Biblia Todo Logo
Bib sou entènèt

- Piblisite -




ଯିରିମୀୟ 22:21 - ପବିତ୍ର ବାଇବଲ (Re-edited) - (BSI)

21 ଆମ୍ଭେ ତୁମ୍ଭର ସମୃଦ୍ଧି ସମୟରେ ତୁମ୍ଭକୁ କଥା କହିଲୁ; ମାତ୍ର ତୁମ୍ଭେ କହିଲ, ମୁଁ ଶୁଣିବି ନାହିଁ; ଆମ୍ଭ ବାକ୍ୟରେ ଅବଧାନ ନ କରିବାର ବାଲ୍ୟକାଳରୁ ତୁମ୍ଭର ଏପରି ବ୍ୟବହାର ହୋଇଅଛି।

Gade chapit la Kopi

ଓଡିଆ ବାଇବେଲ

21 ଆମ୍ଭେ ତୁମ୍ଭର ସମୃଦ୍ଧି ସମୟରେ ତୁମ୍ଭକୁ କଥା କହିଲୁ; ମାତ୍ର ତୁମ୍ଭେ କହିଲ, “ମୁଁ ଶୁଣିବି ନାହିଁ;” ଆମ୍ଭ ବାକ୍ୟରେ ଅବଧାନ ନ କରିବାର ବାଲ୍ୟକାଳରୁ ତୁମ୍ଭର ଏପରି ବ୍ୟବହାର ହୋଇଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ଆମ୍ଭେ ତୁମ୍ଭର ସମୃଦ୍ଧି ସମୟରେ ତୁମ୍ଭକୁ କଥା କହିଲୁ; ମାତ୍ର ତୁମ୍ଭେ କହିଲ, ‘ମୁଁ ଶୁଣିବି ନାହିଁ;’ ଆମ୍ଭ ବାକ୍ୟରେ ଅବଧାନ ନ କରିବାର ବାଲ୍ୟକାଳରୁ ତୁମ୍ଭର ଏପରି ବ୍ୟବହାର ହୋଇଅଛି।

Gade chapit la Kopi

ପବିତ୍ର ବାଇବଲ

21 “ଆମ୍ଭେ ତୁମ୍ଭର ସୌଭାଗ୍ୟ ସମୟରେ ତୁମ୍ଭକୁ କଥା କହିଲୁ ଓ ତୁମ୍ଭକୁ ସାବଧାନ କଲୁ। ମାତ୍ର ତୁମ୍ଭେ ଶୁଣିବ ନାହିଁ ବୋଲି କହିଲ। ଆମ୍ଭ ବାକ୍ୟ ପ୍ରତି ତୁମ୍ଭେ ବାଲ୍ୟାବସ୍ଥାରୁ ଅବଧାନ କରି ନାହଁ।

Gade chapit la Kopi




ଯିରିମୀୟ 22:21
35 Referans Kwoze  

କାରଣ ଆମ୍ଭ ସାକ୍ଷାତରେ ଯାହା ମନ୍ଦ, କେବଳ ତାହା ହିଁ ଇସ୍ରାଏଲ-ସନ୍ତାନଗଣ ଓ ଯିହୁଦାର ସନ୍ତାନଗଣ ଆପଣା ଆପଣାର ବାଲ୍ୟକାଳରୁ କରି ଆସୁଅଛନ୍ତି; ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କର ହସ୍ତକୃତ କର୍ମ ଦ୍ଵାରା ଆମ୍ଭକୁ କେବଳ ବିରକ୍ତ କରିଅଛନ୍ତି, ଏହା ସଦାପ୍ରଭୁ କହନ୍ତି।


ଆମ୍ଭେମାନେ ନିଜ ଲଜ୍ଜାରେ ଶୟନ କରୁ ଓ ଆମ୍ଭମାନଙ୍କର ଅପମାନ ଆମ୍ଭମାନଙ୍କୁ ଆଚ୍ଛାଦନ କରୁ; କାରଣ ଆମ୍ଭେମାନେ ଓ ଆମ୍ଭମାନଙ୍କ ପିତୃପୁରୁଷମାନେ ବାଲ୍ୟରୁ ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ବିରୁଦ୍ଧରେ ପାପ କରିଅଛୁ ଓ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ରବରେ ଅବଧାନ କରି ନାହୁଁ।


ବାସ୍ତବିକ, ତୁମ୍ଭେ ଶୁଣିଲ ନାହିଁ; ତୁମ୍ଭେ ଜାଣିଲ ନାହିଁ; ପୂର୍ବରୁ ତୁମ୍ଭର କର୍ଣ୍ଣ ମୁକ୍ତ ହୋଇ ନ ଥିଲା; କାରଣ ତୁମ୍ଭେ ଯେ ଭାରୀ ବିଶ୍ଵାସଘାତକତା କଲ ଓ ଗର୍ଭରୁ ଅଧର୍ମାଚାରୀ ବୋଲି ବିଖ୍ୟାତ ହୋଇଥିଲ, ଏହା ଆମ୍ଭେ ଜାଣିଲୁ।


ନୋହିଲେ ମୁଁ ପରିତୃପ୍ତ ହୋଇ ତୁମ୍ଭକୁ ଅସ୍ଵୀକାର କରି କହିବି, ସଦାପ୍ରଭୁ କିଏ? କିଅବା ଦରିଦ୍ର ହେଲେ ଚୋରି କରି ଆପଣା ପରମେଶ୍ଵରଙ୍କର ନାମ ମିଥ୍ୟାରେ ନେବି।


ମାତ୍ର ସେମାନେ ଆମ୍ଭର ବିଦ୍ରୋହାଚାରୀ ହେଲେ ଓ ଆମ୍ଭର କଥା ଶୁଣିବାକୁ ଅସମ୍ମତ ହେଲେ; ସେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଦୃଷ୍ଟିର ସମ୍ମୁଖରୁ ଘୃଣାଯୋଗ୍ୟ ବସ୍ତୁସକଳ ଦୂର କଲେ ନାହିଁ, କିଅବା ମିସ୍ରୀୟ ପ୍ରତିମାଗଣକୁ ଛାଡ଼ିଲେ ନାହିଁ; ତହିଁରେ ଆମ୍ଭେ ମିସର ଦେଶ ମଧ୍ୟରେ ସେମାନଙ୍କ ପ୍ରତିକୂଳରେ ଆପଣା କ୍ରୋଧ ସାଧିବା ପାଇଁ ସେମାନଙ୍କ ଉପରେ ଆପଣା କୋପ ଢାଳିବା ବୋଲି କହିଲୁ।


ମଧ୍ୟ ଆମ୍ଭେ ଆପଣାର ସମସ୍ତ ଦାସ ଭବିଷ୍ୟଦ୍-ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ, ପ୍ରଭାତରେ ଉଠି ସେମାନଙ୍କୁ ପଠାଇ ତୁମ୍ଭମାନଙ୍କୁ କହିଅଛୁ, ତୁମ୍ଭେମାନେ ପ୍ରତ୍ୟେକେ ଏବେ ଆପଣା ଆପଣା କୁପଥରୁ ଫେର, ଆପଣମାନଙ୍କର ଆଚରଣ ଶୁଧରାଅ ଓ ଅନ୍ୟ ଦେବଗଣର ସେବା କରିବା ନିମନ୍ତେ ସେମାନଙ୍କର ପଶ୍ଚାଦ୍ଗାମୀ ହୁଅ ନାହିଁ, ତହିଁରେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପିତୃପୁରୁଷ-ମାନଙ୍କୁ ଆମ୍ଭର ଦତ୍ତ ଦେଶରେ ତୁମ୍ଭେମାନେ ବାସ କରିବ; ମାତ୍ର ତୁମ୍ଭେମାନେ କର୍ଣ୍ଣପାତ କରି ନାହଁ, କିଅବା ଆମ୍ଭ ବାକ୍ୟରେ ମନୋଯୋଗ କରି ନାହଁ।


ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ପଥମାନର ମଧ୍ୟରେ ଠିଆହୋଇ ଦେଖ, ଆଉ ପୁରାତନ ପଥମାନର ବିଷୟ ପଚାରି କୁହ, ଉତ୍ତମ ପଥ କାହିଁ? ଓ ତହିଁରେ ଗମନ କର; ତେବେ ତୁମ୍ଭେମାନେ ଆପଣା ଆପଣା ପ୍ରାଣରେ ବିଶ୍ରାମ ପାଇବ; ମାତ୍ର ସେମାନେ କହିଲେ, ଆମ୍ଭେମାନେ ତହିଁରେ ଗମନ କରିବା ନାହିଁ।


କାରଣ ଆମ୍ଭେ ସେମାନଙ୍କୁ ଯେଉଁ ଦେଶ ଦେବା ପାଇଁ ଆପଣା ହସ୍ତ ଉଠାଇଥିଲୁ, ସେହି ଦେଶକୁ ଯେତେବେଳେ ସେମାନଙ୍କୁ ଆଣିଲୁ, ସେତେବେଳେ ସେମାନେ ପ୍ରତ୍ୟେକ ଉଚ୍ଚ ପର୍ବତ ଓ ପ୍ରତ୍ୟେକ ଗହଳିଆ ବୃକ୍ଷ ଦେଖି ସେସ୍ଥାନରେ ବଳିଦାନ କଲେ ଓ ସେହି ସ୍ଥାନରେ ସେମାନେ (ଆମ୍ଭର) ବିରକ୍ତିଜନକ ନୈବେଦ୍ୟ ଉତ୍ସର୍ଗ କଲେ, ସେହି ସ୍ଥାନରେ ମଧ୍ୟ ଆପଣାମାନଙ୍କର ସୌରଭାର୍ଥକ ଦ୍ରବ୍ୟ ରଖିଲେ ଓ ସେହି ସ୍ଥାନରେ ଆପଣାମାନଙ୍କର ପେୟ-ନୈବେଦ୍ୟ ଢାଳିଲେ।


ମାତ୍ର ସେହି ସନ୍ତାନଗଣ ଆମ୍ଭର ବିଦ୍ରୋହାଚରଣ କଲେ; ସେମାନେ ଆମ୍ଭର ବିଧିରୂପ ପଥରେ ଚାଲିଲେ ନାହିଁ ଓ ଆମ୍ଭର ଶାସନସକଳ ରକ୍ଷା କରି ପାଳନ କଲେ ନାହିଁ, ମନୁଷ୍ୟ ତାହା ପାଳନ କଲେ, ତହିଁରେ ସେ ବଞ୍ଚିବ; ସେମାନେ ଆମ୍ଭର ବିଶ୍ରାମ ଦିନସକଳ ଅପବିତ୍ର କଲେ; ତହିଁରେ ଆମ୍ଭେ ପ୍ରାନ୍ତରରେ ସେମାନଙ୍କ ବିରୁଦ୍ଧରେ ଆପଣା କ୍ରୋଧ ସାଧିବା ପାଇଁ ସେମାନଙ୍କ ଉପରେ ଆପଣା କୋପ ଢାଳିବା ବୋଲି କହିଲୁ।


ମାତ୍ର ଇସ୍ରାଏଲ-ବଂଶ ପ୍ରାନ୍ତରରେ ଆମ୍ଭର ବିଦ୍ରୋହାଚାରୀ ହେଲେ; ସେମାନେ ଆମ୍ଭର ବିଧିରୂପ ପଥରେ ଚାଲିଲେ ନାହିଁ ଓ ଆମ୍ଭର ଶାସନସକଳ ଅଗ୍ରାହ୍ୟ କଲେ, ମନୁଷ୍ୟ ଯେବେ ତାହା ପାଳନ କରେ, ତେବେ ତହିଁରେ ସେ ବଞ୍ଚିବ; ପୁଣି, ସେମାନେ ଆମ୍ଭର ବିଶ୍ରାମ ଦିନସକଳ ଅତ୍ୟ; ଅପବିତ୍ର କଲେ; ସେତେବେଳେ ଆମ୍ଭେ ପ୍ରାନ୍ତରରେ ସେମାନଙ୍କୁ ସଂହାର କରିବା ନିମନ୍ତେ ସେମାନଙ୍କ ଉପରେ ଆପଣା କୋପ ଢାଳିବା ବୋଲି କହିଲୁ।


ହେ ବର୍ତ୍ତମାନ କାଳର ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଆଲୋଚନା କର, ଆମ୍ଭେ କି ଇସ୍ରାଏଲ ପ୍ରତି ପ୍ରାନ୍ତର ସ୍ଵରୂପ, ଅବା ନିବିଡ଼ ଅନ୍ଧକାରମୟ ଦେଶ ସ୍ଵରୂପ ହୋଇଅଛୁ? ଆମ୍ଭର ଲୋକମାନେ କାହିଁକି କହୁଅଛନ୍ତି, ଆମ୍ଭେମାନେ ବନ୍ଧନଛିଣ୍ତା ହୋଇଅଛୁ; ଆମ୍ଭେମାନେ ଆଉ ତୁମ୍ଭ ନିକଟକୁ ଆସିବୁ ନାହିଁ?


ତହୁଁ ସଦାପ୍ରଭୁ ମନଃଶି ଓ ତାଙ୍କର ଲୋକମାନଙ୍କୁ ନାନା କଥା କହିଲେ, ମାତ୍ର ସେମାନେ କିଛି ମନୋଯୋଗ କଲେ ନାହିଁ।


ଯେହେତୁ ମୁଁ ତୁମ୍ଭର ବିଦ୍ରୋହିତା ଓ ଶକ୍ତଗ୍ରୀବତା ଜାଣେ; ଦେଖ, ଆଜି ମୁଁ ତୁମ୍ଭମାନଙ୍କ ମଧ୍ୟରେ ବଞ୍ଚି ଥାଉ ଥାଉ ତ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହୀ ହେଉଅଛ, ପୁଣି ମୋʼ ମରଣ ଉତ୍ତାରେ ଆଉ କେତେ ଅଧିକ ନ ହେବ?


ମୁଁ ତୁମ୍ଭମାନଙ୍କୁ ଜାଣିବା ଦିନଠାରୁ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହୋଇ ଆସିଅଛ।


ତୁମ୍ଭେ ଏହି ପ୍ରାନ୍ତର ମଧ୍ୟରେ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କୁ କିପରି କ୍ରୁଦ୍ଧ କରାଇଅଛ, ତାହା ସ୍ମରଣ କର, ତୁମ୍ଭେ ତାହା ପାସୋର ନାହିଁ; ତୁମ୍ଭେ ମିସର ଦେଶରୁ ବାହାର ହେବା ଦିନଠାରୁ ଏହି ସ୍ଥାନକୁ ଆସିବା ପର୍ଯ୍ୟନ୍ତ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହୋଇଅଛ।


ମୋʼ ଯୌବନଠାରୁ ସେମାନେ ଅନେକ ଥର ମୋତେ କ୍ଳେଶ ଦେଇଅଛନ୍ତି, ଇସ୍ରାଏଲ ଏବେ କହୁନ୍ତୁ;


ମାତ୍ର ଲଜ୍ଜାସ୍ପଦ ବସ୍ତୁ ଆମ୍ଭମାନଙ୍କର ବାଲ୍ୟରୁ ଆମ୍ଭମାନଙ୍କ ପିତୃପୁରୁଷଗଣର ଶ୍ରମ-ଫଳ, ସେମାନଙ୍କ ଗୋମେଷାଦି ପଲ ସେମାନଙ୍କର ପୁତ୍ର ଓ କନ୍ୟାଗଣକୁ ଗ୍ରାସ କରିଅଛି।


ଏହି ଯେଉଁ ଦୁଷ୍ଟ ଲୋକମାନେ ଆମ୍ଭ ବାକ୍ୟ ଶୁଣିବାକୁ ଅସମ୍ମତ ହୋଇ ଆପଣା ଆପଣା ଅନ୍ତଃକରଣର ଅବାଧ୍ୟତା-ନୁସାରେ ଚାଲନ୍ତି ଓ ଅନ୍ୟ ଦେବଗଣର ସେବା ଓ ପୂଜା କରିବା ନିମନ୍ତେ ସେମାନଙ୍କର ପଶ୍ଚାଦ୍ଗମନ କରିଅଛନ୍ତି, ସେମାନେ ଏହି ଅକର୍ମଣ୍ୟ ପଟୁକା ତୁଲ୍ୟ ହେବେ।


ସୈନ୍ୟାଧିପତି ସଦାପ୍ରଭୁ ଓ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ନଗର ଓ ତହିଁର ସକଳ ଉପନଗର ବିରୁଦ୍ଧରେ ଯେ ଯେ ଅମଙ୍ଗଳର କଥା କହିଅଛୁ, ସେସବୁ ସେମାନଙ୍କ ପ୍ରତି ଘଟାଇବା; କାରଣ ସେମାନେ ଆମ୍ଭର ବାକ୍ୟରେ ଅବଧାନ ନ କରିବା ପାଇଁ ଆପଣାମାନଙ୍କର ଗ୍ରୀବା ଶକ୍ତ କରିଅଛନ୍ତି।


ମୋୟାବ ବାଲ୍ୟକାଳରୁ ନିଶ୍ଚିନ୍ତରେ ଅଛି, ସେ ଆପଣା ଖାଦ ଉପରେ ସୁସ୍ଥିର ହୋଇଅଛି ଓ ଏକ ପାତ୍ରରୁ ଅନ୍ୟ ପାତ୍ରକୁ ଢଳା ଯାଇ ନାହିଁ, କିଅବା ବନ୍ଦୀ ହୋଇ ଯାଇ ନାହିଁ; ଏଥିପାଇଁ ତାହାର ସ୍ଵାଦ ତାହା ମଧ୍ୟରେ ରହିଅଛି ଓ ତାହାର ସୁବାସ ବିକୃତ ହୋଇ ନାହିଁ।


ଯିରୂଶାଲମ ବସତିବିଶିଷ୍ଟ ଓ ସମୃଦ୍ଧ ଅବସ୍ଥାରେ ଥିବା ବେଳେ, ପୁଣି ତହିଁର ଚତୁର୍ଦ୍ଦିଗସ୍ଥ ନଗରସକଳ, ଆଉ ଦକ୍ଷିଣ ଦେଶ ଓ ନିମ୍ନଭୂମି ବସତିବିଶିଷ୍ଟ ଥିବା ବେଳେ ସଦାପ୍ରଭୁ ପୂର୍ବକାଳର ଭବିଷ୍ୟଦ୍ବକ୍ତାଗଣଙ୍କ ଦ୍ଵାରା ଯେଉଁସକଳ ବାକ୍ୟ ପ୍ରଚାର କରାଇଅଛନ୍ତି, ତାହା କି ତୁମ୍ଭମାନଙ୍କର ଶୁଣିବାର ଉଚିତ ନୁହେଁ?


ତୁମ୍ଭେ ଆପଣା ଚରଣ ପାଦୁକାରହିତ ଓ କଣ୍ଠ ଶୁଷ୍କ ହେବାକୁ ଦିଅ ନାହିଁ; ମାତ୍ର ତୁମ୍ଭେ କହିଲ, ଆଉ ଭରସା ନାହିଁ ନା, କାରଣ ମୁଁ ବିଦେଶୀୟମାନଙ୍କୁ ପ୍ରେମ କରିଅଛି ଓ ମୁଁ ସେମାନଙ୍କର ପଶ୍ଚାଦ୍ଗାମିନୀ ହେବି।


ଆମୋନର ପୁତ୍ର ଯିହୁଦାର ରାଜା ଯୋଶୀୟର ଅଧିକାରର ତ୍ରୟୋଦଶ ବର୍ଷଠାରୁ ଆଜି ପର୍ଯ୍ୟନ୍ତ ଏହି ତେଇଶ ବର୍ଷଯାକ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହୋଇଅଛି ଓ ମୁଁ ପ୍ରତ୍ୟୁଷରେ ଉଠି ତାହା ତୁମ୍ଭମାନଙ୍କୁ କହିଅଛି, ମାତ୍ର ତାହା ତୁମ୍ଭେମାନେ ଶୁଣି ନାହଁ।


ଆଉ, ସଦାପ୍ରଭୁ ପ୍ରତ୍ୟୁଷରେ ଉଠି ଆପଣାର ସମସ୍ତ ଦାସ ଭବିଷ୍ୟଦ୍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି, ମାତ୍ର ତୁମ୍ଭେମାନେ ଶୁଣି ନାହଁ, କିଅବା ଶୁଣିବା ପାଇଁ କର୍ଣ୍ଣପାତ କରି ନାହଁ।


ତଥାପି ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ କଥାରେ ଅବଧାନ କରି ନାହଁ ଓ ଆପଣାମାନଙ୍କ ଅମଙ୍ଗଳ ନିମନ୍ତେ ନିଜ ହସ୍ତକୃତ କର୍ମ ଦ୍ଵାରା ଆମ୍ଭଙ୍କୁ ବିରକ୍ତ କରିଅଛ।


ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆମ୍ଭର ବାକ୍ୟରେ ଅବଧାନ କରି ନାହଁ;


ସେ ରବ ଶୁଣିଲା ନାହିଁ; ସେ ଶିକ୍ଷା ଗ୍ରହଣ କଲା ନାହିଁ; ସେ ସଦାପ୍ରଭୁଙ୍କଠାରେ ନିର୍ଭର ରଖିଲା ନାହିଁ; ସେ ଆପଣା ପରମେଶ୍ଵରଙ୍କ ନିକଟକୁ ଆସିଲା ନାହିଁ।


Swiv nou:

Piblisite


Piblisite