର ଗୌରବ କରି ନାହାନ୍ତି।


ତୁମ୍ଭେ ଶାନ୍ତିରେ ମରିବ; ପୁଣି, ତୁମ୍ଭ ପିତୃ-ଲୋକମାନଙ୍କ ନିମନ୍ତେ, ତୁମ୍ଭ ପୂର୍ବବର୍ତ୍ତୀ ରାଜାମାନଙ୍କ ନିମନ୍ତେ ଯେପରି ଦାହ ହୋଇଥିଲା, ସେପରି ଲୋକମାନେ ତୁମ୍ଭ ନିମନ୍ତେ ସୁଗନ୍ଧି ଧୂପ ଦାହ କରିବେ; ଆଉ, ହାୟ ପ୍ରଭୋଣ! ହାୟ ପ୍ରଭୋ ! ବୋଲି ତୁମ୍ଭ ନିମନ୍ତେ ବିଳାପ କରିବେ, କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଏହି କଥା କହିଅଛୁ।


କାରଣ, ସେ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ଯାତ୍ରା ଆରମ୍ଭ କଲା, ପୁଣି ତାହା ପ୍ରତି ପରମେଶ୍ଵରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେ ପଞ୍ଚମ ମାସର ପ୍ରଥମ ଦିନରେ ଯିରୂଶାଲମରେ ଉପସ୍ଥିତ ହେଲା।


ଦେଶ ଆପଣାର ନାନା ବିଶ୍ରାମ ଭୋଗ କରିବା ପର୍ଯ୍ୟନ୍ତ ଯିରିମୀୟର ମୁଖ ଦ୍ଵାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳ ହେବା ନିମନ୍ତେ ଏହା ଘଟିଲା; କାରଣ ସତୁରି ବର୍ଷ ପୂର୍ଣ୍ଣକରଣାର୍ଥେ ଦେଶ ଉଚ୍ଛିନ୍ନ ଅବସ୍ଥାରେ ଥିବା ପର୍ଯ୍ୟନ୍ତ ବିଶ୍ରାମ ପାଳନ କଲା।


ଆହୁରି କଲଦୀୟମାନେ ସଦାପ୍ରଭୁଙ୍କ ଗୃହର ପିତ୍ତଳସ୍ତମ୍ଭ ଓ ସଦାପ୍ରଭୁଙ୍କ ଗୃହର ବୈଠିକିସବୁ ଓ ପିତ୍ତଳମୟ ସମୁଦ୍ରରୂପ ପାତ୍ର ଖଣ୍ତ ଖଣ୍ତ କରି ଭାଙ୍ଗି ତହିଁର ପିତ୍ତଳ ବାବିଲ୍‍କୁ ନେଇଗଲେ।


ଆହୁରି, ଆମ୍ଭେ ଏହି ନଗରର ସକଳ ସମ୍ପତ୍ତି ଓ ତହିଁର ଅର୍ଜିତ ସକଳ ଧନ ଓ ତହିଁର ସକଳ ବହୁମୂଲ୍ୟ ପଦାର୍ଥ ଦେବା, ହଁ, ଆମ୍ଭେ ଯିହୁଦାର ରାଜଗଣର ସକଳ ଧନଭଣ୍ତାର ସେମାନଙ୍କ ଶତ୍ରୁଗଣର ହସ୍ତଗତ କରିବା, ସେମାନେ ସେସବୁ ଲୁଟି କରି ନେବେ ଓ ବାବିଲକୁ ଘେନିଯିବେ।


ଆଉ, ତାହାର ନିଜ ଦେଶର ସମୟ ଉପସ୍ଥିତ ହେବା ପର୍ଯ୍ୟନ୍ତ ସମୁଦାୟ ଗୋଷ୍ଠୀ ତାହାର ଓ ତାହାର ପୁତ୍ରର ଓ ପୌତ୍ରର ଦାସ୍ୟକର୍ମ କରିବେ; ତହିଁ ଉତ୍ତାରେ ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ତାହାକୁ ଆପଣାମାନଙ୍କର ଦାସ୍ୟକର୍ମ କରାଇବେ।


ହଁ, ସଦାପ୍ରଭୁଙ୍କ ଗୃହରେ, ଯିହୁଦାର ରାଜଗୃହରେ ଓ ଯିରୂଶାଲମରେ ଅବଶିଷ୍ଟ ଥିବା ସେହି ସକଳ ପାତ୍ର ବିଷୟରେ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି;


ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ତୁମ୍ଭେ ଯାଇ ଯିହୁଦାର ରାଜା ସିଦିକୀୟର ସଙ୍ଗେ ଆଳାପ କରି ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ବାବିଲ ରାଜାର ହସ୍ତରେ ଏହି ନଗର ସମର୍ପଣ କରିବା, ତହିଁରେ ସେ ଅଗ୍ନିରେ ତାହା ଦଗ୍ଧ କରିବ।


ପୁଣି, ତୁମ୍ଭେ ତାହା ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ନିଶ୍ଚୟ ଧରାଯିବ ଓ ତାହା ହସ୍ତରେ ସମର୍ପିତ ହେବ; ପୁଣି, ତୁମ୍ଭର ଚକ୍ଷୁ ବାବିଲ ରାଜାର ଚକ୍ଷୁକୁ ଦେଖିବ ଓ ସେ ସମ୍ମୁଖାସମ୍ମୁଖୀ ହୋଇ ତୁମ୍ଭ ସଙ୍ଗେ କଥା କହିବ ଓ ତୁମ୍ଭେ ବାବିଲକୁ ଯିବ।


Swiv nou:

Piblisite


Piblisite