Biblia Todo Logo
Bib sou entènèt

- Piblisite -




ଯିରିମୀୟ 18:7 - ପବିତ୍ର ବାଇବଲ (Re-edited) - (BSI)

7 ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଉତ୍ପାଟନ ଓ ଅଧଃପତନ ଓ ବିନାଶର କଥା କହିବାନ୍ତ

Gade chapit la Kopi

ଓଡିଆ ବାଇବେଲ

7 ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଉତ୍ପାଟନ ଓ ଅଧଃପତନ ଓ ବିନାଶର କଥା କହିବା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଯେତେବେଳେ ଆମ୍ଭେ କୌଣସି ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଉତ୍ପାଟନ ଓ ଅଧଃପତନ ଓ ବିନାଶର କଥା କହିବା;

Gade chapit la Kopi

ପବିତ୍ର ବାଇବଲ

7 ସମୟ ଆସିବ ଯେତେବେଳେ ଆମ୍ଭେ ଗୋଟିଏ ଗୋଷ୍ଠୀ ଓ ରାଜ୍ୟ ବିଷୟରେ ଉତ୍ପାଟନ, ଅଧଃପତନ ଓ ବିନାଶର କଥା କହିବା।

Gade chapit la Kopi




ଯିରିମୀୟ 18:7
13 Referans Kwoze  

ଦେଖ, ଉତ୍ପାଟନ ଓ ଭଗ୍ନ ଓ ବିନାଶ ଓ ନିପାତ କରିବା ନିମନ୍ତେ; ପତ୍ତନ ଓ ରୋପଣ କରିବା ନିମନ୍ତେ ଆମ୍ଭେ ନାନା ଦେଶ ଓ ରାଜ୍ୟ ଉପରେ ଆଜି ତୁମ୍ଭକୁ ନିଯୁକ୍ତ କଲୁ।


ତୁମ୍ଭେ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଯାହା ନିର୍ମାଣ କରିଅଛୁ, ତାହା ଆମ୍ଭେ ଭାଙ୍ଗି ପକାଇବା ଓ ଯାହା ରୋପଣ କରିଅଛୁ, ତାହା ଆମ୍ଭେ ଉପାଡ଼ି ପକାଇବା, ଆଉ, ସମୁଦାୟ ଦେଶରେ ଏହା କରିବା।


ପୁଣି, ଯୁନସ ନଗରରେ ପ୍ରବେଶ କରିବାର ଆରମ୍ଭ କରି, ଏକ ଦିନର ପଥ ଯାଇ ଉଚ୍ଚୈଃସ୍ଵରରେ ଘୋଷଣା କରି କହିଲେ, ଯଥା, ଆଉ ଚାଳିଶ ଦିନ ଗତ ହେଲେ ନୀନିବୀ ଉତ୍ପାଟିତ ହେବ।


ଦେଖ, ପ୍ରଭୁ ସଦାପ୍ରଭୁଙ୍କର ଚକ୍ଷୁ ଏହି ପାପିଷ୍ଠ ରାଜ୍ୟ ଉପରେ ଅଛି ଓ ଆମ୍ଭେ ପୃଥିବୀରୁ ତାହା ଉଚ୍ଛିନ୍ନ କରିବା; କେବଳ ଯାକୁବ-ବଂଶକୁ ଆମ୍ଭେ ନିଃଶେଷ ରୂପେ ଉଚ୍ଛିନ୍ନ କରିବା ନାହିଁ, ଏହା ସଦାପ୍ରଭୁ କହନ୍ତି।


ଏନିମନ୍ତେ ସଦାପ୍ରଭୁ ପୃଥିବୀରେ ମନୁଷ୍ୟକୁ ନିର୍ମାଣ କରିବା ହେତୁରୁ ଅନୁତାପ କରି ମନରେ ଶୋକ କଲେ।


ଆଉ, ଆମ୍ଭେ ଯେପରି ସେମାନଙ୍କୁ ଉତ୍ପାଟନ, ଭଗ୍ନ, ନିପାତ ଓ ବିନାଶ କରିବାକୁ ଓ କ୍ଳେଶ ଦେବାକୁ ଜଗି ରହିଲୁ; ସେପରି ସେମାନଙ୍କୁ ନିର୍ମାଣ ଓ ରୋପଣ କରିବା ପାଇଁଜଗି ରହିବା, ଏହା ସଦାପ୍ରଭୁ କହନ୍ତି।


ଯେବେ ତୁମ୍ଭେମାନେ ଏହି ଦେଶରେ ଆହୁରି ବାସ କରିବ, ତେବେ ଆମ୍ଭେ ତୁମ୍ଭମାନଙ୍କୁ ଗାନ୍ଥିବା, ଆଉ ଭାଙ୍ଗିବା ନାହିଁ ଓ ଆମ୍ଭେ ତୁମ୍ଭମାନଙ୍କୁ ରୋପଣ କରିବା, ଉତ୍ପାଟନ କରିବା ନାହିଁ; କାରଣ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଯେ ଅମଙ୍ଗଳ କରିଅଛୁ, ତହିଁରୁ କ୍ଷା; ହେଲୁ।


ପୁନଶ୍ଚ ତୁମ୍ଭେ ଅବଶ୍ୟ ମରିବ, ଏହି କଥା ଆମ୍ଭେ ଦୁଷ୍ଟ ଲୋକକୁ କହିଲେ, ସେ ଯେବେ ଆପଣା ପାପରୁ ଫେରି ନ୍ୟାୟ ଓ ଧର୍ମାଚରଣ କରେ;


ଆଉ, ସେ ଉତ୍ପନ୍ନ ହେଲେ ତାହାର ରାଜ୍ୟ ଭଗ୍ନ ହେବ ଓ ଆକାଶର ଚାରି ଦିଗରେ ବିଭକ୍ତ ହେବ; ମାତ୍ର ତାହାର ବଂଶ ନିମନ୍ତେ କିଅବା ତାହାର କର୍ତ୍ତୃତ୍ଵାନୁଯାୟୀ ଶାସନ ନିମନ୍ତେ ନୋହିବ; କାରଣ ସେମାନଙ୍କ ନିମନ୍ତେ ନୁହେଁ, ମାତ୍ର ଅନ୍ୟମାନଙ୍କ ନିମନ୍ତେ ତାହାର ରାଜ୍ୟ ଉତ୍ପାଟିତ ହେବ।


ହୋଇପାରେ, ସେମାନେ ମନୋଯୋଗ କରି ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେରିବେ; ତାହାହେଲେ ସେମାନଙ୍କ ଆଚରଣର ଦୁଷ୍ଟତା ହେତୁ ଆମ୍ଭେ ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବାକୁ ମନସ୍ଥ କରିଅଛୁ, ତହିଁରୁ ନିବୃତ୍ତ ହେବା।


ତହୁଁ ସେମାନେ ଯେ ଆପଣା ଆପଣା କୁପଥରୁ ଫେରିଲେ, ସେମାନଙ୍କର ଏହି କର୍ମ ପରମେଶ୍ଵର ଦେଖିଲେ; ପୁଣି, ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବେ ବୋଲି କହିଥିଲେ, ପରମେଶ୍ଵର ତଦ୍ବିଷୟରେ ଦୁଃଖିତ ହୋଇ ତାହା ଘଟାଇଲେ ନାହିଁ।


Swiv nou:

Piblisite


Piblisite