Biblia Todo Logo
Bib sou entènèt

- Piblisite -




ଯିରିମୀୟ 26:9 - ପବିତ୍ର ବାଇବଲ (Re-edited) - (BSI)

9 ଏହି ଗୃହ ଶୀଲୋ ସମାନ ଓ ଏହି ନଗର ଉଚ୍ଛିନ୍ନ ଓ ନିବାସୀବିହୀନ ହେବ ବୋଲି ତୁମ୍ଭେ କାହିଁକି ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲ? ଆଉ, ସଦାପ୍ରଭୁଙ୍କ ଗୃହରେ ସମସ୍ତ ଲୋକ ଯିରିମୀୟଙ୍କ ନିକଟରେ ରୁଣ୍ତ ହେଲେ।

Gade chapit la Kopi

ଓଡିଆ ବାଇବେଲ

9 ଏହି ଗୃହ ଶୀଲୋ ସମାନ ଓ ଏହି ନଗର ଉଚ୍ଛିନ୍ନ ଓ ନିବାସୀବିହୀନ ହେବ ବୋଲି ତୁମ୍ଭେ କାହିଁକି ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲ ?” ଆଉ, ସଦାପ୍ରଭୁଙ୍କ ଗୃହରେ ସମସ୍ତ ଲୋକ ଯିରିମୀୟଙ୍କ ନିକଟରେ ଏକତ୍ରିତ ହେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ‘ଏହି ଗୃହ ଶୀଲୋ ସମାନ ଓ ଏହି ନଗର ଉଚ୍ଛିନ୍ନ ଓ ନିବାସୀବିହୀନ ହେବ ବୋଲି ତୁମ୍ଭେ କାହିଁକି ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲ?’” ଆଉ, ସଦାପ୍ରଭୁଙ୍କ ଗୃହରେ ସମସ୍ତ ଲୋକ ଯିରିମୀୟଙ୍କ ନିକଟରେ ଏକତ୍ରିତ ହେଲେ।

Gade chapit la Kopi

ପବିତ୍ର ବାଇବଲ

9 ସେମାନେ ପୁଣି କହିଲେ, “ତୁମ୍ଭେ କିପରି ସଦାପ୍ରଭୁଙ୍କ ନାମରେ ଏହି ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରୁଛ ଯେ, ସଦାପ୍ରଭୁଙ୍କ ଗୃହ ଶୀଲୋ ସମାନ ହେବ ଓ ଯିରୁଶାଲମ ନଗର ଧ୍ୱଂସ ଓ ନିବାସହୀନ ହେବ।” ସଦାପ୍ରଭୁଙ୍କ ମନ୍ଦିରରେ ସମସ୍ତ ଲୋକ ଯିରିମିୟଙ୍କ ଗ୍ଭରିପଟେ ରୁଣ୍ଡ ହେଲେ।

Gade chapit la Kopi




ଯିରିମୀୟ 26:9
28 Referans Kwoze  

ଲୋକମାନେ ଏହି ପର୍ଯ୍ୟନ୍ତ ତାଙ୍କ କଥା ଶୁଣି ବଡ଼ ପାଟିରେ କହିଲେ, ଏପରି ଲୋକଟାକୁ ପୃଥିବୀରୁ ଦୂର କର, କାରଣ ତାʼର ବଞ୍ଚି ରହିବା ଉଚିତ ନୁହେଁ।


ଏଥିରେ ନଗରଯାକ ଚହଳ ପଡ଼ିଗଲା, ଲୋକମାନେ ଏକାଠି ଦୌଡ଼ିଲେ, ପୁଣି ସେମାନେ ପାଉଲଙ୍କୁ ଧରି ମନ୍ଦିର ବାହାରକୁ ଟାଣି ଆଣିଲେ; ଆଉ, ସେହିକ୍ଷଣି ଦ୍ଵାରସବୁ ବନ୍ଦ କରାଗଲା।


କିନ୍ତୁ ଯିହୁଦୀମତାବଲମ୍ଵୀ ବିଜାତୀୟ ସମ୍ଭ୍ରାନ୍ତ ମହିଳାମାନଙ୍କୁ ଓ ନଗରର ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ଯିହୁଦୀମାନେ ଉତ୍ତେଜିତ କଲେ, ପୁଣି ପାଉଲ ଓ ବର୍ଣ୍ଣବ୍ବାଙ୍କ ପ୍ରତି ତାଡ଼ନା ଘଟାଇ ଆପଣାମାନଙ୍କ ସୀମାରୁ ସେମାନଙ୍କୁ ବାହାର କରିଦେଲେ।


କାରଣ ନାଜରିତୀୟ ସେହି ଯୀଶୁ ଏହି ସ୍ଥାନ ଧ୍ଵଂସ କରିବେ, ଆଉ ମୋଶା ଆମ୍ଭମାନଙ୍କୁ ଯେଉଁ ଯେଉଁ ରୀତିନୀତି ଦେଇଅଛନ୍ତି, ସେହିସବୁ ପରିବର୍ତ୍ତନ କରିବେ ବୋଲି ସେ କହୁଥିବା ଆମ୍ଭେମାନେ ଶୁଣିଅଛୁ।


ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ନାମରେ ଶିକ୍ଷା ଦେବାକୁ ଅତି ଦୃଢ଼ ରୂପେ ନିଷେଧ କରିଥିଲୁ, ତଥାପି ଦେଖ, ତୁମ୍ଭେମାନେ ତୁମ୍ଭମାନଙ୍କ ଶିକ୍ଷାରେ ଯିରୂଶାଲମ ପୂର୍ଣ୍ଣ କରି ସେହି ଲୋକର ରକ୍ତପାତର ଦୋଷ ଆମ୍ଭମାନଙ୍କ ଉପରେ ବର୍ତ୍ତାଇବାକୁ ଚାହୁଁଅଛ।


ସେଥିରେ ସେମାନେ ତାହାଙ୍କ ଉପରକୁ ଫୋପାଡ଼ିବା ନିମନ୍ତେ ପଥର ଉଠାଇଲେ, କିନ୍ତୁ ଯୀଶୁ ଗୋପନରେ ମନ୍ଦିରରୁ ବାହାରିଗଲେ।


ସେ ମନ୍ଦିର ମଧ୍ୟରେ ଶିକ୍ଷା ଦେଉଥିବା ସମୟରେ ଭଣ୍ତାର ନିକଟରେ ଏହିସମସ୍ତ କଥା କହିଲେ, କିନ୍ତୁ କେହି ତାହାଙ୍କୁ ଧରିଲେ ନାହିଁ, କାରଣ ତାହାଙ୍କର ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା,।


ମାତ୍ର ସେ ଯେପରି ସେମାନଙ୍କ ନିମନ୍ତେ ବରଞ୍ଚ ବାରବ୍ବାକୁ ମୁକ୍ତ କରନ୍ତି, ସେଥିପାଇଁ ପ୍ରଧାନ ଯାଜକମାନେ ଲୋକସମୂହକୁ ମତାଇଲେ।


ମାତ୍ର ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ବାରବ୍ବାକୁ ମାଗିବା ପାଇଁ ଓ ଯୀଶୁଙ୍କୁ ବିନାଶ କରିବା ପାଇଁ ଲୋକ-ସମୂହକୁ ମଣାଇଲେ।


ପରେ ସେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବା ସମୟରେ ପ୍ରଧାନ ଯାଜକମାନେ ଓ ଲୋକଙ୍କର ପ୍ରାଚୀନବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ, ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ? ଆଉ, ତୁମ୍ଭକୁ କିଏ ଏହି ଅଧିକାର ଦେଲା?


ତୁମ୍ଭେମାନେ ବାକ୍ୟ ପ୍ରଚାର ନ କର, ସେମାନେ ଏପରି ପ୍ରଚାର କରନ୍ତି। ଏମାନଙ୍କ ନିକଟରେ ସେମାନେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବେ ନାହିଁ; ଅପମାନ ଘୁଞ୍ଚିବ ନାହିଁ।


ଯେ ନଗର-ଦ୍ଵାରରେ ଅନୁଯୋଗ କରେ, ଲୋକମାନେ ତାହାକୁ ହିଂସା କରନ୍ତି ଓ ଯେ ଯଥାର୍ଥ କଥା କହେ, ସେମାନେ ତାହାକୁ ଘୃଣା କରନ୍ତି।


ପୁଣି, ଆମ୍ଭେ ଯିରୂଶାଲମକୁ ଢିପି ଓ ଶୃଗାଳଗଣର ବାସସ୍ଥାନ କରିବା; ଆଉ, ଆମ୍ଭେ ଯିହୁଦାର ନଗରସମୂହକୁ ନିବାସୀବିହୀନ ଧ୍ଵଂସସ୍ଥାନ କରିବା।


ସେମାନେ କଥାରେ ମନୁଷ୍ୟକୁ ଦୋଷୀ କରନ୍ତି ଓ ନଗର ଦ୍ଵାରରେ ଦୋଷବକ୍ତା ନିମନ୍ତେ ଫାନ୍ଦ ପାତନ୍ତି ଓ ଅକାରଣରେ ଧାର୍ମିକ ପ୍ରତି ଅନ୍ୟାୟ କରନ୍ତି।


ସେ ତାଙ୍କୁ ଏହି କଥା କହିବା ବେଳେ, ରାଜା ତାହାକୁ କହିଲେ, ଆମ୍ଭେମାନେ କʼଣ ତୁମ୍ଭକୁ ରାଜମନ୍ତ୍ରୀ କରିଅଛୁ? ନିରସ୍ତ ହୁଅ; କାହିଁକି ମାଡ଼ ଖାଇବ? ଏଥିରେ ଭବିଷ୍ୟଦ୍ବକ୍ତା ନିରସ୍ତ ହୋଇ କହିଲା, ମୁଁ ଜାଣେ, ପରମେଶ୍ଵର ଆପଣଙ୍କୁ ବିନାଶ କରିବା ପାଇଁ ସ୍ଥିର କରିଅଛନ୍ତି, କାରଣ ଆପଣ ଏହା କରିଅଛନ୍ତି ଓ ମୋʼ ପରାମର୍ଶରେ କର୍ଣ୍ଣପାତ କରି ନାହାନ୍ତି।


ସେ ପିତର ଓ ଯୋହନଙ୍କୁ ଧରି ରହିଥିବା ସମୟରେ ଲୋକସମସ୍ତେ ଅତିଶୟ ବିସ୍ମୟାପନ୍ନ ହୋଇ ଶଲୋମନଙ୍କ ମଣ୍ତପରେ ସେମାନଙ୍କ ନିକଟକୁ ଏକତ୍ର ଦୌଡ଼ିଆସିଲେ।


ପ୍ରେରିତମାନଙ୍କ ହସ୍ତ ଦ୍ଵାରା ଲୋକମାନଙ୍କ ମଧ୍ୟରେ ଅନେକ ଅନେକ ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧିତ ହେବାକୁ ଲାଗିଲା, ଆଉ ସମସ୍ତ ମଣ୍ତଳୀ ଏକଚିତ୍ତରେ ଶଲୋମନଙ୍କ ମଣ୍ତପରେ ଉପସ୍ଥିତ ହେଉଥିଲେ,


ଅନନ୍ତର ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀ ଶୀଲୋରେ ଆପଣାମାନଙ୍କୁ ଏକତ୍ର କରି ସେଠାରେ ସମାଗମ-ତମ୍ଵୁ ସ୍ଥାପନ କଲେ; ଦେଶ ସେମାନଙ୍କ ସମ୍ମୁଖରେ ପରାଜିତ ଥିଲା।


ଯେହେତୁ ଯିହୁଦାର ରାଜା ସିଦିକୀୟ ତାଙ୍କୁ ବନ୍ଦ କରି କହିଥିଲା, ତୁମ୍ଭେ କାହିଁକି ଭବିଷ୍ୟଦ୍ ବାକ୍ୟ ପ୍ରଚାର କରି ଏହା କହୁଅଛ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ନଗର ବାବିଲ ରାଜାର ହସ୍ତରେ ସମର୍ପଣ କରିବା ଓ ସେ ତାହା ହସ୍ତଗତ କରିବ;


ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଏହି ଯେଉଁ ସ୍ଥାନକୁ ଧ୍ଵଂସିତ, ନରଶୂନ୍ୟ ଓ ପଶୁଶୂନ୍ୟ, ବୋଲି କହୁଅଛ, ସେଠାରେ, ଅର୍ଥାତ୍, ଧ୍ଵଂସିତ, ନରଶୂନ୍ୟ, ନିବାସୀବିହୀନ ଓ ପଶୁଶୂନ୍ୟ ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ସଡ଼କରେ


ପୁଣି, ଯିହୁଦାର ରାଜା ଯିହୋୟାକୀମ୍ ବିଷୟରେ ତୁମ୍ଭେ କହିବ, ସଦାପ୍ରଭୁ ଏହି କଥା କହନ୍ତି: ବାବିଲର ରାଜା ନିଶ୍ଚୟ ଆସିବ ଓ ଏହି ଦେଶ ନଷ୍ଟ କରିବ, ଆଉ ତାହାକୁ ମନୁଷ୍ୟ ଓ ପଶୁଶୂନ୍ୟ କରିବ, ଏପରି କଥା ତୁମ୍ଭେ କାହିଁକି ଲେଖିଅଛ? ଏହା କହି ତୁମ୍ଭେ ଏହି ପୁସ୍ତକ ଦଗ୍ଧ କରିଅଛ।


ତହିଁ ମଧ୍ୟରେ ଯେଉଁମାନେ ଧାର୍ମିକଗଣର ରକ୍ତପାତ କରିଅଛନ୍ତି, ସେହି ଭବିଷ୍ୟଦ୍ବକ୍ତାଗଣର ପାପ ଓ ଯାଜକଗଣର ଅଧର୍ମ ସକାଶୁ ଏହା ହୋଇଅଛି।


Swiv nou:

Piblisite


Piblisite