Biblia Todo Logo
Bib sou entènèt

- Piblisite -




ଯିରିମୀୟ 12:13 - ପବିତ୍ର ବାଇବଲ (Re-edited) - (BSI)

13 ସେମାନେ ଗହମ ବୁଣି କଣ୍ଟା କାଟିଅଛନ୍ତି, ସେମାନେ ଆପଣାମାନଙ୍କୁ କଷ୍ଟ ଦେଇ କିଛି ଲାଭ ପାଆନ୍ତି ନାହିଁ; ପୁଣି, ସଦାପ୍ରଭୁଙ୍କ ପ୍ରଚଣ୍ତ କ୍ରୋଧ ସକାଶୁ ତୁମ୍ଭେମାନେ ଆପଣା ଫଳ ବିଷୟରେ ଲଜ୍ଜିତ ହେବ।

Gade chapit la Kopi

ଓଡିଆ ବାଇବେଲ

13 ସେମାନେ ଗହମ ବୁଣି କଣ୍ଟା କାଟିଅଛନ୍ତି, ସେମାନେ ଆପଣାମାନଙ୍କୁ କଷ୍ଟ ଦେଇ କିଛି ଲାଭ ପାଆନ୍ତି ନାହିଁ; ପୁଣି, ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧ ସକାଶୁ ତୁମ୍ଭେମାନେ ଆପଣା ଫଳ ବିଷୟରେ ଲଜ୍ଜିତ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ସେମାନେ ଗହମ ବୁଣି କଣ୍ଟା କାଟିଅଛନ୍ତି, ସେମାନେ ଆପଣାମାନଙ୍କୁ କଷ୍ଟ ଦେଇ କିଛି ଲାଭ ପାଆନ୍ତି ନାହିଁ; ପୁଣି, ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧ ସକାଶୁ ତୁମ୍ଭେମାନେ ଆପଣା ଫଳ ବିଷୟରେ ଲଜ୍ଜିତ ହେବ।”

Gade chapit la Kopi

ପବିତ୍ର ବାଇବଲ

13 ସେମାନେ ଗହମ ବୁଣି କଣ୍ଟା ଅମଳ କରିଛନ୍ତି। ସେମାନେ ବହୁ ପରିଶ୍ରମ କରି ମଧ୍ୟ କିଛି ଫଳ ପାଇ ନାହାନ୍ତି। ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧ ଯୋଗୁଁ ସେମାନେ ଆପଣା ଫଳ ବିଷୟରେ ଲଜ୍ଜିତ ହେବେ।”

Gade chapit la Kopi




ଯିରିମୀୟ 12:13
19 Referans Kwoze  

ତୁମ୍ଭେମାନେ ବହୁତ ବୁଣିଅଛ, ମାତ୍ର ଅଳ୍ପ ସଞ୍ଚୟ କରୁଅଛ; ତୁମ୍ଭେମାନେ ଭୋଜନ କରୁଅଛ, ମାତ୍ର ସନ୍ତୁଷ୍ଟ ହେଉ ନାହଁ; ତୁମ୍ଭେମାନେ ପାନ କରୁଅଛ, ମାତ୍ର ତହିଁରେ ତୃପ୍ତ ହେଉ ନାହଁ; ତୁମ୍ଭେମାନେ ବସ୍ତ୍ର ପିନ୍ଧୁଅଛ, ମାତ୍ର କେହି ଉଷ୍ମ ହେଉ ନାହଁ; ପୁଣି, ଯେ ବେତନ ଅର୍ଜନ କରେ, ସେ କଣା ଥଳୀରେ ତାହା ରଖିବା ପାଇଁ ଅର୍ଜନ କରେ।


ତୁମ୍ଭେ ବୁଣିବ, ମାତ୍ର କାଟିବ ନାହିଁ; ତୁମ୍ଭେ ଜୀତ ଫଳ ପେଷିବ, ମାତ୍ର ଆପଣା ଦେହରେ ତୈଳ ମର୍ଦ୍ଦନ କରିବ ନାହିଁ; ଦ୍ରାକ୍ଷାଫଳ ପେଷିବ, ମାତ୍ର ଦ୍ରାକ୍ଷାରସ ପାନ କରିବ ନାହିଁ।


ତୁମ୍ଭେ କ୍ଷେତ୍ରକୁ ବହୁତ ବିହନ ବହି ନେବ, ମାତ୍ର ଅଳ୍ପ ସଂଗ୍ରହ କରିବ; କାରଣ ପଙ୍ଗପାଳ ତାହା ଖାଇ ପକାଇବ।


ଅଖାଦ୍ୟ ଦ୍ରବ୍ୟ ନିମନ୍ତେ ତୁମ୍ଭେମାନେ କାହିଁକି ରୂପା ବ୍ୟୟ କରୁଅଛ? ଓ ଯାହା ତୃପ୍ତିକର ନୁହେଁ, ତହିଁ ପାଇଁ କାହିଁକି ତୁମ୍ଭେମାନେ ପରିଶ୍ରମ କରୁଅଛ? ମନୋଯୋଗ କରି ଆମ୍ଭର କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର ଓ ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ।


ତେବେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ପ୍ରତି ଏହିରୂପ ବ୍ୟବହାର କରିବା; ଆମ୍ଭେ ତୁମ୍ଭମାନଙ୍କ ଉପରେ ବିହ୍ଵଳତା, ଅର୍ଥାତ୍, ଯକ୍ଷ୍ମା ଓ ଜ୍ଵର ନିରୂପଣ କରିବା, ତାହା ତୁମ୍ଭମାନଙ୍କ ଚକ୍ଷୁ କ୍ଷୀଣ କରିବ ଓ ପ୍ରାଣ କ୍ଷୟ କରିବ; ଆଉ ତୁମ୍ଭେମାନେ ବୃଥାରେ ଆପଣାମାନଙ୍କ ବୀଜ ବୁଣିବ, କାରଣ ତୁମ୍ଭମାନଙ୍କ ଶତ୍ରୁମାନେ ତାହା ଖାଇବେ।


ଦେଖ, ଜନବୃନ୍ଦ ଅଗ୍ନିର ନିମନ୍ତେ ପରିଶ୍ରମ କରନ୍ତି ଓ ଗୋଷ୍ଠୀଗଣ ଅସାରତାର ନିମନ୍ତେ ଆପଣାମାନଙ୍କୁ କ୍ଳା; କରନ୍ତି, ଏହା କି ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ନ ହୁଅଇ?


ମୁଁ ଅନାଇଲି, ଆଉ ଦେଖ, ସଦାପ୍ରଭୁଙ୍କ ଛାମୁରେ ଓ ତାହାଙ୍କ ପ୍ରଚଣ୍ତ କ୍ରୋଧ ସମ୍ମୁଖରେ ଉର୍ବରାକ୍ଷେତ୍ର, ମରୁଭୂମି ଓ ତହିଁର ନଗରସକଳ ଭଗ୍ନ ହୋଇଥିଲା।


ତେବେ, ସେହି ସମୟରେ ତୁମ୍ଭମାନଙ୍କର କି ଫଳ ଥିଲା? ଯେସମସ୍ତ ବିଷୟରେ ତୁମ୍ଭେମାନେ ଏବେ ଲଜ୍ଜା ବୋଧ କରୁଅଛ, କେବଳ ସେତିକି ମାତ୍ର; ସେହିସମସ୍ତର ପରିଣାମ ତ ମୃତ୍ୟୁ।


ତହିଁରେ ତୁମ୍ଭେମାନେ ବୃଥାରେ ବଳ ବ୍ୟୟ କରିବ, କାରଣ ତୁମ୍ଭମାନଙ୍କ ଭୂମି ଶସ୍ୟ ଉତ୍ପନ୍ନ କରିବ ନାହିଁ ଓ କ୍ଷେତ୍ରର ବୃକ୍ଷସକଳ ଫଳ ଉତ୍ପନ୍ନ କରିବ ନାହିଁ।


ଆଉ, ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକି ପ୍ରବଞ୍ଚନା କରିବେ ଓ ସତ୍ୟ କଥା କହିବେ ନାହିଁ; ସେମାନେ ଆପଣା ଆପଣା ଜିହ୍ଵାକୁ ମିଥ୍ୟା କହିବା ପାଇଁ ଶିଖାଇ ଅଛନ୍ତି; ସେମାନେ ଅଧର୍ମ କରିବା ପାଇଁ ଆପଣାମାନଙ୍କୁ ବ୍ୟସ୍ତ କରନ୍ତି।


ଆମ୍ଭେ ସଦାପ୍ରଭୁ, ପ୍ରତ୍ୟେକ ମନୁଷ୍ୟକୁ ତାହାର ଆଚରଣ ଅନୁସାରେ ତାହାର କର୍ମର ଫଳ ଦେବା ପାଇଁ, ଅନ୍ତଃକରଣ ଅନୁସନ୍ଧାନ କରୁ, ଆମ୍ଭେ ମର୍ମ ପରୀକ୍ଷା କରୁ।


ସେ ଆପଣା ଲୋକମାନଙ୍କୁ ମଧ୍ୟ ଖଡ଼୍‍ଗରେ ସମର୍ପି ଦେଲେ ଓ ଆପଣା ଅଧିକାର ପ୍ରତି କ୍ରୁଦ୍ଧ ହେଲେ।


କାରଣ ସେମାନେ ବାୟୁ ବୁଣନ୍ତି ଓ ଘୂର୍ଣ୍ଣିବାୟୁରୂପ ଶସ୍ୟ କାଟିବେ। ତାହାର ଉଠିଆ କ୍ଷେତ ନାହିଁ; ପତ୍ର ଖାଦ୍ୟ ଉତ୍ପନ୍ନ କରିବ ନାହିଁ; ଯେବେ ଉତ୍ପନ୍ନ କରିବ, ବିଦେଶୀୟମାନେ ତାହା ଗ୍ରାସ କରିବେ।


ତୁମ୍ଭେମାନେ ବହୁତ ନିମନ୍ତେ ଅପେକ୍ଷା କଲ, ଆଉ ଦେଖ, ତାହା ଅଳ୍ପ ହେଲା; ପୁଣି, ତାହା ଗୃହକୁ ଆଣିଲା ବେଳେ ଆମ୍ଭେ ତହିଁ ଉପରେ ଫୁଙ୍କି ଉଡ଼ାଇ ଦେଲୁ। ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଏହାର କାରଣ କଅଣ? କାରଣ ଏହି, ଆମ୍ଭର ଗୃହ ଉତ୍ସନ୍ନ ହୋଇ ପଡ଼ିଅଛି, ମାତ୍ର ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଗୃହ ବିଷୟରେ ଦୌଡ଼ୁଅଛ।


Swiv nou:

Piblisite


Piblisite