Biblia Todo Logo
Bib sou entènèt

- Piblisite -




ଯିରିମୀୟ 15:7 - ପବିତ୍ର ବାଇବଲ (Re-edited) - (BSI)

7 ଆମ୍ଭେ ସେମାନଙ୍କୁ ଦେଶର ପୁର-ଦ୍ଵାରସମୂହରେ କୁଲାରେ ପାଛୁଡ଼ି ଅଛୁ; ଆମ୍ଭେ ସେମାନଙ୍କୁ ସନ୍ତାନ-ସନ୍ତତିବିହୀନ କରିଅଛୁ, ଆମ୍ଭେ ଆପଣା ଲୋକମାନଙ୍କୁ ବିନାଶ କରିଅଛୁ; ସେମାନେ ଆପଣା ଆପଣା ପଥରୁ ଫେରି ନାହାନ୍ତି।

Gade chapit la Kopi

ଓଡିଆ ବାଇବେଲ

7 ଆମ୍ଭେ ସେମାନଙ୍କୁ ଦେଶର ପୁରଦ୍ୱାରସମୂହରେ କୁଲାରେ ପାଛୁଡ଼ି ଅଛୁ; ଆମ୍ଭେ ସେମାନଙ୍କୁ ସନ୍ତାନସନ୍ତନ୍ତି ବିହୀନ କରିଅଛୁ, ଆମ୍ଭେ ଆପଣା ଲୋକମାନଙ୍କୁ ବିନାଶ କରିଅଛୁ; ସେମାନେ ଆପଣା ଆପଣା ପଥରୁ ଫେରି ନାହାନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଆମ୍ଭେ ସେମାନଙ୍କୁ ଦେଶର ପୁରଦ୍ୱାରସମୂହରେ କୁଲାରେ ପାଛୁଡ଼ି ଅଛୁ; ଆମ୍ଭେ ସେମାନଙ୍କୁ ସନ୍ତାନସନ୍ତତି ବିହୀନ କରିଅଛୁ, ଆମ୍ଭେ ଆପଣା ଲୋକମାନଙ୍କୁ ବିନାଶ କରିଅଛୁ; ସେମାନେ ଆପଣା ଆପଣା ପଥରୁ ଫେରି ନାହାନ୍ତି।

Gade chapit la Kopi

ପବିତ୍ର ବାଇବଲ

7 ଆମ୍ଭେ ସେମାନଙ୍କୁ ଦେଶର ପୁରଦ୍ୱାର ସମୂହରେ କୁଲାରେ ପାଛୁଡ଼ି ଅଛୁ। ଆମ୍ଭେ ସେମାନଙ୍କୁ ସନ୍ତାନସନ୍ତତି ବିହୀନ କରିଅଛୁ। ଆମ୍ଭେ ସେମାନଙ୍କୁ ବିନାଶ କରିଅଛୁ। ସେମାନେ ଆପଣା ଆପଣା ପଥରୁ ଫେରି ନାହାନ୍ତି।

Gade chapit la Kopi




ଯିରିମୀୟ 15:7
21 Referans Kwoze  

ତାହାଙ୍କ ହାତରେ କୁଲା ଅଛି, ଆଉ ସେ ନିଜ ଖଳା ଉତ୍ତମ ରୂପେ ପରିଷ୍କାର କରି ଆପଣା ଗହମ ଅମାରରେ ସଂଗ୍ରହ କରି ରଖିବେ, କିନ୍ତୁ ଅଗାଡ଼ିଯାକ ଅନିର୍ବାଣ ଅଗ୍ନିରେ ପୋଡ଼ିପକାଇବେ।


ପୁଣି, ଆମ୍ଭେ ବିଦେଶୀମାନଙ୍କୁ ବାବିଲକୁ ପ୍ରେରଣ କରିବା, ସେମାନେ ତାହାକୁ ଝାଡ଼ି ତାହାର ଦେଶ ଶୂନ୍ୟ କରିବେ; କାରଣ ବିପଦ ଦିନରେ ସେମାନେ ଚତୁର୍ଦ୍ଦିଗରେ ତାହାର ବିପକ୍ଷ ହେବେ।


ହେ ସଦାପ୍ରଭୁ, ତୁମ୍ଭର ଚକ୍ଷୁ କʼଣ ସତ୍ୟତା ପ୍ରତି ଦୃଷ୍ଟି ନ କରେ? ତୁମ୍ଭେ ସେମାନଙ୍କୁ ପ୍ରହାର କରିଅଛ, ମାତ୍ର ସେମାନେ ଦୁଃଖିତ ହେଲେ ନାହିଁ; ତୁମ୍ଭେ ସେମାନଙ୍କୁ ଜୀର୍ଣ୍ଣ କରିଅଛ, ମାତ୍ର ସେମାନେ ଶାସ୍ତି ଗ୍ରହଣ କରିବାକୁ ଅସ୍ଵୀକାର କରିଅଛନ୍ତି; ସେମାନେ ଆପଣା ଆପଣା ମୁଖ ପାଷାଣ ଅପେକ୍ଷା କଠିନ କରିଅଛନ୍ତି; ସେମାନେ ଫେରି ଆସିବାକୁ ଅସ୍ଵୀକାର କରିଅଛନ୍ତି ।


ତୁମ୍ଭେ ସେମାନଙ୍କୁ କୁଲାରେ ଉଡ଼ାଇଲେ, ବାୟୁ ସେମାନଙ୍କୁ ଉଡ଼ାଇ ନେଇ ଯିବ ଓ ଘୂର୍ଣ୍ଣିବାୟୁ ସେମାନଙ୍କୁ ଛିନ୍ନଭିନ୍ନ କରି ପକାଇବ; ପୁଣି, ତୁମ୍ଭେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କରିବ ଓ ଇସ୍ରାଏଲର ଧର୍ମସ୍ଵରୂପଙ୍କଠାରେ ଦର୍ପ କରିବ।


ତଥାପି ଲୋକମାନଙ୍କୁ ଯେ ପ୍ରହାର କରିଅଛନ୍ତି, ତାହାଙ୍କ ନିକଟକୁ ସେମାନେ ଫେରି ନାହାନ୍ତି, କିଅବା ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଅନ୍ଵେଷଣ କରି ନାହାନ୍ତି।


ଏହେତୁ ତୁମ୍ଭେ ସେମାନଙ୍କ ସନ୍ତାନଗଣକୁ ଦୁର୍ଭିକ୍ଷରେ ସମର୍ପଣ କର ଓ ସେମାନଙ୍କୁ ଖଡ଼୍‍ଗର ପରାକ୍ରମରେ ଛାଡ଼ିଦିଅ; ଆଉ, ସେମାନଙ୍କର ଭାର୍ଯ୍ୟାମାନେ ସନ୍ତାନହୀନା ଓ ବିଧବା ହେଉନ୍ତୁ ଓ ସେମାନଙ୍କର ପୁରୁଷମାନେ ମୃତ୍ୟୁରେ ସଂହାରିତ ହେଉନ୍ତୁ ଓ ସେମାନଙ୍କର ଯୁବାଗଣ ଯୁଦ୍ଧରେ ଖଡ଼୍‍ଗହତ ହେଉନ୍ତୁ।


ଦୁଷ୍ଟମାନେ ସେପ୍ରକାର ନୁହନ୍ତି; ମାତ୍ର ବାୟୁ ଦ୍ଵାରା ଚାଳିତ ତୁଷ ତୁଲ୍ୟ ଅଟନ୍ତି।


ତୁମ୍ଭେମାନେ ଆପଣାମାନଙ୍କର ପୂର୍ବପୁରୁଷଗଣର ତୁଲ୍ୟ ହୁଅ ନାହିଁ, ଯେଉଁମାନଙ୍କୁ ଡାକି ପୂର୍ବକାଳର ଭବିଷ୍ୟଦ୍-ବକ୍ତାମାନେ ଉଚ୍ଚୈଃସ୍ଵରରେ କହିଲେ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆପଣା ଆପଣା କୁପଥରୁ ଓ ଆପଣା ଆପଣା କୁକ୍ରିୟାରୁ ଏବେ ଫେର। ମାତ୍ର ସେମାନେ ଶୁଣିଲେ ନାହିଁ, କିଅବା ଆମ୍ଭ ପ୍ରତି କର୍ଣ୍ଣପାତ କଲେ ନାହିଁ, ଏହା ସଦାପ୍ରଭୁ କହନ୍ତି।


ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଯେଉଁ ଦିନ ସେମାନଙ୍କର ବଳ, ସେମାନଙ୍କର ଗୌରବଜନକ ଆନନ୍ଦ, ସେମାନଙ୍କର ନୟନର ପ୍ରୀତିପାତ୍ର ଓ ଯହିଁରେ ସେମାନେ ଆପଣା ଚିତ୍ତ ଆସକ୍ତ କରନ୍ତି, ସେମାନଙ୍କର ପୁତ୍ର ଓ କନ୍ୟାଗଣ ସେମାନଙ୍କଠାରୁ ହରଣ କରିବା,


ତୁମ୍ଭେ ପୁତ୍ରକନ୍ୟା ଜନ୍ମ କରିବ, ମାତ୍ର ସେମାନେ ତୁମ୍ଭର ହେବେ ନାହିଁ; କାରଣ ସେମାନେ ବନ୍ଦୀ ହୋଇ ଯିବେ।


ତୁମ୍ଭେ ଇସ୍ରାଏଲ-ବଂଶକୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ତୁମ୍ଭମାନଙ୍କର ବଳର ଦର୍ପସ୍ଵରୂପ ଓ ତୁମ୍ଭମାନଙ୍କ ନୟନର ପ୍ରୀତିପାତ୍ର ଓ ତୁମ୍ଭମାନଙ୍କ ପ୍ରାଣର ସ୍ନେହପାତ୍ର, ଏପରି ଯେ ଆମ୍ଭର ଧର୍ମଧାମ, ଆମ୍ଭେ ତାହା ଅପବିତ୍ର କରିବା, ପୁଣି ତୁମ୍ଭମାନଙ୍କର ଯେଉଁ ପୁତ୍ର କନ୍ୟାଗଣକୁ ତୁମ୍ଭେମାନେ ପଛରେ ଛାଡ଼ି ଯାଇଅଛ, ସେମାନେ ଖଡ଼୍‍ଗରେ ପତିତ ହେବେ।


କାରଣ ମୃତ୍ୟୁ ଆମ୍ଭମାନଙ୍କର ଝରକା ଦେଇ ଆସି ଆମ୍ଭମାନଙ୍କ ଅଟ୍ଟାଳିକାମାନରେ ପ୍ରବେଶ କରିଅଛି; ସେ ବାହାରେ ବାଳକମାନଙ୍କୁ ଓ ଛକରେ ଯୁବାମାନଙ୍କୁ ଉଚ୍ଛିନ୍ନ କରିବାକୁ ଉଦ୍ୟତ।


ତୁମ୍ଭ ପୁତ୍ରକନ୍ୟାଗଣ ଅନ୍ୟ ଲୋକଙ୍କୁ ଦିଆଯିବେ ଓ ସମସ୍ତ ଦିନ ସେମାନଙ୍କ ପାଇଁ ଚାହିଁ ଚାହିଁ ତୁମ୍ଭ ଚକ୍ଷୁ କ୍ଷୀଣ ହେବ, ମାତ୍ର ତୁମ୍ଭ ହାତର ବଳରେ କିଛି ହେବ ନାହିଁ।


ତୁମ୍ଭ ଶରୀରଫଳ ଓ ଭୂମିଫଳ ଓ ତୁମ୍ଭ ଗୋବତ୍ସ ଓ ମେଷପଲର ଶାବକ ଶାପଗ୍ରସ୍ତ ହେବ।


ଆହୁରି, ଆମ୍ଭେ ତୁମ୍ଭମାନଙ୍କ ଉପରେ ମନୁଷ୍ୟମାନଙ୍କୁ, ଅର୍ଥାତ୍, ଆମ୍ଭର ଇସ୍ରାଏଲ ଲୋକଙ୍କୁ ଗତାୟାତ କରାଇବା ଓ ସେମାନେ ତୁମ୍ଭମାନଙ୍କୁ ଭୋଗ କରିବେ, ଆଉ ତୁମ୍ଭେ ସେମାନଙ୍କର ଅଧିକାର ସ୍ଵରୂପ ହେବ, ପୁଣି ତୁମ୍ଭେ ଏହି ସମୟଠାରୁ ଆଉ ସେମାନଙ୍କୁ ସନ୍ତାନବିହୀନ କରିବ ନାହିଁ।


ସମ୍ମୁଖରେ ଅରାମୀୟମାନେ ଓ ପଶ୍ଚାତରେ ପଲେଷ୍ଟୀୟମାନେ ହେବେ; ଆଉ, ସେମାନେ ପ୍ରସାରିତ ମୁଖରେ ଇସ୍ରାଏଲକୁ ଗ୍ରାସ କରିବେ। ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।


Swiv nou:

Piblisite


Piblisite