Biblia Todo Logo
Bib sou entènèt

- Piblisite -




ଯିରିମୀୟ 10:4 - ପବିତ୍ର ବାଇବଲ (Re-edited) - (BSI)

4 ସେମାନେ ରୂପା ଓ ସୁନାରେ ତାହା ମଣ୍ତନ କରନ୍ତି; ପୁଣି, ତାହା ଯେପରି ଟଳ ଟଳ ନୋହିବ, ଏଥିପାଇଁ ହାତୁଡ଼ି ଦ୍ଵାରା କଣ୍ଟା ମାରି ତାହା ଦୃଢ଼ କରନ୍ତି।

Gade chapit la Kopi

ଓଡିଆ ବାଇବେଲ

4 ସେମାନେ ରୂପା ଓ ସୁନାରେ ତାହା ମଣ୍ଡନ କରନ୍ତି; ପୁଣି, ତାହା ଯେପରି ଟଳ ଟଳ ହେବ ନାହିଁ, ଏଥିପାଇଁ ହାତୁଡ଼ି ଦ୍ୱାରା କଣ୍ଟା ମାରି ତାହା ଦୃଢ଼ କରନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ସେମାନେ ରୂପା ଓ ସୁନାରେ ତାହା ମଣ୍ଡନ କରନ୍ତି; ପୁଣି, ତାହା ଯେପରି ଟଳଟଳ ହେବ ନାହିଁ, ଏଥିପାଇଁ ହାତୁଡ଼ି ଦ୍ୱାରା କଣ୍ଟା ମାରି ତାହା ଦୃଢ଼ କରନ୍ତି।

Gade chapit la Kopi

ପବିତ୍ର ବାଇବଲ

4 ସେମାନେ ସେଗୁଡ଼ିକୁ ସୁନା ଓ ରୂପାରେ ସଜ୍ଜିତ କରନ୍ତି। ସେମାନେ ସେଗୁଡ଼ିକୁ ହାତୁଡ଼ି ଦ୍ୱାରା କଣ୍ଟା ବାଡ଼େଇ ଦୃଢ଼ କରନ୍ତି, ଯେପରି ସେଗୁଡ଼ିକ ଟଳମଳ ହେବେ ନାହିଁ କିଅବା ପଡ଼ିବେ ନାହିଁ।

Gade chapit la Kopi




ଯିରିମୀୟ 10:4
9 Referans Kwoze  

ସେମାନେ ତାହାକୁ ସ୍କନ୍ଧରେ ବହି ନିଅନ୍ତି ଓ ତାହାକୁ ବହି ତାହାର ସ୍ଥାନରେ ତାହାକୁ ରଖନ୍ତି, ତହିଁରେ ସେ ଛିଡ଼ା ହୁଏ; ସେ ଆପଣା ସ୍ଥାନରୁ ଘୁଞ୍ଚିବ ନାହିଁ; ଆହୁରି, କେହି ତାହାକୁ ଡାକିଲେ ହେଁ ସେ ଉତ୍ତର ଦେଇପାରିବ ନାହିଁ, କିଅବା ସଙ୍କଟରୁ ଉଦ୍ଧାର କରିପାରିବ ନାହିଁ।


କର୍ମକାର ଲୌହ ଅସ୍ତ୍ର ନିର୍ମାଣ କରି ତପ୍ତ ଅଙ୍ଗାରରେ କର୍ମ କରେ ଓ ହାତୁଡ଼ିରେ ତାହା ଗଢ଼ି ନିଜର ବଳିଷ୍ଠ ବାହୁରେ ତାହା ପ୍ରସ୍ତୁତ କରେନ୍ତ ହଁ, ସେ କ୍ଷୁଧିତ ହୁଏ ଓ ତାହାର ବଳ ଊଣା ପଡ଼ିଯାଏ, ସେ ଜଳପାନ ନ କରି କ୍ଳା; ହୁଏ।


ଅନ୍ୟ ଦେଶୀୟମାନଙ୍କ ପ୍ରତିମାସବୁ ରୂପା ଓ ସୁନା, ମନୁଷ୍ୟର ହସ୍ତକୃତ କର୍ମ ଅଟେ।


ସେମାନଙ୍କର ପ୍ରତିମାସବୁ ରୂପା ଓ ସୁନା, ମନୁଷ୍ୟର ହସ୍ତକୃତ କର୍ମ ଅଟେ।


ସେମାନେ ତୋଡ଼ାରୁ ସୁନା ଢାଳନ୍ତି ଓ ନିକ୍ତିରେ ରୂପା ତୌଲନ୍ତି, ସେମାନେ ସୁନାରିକି ମୂଲ ଲଗାନ୍ତି ଓ ସେ ଗୋଟିଏ ଦେବତା ନିର୍ମାଣ କରେ; ସେମାନେ ଦଣ୍ତବତ କରି ପୂଜା କରନ୍ତି।


ପୁଣି, ଏବେ ସେମାନେ ଅଧିକ ଅଧିକ ପାପ କରନ୍ତି ଓ ରୂପାର ଢଳା ପ୍ରତିମା, ଅର୍ଥାତ୍, ଆପଣା ଆପଣା ବୁଦ୍ଧି ଅନୁସାରେ ଦେବତା ନିର୍ମାଣ କରିଅଛନ୍ତି। ସେସବୁ କାରିଗରର କର୍ମ; ସେସବୁର ବିଷୟରେ ସେମାନେ କହନ୍ତି, ଯେଉଁ ଲୋକମାନେ ବଳିଦାନ କରନ୍ତି, ସେମାନେ ଗୋବତ୍ସ ପ୍ରତିମାଗଣକୁ ଚୁମ୍ଵନ କରନ୍ତୁ।


ଯେଉଁ ଜନ କାଷ୍ଠକୁ କହେ, ଜାଗ୍ରତ ହୁଅ; ମୂକ-ପ୍ରସ୍ତରକୁ କହେ ଉଠ, ସେ ସନ୍ତାପର ପାତ୍ର ! ସେ କି ଶିକ୍ଷା ଦେବ? ଦେଖ, ତାହା ସୁନା ଓ ରୂପାରେ ମଣ୍ତିତ, ତହିଁ ମଧ୍ୟରେ କିଛି ହିଁ ଶ୍ଵାସବାୟୁ ନାହିଁ।


Swiv nou:

Piblisite


Piblisite