Biblia Todo Logo
Bib sou entènèt

- Piblisite -




ଯିରିମୀୟ 1:10 - ପବିତ୍ର ବାଇବଲ (Re-edited) - (BSI)

10 ଦେଖ, ଉତ୍ପାଟନ ଓ ଭଗ୍ନ ଓ ବିନାଶ ଓ ନିପାତ କରିବା ନିମନ୍ତେ; ପତ୍ତନ ଓ ରୋପଣ କରିବା ନିମନ୍ତେ ଆମ୍ଭେ ନାନା ଦେଶ ଓ ରାଜ୍ୟ ଉପରେ ଆଜି ତୁମ୍ଭକୁ ନିଯୁକ୍ତ କଲୁ।

Gade chapit la Kopi

ଓଡିଆ ବାଇବେଲ

10 ଦେଖ, ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବା ନିମନ୍ତେ; ପତ୍ତନ ଓ ରୋପଣ କରିବା ନିମନ୍ତେ ଆମ୍ଭେ ନାନା ଦେଶ ଓ ରାଜ୍ୟ ଉପରେ ଆଜି ତୁମ୍ଭକୁ ନିଯୁକ୍ତ କଲୁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଦେଖ, ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବା ନିମନ୍ତେ; ପତ୍ତନ ଓ ରୋପଣ କରିବା ନିମନ୍ତେ ଆମ୍ଭେ ନାନା ଦେଶ ଓ ରାଜ୍ୟ ଉପରେ ଆଜି ତୁମ୍ଭକୁ ନିଯୁକ୍ତ କଲୁ।”

Gade chapit la Kopi

ପବିତ୍ର ବାଇବଲ

10 ଆଜି ଆମ୍ଭେ ତୁମ୍ଭକୁ ନାନା ଦେଶ ଓ ରାଜ୍ୟଗୁଡ଼ିକର ଦାୟିତ୍ୱରେ ନିଯୁକ୍ତ କଲୁ। ତୁମ୍ଭେ ସେସବୁକୁ ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବ। କିନ୍ତୁ ତୁମ୍ଭେ ନିର୍ମାଣ ଓ ରୋପଣ ମଧ୍ୟ କରିବ।”

Gade chapit la Kopi




ଯିରିମୀୟ 1:10
29 Referans Kwoze  

ଆଉ, ଆମ୍ଭେ ଯେପରି ସେମାନଙ୍କୁ ଉତ୍ପାଟନ, ଭଗ୍ନ, ନିପାତ ଓ ବିନାଶ କରିବାକୁ ଓ କ୍ଳେଶ ଦେବାକୁ ଜଗି ରହିଲୁ; ସେପରି ସେମାନଙ୍କୁ ନିର୍ମାଣ ଓ ରୋପଣ କରିବା ପାଇଁଜଗି ରହିବା, ଏହା ସଦାପ୍ରଭୁ କହନ୍ତି।


ସେତେବେଳେ ଆମ୍ଭେ ସଦାପ୍ରଭୁ ଯେ ଉତ୍ପାଟିତ ସ୍ଥାନସବୁ ନିର୍ମାଣ କରିଅଛୁ ଓ ଧ୍ଵଂସିତ ସ୍ଥାନରେ ରୋପଣ କରିଅଛୁ, ଏହା ତୁମ୍ଭମାନଙ୍କର ଚତୁର୍ଦ୍ଦିଗସ୍ଥିତ ଅବଶିଷ୍ଟ ଗୋଷ୍ଠୀୟମାନେ ଜ୍ଞାତ ହେବେ; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ଓ ଆମ୍ଭେ ଏହା ସଫଳ କରିବା।


କାରଣ ଆମ୍ଭେ ମଙ୍ଗଳ ପାଇଁ ସେମାନଙ୍କ ପ୍ରତି ଆପଣା ଦୃଷ୍ଟି ରଖିବା ଓ ସେମାନଙ୍କୁ ପୁନର୍ବାର ଏହି ଦେଶକୁ ଆଣିବା; ଆଉ, ଆମ୍ଭେ ସେମାନଙ୍କୁ ନିର୍ମାଣ କରିବା ଓ ଭଗ୍ନ କରିବା ନାହିଁ; ଆମ୍ଭେ ସେମାନଙ୍କୁ ରୋପଣ କରିବା ଓ ଉତ୍ପାଟନ କରିବା ନାହିଁ।


ସେଦିନ ଆମ୍ଭେ ଦାଉଦର ପତିତ ତମ୍ଵୁ ପୁନର୍ବାର ଉତ୍ଥାପନ କରିବା ଓ ତହିଁର ଫଟା-ସ୍ଥାନସବୁ ବନ୍ଦ କରିବା; ପୁଣି, ତାହାର ଉଜାଡ଼ ସ୍ଥାନସବୁ ପୁନର୍ବାର ଉଠାଇବା ଓ ପୂର୍ବକାଳର ନ୍ୟାୟ ତାହା ନିର୍ମାଣ କରିବା;


ନିଶ୍ଚୟ ପ୍ରଭୁ ସଦାପ୍ରଭୁ ନିଜ ଗୁପ୍ତ ବିଷୟ ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣ ପ୍ରତି ପ୍ରକାଶ ନ କଲେ କିଛି କରିବେ ନାହିଁ।


ମାତ୍ର ଆମ୍ଭେ ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣକୁ ଯେ ଯେ ବାକ୍ୟ ଓ ବିଧି ଆଜ୍ଞା କଲୁ, ସେସବୁ କି ତୁମ୍ଭମାନଙ୍କ ପୂର୍ବପୁରୁଷଗଣକୁ ଗୋଡ଼ାଇ ଧରିଲା ନାହିଁଣ? ତହିଁରେ ସେମାନେ ଫେରି କହିଲେ, ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ଆଚରଣ ଓ କ୍ରିୟାନୁସାରେ ଆମ୍ଭମାନଙ୍କ ପ୍ରତି ଯେରୂପ କରିବେ ବୋଲି ମନସ୍ଥ କଲେ, ତଦ୍ରୂପ ବ୍ୟବହାର ଆମ୍ଭମାନଙ୍କ ପ୍ରତି ସେ କରିଅଛନ୍ତି।


ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ଲୋକାରଣ୍ୟ ବିଷୟରେ ହାହାକାର କର, ପୁଣି ସେମାନଙ୍କୁ, ଅର୍ଥାତ୍, ତାହାକୁ ଓ ବିଖ୍ୟାତ ଗୋଷ୍ଠୀୟମାନଙ୍କର କନ୍ୟାଗଣକୁ ଗର୍ତ୍ତଗାମୀମାନଙ୍କ ସହିତ ଅଧୋଭୁବନରେ ପକାଇ ଦିଅ।


ପୁଣି, ମୁଁ ଯେଉଁ ଦର୍ଶନ ଦେଖିଥିଲି, ଅର୍ଥାତ୍, ନଗର ବିନାଶାର୍ଥେ ଆସିବା ସମୟରେ ଯେଉଁ ଦର୍ଶନ ଦେଖିଥିଲି, ଏ ତଦ୍ରୂପ ଦର୍ଶନ ଓ ମୁଁ କବାର ନଦୀ ତୀରରେ ଯେଉଁ ଦର୍ଶନ ଦେଖିଥିଲି, ଏହିସବୁ ଦର୍ଶନ ତାହାର ତୁଲ୍ୟ; ତହୁଁ ମୁଁ ଉବୁଡ଼ ହୋଇ ପଡ଼ିଲି।


ତହିଁରେ ଯେଉଁ ଲୋକ ହସାୟେଲର ଖଡ଼୍‍ଗରୁ ବଞ୍ଚିବ, ଯେହୂ ତାହାକୁ ବଧ କରିବ ଓ ଯେ ଯେହୂର ଖଡ଼୍‍ଗରୁ ବଞ୍ଚିବ, ତାହାକୁ ଇଲୀଶାୟ ବଧ କରିବ ।


ଅନନ୍ତର ଗିଲୀୟଦର ପ୍ରବାସୀ ତିସ୍ବୀୟ ଏଲୀୟ ଆହାବଙ୍କୁ କହିଲେ, ମୁଁ ଯାହାଙ୍କ ସାକ୍ଷାତରେ ଛିଡ଼ା ହେଉଅଛି, ସେହି ଇସ୍ରାଏଲର ପରମେଶ୍ଵର ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କେତେକ ବର୍ଷ କାକର କି ବୃଷ୍ଟି ପଡ଼ିବ ନାହିଁ, କେବଳ ମୋʼ ବାକ୍ୟାନୁସାରେ ହେବ।


ଉଦର ମଧ୍ୟରେ ତୁମ୍ଭକୁ ଗଢ଼ିବା ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ, ପୁଣି ଭୂମିଷ୍ଠ ହେବା ପୂର୍ବରୁ ଆମ୍ଭେ ତୁମ୍ଭକୁ ପବିତ୍ର କଲୁ ; ଆମ୍ଭେ ତୁମ୍ଭକୁ ନାନା ଦେଶୀୟ-ମାନଙ୍କ ନିକଟରେ ଭବିଷ୍ୟଦ୍ବକ୍ତା କରି ନିଯୁକ୍ତ କରିଅଛୁ।


ଆଉ, ଆମ୍ଭେ ସେହି ଦେଶ ବିରୁଦ୍ଧରେ ଯାହା ଯାହା କହିଅଛୁ, ଅର୍ଥାତ୍, ସକଳ ଗୋଷ୍ଠୀ ବିରୁଦ୍ଧରେ ଯିରିମୀୟଙ୍କ ଦ୍ଵାରା ପ୍ରଚାରିତ ଯେ ଯେ ଭବିଷ୍ୟଦ୍ବାକ୍ୟ ଏହି ପୁସ୍ତକରେ ଲିଖିତ ଅଛି, ଆମ୍ଭର ସେହି ସମସ୍ତ ବାକ୍ୟ ଆମ୍ଭେ ସେହି ଦେଶ ପ୍ରତି ସଫଳ କରିବା।


ପୁଣି, ଶବ ଓ ଭସ୍ମର ସମୁଦାୟ ଉପତ୍ୟକା ଓ କିଦ୍ରୋଣ ସ୍ରୋତ ପର୍ଯ୍ୟନ୍ତ ସକଳ କ୍ଷେତ୍ର, ପୂର୍ବଦିଗସ୍ଥ ଅଶ୍ଵଦ୍ଵାରର କୋଣ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତାହା ସଦା କାଳ ପର୍ଯ୍ୟନ୍ତ ଆଉ ଉତ୍ପାଟିତ କିଅବା ନିପାତିତ ନୋହିବ।


ତୁମ୍ଭେ ଖଣ୍ତେ ନଳାକାର ପୁସ୍ତକ ନିଅ, ପୁଣି ଆମ୍ଭେ ତୁମ୍ଭକୁ କଥା କହିବା ଦିନଠାରୁ, ଯୋଶୀୟର ଅଧିକାର ଦିନଠାରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲର, ଯିହୁଦାର ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧରେ ଯାହା ଯାହା ତୁମ୍ଭକୁ କହିଅଛୁ, ସେସମସ୍ତ ବାକ୍ୟ ତହିଁରେ ଲେଖ।


ଦେଖ, ଆମ୍ଭେ ସେମାନଙ୍କର ମଙ୍ଗଳର ନିମନ୍ତେ ନୁହେଁ, ମାତ୍ର ଅମଙ୍ଗଳ ନିମନ୍ତେ ଜଗି ରହିବା; ତହିଁରେ ମିସର ଦେଶସ୍ଥ ସମୁଦାୟ ଯିହୁଦୀ ଲୋକ ନିଃଶେଷ ନୋହିବା ପର୍ଯ୍ୟନ୍ତ ଖଡ଼୍‍ଗ ଓ ଦୁର୍ଭିକ୍ଷରେ ଲୁପ୍ତ ହେବେ।


ତୁମ୍ଭେ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଯାହା ନିର୍ମାଣ କରିଅଛୁ, ତାହା ଆମ୍ଭେ ଭାଙ୍ଗି ପକାଇବା ଓ ଯାହା ରୋପଣ କରିଅଛୁ, ତାହା ଆମ୍ଭେ ଉପାଡ଼ି ପକାଇବା, ଆଉ, ସମୁଦାୟ ଦେଶରେ ଏହା କରିବା।


ହେ ମନୁଷ୍ୟ-ସନ୍ତାନ, ବାବିଲ ରାଜାର ଖଡ଼୍‍ଗ ଆସିବା ପାଇଁ ତୁମ୍ଭେ ଆହୁରି ଦୁଇ ପଥ ନିରୂପଣ କର; ସେ ଦୁଇ ପଥ ଏକ ଦେଶରୁ ଆସିବ; ଆଉ, ତୁମ୍ଭେ ଏକ ସ୍ଥାନ ଚିହ୍ନିତ କର, ନଗରଗାମୀ ପଥ-ମୁଣ୍ତରେ ଚିହ୍ନିତ କର।


ସଦାପ୍ରଭୁ ଆହୁରି ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଅହଲାର ଓ ଅହଲୀବାର ବିଚାର କରିବ? ତେବେ ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାସବୁ ସେମାନଙ୍କୁ ଜ୍ଞାତ କରାଅ;


ଏଥିପାଇଁ ଆମ୍ଭେ ଭବିଷ୍ୟଦ୍ବକ୍ତାଗଣ ଦ୍ଵାରା ସେମାନଙ୍କୁ ଛେଦନ କରିଅଛୁ; ଆମ୍ଭେ ଆପଣା ମୁଖନିର୍ଗତ ବାକ୍ୟ ଦ୍ଵାରା ସେମାନଙ୍କୁ ବଧ କରିଅଛୁ ଓ ତୁମ୍ଭର ଦଣ୍ତାଜ୍ଞାସକଳ ନିର୍ଗତ ହେବା ଦୀପ୍ତି ତୁଲ୍ୟ ଅଟେ।


ବଧ କରିବାର ସମୟ ଓ ସୁସ୍ଥ କରିବାର ସମୟ; ଭାଙ୍ଗିବାର ସମୟ ଓ ଗାନ୍ଥିବାର ସମୟ;


Swiv nou:

Piblisite


Piblisite