Biblia Todo Logo
Bib sou entènèt

- Piblisite -




ଯିରିମୀୟ 11:13 - ପବିତ୍ର ବାଇବଲ (Re-edited) - (BSI)

13 କାରଣ ହେ ଯିହୁଦା, ତୁମ୍ଭର ନଗରସମୂହର ସଂଖ୍ୟାନୁସାରେ ତୁମ୍ଭର ଦେବଗଣ ଅଛନ୍ତି; ପୁଣି, ତୁମ୍ଭେମାନେ ଯିରୂଶାଲମର ସଡ଼କସମୂହର ସଂଖ୍ୟାନୁସାରେ, ଲଜ୍ଜାସ୍ପଦ ବସ୍ତୁ ଉଦ୍ଦେଶ୍ୟରେ ଯଜ୍ଞବେଦି, ଅର୍ଥାତ୍, ବାଲ୍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ଵଳାଇବା ନିମନ୍ତେ ଯଜ୍ଞବେଦି ସ୍ଥାପନ କରିଅଛ।

Gade chapit la Kopi

ଓଡିଆ ବାଇବେଲ

13 କାରଣ ହେ ଯିହୁଦା, ତୁମ୍ଭର ନଗରସମୂହର ସଂଖ୍ୟାନୁସାରେ ତୁମ୍ଭର ଦେବଗଣ ଅଛନ୍ତି; ପୁଣି, ତୁମ୍ଭେମାନେ ଯିରୂଶାଲମର ସଡ଼କସମୂହର ସଂଖ୍ୟାନୁସାରେ, ଲଜ୍ଜାସ୍ପଦ ବସ୍ତୁ ଉଦ୍ଦେଶ୍ୟରେ ଯଜ୍ଞବେଦି, ଅର୍ଥାତ୍‍, ବାଲ୍‍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ନିମନ୍ତେ ଯଜ୍ଞବେଦି ସ୍ଥାପନ କରିଅଛ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 କାରଣ ହେ ଯିହୁଦା, ତୁମ୍ଭର ନଗରସମୂହର ସଂଖ୍ୟାନୁସାରେ ତୁମ୍ଭର ଦେବଗଣ ଅଛନ୍ତି; ପୁଣି, ତୁମ୍ଭେମାନେ ଯିରୂଶାଲମର ସଡ଼କସମୂହର ସଂଖ୍ୟାନୁସାରେ, ଲଜ୍ଜାସ୍ପଦ ବସ୍ତୁ ଉଦ୍ଦେଶ୍ୟରେ ଯଜ୍ଞବେଦି, ଅର୍ଥାତ୍‍, ବାଲ୍‍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ନିମନ୍ତେ ଯଜ୍ଞବେଦି ସ୍ଥାପନ କରିଅଛ।

Gade chapit la Kopi

ପବିତ୍ର ବାଇବଲ

13 “ହେ ଯିହୁଦାର ଲୋକମାନେ, ତୁମ୍ଭମାନଙ୍କର ମୂର୍ତ୍ତିମାନଙ୍କର ସଂଖ୍ୟା ସେଠାରେ ଅଧିବାସୀମାନଙ୍କ ସହିତ ସମାନ। ଯିରୁଶାଲମର ରାଜପଥଗୁଡ଼ିକର ସଂଖ୍ୟା ପରି, ତୁମ୍ଭେମାନେ ବହୁତ ବେଦି ନିର୍ମାଣ କଲ, ବାଲ୍ ନିମନ୍ତେ ସୁଗନ୍ଧି ଧୂପ ଜଳାଇବା ପାଇଁ।

Gade chapit la Kopi




ଯିରିମୀୟ 11:13
24 Referans Kwoze  

ମାତ୍ର ତୁମ୍ଭେ ନିଜ ପାଇଁ ଯେଉଁ ଦେବତାମାନଙ୍କୁ ନିର୍ମାଣ କରିଅଛ, ସେମାନେ କାହାନ୍ତି? ସେମାନେ ଉଠନ୍ତୁ, ଯେବେ ପାରନ୍ତି, ତେବେ ତୁମ୍ଭ ବିପଦ ସମୟରେ ତୁମ୍ଭକୁ ଉଦ୍ଧାର କରନ୍ତୁ; କାରଣ ହେ ଯିହୁଦା, ତୁମ୍ଭ ନଗରସମୂହର ସଂଖ୍ୟା ପ୍ରମାଣେ ତୁମ୍ଭର ଦେବତାମାନେ ଅଛନ୍ତି ।


ପୁଣି ବିନାଶ-ପର୍ବତର ଦକ୍ଷିଣପାର୍ଶ୍ଵରେ ଯିରୂଶାଲମ ସମ୍ମୁଖରେ ଇସ୍ରାଏଲର ରାଜା ଶଲୋମନ ସୀଦୋନୀୟମାନଙ୍କ ଘୃଣାଯୋଗ୍ୟ ଅଷ୍ଟାରୋତ ନିମନ୍ତେ ଓ ମୋୟାବର ଘୃଣାଯୋଗ୍ୟ କମୋଶ ନିମନ୍ତେ ଓ ଅମ୍ମୋନ୍-ସନ୍ତାନଗଣର ଘୃଣାଯୋଗ୍ୟ ମିଲ୍‍କମ୍ ନିମନ୍ତେ ଯେ ଯେ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ସେସବୁକୁ ରାଜା ଅଶୁଚି କଲେ।


ଗିଲୀୟଦ୍ କି ଅଧର୍ମମୟ? ସେମାନେ ସର୍ବତୋ-ଭାବେ ଅସାର; ଗିଲ୍ଗଲ୍ରେ ସେମାନେ ବୃଷ ବଳିଦାନ କରନ୍ତି; ହଁ, କ୍ଷେତ୍ରସ୍ଥ ଶିଆରର ଢିପି ପରି ସେମାନଙ୍କର ଯଜ୍ଞବେଦି ଅଛି।


ପୁଣି, ଏହି ଯେଉଁ ଘୃଣାଯୋଗ୍ୟ କାର୍ଯ୍ୟ କରିବା ପାଇଁ ଆମ୍ଭେ ଆଜ୍ଞା କରି ନାହୁଁ, କିଅବା ଯାହା ଆମ୍ଭ ମନରେ ଉଦୟ ହୋଇ ନାହିଁ, ତାହା କରିବା ପାଇଁ, ଅର୍ଥାତ୍, ଯିହୁଦାକୁ ପାପ କରାଇବା ପାଇଁ ମୋଲକର ଉଦ୍ଦେଶ୍ୟରେ ଆପଣା ଆପଣା ପୁତ୍ର କନ୍ୟାଗଣକୁ ଅଗ୍ନି ମଧ୍ୟ ଦେଇ ଗମନ କରାଇବା ପାଇଁ ସେମାନେ ହିନ୍ନୋମ-ପୁତ୍ରର ଉପତ୍ୟକାରେ ବାଲ୍ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି।


ପୁଣି, ଆପଣା ପୁତ୍ରଗଣକୁ ହୋମବଳି ରୂପେ ବାଲ୍ଦେବ ଉଦ୍ଦେଶ୍ୟରେ ଅଗ୍ନିରେ ଦଗ୍ଧ କରିବା ନିମନ୍ତେ ବାଲ୍ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି; ତାହା ଆମ୍ଭେ ଆଦେଶ କରି ନାହୁଁ, କି କହି ନାହୁଁ, କିଅବା ଆମ୍ଭ ମନରେ ତାହା ଉଦୟ ହୋଇ ନାହିଁ;


ତୁମ୍ଭେମାନେ କି ଚୋରି, ନରହତ୍ୟା ଓ ବ୍ୟଭିଚାର ଓ ମିଥ୍ୟା ଶପଥ ଓ ବାଲ୍ଦେବ ଉଦ୍ଦେଶ୍ୟରେ ଧୂପଦାହ ଓ ତୁମ୍ଭମାନଙ୍କର ଅଜ୍ଞାତ ଅନ୍ୟ ଦେବଗଣର ପଶ୍ଚାଦ୍ଗମନ କରିବ,


ମାତ୍ର ଲଜ୍ଜାସ୍ପଦ ବସ୍ତୁ ଆମ୍ଭମାନଙ୍କର ବାଲ୍ୟରୁ ଆମ୍ଭମାନଙ୍କ ପିତୃପୁରୁଷଗଣର ଶ୍ରମ-ଫଳ, ସେମାନଙ୍କ ଗୋମେଷାଦି ପଲ ସେମାନଙ୍କର ପୁତ୍ର ଓ କନ୍ୟାଗଣକୁ ଗ୍ରାସ କରିଅଛି।


ସେମାନଙ୍କ ଦେଶ ମଧ୍ୟ ପ୍ରତିମାରେ ପରିପୂର୍ଣ୍ଣ; ସେମାନେ ଆପଣାମାନଙ୍କ ଅଙ୍ଗୁଳିନିର୍ମିତ ସ୍ଵହସ୍ତକୃତ ବସ୍ତୁକୁ ପ୍ରଣାମ କରନ୍ତି।


ଯେହେତୁ ତୁମ୍ଭର ରୋପଣକର୍ତ୍ତା ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳର କଥା କହିଅଛନ୍ତି; ଇସ୍ରାଏଲ-ବଂଶର ଓ ଯିହୁଦା-ବଂଶର ଦୁଷ୍ଟତା ଏଥିର କାରଣ, ସେମାନେ ବାଲ୍ଦେବ ଉଦ୍ଦେଶ୍ୟରେ ଧୂପ ଜ୍ଵଳାଇ ଆମ୍ଭକୁ ବିରକ୍ତ କରିବା ସକାଶୁ ଆପଣାମାନଙ୍କ ନିମନ୍ତେ ଆପେ ତାହା ସମ୍ପନ୍ନ କରିଅଛନ୍ତି।


କାରଣ ସେମାନେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଏହି ସ୍ଥାନକୁ ପରର ସ୍ଥାନ ବୋଲି ଜ୍ଞାନ କରି ତହିଁ ମଧ୍ୟରେ ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଓ ଯିହୁଦାର ରାଜାମାନେ ଯେଉଁ ଅନ୍ୟ ଦେବଗଣକୁ ଜାଣିଲେ ନାହିଁ, ସେମାନଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ଵଳାଇ ଅଛନ୍ତି ଓ ଏହି ସ୍ଥାନକୁ ନିର୍ଦ୍ଦୋଷମାନଙ୍କ ରକ୍ତରେ ପରିପୂର୍ଣ୍ଣ କରିଅଛନ୍ତି।


ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ପଥରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ତୁମ୍ଭମାନଙ୍କର ରାଜଗଣ, ଓ ଅଧିପତିଗଣ ଓ ଦେଶସ୍ଥ ଲୋକ ସମସ୍ତେ ଯେଉଁ ଧୂପ ଜ୍ଵଳାଇଲେ, ସଦାପ୍ରଭୁ କି ତାହା ସ୍ମରଣ କଲେ ନାହିଁ ଓ ତାହା କି ତାଙ୍କ ମନରେ ପଡ଼ିଲା ନାହିଁ?


ଆହୁରି, ସଦାପ୍ରଭୁ କହନ୍ତି, ଆମ୍ଭେ ମୋୟାବ ମଧ୍ୟରେ ଉଚ୍ଚସ୍ଥଳୀରେ ବଳିଦାନକାରୀ ଓ ଆପଣା ଦେବଗଣ ଉଦ୍ଦେଶ୍ୟରେ ଧୂପଦାହକାରୀ ଲୋକକୁ ଲୋପ କରିବା।


ତୁମ୍ଭେ ଆପଣା ନିମନ୍ତେ ଟିକର ସ୍ଥାନ ନିର୍ମାଣ କରିଅଛ ଓ ପ୍ରତ୍ୟେକ ଛକରେ ଉଚ୍ଚସ୍ଥଳୀ ନିର୍ମାଣ କରିଅଛ।


ଆମ୍ଭେ ଦ୍ରାକ୍ଷାଫଳର ନ୍ୟାୟ ଇସ୍ରାଏଲକୁ ପ୍ରାନ୍ତରରେ ପାଇଲୁ; ଆମ୍ଭେ ଡିମିରି ବୃକ୍ଷର ପ୍ରଥମକାଳୀନ ଆଦ୍ୟପକ୍ଵ ଫଳର ନ୍ୟାୟ ତୁମ୍ଭର ପିତୃପୁରୁଷଗଣଙ୍କୁ ଦେଖିଲୁ; ମାତ୍ର ସେମାନେ ବାଲ୍-ପୀୟୋରର ନିକଟକୁ ଆସି ସେହି ଲଜ୍ଜାସ୍ପଦର ଉଦ୍ଦେଶ୍ୟରେ ଆପଣାମାନଙ୍କୁ ପ୍ରତିଷ୍ଠା କଲେ ଓ ଯାହାକୁ ସେମାନେ ପ୍ରେମ କଲେ, ତାହାରି ତୁଲ୍ୟ ଘୃଣାଯୋଗ୍ୟ ହେଲେ।


ଆହୁରି, ସେ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ଵଳାଇବା ପାଇଁ ଯିହୁଦାର ପ୍ରତ୍ୟେକ ନଗରରେ ଉଚ୍ଚସ୍ଥଳୀ ନିର୍ମାଣ କଲେ ଓ ସଦାପ୍ରଭୁ ତାଙ୍କର ପିତୃଗଣଙ୍କର ପରମେଶ୍ଵରଙ୍କୁ ବିରକ୍ତ କଲେ।


ଆମ୍ଭେମାନେ ନିଜ ଲଜ୍ଜାରେ ଶୟନ କରୁ ଓ ଆମ୍ଭମାନଙ୍କର ଅପମାନ ଆମ୍ଭମାନଙ୍କୁ ଆଚ୍ଛାଦନ କରୁ; କାରଣ ଆମ୍ଭେମାନେ ଓ ଆମ୍ଭମାନଙ୍କ ପିତୃପୁରୁଷମାନେ ବାଲ୍ୟରୁ ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ବିରୁଦ୍ଧରେ ପାପ କରିଅଛୁ ଓ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ରବରେ ଅବଧାନ କରି ନାହୁଁ।


ଯିହୁଦାର ପାପ ଲୌହ-ଲେଖନୀରେ ଓ ହୀରକର କଣ୍ଟକ ଦ୍ଵାରା ଲିଖିତ ଅଛି; ତାହା ସେମାନଙ୍କର ହୃଦୟ-ଫଳକରେ ଓ ତୁମ୍ଭମାନଙ୍କ ଯଜ୍ଞବେଦିର ଶୃଙ୍ଗରେ ଖୋଦିତ ହୋଇଅଛି।;


ମାତ୍ର ଆମ୍ଭର ଲୋକମାନେ ଆମ୍ଭକୁ ପାସୋରି ଅସାର (ଦେବଗଣର) ଉଦ୍ଦେଶ୍ୟରେ ଧୂପ ଜ୍ଵଳାଇ ଅଛନ୍ତି, ଆଉ ସେମାନେ ଅପ୍ରସ୍ତୁତ ମାର୍ଗର ନାନା ଉପପଥରେ ସେମାନଙ୍କୁ ଗମନ କରାଇବା ନିମନ୍ତେ ସେମାନଙ୍କ ପଥରେ, ପୁରାତନ ପଥରେ ସେମାନଙ୍କର ବିଘ୍ନ ଜନ୍ମାଇ ଅଛନ୍ତି;


ମାତ୍ର ସେମାନେ ମନୋଯୋଗ କଲେ ନାହିଁ, କିଅବା ଆପଣା ଆପଣା ଦୁଷ୍ଟତାରୁ ଫେରିବା ପାଇଁ, ଅନ୍ୟ ଦେବଗଣର ଉଦ୍ଦେଶ୍ୟରେ ଆଉ ଧୂପ ନ ଜ୍ଵଳାଇବା ପାଇଁ କର୍ଣ୍ଣପାତ କଲେ ନାହିଁ।


ଇସ୍ରାଏଲ ବର୍ଦ୍ଧିଷ୍ଣୁ ଦ୍ରାକ୍ଷାଲତା, ସେ ଆପଣା ଫଳ ଉତ୍ପନ୍ନ କରେ; ସେ ଆପଣା ଫଳର ବାହୁଲ୍ୟାନୁସାରେ ଆପଣା ଯଜ୍ଞବେଦିର ସଂଖ୍ୟା ବୃଦ୍ଧି କରିଅଛି; ତାହାର ଦେଶର ଉନ୍ନତି ଅନୁସାରେ ଲୋକମାନେ ମନୋହର ସ୍ତମ୍ଭ ନିର୍ମାଣ କରିଅଛନ୍ତି।


Swiv nou:

Piblisite


Piblisite