Biblia Todo Logo
Bib sou entènèt

- Piblisite -




ଯିରିମୀୟ 14:2 - ପବିତ୍ର ବାଇବଲ (Re-edited) - (BSI)

2 ଯିହୁଦା ଶୋକ କରୁଅଛି ଓ ତହିଁର ନଗର-ଦ୍ଵାରସକଳ କ୍ଷୀଣ ହୋଇଅଛି, ସେମାନେ କଳାବସ୍ତ୍ର ପିନ୍ଧି ଭୂମିରେ ବସୁଅଛନ୍ତି ଓ ଯିରୂଶାଲମର ଆର୍ତ୍ତସ୍ଵର ଊର୍ଦ୍ଧ୍ଵକୁ ଉଠିଅଛି।

Gade chapit la Kopi

ଓଡିଆ ବାଇବେଲ

2 ଯିହୁଦା ଶୋକ କରୁଅଛି ଓ ତହିଁର ନଗର ଦ୍ୱାରସକଳ କ୍ଷୀଣ ହୋଇଅଛି, ସେମାନେ କଳାବସ୍ତ୍ର ପିନ୍ଧି ଭୂମିରେ ବସୁଅଛନ୍ତି ଓ ଯିରୂଶାଲମର ଆର୍ତ୍ତସ୍ୱର ଊର୍ଦ୍ଧ୍ୱକୁ ଉଠିଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 “ଯିହୁଦା ଶୋକ କରୁଅଛି ଓ ତହିଁର ନଗରଦ୍ୱାରସକଳ କ୍ଷୀଣ ହୋଇଅଛି, ସେମାନେ କଳାବସ୍ତ୍ର ପିନ୍ଧି ଭୂମିରେ ବସୁଅଛନ୍ତି ଓ ଯିରୂଶାଲମର ଆର୍ତ୍ତସ୍ୱର ଊର୍ଦ୍ଧ୍ୱକୁ ଉଠିଅଛି।

Gade chapit la Kopi

ପବିତ୍ର ବାଇବଲ

2 “ଯିହୁଦା ଶୋକ କରୁଅଛି ଓ ତାହାର ନଗରର ଲୋକମାନେ କ୍ଷୀଣ ହୋଇଅଛନ୍ତି। ସେମାନେ କଳାବସ୍ତ୍ର ପିନ୍ଧି ଭୂମିରେ ବସିଛନ୍ତି ଓ ଯିରୁଶାଲମର ଲୋକମାନେ ସାହାଯ୍ୟ ପାଇଁ ଆର୍ତ୍ତଚିତ୍କାର କରୁଛନ୍ତି।

Gade chapit la Kopi




ଯିରିମୀୟ 14:2
30 Referans Kwoze  

ସିୟୋନର ନଗର-ଦ୍ଵାରସକଳ ଶୋକ ଓ ବିଳାପ କରିବେ ଓ ସେ ଅକିଞ୍ଚନା ହୋଇ ଭୂମିରେ ବସିବ।


ମୁଁ ଆପଣା ଲୋକମାନଙ୍କ କନ୍ୟାର ଦୁଃଖ ସକାଶୁ ଦୁଃଖିତ; ମୁଁ ମଳିନ; ବିସ୍ମୟତା ମୋତେ ଆକ୍ରା; କରିଅଛି।


ପୁଣି ଯେଉଁ ଲୋକମାନେ ମଲେ ନାହିଁ, ସେମାନେ ଅର୍ଶ ରୋଗରେ ପୀଡ଼ିତ ହେଲେ; ଆଉ ନଗରର ଆର୍ତ୍ତନାଦ ଆକାଶକୁ ଉଠିଲା।


ପୁଣି, ସେ ଡାକିବା ବେଳେ ସେମାନେ ଯେପରି ଶୁଣିଲେ ନାହିଁ; ତଦନୁସାରେ ସେମାନେ ଡାକିବେ, ମାତ୍ର ସୈନ୍ୟାଧିପତି ସଦାପ୍ରଭୁ କହିଲେ, ଆମ୍ଭେ ଶୁଣିବା ନାହିଁ,


ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ସେମାନଙ୍କ ପ୍ରତି ଅମଙ୍ଗଳ ଘଟାଇବା, ସେମାନେ ତହିଁରୁ ରକ୍ଷା ପାଇ ପାରିବେ ନାହିଁ; ପୁଣି, ସେମାନେ ଆମ୍ଭ ନିକଟରେ ଆର୍ତ୍ତସ୍ଵର କରିବେ, ମାତ୍ର ଆମ୍ଭେ ସେମାନଙ୍କର କଥା ଶୁଣିବା ନାହିଁ।


ସେମାନଙ୍କ ସାକ୍ଷାତରେ ଗୋଷ୍ଠୀଗଣ ଯନ୍ତ୍ରଣାଯୁକ୍ତ; ସମସ୍ତଙ୍କର ମୁଖ ମଳିନ।


କ୍ଷେତ୍ର ଉଜାଡ଼ ହୋଇଅଛି, ଦେଶ ଶୋକ କରୁଅଛି; କାରଣ ଶସ୍ୟ ଉଜାଡ଼ ହୋଇଅଛି , ନୂତନ ଦ୍ରାକ୍ଷାରସ ଶୁଖି ଯାଇଅଛି; ତୈଳ କ୍ଷୟ ପାଇଅଛି।


ଏଥିପାଇଁ ଦେଶ ବିଳାପ କରିବ ଓ ତହିଁର ନିବାସୀ ପ୍ରତ୍ୟେକ ଲୋକ, କ୍ଷେତ୍ରସ୍ଥ ପଶୁ ଓ ଆକାଶସ୍ଥ ପକ୍ଷୀଗଣ ସହିତ କ୍ଷୀଣ ହେବେ; ହଁ, ସମୁଦ୍ରର ମତ୍ସ୍ୟଗଣ ହିଁ ଦୂରୀକୃତ ହେବେ


ଦୁର୍ଭିକ୍ଷର ଜ୍ଵଳ; ତାପ ହେତୁରୁ, ଆମ୍ଭମାନଙ୍କ ଚର୍ମ ତୁନ୍ଦୁର ପରି କଳା ହୋଇଅଛି।


ତାହାର ନଗର-ଦ୍ଵାରସକଳ ଭୂମିରେ ମଗ୍ନ ହୋଇଅଛି; ସେ ତାହାର ଅର୍ଗଳସବୁ ନଷ୍ଟ ଓ ଖଣ୍ତ ଖଣ୍ତ କରିଅଛନ୍ତି;ଯେଉଁ ଗୋଷ୍ଠୀୟମାନଙ୍କର ବ୍ୟବସ୍ଥା ନାହିଁ, ସେମାନଙ୍କ ମଧ୍ୟରେ ତାହାର ରାଜା ଓ ଅଧିପତିଗଣ ଅଛନ୍ତି; ହଁ, ତାହାର ଭବିଷ୍ୟଦ୍ବକ୍ତାଗଣ ସଦାପ୍ରଭୁଙ୍କଠାରୁ କୌଣସି ଦର୍ଶନ ପାʼନ୍ତି ନାହିଁ।


ତୁମ୍ଭେ ଯେଉଁ ସମୟରେ ହଠାତ୍ ସେମାନଙ୍କ ବିରୁଦ୍ଧରେ ସୈନ୍ୟଦଳ ଆଣିବ, ସେସମୟରେ ସେମାନଙ୍କର ସକଳ ଗୃହରୁ କ୍ରନ୍ଦନର ସ୍ଵର ଶୁଣାଯାଉ; କାରଣ ସେମାନେ ମୋତେ ଧରିବା ପାଇଁ ଗର୍ତ୍ତ ଖୋଳିଅଛନ୍ତି ଓ ମୋʼ ଚରଣ ପାଇଁ ଗୋପନରେ ଫାନ୍ଦ ପାତିଅଛନ୍ତି।


କେତେ କାଳ ଦେଶ ଶୋକ କରିବ ଓ ସମୁଦାୟ ଦେଶର ତୃଣ ଶୁଷ୍କ ହେବ? ତହିଁର ନିବାସୀମାନଙ୍କର ଦୁଷ୍ଟତା ସକାଶୁ ପଶୁ ଓ ପକ୍ଷୀସବୁ କ୍ଷୟ ପାଉଅଛନ୍ତି ; କାରଣ ଲୋକମାନେ କହିଲେ, ସେ ଆମ୍ଭମାନଙ୍କର ଶେଷ ଗତି ଦେଖିବ ନାହିଁ।


ଏଥି ସକାଶୁ ପୃଥିବୀ ଶୋକ କରିବ ଓ ଉପରିସ୍ଥ ଆକାଶମଣ୍ତଳ କୃଷ୍ଣବର୍ଣ୍ଣ ହେବ; କାରଣ ଆମ୍ଭେ ଏହା କହିଅଛୁ, ଆମ୍ଭେ ଏହା ମନରେ ସ୍ଥିର କରିଅଛୁ ଓ ଆମ୍ଭେ ଦୁଃଖିତ ହୋଇ ନାହୁଁ, କିଅବା ଆମ୍ଭେ ଏଥିରୁ ଫେରିବୁ ନାହିଁ ।


ଦେଶ ବିଳାପ କରି ମଳିନ ହେଉଅଛି; ଲିବାନୋନ ଲଜ୍ଜିତ ହୋଇ ଶୁଷ୍କ ହେଉଅଛି; ଶାରୋଣ ଅରଣ୍ୟ ତୁଲ୍ୟ ହୋଇଅଛି; ପୁଣି ବାଶନ୍ ଓ କର୍ମିଲ୍ ପତ୍ର ଛାଡ଼ି ଦେଉଅଛନ୍ତି।


ନୂତନ ଦ୍ରାକ୍ଷାରସ ଶୋକ କରୁଅଛି, ଦ୍ରାକ୍ଷାଲତା ମ୍ଳାନ ହେଉଅଛି, ପ୍ରଫୁଲ୍ଲଚିତ୍ତ ସମସ୍ତେ ଦୀର୍ଘ ନିଶ୍ଵାସ ଛାଡ଼ୁଅଛନ୍ତି।


ପୃଥିବୀ ଶୋକ କରି ନିସ୍ତେଜ ହେଉଅଛି, ଜଗତ ମ୍ଳାନ ହୋଇ ନିସ୍ତେଜ ହେଉଅଛି, ପୃଥିବୀର ଉଚ୍ଚ ଲୋକମାନେ ମ୍ଳାନ ହୁଅନ୍ତି।


ଆମ୍ଭର ହୃଦୟ ମୋୟାବ ପାଇଁ କ୍ରନ୍ଦନ କରୁଅଛି; ତାହାର କୁଳୀନମାନେ ସୋୟର୍ ପର୍ଯ୍ୟନ୍ତ ଇଗ୍ଲତ୍-ଶଲୀଶୀୟାକୁ ପଳାଉଅଛନ୍ତି; କାରଣ ସେମାନେ ରୋଦନ କରୁ କରୁ ଲୂହୀତ-ଘାଟୀ ଉପରକୁ ଯାଉଅଛନ୍ତି; ହୋରୋନୟିମ ବାଟରେ ବିନାଶ ହେତୁ ସେମାନେ ଆର୍ତ୍ତନାଦ କରୁଅଛନ୍ତି।


ଯେହେତୁ ଇସ୍ରାଏଲ ବଂଶ ସୈନ୍ୟାଧିପତି ସଦାପ୍ରଭୁଙ୍କର ଦ୍ରାକ୍ଷାକ୍ଷେତ୍ର ଓ ଯିହୁଦାର ଲୋକେ ତାହାଙ୍କର ମନୋରମ ଚାରା; ସେ ନ୍ୟାୟ ଅପେକ୍ଷା କଲେ, ମାତ୍ର ଦେଖ, ଉପଦ୍ରବ; ଧାର୍ମିକତା ଅପେକ୍ଷା କଲେ, ମାତ୍ର ଦେଖ, କ୍ରନ୍ଦନ।


ଏହିରୂପେ ସେମାନେ ତାହାଙ୍କ ଛାମୁରେ ଦରିଦ୍ରର କ୍ରନ୍ଦନ ଉପସ୍ଥିତ କରାଇଲେ, ତହୁଁ ସେ ଦୁଃଖୀର କ୍ରନ୍ଦନ ଶୁଣିଲେ।


କାଲି ପ୍ରାୟ ଏହି ସମୟରେ ଆମ୍ଭେ ବିନ୍ୟାମୀନ ପ୍ରଦେଶରୁ ତୁମ୍ଭ ନିକଟକୁ ଜଣେ ଲୋକ ପଠାଇବା, ଆଉ ତୁମ୍ଭେ ତାହାକୁ ଆମ୍ଭ ଇସ୍ରାଏଲ-ଲୋକଙ୍କ ଉପରେ ଅଗ୍ରଣୀ କରି ଅଭିଷିକ୍ତ କରିବ ଓ ସେ ଆମ୍ଭ ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ଉଦ୍ଧାର କରିବ; କାରଣ ଆମ୍ଭ ଲୋକମାନଙ୍କ କ୍ରନ୍ଦନ ଆମ୍ଭ କର୍ଣ୍ଣଗୋଚର ହେବାରୁ ଆମ୍ଭେ ସେମାନଙ୍କ ପ୍ରତି ଦୃଷ୍ଟିପାତ କଲୁ।


ତହିଁରେ ପରମେଶ୍ଵର ସେମାନଙ୍କ ଆର୍ତ୍ତସ୍ଵର ଶୁଣିଲେ, ଆଉ ଅବ୍ରହାମ ଓ ଇସ୍‍ହାକ ଓ ଯାକୁବଙ୍କ ସହିତ କୃତ ଆପଣା ନିୟମ ସ୍ମରଣ କରି,


ଆମ୍ଭମାନଙ୍କ ବଳଦସବୁ ଉତ୍ତମ ରୂପେ ବୋଝାଇ ହେବେ; କୌଣସି ଭଗ୍ନଦଶା ଓ ବହିର୍ଗମନ ଘଟିବ ନାହିଁ, ପୁଣି ଆମ୍ଭମାନଙ୍କ ଛକ ସ୍ଥାନରେ କୌଣସି କୋଳାହଳ ହେବ ନାହିଁ;


ଦ୍ରାକ୍ଷାରସ ସକାଶେ ସଡ଼କରେ ଚିତ୍କାର ହୁଏ; ସବୁ ପ୍ରକାର ଆନନ୍ଦ ଅନ୍ଧକାରାଚ୍ଛନ୍ନ ହୋଇଅଛି, ଦେଶର ଆମୋଦ ଯାଇଅଛି।


ସେମାନେ ତାହା ଧ୍ଵଂସସ୍ଥାନ କରିଅଛନ୍ତି; ତାହା ଧ୍ଵଂସିତ ହୋଇ ଆମ୍ଭ ନିକଟରେ ବିଳାପ କରୁଅଛି; କେହି ମନୋଯୋଗ ନ କରିବାରୁ ସମୁଦାୟ ଦେଶ ଧ୍ଵଂସିତ ହେଉଅଛି।


ଗୋଷ୍ଠୀଗଣ ତୁମ୍ଭ ଅପମାନର କଥା ଶୁଣିଅଛନ୍ତି, ତୁମ୍ଭର କାତରୋକ୍ତିରେ ପୃଥିବୀ ପରିପୂର୍ଣ୍ଣ; କାରଣ ବୀର ବୀର ଉପରେ ଝୁଣ୍ଟି ପଡ଼ିଅଛି; ସେ ଦୁହେଁ ଏକତ୍ର ପଡ଼ିଅଛନ୍ତି।


ସଦାପ୍ରଭୁ ସିୟୋନ କନ୍ୟାର ପ୍ରାଚୀର ନଷ୍ଟ କରିବାକୁ ସଙ୍କଳ୍ପ କରିଅଛନ୍ତି; ସେ ସୂତ୍ର ଟାଣିଅଛନ୍ତି, ସେ ବିନାଶକରଣରୁ ଆପଣା ହସ୍ତ ନିବୃତ୍ତ କରି ନାହାନ୍ତି; ମାତ୍ର ସେ ପରିଖା ଓ ପ୍ରାଚୀରକୁ ବିଳାପ କରାଇଅଛନ୍ତି; ସେମାନେ ଏକାବେଳେ ନିସ୍ତେଜ ହେଉଅଛନ୍ତି।


ପୁଣି, ଆମ୍ଭେ ଦେଶର ଓ ପର୍ବତଗଣର ଉପରେ, ଆଉ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଉପରେ, ଆଉ ଭୂମିର ଉତ୍ପନ୍ନ ବସ୍ତୁ ଉପରେ ମନୁଷ୍ୟ ଓ ପଶୁର ଉପରେ, ପୁଣି ହସ୍ତକୃତ ସମସ୍ତ କାର୍ଯ୍ୟ ଉପରେ ଅନାବୃଷ୍ଟିକି ଆହ୍ଵାନ କଲୁ।


ହେ କୃଷକଗଣ, ତୁମ୍ଭେମାନେ ଲଜ୍ଜିତ ହୁଅ, ହେ ଦ୍ରାକ୍ଷାକ୍ଷେତ୍ରର ପାଳକଗଣ, ତୁମ୍ଭେମାନେ ଗହମ ଓ ଯବ ବିଷୟରେ ହାହାକାର କର; କାରଣ କ୍ଷେତ୍ରର ଶସ୍ୟ ନଷ୍ଟ ହୋଇଅଛି।


ତୁମ୍ଭେମାନେ ପବିତ୍ର ଉପବାସ ନିରୂପଣ କର, ମହାସଭା ଆହ୍ଵାନ କର, ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କର ଗୃହରେ ପ୍ରାଚୀନଗଣକୁ ଓ ଦେଶନିବାସୀ ସମସ୍ତଙ୍କୁ ଏକତ୍ର କରି ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର।


Swiv nou:

Piblisite


Piblisite