Biblia Todo Logo
Bib sou entènèt

- Piblisite -




ଯିରିମୀୟ 23:3 - ପବିତ୍ର ବାଇବଲ (Re-edited) - (BSI)

3 ପୁଣି, ଆମ୍ଭେ ଯେଉଁ ଯେଉଁ ଦେଶକୁ ଆପଣା ପଲକୁ ତଡ଼ି ଦେଇଅଛୁ, ସେହିସବୁ ଦେଶରୁ ସେମାନଙ୍କର ଅବଶିଷ୍ଟାଂଶ ସଂଗ୍ରହ କରିବା, ଆଉ ପୁନର୍ବାର ସେମାନଙ୍କୁ ସେମାନଙ୍କ ଖୁଆଡ଼କୁ ଆଣିବା; ତହିଁରେ ସେମାନେ ପ୍ରଜାବ; ଓ ବହୁସଂଖ୍ୟକ ହେବେ।

Gade chapit la Kopi

ଓଡିଆ ବାଇବେଲ

3 ପୁଣି, ଆମ୍ଭେ ଯେଉଁ ଯେଉଁ ଦେଶକୁ ଆପଣା ପଲକୁ ତଡ଼ି ଦେଇଅଛୁ, ସେହିସବୁ ଦେଶରୁ ସେମାନଙ୍କର ଅବଶିଷ୍ଟାଂଶ ସଂଗ୍ରହ କରିବା, ଆଉ ପୁନର୍ବାର ସେମାନଙ୍କୁ ସେମାନଙ୍କ ଖୁଆଡ଼କୁ ଆଣିବା; ତହିଁରେ ସେମାନେ ପ୍ରଜାବନ୍ତ ଓ ବହୁସଂଖ୍ୟକ ହେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପୁଣି, ଆମ୍ଭେ ଯେଉଁ ଯେଉଁ ଦେଶକୁ ଆପଣା ପଲକୁ ତଡ଼ି ଦେଇଅଛୁ, ସେହି ସବୁ ଦେଶରୁ ସେମାନଙ୍କର ଅବଶିଷ୍ଟାଂଶ ସଂଗ୍ରହ କରିବା, ଆଉ ପୁନର୍ବାର ସେମାନଙ୍କୁ ସେମାନଙ୍କ ଖୁଆଡ଼କୁ ଆଣିବା; ତହିଁରେ ସେମାନେ ପ୍ରଜାବନ୍ତ ଓ ବହୁସଂଖ୍ୟକ ହେବେ।

Gade chapit la Kopi

ପବିତ୍ର ବାଇବଲ

3 “ଆମ୍ଭେ ଯେଉଁ ଯେଉଁ ଦେଶକୁ ଆମ୍ଭର ପଲକୁ ତଡ଼ି ଦେଇଅଛୁ, ସେହିସବୁ ଦେଶରୁ ସେମାନଙ୍କର ଅବଶିଷ୍ଟାଂଶ ସଂଗ୍ରହ କରିବା। ଆଉ ପୁନର୍ବାର ସେମାନଙ୍କୁ ସେମାନଙ୍କର ବାସ ସ୍ଥାନକୁ ଫେରାଇ ଆଣିବା। ସେତେବେଳେ ସେମାନେ ପ୍ରଜାବନ୍ତ ଓ ବହୁସଂଖ୍ୟକ ହେବେ।

Gade chapit la Kopi




ଯିରିମୀୟ 23:3
28 Referans Kwoze  

ଦେଖ, ଆମ୍ଭେ ଆପଣା କ୍ରୋଧ ଓ ପ୍ରଚଣ୍ତ କୋପ ଓ ମହାରୋଷରେ ସେମାନଙ୍କୁ ଯେସକଳ ଦେଶରେ ଛିନ୍ନଭିନ୍ନ କରିଅଛୁ, ସେହି ସକଳ ଦେଶରୁ ସେମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ସେମାନଙ୍କୁ ପୁନର୍ବାର ଏହି ସ୍ଥାନକୁ ଆଣିବା ଓ ଆମ୍ଭେ ସେମାନଙ୍କୁ ନିରାପଦରେ ବାସ କରାଇବା।


ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭର ଉଦ୍ଦେଶ୍ୟ ପାଇବାକୁ ଦେବା, ପୁଣି, ଆମ୍ଭେ ତୁମ୍ଭମାନଙ୍କର ବନ୍ଦୀତ୍ଵାବସ୍ଥା ପରିବର୍ତ୍ତନ କରିବା ଓ ଯେଉଁ ସକଳ ଗୋଷ୍ଠୀ ମଧ୍ୟକୁ, ଯେସକଳ ସ୍ଥାନକୁ ଆମ୍ଭେ ତୁମ୍ଭମାନଙ୍କୁ ତଡ଼ି ଦେଇଅଛୁ, ସେହିସବୁ ସ୍ଥାନରୁ ଆମ୍ଭେ ତୁମ୍ଭମାନଙ୍କୁ ସଂଗ୍ରହ କରିବା, ଏହା ସଦାପ୍ରଭୁ କହନ୍ତି; ଆଉ, ଆମ୍ଭେ ଯେଉଁ ସ୍ଥାନରୁ ତୁମ୍ଭମାନଙ୍କୁ ନିର୍ବାସିତ କରାଇଅଛୁ, ସେହି ସ୍ଥାନକୁ ପୁନର୍ବାର ଆଣିବା।


କାରଣ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଆପଣା ଲୋକ ଇସ୍ରାଏଲର ଓ ଯିହୁଦାର ବନ୍ଦୀତ୍ଵାବସ୍ଥା ପରିବର୍ତ୍ତନ କରିବା, ଏପରି ସମୟ ଆସୁଅଛି; ସଦାପ୍ରଭୁ କହନ୍ତି; ହଁ, ଆମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶକୁ ସେମାନଙ୍କୁ ଫେରାଇ ଆଣିବା ଓ ସେମାନେ ତାହା ଅଧିକାର କରିବେ।


ଏଥିପାଇଁ ତୁମ୍ଭେ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଗୋଷ୍ଠୀଗଣ ମଧ୍ୟରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ତୁମ୍ଭେମାନେ ଯେଉଁ ଯେଉଁ ସ୍ଥାନରେ ଛିନ୍ନଭିନ୍ନ ହୋଇଅଛ, ସେହିସବୁ ଦେଶରୁ ତୁମ୍ଭମାନଙ୍କୁ ଏକତ୍ର କରିବା ଇସ୍ରାଏଲ ଦେଶ ତୁମ୍ଭମାନଙ୍କୁ ଦେବା।


ଦେଖ, ଆମ୍ଭେ ସେମାନଙ୍କୁ ଉତ୍ତର ଦେଶରୁ ଆଣିବା, ପୁଣି ପୃଥିବୀର ପ୍ରାନ୍ତଭାଗରୁ ସେମାନଙ୍କୁ ଓ ସେମାନଙ୍କ ସହିତ ଅନ୍ଧ ଓ ଛୋଟା, ଗର୍ଭବତୀ ଓ ପ୍ରସବବେଦନାଗ୍ରସ୍ତା ସ୍ତ୍ରୀକି ଏକତ୍ର ସଂଗ୍ରହ କରିବା; ସେମାନେ ମହାଲୋକାରଣ୍ୟ ହୋଇ ଏସ୍ଥାନକୁ ଆସିବେ।


ହେ ସଦାପ୍ରଭୋ, ଆମ୍ଭମାନଙ୍କ ପରମେଶ୍ଵର, ତୁମ୍ଭ ପବିତ୍ର ନାମକୁ ଧନ୍ୟବାଦ ଦେବା ପାଇଁ, ତୁମ୍ଭ ପ୍ରଶଂସାରେ ଦର୍ପ କରିବା ପାଇଁ ଆମ୍ଭମାନଙ୍କୁ ପରିତ୍ରାଣ କର ଓ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଆମ୍ଭମାନଙ୍କୁ ସଂଗ୍ରହ କର।


କାରଣ ଆମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କୁ ଗ୍ରହଣ କରିବା ଓ ସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ତୁମ୍ଭମାନଙ୍କର ନିଜ ଦେଶକୁ ତୁମ୍ଭମାନଙ୍କୁ ଆଣିବା।


ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ତଥାପି ଆମ୍ଭେ ଯେପରି ଇସ୍ରାଏଲ-ବଂଶ ପକ୍ଷରେ ଏହା ସଫଳ କରିବା, ଏଥିପାଇଁ ଆମ୍ଭ ନିକଟରେ ସେମାନଙ୍କୁ ପ୍ରାର୍ଥନା କରିବାକୁ ହେବ; ଆମ୍ଭେ ଲୋକ ଦେଇ ପଲପରି ସେମାନଙ୍କୁ ବଢ଼ାଇବା।


ସେଦିନ ତୁମ୍ଭ ନିକଟକୁ ଲୋକମାନେ ଆସିବେ, ଅଶୂରରୁ ଓ ମିସରର ନଗରସମୂହରୁ ଓ ମିସରଠାରୁ ନଦୀ ପର୍ଯ୍ୟନ୍ତ ଓ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ଯାବତୀୟ ପର୍ବତରୁ ଆସିବେ।


ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଏହି ଦୁଷ୍ଟ ବଂଶକୁ ଆମ୍ଭେ ଯେଉଁ ଯେଉଁ ସ୍ଥାନକୁ ତଡ଼ି ଦେଇଅଛୁ, ସେସବୁ ସ୍ଥାନରେ ସେମାନଙ୍କର ଅବଶିଷ୍ଟ ଥିବା ସମସ୍ତଙ୍କ ପ୍ରତି ଜୀବନ ଅପେକ୍ଷା ବରଞ୍ଚ ମୃତ୍ୟୁ ବାଞ୍ଛନୀୟ ହେବ।


ଏହେତୁ ସଦାପ୍ରଭୁ କହନ୍ତି, ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ ଅଥବା ହେ ଇସ୍ରାଏଲ, ନିରାଶ ହୁଅ ନାହିଁ; କାରଣ ଦେଖ, ଆମ୍ଭେ ଦୂରରୁ ତୁମ୍ଭକୁ ଓ ବନ୍ଦୀତ୍ଵ ଦେଶରୁ ତୁମ୍ଭ ବଂଶକୁ ଉଦ୍ଧାର କରିବୁ, ପୁଣି ଯାକୁବ ଫେରି ଆସି ଶାନ୍ତିରେ ଓ ନିରାପଦରେ ରହିବ ଓ କେହି ତାହାକୁ ଭୟ ଦେଖାଇବ ନାହିଁ।


କାରଣ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯାକୁବ ନିମନ୍ତେ ଆନନ୍ଦରେ ଗାନ କର ଓ ଗୋଷ୍ଠୀବର୍ଗର ଅଗ୍ରଗଣ୍ୟ ନିମନ୍ତେ ଜୟଧ୍ଵନି କରନ୍ତ ତୁମ୍ଭେମାନେ ପ୍ରଚାର କରି, ପ୍ରଶଂସା କରି କୁହ, ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକ ଇସ୍ରାଏଲର ଅବଶିଷ୍ଟାଂଶକୁ ପରିତ୍ରାଣ କର।


ମାତ୍ର ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ, କିଅବା ହେ ଇସ୍ରାଏଲ, ତୁମ୍ଭେ ନିରାଶ ହୁଅ ନାହିଁ: କାରଣ ଦେଖ, ଆମ୍ଭେ ଦୂରରୁ ତୁମ୍ଭକୁ ଓ ବନ୍ଦୀତ୍ଵ ଦେଶରୁ ତୁମ୍ଭ ବଂଶକୁ ଉଦ୍ଧାର କରିବା; ତହିଁରେ ଯାକୁବ ଫେରି ଆସି ନିର୍ଭୟ ଓ ନିଶ୍ଚିନ୍ତରେ ରହିବ ଓ କେହି ତାହାକୁ ଭୟ ଦେଖାଇବ ନାହିଁ।


ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ପ୍ରସନ୍ନମୁଖ ହେବା ଓ ତୁମ୍ଭମାନଙ୍କୁ ପ୍ରଜାବ; ଓ ବହୁବଂଶ କରିବା ଓ ତୁମ୍ଭମାନଙ୍କ ସହିତ ଆପଣା ନିୟମ ସ୍ଥିର କରିବା।


ମାତ୍ର ଇସ୍ରାଏଲ ସନ୍ତାନଗଣକୁ ଉତ୍ତର ଦେଶରୁ ଓ ଯେ ଯେ ସ୍ଥାନରେ ସେ ସେମାନଙ୍କୁ ତଡ଼ି ଦେଇଥିଲେ, ସେହିସବୁ ଦେଶରୁ ଯେ ସେମାନଙ୍କୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ ବୋଲି କହିବେ, ଏପରି ସମୟ ଆସୁଅଛି; ପୁଣି, ଆମ୍ଭେ ସେମାନଙ୍କର ପିତୃପୁରୁଷମାନଙ୍କୁ ଯେଉଁ ଦେଶ ଦେଇଥିଲୁ, ସେମାନଙ୍କର ସେହି ଦେଶକୁ ସେମାନଙ୍କୁ ପୁନର୍ବାର ଆଣିବା।


ପୁଣି, ଆମ୍ଭେ ଇସ୍ରାଏଲକୁ ପୁନର୍ବାର ତାହାର ଚରାସ୍ଥାନକୁ ଆଣିବା ଓ ସେ କର୍ମିଲ ଓ ବାଶନର ଉପରେ ଚରିବ, ଆଉ ଇଫ୍ରୟିମର ପର୍ବତମାନର ଉପରେ ଓ ଗିଲୀୟଦରେ ତାହାର ପ୍ରାଣ ତୃପ୍ତ ହେବ।


ପୁଣି, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ମନୁଷ୍ୟ ଓ ପଶୁକୁ ବୃଦ୍ଧି କରିବା, ତହିଁରେ ସେମାନେ ବର୍ଦ୍ଧିଷ୍ଣ ହୋଇ ସନ୍ତାନସନ୍ତତିବିଶିଷ୍ଟ ହେବେ; ଆଉ, ଆମ୍ଭେ ତୁମ୍ଭମାନଙ୍କୁ ପୂର୍ବ କାଳର ନ୍ୟାୟ ବସତି କରାଇବା ଓ ତୁମ୍ଭମାନଙ୍କ ପ୍ରତି ଆଦ୍ୟ କାଳ ଅପେକ୍ଷା ଅଧିକ ମଙ୍ଗଳ କରିବା। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ , ଏହା ତୁମ୍ଭେମାନେ ଜାଣିବ।


ହେ ଯାକୁବ, ଆମ୍ଭେ ଅବଶ୍ୟ ତୁମ୍ଭର ଯାବତୀୟ ଲୋକଙ୍କୁ ଏକତ୍ର କରିବା; ଆମ୍ଭେ ଅବଶ୍ୟ ଇସ୍ରାଏଲର ଅବଶିଷ୍ଟାଂଶକୁ ସଂଗ୍ରହ କରିବା; ଆମ୍ଭେ ସେମାନଙ୍କୁ ବସ୍ରାର ମେଷଗଣ ତୁଲ୍ୟ ଏକତ୍ର ରଖିବା; ନିଜ ଚରାଣି-ସ୍ଥାନ ମଧ୍ୟରେ ଯେପରି ମେଷପଲ, ସେପରି ମନୁଷ୍ୟ-ବାହୁଲ୍ୟ ହେତୁରୁ ସେମାନେ ମହାଶଦ୍ଦ କରିବେବ।


Swiv nou:

Piblisite


Piblisite