Biblia Todo Logo
Bib sou entènèt

- Piblisite -




ଯିଶାଇୟ 26:1 - ପବିତ୍ର ବାଇବଲ (Re-edited) - (BSI)

1 ସେଦିନ ଯିହୁଦା ଦେଶରେ ଏହି ଗୀତ ଗାନ କରାଯିବ; ଆମ୍ଭମାନଙ୍କର ଗୋଟିଏ ଦୃଢ଼ ନଗର ଅଛି; ସେ ପରିତ୍ରାଣକୁ ତହିଁର ପ୍ରାଚୀର ଓ ପରିଖା ସ୍ଵରୂପ କରିବେ।

Gade chapit la Kopi

ଓଡିଆ ବାଇବେଲ

1 ସେହି ଦିନ ଯିହୁଦା ଦେଶରେ ଏହି ଗୀତ ଗାନ କରାଯିବ; “ଆମ୍ଭମାନଙ୍କର ଗୋଟିଏ ଦୃଢ଼ ନଗର ଅଛି; ସେ ପରିତ୍ରାଣକୁ ତହିଁର ପ୍ରାଚୀର ଓ ପରିଖା ସ୍ୱରୂପ କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ସେହି ଦିନ ଯିହୁଦା ଦେଶରେ ଏହି ଗୀତ ଗାନ କରାଯିବ; “ଆମ୍ଭମାନଙ୍କର ଗୋଟିଏ ଦୃଢ଼ ନଗର ଅଛି; ସେ ପରିତ୍ରାଣକୁ ତହିଁର ପ୍ରାଚୀର ଓ ପରିଖା ସ୍ୱରୂପ କରିବେ।

Gade chapit la Kopi

ପବିତ୍ର ବାଇବଲ

1 ସେଦିନ, ଯିହୁଦା ଦେଶରେ ଏହି ଗୀତ ଗାନ କରାଯିବ। ଆମ୍ଭମାନଙ୍କର ଏକ ସୁଦୃଢ଼ ନଗର ଅଛି। ସଦାପ୍ରଭୁ ଆମ୍ଭମାନଙ୍କର ମୁକ୍ତିଦାତା। ସଦାପ୍ରଭୁ ଆମ୍ଭମାନଙ୍କ ଏକ ବଡ଼, ଉଚ୍ଚ ପ୍ରାଚୀର ଓ ଗୋଟିଏ ଦୃଢ଼ ନଗର ତିଆରି କରିବେ।

Gade chapit la Kopi




ଯିଶାଇୟ 26:1
34 Referans Kwoze  

ତୁମ୍ଭ ଦେଶରେ ଦୌରାତ୍ମ୍ୟର କଥା ଓ ତୁମ୍ଭର ସୀମା ମଧ୍ୟରେ ଉଚ୍ଛିନ୍ନତା ଓ ବିନାଶର କଥା ଆଉ ଶୁଣାଯିବ ନାହିଁ; ମାତ୍ର ତୁମ୍ଭେ ଆପଣା ପ୍ରାଚୀରସମୂହର ନାମ ପରିତ୍ରାଣ ଓ ଆପଣା ନଗର-ଦ୍ଵାରସକଳର ନାମ ପ୍ରଶଂସା ରଖିବ।


ଦେଖ, ସଦାପ୍ରଭୁ ପୃଥିବୀର ପ୍ରା; ପର୍ଯ୍ୟନ୍ତ ଏହା ଘୋଷଣା କରିଅଛନ୍ତି, ତୁମ୍ଭେମାନେ ସିୟୋନର କନ୍ୟାକୁ କୁହ, ଦେଖ, ତୁମ୍ଭର ପରିତ୍ରାଣ ଆସୁଅଛି, ଦେଖ, ତାହାଙ୍କ ପୁରସ୍କାର ତାହାଙ୍କ ସଙ୍ଗରେ ଅଛି ଓ ତାହାଙ୍କ ପ୍ରତିଦାନ ତାହାଙ୍କ ସମ୍ମୁଖରେ ଅଛି।


କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ତାହାର ଚତୁର୍ଦ୍ଦିଗରେ ଅଗ୍ନିମୟ ପ୍ରାଚୀରସ୍ଵରୂପ ହେବା ଓ ଆମ୍ଭେ ତହିଁର ମଧ୍ୟରେ ପ୍ରତାପସ୍ଵରୂପ ହେବା।


ଆନନ୍ଦଧ୍ଵନି, ହର୍ଷନାଦ, ବରର ରବ ଓ କନ୍ୟାର ରବ, ପୁଣି ସୈନ୍ୟାଧିପତି ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସଦାପ୍ରଭୁ ମଙ୍ଗଳମୟ ଓ ତାହାଙ୍କର କରୁଣା ସଦାକାଳସ୍ଥାୟୀ ବୋଲି ଯେଉଁମାନେ କହନ୍ତି, ସେମାନଙ୍କର ରବ ଓ ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦରୂପ ବଳି ଆଣିବା ଲୋକମାନଙ୍କର ରବ ପୁନର୍ବାର ଶୁଣାଯିବ। କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପୂର୍ବ କାଳର ନ୍ୟାୟ ଦେଶର ବନ୍ଦୀତ୍ଵାବସ୍ଥା ପରିବର୍ତ୍ତନ କରିବା।


ପୁଣି, ସେଦିନ ଏହି କଥା କୁହାଯିବ, ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ଵର; ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ; ଏ ସଦାପ୍ରଭୁ ଅଟନ୍ତି; ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ, ଆମ୍ଭେମାନେ ତାହାଙ୍କ କୃତ ପରିତ୍ରାଣରେ ଆନନ୍ଦିତ ହୋଇ ଉଲ୍ଲାସ କରିବୁ।


ସିୟୋନକୁ ପ୍ରଦକ୍ଷିଣ କର ଓ ତାହାର ଚତୁର୍ଦ୍ଦିଗରେ ଭ୍ରମଣ କର; ତହିଁର ଦୁର୍ଗସବୁ ଗଣନା କର।


ସଦାପ୍ରଭୁ ଧନ୍ୟ ହେଉନ୍ତୁ; କାରଣ ସେ ଦୃଢ଼ ନଗରରେ ମୋʼ ପ୍ରତି ଆପଣାର ଆଶ୍ଚର୍ଯ୍ୟ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କରିଅଛନ୍ତି।


ଆଉ, ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି ଏହି ପଥର ଉପରେ ମୁଁ ଆପଣା ମଣ୍ତଳୀ ତୋଳିବି, ଆଉ ନରକର ବଳ ତାହାକୁ ପରାଜୟ କରିବ ନାହିଁ।


ସେହି ଦିନରେ ତୁମ୍ଭେ କହିବ, ହେ ସଦାପ୍ରଭୋ, ମୁଁ ତୁମ୍ଭର ଧନ୍ୟବାଦ କରିବି; କାରଣ ତୁମ୍ଭେ ଆମ୍ଭ ପ୍ରତି କ୍ରୁଦ୍ଧ ଥିଲ, ତୁମ୍ଭର କ୍ରୋଧ ନିବୃତ୍ତ ହୋଇଅଛି ଓ ତୁମ୍ଭେ ଆମ୍ଭକୁ ସାନ୍ତ୍ଵନା କରୁଅଛ।


ମୁଁ ଆପଣା ପ୍ରିୟତମଙ୍କ ଉଦ୍ଦେଶ୍ୟରେ, ତାହାଙ୍କ ଦ୍ରାକ୍ଷାକ୍ଷେତ୍ର ବିଷୟରେ ମୋʼ ପ୍ରିୟତମଙ୍କର ଗୋଟିଏ ଗୀତ ଗାନ କରେ। ଅତି ଉର୍ବରା ଏକ ପର୍ବତରେ ମୋʼ ପ୍ରିୟତମଙ୍କର ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଥିଲା;


ସଦାପ୍ରଭୁ ପୃଥିବୀକି ଅତିଶୟ କମ୍ପିତ କରିବା ପାଇଁ ଉଠିଲେ, ତାହାଙ୍କ ଭୟାନକତ୍ଵ ଓ ତାହାଙ୍କ ମହିମାର ତେଜରୁ ଶୈଳର ଗହ୍ଵର ଓ ଶୈଳର ବିଦୀର୍ଣ୍ଣ ସ୍ଥାନରେ ପ୍ରବେଶ କରିବା ପାଇଁ;


ମନୁଷ୍ୟର ଉଚ୍ଚ ଦୃଷ୍ଟି ନତ ହେବ ଓ ମନୁଷ୍ୟମାନଙ୍କର ଅହଙ୍କାର ଅବନତ ହେବ, ପୁଣି ସେଦିନରେ କେବଳ ସଦାପ୍ରଭୁ ଉନ୍ନତ ହେବେ।


ପୁଣି, ସେମାନେ ସଦାପ୍ରଭୁଙ୍କୁ ପ୍ରଶଂସା ଓ ଧନ୍ୟବାଦ ଦେଇ ଏକଆରେକ ପ୍ରତି ଗାନ କରି କହିଲେ, ସେ ମଙ୍ଗଳମୟ, ଯେହେତୁ ଇସ୍ରାଏଲ ପ୍ରତି ତାହାଙ୍କର କରୁଣା ଅନନ୍ତକାଳସ୍ଥାୟୀ । ଆଉ, ସଦାପ୍ରଭୁଙ୍କ ଗୃହର ଭିତ୍ତିମୂଳ ବସାଯିବା ସକାଶୁ ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବା ବେଳେ ସମଗ୍ର ଲୋକ ଉଚ୍ଚୈଃସ୍ଵରରେ ଜୟଧ୍ଵନି କଲେ।


ସେତେବେଳେ ଇସ୍ରାଏଲ ଏହି ଗୀତ ଗାନ କଲେ, “ହେ କୂପ, ଉଚ୍ଛୁଳି ଉଠ; ତୁମ୍ଭେମାନେ ତହିଁ ଉଦ୍ଦେଶ୍ୟରେ ଗାନ କର;


ସେଦିନ ଇସ୍ରାଏଲ ମଧ୍ୟରେ ବଞ୍ଚିଥିବା ଲୋକମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ଶାଖା ମନୋରମ ଓ ଗୌରବାନ୍ଵିତ ହେବ, ଆଉ ଦେଶର ଫଳ ଉତ୍ତମ ଓ ମନୋହର ହେବ।


ହେ ନଗର-ଦ୍ଵାର, ହାହାକାର କର; ହେ ନଗର, କ୍ରନ୍ଦନ କର; ହେ ପଲେଷ୍ଟୀୟେ, ତୁମ୍ଭର ସମୁଦାୟ ତରଳି ଯାଇଅଛି; କାରଣ ଉତ୍ତର ଦିଗରୁ ଧୂମ ଆସୁଅଛି ଓ କେହି ଆପଣା ନିରୂପିତ ସମୟରେ ଦୂରରେ ଠିଆ ହେଉ ନାହିଁ।


ଯେପରି ପକ୍ଷୀମାନେ ଉଡ଼ି ଉଡ଼ି (ରକ୍ଷା କରନ୍ତି), ସେପରି ସୈନ୍ୟାଧିପତି ସଦାପ୍ରଭୁ ଯିରୂଶାଲମକୁ ରକ୍ଷା କରିବେ; ସେ ତାହାକୁ ରକ୍ଷା କରି ଉଦ୍ଧାର କରିବେ, ସେ ତାହାକୁ ନିସ୍ତାର କରି ରକ୍ଷା କରିବେ।


ପୁଣି, ତ୍ରାସପ୍ରଯୁକ୍ତ ତାହାର ଶୈଳ ଅନ୍ତର୍ହିତ ହେବ ଓ ତାହାର ଅଧିପତିମାନେ ଧ୍ଵଜା ଦେଖି ଉଦ୍ବିଗ୍ନ ହେବେ, ସିୟୋନରେ ଯାହାଙ୍କର ଅଗ୍ନି ଓ ଯିରୂଶାଲମରେ ଯାହାଙ୍କର ଅଗ୍ନିକୁଣ୍ତ ଅଛି, ସେହି ସଦାପ୍ରଭୁ ଏହି କଥା କହନ୍ତି।


ସଦାପ୍ରଭୁ ଉନ୍ନତ; କାରଣ ସେ ଊର୍ଦ୍ଧ୍ଵଲୋକରେ ବାସ କରନ୍ତି; ସେ ସିୟୋନକୁ ନ୍ୟାୟ ବିଚାର ଓ ଧାର୍ମିକତାରେ ପୂର୍ଣ୍ଣ କରିଅଛନ୍ତି।


ପୁଣି, ତୁମ୍ଭ ସମୟରେ ସୁସ୍ଥିରତା ହେବ; ପରିତ୍ରାଣର, ଜ୍ଞାନର ଓ ବୁଦ୍ଧିର ବାହୁଲ୍ୟ ହେବ; ସଦାପ୍ରଭୁ ବିଷୟକ ଭୟ ତାହାର ଭଣ୍ତାର।


ସେମାନଙ୍କୁ ଆମ୍ଭେ ଆମ୍ଭ ଗୃହ ମଧ୍ୟରେ ଓ ଆମ୍ଭ ପ୍ରାଚୀର ଭିତରେ ପୁତ୍ର କନ୍ୟା ଅପେକ୍ଷା ଉତ୍ତମ ସ୍ମରଣାର୍ଥକ ସ୍ତମ୍ଭ ଓ ନାମ ଦେବା; ଆମ୍ଭେ ସେମାନଙ୍କୁ ଅନନ୍ତ- କାଳସ୍ଥାୟୀ ନାମ ଦେବା, ତାହା କଟା ହେବ ନାହିଁ।


ତୁମ୍ଭେମାନେ ଅଗ୍ରସର ହୁଅ, ନଗର-ଦ୍ଵାର ମଧ୍ୟ ଦେଇ ଅଗ୍ରସର ହୁଅ; ଲୋକମାନଙ୍କର ପଥ ପ୍ରସ୍ତୁତ କର; ଉଚ୍ଚ କର, ରାଜପଥ ଉଚ୍ଚ କର; ପ୍ରସ୍ତରସବୁ ବାହାର କରି ସଂଗ୍ରହ କର; ଗୋଷ୍ଠୀସମୂହ ନିମନ୍ତେ ଏକ ଧ୍ଵଜା ଉଠାଅ।


ଆଉ ଦେଖ, ଗୃହର ବାହାରେ ଚତୁର୍ଦ୍ଦିଗରେ ଏକ ପ୍ରାଚୀର ଥିଲା ଓ ସେହି ପୁରୁଷଙ୍କ ହସ୍ତରେ ଏକ ପରିମାପକ ନଳ ଥିଲା, ତାହା ଛଅ ହାତ ଦୀର୍ଘ, ପ୍ରତ୍ୟେକ ହାତ ଏକ ହାତ ଚାରି ଅଙ୍ଗୁଳି ପରିମିତ; ତହିଁରେ ସେ ଗୃହର ସ୍ଥୂଳତା ଏକ ନଳ ଓ ଉଚ୍ଚତା ଏକ ନଳ ମାପିଲେ।


କାରଣ, ଦେଖ, ରାଜଗଣ ସଭାସ୍ଥ ହେଲେ, ସେମାନେ ଏକସଙ୍ଗେ ଗମନ କଲେ।


ଦେଖ, ମୁଁ ସେମାନଙ୍କ ଉପରେ ଆପଣା ହସ୍ତ ହଲାଇବି, ତହିଁରେ ସେମାନେ ଆପଣା ସେବାକାରୀ-ଗଣର ଲୁଟବସ୍ତୁ ସ୍ଵରୂପ ହେବେ। ଆଉ, ସୈନ୍ୟାଧିପତି ସଦାପ୍ରଭୁ ଯେ ମୋତେ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେମାନେ ଜାଣିବ।


Swiv nou:

Piblisite


Piblisite