Biblia Todo Logo
Bib sou entènèt

- Piblisite -




ଯିରିମୀୟ 26:24 - ପବିତ୍ର ବାଇବଲ (Re-edited) - (BSI)

24 ମାତ୍ର ଶାଫନର ପୁତ୍ର ଅହୀକାମ ଯିରିମୀୟଙ୍କର ସପକ୍ଷ ଥିବାରୁ ହତ ହେବା ନିମନ୍ତେ ଲୋକମାନଙ୍କ ହସ୍ତରେ ସମର୍ପିତ ନୋହିଲା।

Gade chapit la Kopi

ଓଡିଆ ବାଇବେଲ

24 ମାତ୍ର ଶାଫନ୍‍ର ପୁତ୍ର ଅହୀକାମ୍ ଯିରିମୀୟଙ୍କ ସପକ୍ଷ ଥିବାରୁ ହତ ହେବା ନିମନ୍ତେ ଯିରିମୀୟ ଲୋକମାନଙ୍କ ହସ୍ତରେ ସମର୍ପିତ ହେଲେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ମାତ୍ର ଶାଫନ୍‍ର ପୁତ୍ର ଅହୀକାମ ଯିରିମୀୟଙ୍କ ସପକ୍ଷ ଥିବାରୁ ହତ ହେବା ନିମନ୍ତେ ଯିରିମୀୟ ଲୋକମାନଙ୍କ ହସ୍ତରେ ସମର୍ପିତ ହେଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ

24 ଯାହା ହେଉ, ଶାଫନର ପୁତ୍ର ଅହୀକାମ ଯିରିମିୟକୁ ରକ୍ଷା କଲେ। ଯେଉଁଥିପାଇଁ ତାଙ୍କୁ ହତ୍ୟା କରିବା ପାଇଁ ଲୋକମାନଙ୍କୁ ହସ୍ତାନ୍ତର କରାଗଲା ନାହିଁ।

Gade chapit la Kopi




ଯିରିମୀୟ 26:24
21 Referans Kwoze  

ସେମାନେ ଲୋକ ପଠାଇ ପ୍ରହରୀ-ପ୍ରାଙ୍ଗଣରୁ ଯିରିମୀୟଙ୍କୁ ଆଣିଲେ, ପୁଣି ଗୃହକୁ ନେଇଯିବା ନିମନ୍ତେ ତାଙ୍କୁ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲୀୟର ହସ୍ତରେ ସମର୍ପଣ କଲେ; ତହିଁରେ ଯିରିମୀୟ ଲୋକମାନଙ୍କ ମଧ୍ୟରେ ବାସ କଲେ।


ପୁଣି ଯେଉଁ ସମୟରେ ଈଷେବଲ୍ ସଦାପ୍ରଭୁଙ୍କ ଭବିଷ୍ୟଦ୍ବକ୍ତାମାନଙ୍କୁ ଉଚ୍ଛିନ୍ନ କରୁଥିଲା, ସେସମୟରେ ଓବଦୀୟ ଏକଶତ ଭବିଷ୍ୟଦ୍ବକ୍ତାଙ୍କୁ ନେଇ ପଚାଶ ପଚାଶ ଜଣ କରି ଗହ୍ଵର ମଧ୍ୟରେ ଲୁଚାଇ ରଖି ଅନ୍ନ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରିଥିଲା।)


କିନ୍ତୁ ପୃଥିବୀ ଆପଣା ମୁଖ ଫିଟାଇ ସର୍ପର ମୁଖରୁ ଉଦ୍ଗାରିତ ନଦୀକୁ ଗ୍ରାସ କରି ସ୍ତ୍ରୀଲୋକଙ୍କର ସାହାଯ୍ୟ କଲା।


କିନ୍ତୁ ଶତସେନାପତି ପାଉଲଙ୍କୁ ରକ୍ଷା କରିବା ଇଚ୍ଛାରେ ସେମାନଙ୍କ ସଂକଳ୍ପରୁ ସେମାନଙ୍କୁ କ୍ଷା; କରି ଆଜ୍ଞା ଦେଲେ ଯେ, ଯେଉଁମାନେ ପହଁରି ଜାଣନ୍ତି, ସେମାନେ ସମୁଦ୍ରରେ ଡେଇଁପଡ଼ି ପ୍ରଥମରେ ସ୍ଥଳକୁ ଯାଉନ୍ତୁ,


ଏହିପ୍ରକାରେ ମହା ବିବାଦ ଘଟନ୍ତେ, କାଳେ ପାଉଲ ସେମାନଙ୍କ ଦ୍ଵାରା ଖଣ୍ତବିଖଣ୍ତ ହୁଅନ୍ତି, ଏହି ଭୟରେ ସହସ୍ରସେନାପତି ସେମାନଙ୍କ ମଧ୍ୟରୁ ତାଙ୍କୁ ବଳପୂର୍ବକ ଗଡ଼ ଭିତରକୁ ଘେନି ଆସିବା ନିମନ୍ତେ ସୈନ୍ୟମାନଙ୍କୁ ଯିବାକୁ ଆଜ୍ଞା ଦେଲେ।


ପୁଣି, ରାଜା ହିଲ୍‍କୀୟକୁ ଓ ଶାଫନ୍ର ପୁତ୍ର ଅହୀକାମକୁ ଓ ମୀଖାୟର ପୁତ୍ର ଅବ୍ଦୋନକୁ ଓ ଶାଫନ୍ ଲେଖକକୁ ଓ ରାଜାର ଦାସ ଅସାୟକୁ ଆଜ୍ଞା କରି କହିଲେ,


ଆଉ ବାବିଲ୍-ରାଜା; ନବୂଖଦ୍ନିତ୍ସର ଯେଉଁମାନଙ୍କୁ ଛାଡ଼ି ଯାଇଥିଲା, ଏପରି ଯିହୁଦା ଦେଶରେ ଅବଶିଷ୍ଟ ଥିବା ଲୋକମାନଙ୍କ ଉପରେ ସେ ଶାଫନ୍ର ପୌତ୍ର ଅହୀକାମ୍ର ପୁତ୍ର ଗଦଲୀୟକୁ ଶାସନକର୍ତ୍ତା ରୂପେ ନିଯୁକ୍ତ କଲା।


ଯିହୁଦାର ରାଜା ସିଦିକୀୟ ଦ୍ଵାରା ବାବିଲର ରାଜା ନବୂଖଦ୍ନିତ୍ସର ନିକଟକୁ ବାବିଲକୁ ପ୍ରେରିତ ଶାଫନର ପୁତ୍ର ଇଲୀୟାସା ହିଲ୍‍କୀୟର ପୁତ୍ର ଗମରୀୟର ହସ୍ତ ଦ୍ଵାରା ଯିରୂଶାଲମଠାରୁ ପଠାଇଥିଲେ, ସେହି ପତ୍ରରେ ଏହିସବୁ କଥା ଥିଲା, ଯଥା,


ସେତେବେଳେ ବାରୂକ ସଦାପ୍ରଭୁଙ୍କ ଗୃହର ଉପର ପ୍ରାଙ୍ଗଣରେ, ସଦାପ୍ରଭୁଙ୍କ ଗୃହର ନୂତନ ଦ୍ଵାରର ପ୍ରବେଶସ୍ଥାନ ନିକଟରେ, ଶାଫନ ଲେଖକର ପୁତ୍ର ଗମରୀୟର କୋଠରୀରେ, ସେହି ପୁସ୍ତକରୁ ଯିରିମୀୟଙ୍କର କଥା, ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ପାଠ କଲା।


ପୁଣି, ଶାଫନର ପୌତ୍ର ଗମରୀୟର ପୁତ୍ର ମୀଖାୟ ସେହି ପୁସ୍ତକରୁ ସଦାପ୍ରଭୁଙ୍କର ବାକ୍ୟସବୁ ଶୁଣନ୍ତେ,


ସେ ରାଜଗୃହକୁ ଓହ୍ଲାଇ ଲେଖକର କୋଠରୀକି ଗଲା; ଆଉ ଦେଖ, ସେ ସ୍ଥାନରେ, ଅଧିପତି ସମସ୍ତେ, ଅର୍ଥାତ୍, ଇଲୀଶାମା ଲେଖକ, ଶମୟୀୟର ପୁତ୍ର ଦଲୟୀୟ, ଅକବୋରର ପୁତ୍ର ଇଲନାଥନ୍, ଶାଫନର ପୁତ୍ର ଗମରୀୟ,ହନାନୀୟର ପୁତ୍ର ସିଦିକୀୟ ଓ ସମସ୍ତ ଅଧିପତି ଉପବିଷ୍ଟ ଥିଲେ।


ସେତେବେଳେ ଅଧିପତିମାନେ ବାରୂକକୁ କହିଲେ, ତୁମ୍ଭେ ଓ ଯିରିମୀୟ ଯାଇ ଲୁଚ; ଆଉ, ତୁମ୍ଭେମାନେ କେଉଁଠାରେ ଅଛ, ଏହା କେହି ନ ଜାଣୁ।


ପୁଣି ରାଜା, ବାରୂକ ଲେଖକକୁ ଓ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ଧରିବା ପାଇଁ ରାଜପୁତ୍ର ଯିରହମେଲ୍‍କୁ ଓ ଅସ୍ରୀୟେଲର ପୁତ୍ର ସରାୟକୁ ଓ ଅବ୍ଦୀୟେଲର ପୁତ୍ର ଶେଲିମୀୟକୁ ଆଜ୍ଞା କଲେ; ମାତ୍ର ସଦାପ୍ରଭୁ ସେମାନଙ୍କୁ ଲୁଚାଇ ରଖିଲେ।


ପୁଣି, ସେସବୁର ସମ୍ମୁଖରେ ଇସ୍ରାଏଲ-ବଂଶୀୟ ପ୍ରାଚୀନବର୍ଗର ସତୁରି ଜଣ ଠିଆ ହୋଇଅଛନ୍ତି ଓ ସେମାନଙ୍କର ମଧ୍ୟ-ସ୍ଥାନରେ ଶାଫନର ପୁତ୍ର ଯାସନୀୟ ଠିଆ ହୋଇଅଛି, ପ୍ରତ୍ୟେକ ଲୋକ ଆପଣା ଆପଣା ଧୂପାଚି ହସ୍ତରେ ଧରିଅଛନ୍ତି; ଆଉ, ଧୂପରୂପ ମେଘର ସୁଗନ୍ଧି ଊର୍ଦ୍ଧ୍ଵକୁ ଉଠୁଅଛି।


Swiv nou:

Piblisite


Piblisite