Biblia Todo Logo
Bib sou entènèt

- Piblisite -




୨ ତୀମଥି 3:5 - ପବିତ୍ର ବାଇବଲ (Re-edited) - (BSI)

5 ସେମାନେ ଭକ୍ତିର ଭେଖ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ଵୀକାର କରନ୍ତି; ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ।

Gade chapit la Kopi

ଓଡିଆ ବାଇବେଲ

5 ସେମାନେ ଭକ୍ତିର ବେଶ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି; ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

5 ଧର୍ମର ପ୍ରକୃତ ଶକ୍ତିକୁ ଅସ୍ୱୀକାର କରି ସେମାନେ ବାହ୍ୟିକ ଧର୍ମକର୍ମକୁ ସର୍ବସ୍ୱ ମନେ କରିବେ। ଏମାନଙ୍କଠାରୁ ତୁମେ ନିଜକୁ ଦୂରେଇ ରଖ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେମାନେ ଭକ୍ତିର ବେଶ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି; ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ।

Gade chapit la Kopi

ପବିତ୍ର ବାଇବଲ

5 ସେମାନେ ପରମେଶ୍ୱରଙ୍କ ସେବକ ହେବାର ଛଳନା କରିବେ। କିନ୍ତୁ ତାଙ୍କ ଜୀବନପଦ୍ଧତି ଦ୍ୱାରା ଜଣା ପଡ଼ିବ ଯେ ସେମାନେ ପ୍ରକୃତରେ ପରମେଶ୍ୱରଙ୍କ ସେବା କରୁ ନାହାନ୍ତି। ତୀମଥି, ତୁମ୍ଭେ ସେହି ଲୋକମାନଙ୍କଠାରୁ ଦୂରରେ ରୁହ।

Gade chapit la Kopi




୨ ତୀମଥି 3:5
20 Referans Kwoze  

ଆହୁରି, ପ୍ରଭୁ କହିଲେ, ଏହି ଲୋକମାନେ ଆମ୍ଭର ନିକଟବର୍ତ୍ତୀ ହୁଅନ୍ତି ଓ ସେମାନେ ଆପଣା ଆପଣା ମୁଖରେ ଓ ଓଷ୍ଠାଧରରେ ଆମ୍ଭର ସମ୍ମାନ କରନ୍ତି, ମାତ୍ର ସେମାନେ ଆପଣା ଆପଣା ଅନ୍ତଃକରଣ ଆମ୍ଭଠାରୁ ଦୂରରେ ରଖିଅଛନ୍ତି ଓ ଆମ୍ଭ ବିଷୟକ ସେମାନଙ୍କର ଯେଉଁ ଭୟ, ତାହା ମନୁଷ୍ୟଠାରୁ ଶିକ୍ଷିତ ଆଜ୍ଞା ଅଟେ।


ସେମାନେ ଈଶ୍ଵରଙ୍କୁ ଜାଣନ୍ତି ବୋଲି ସ୍ଵୀକାର କରନ୍ତି, କିନ୍ତୁ ସେମାନଙ୍କ କର୍ମ ଦ୍ଵାରା ତାହାଙ୍କୁ ଅସ୍ଵୀକାର କରନ୍ତି; ସେମାନେ ଘୃଣ୍ୟ ଓ ଅବାଧ୍ୟ ପୁଣି ସମସ୍ତ ସତ୍କର୍ମର ଅଯୋଗ୍ୟ।


କିନ୍ତୁ ଯଦି କେହି ଆପଣା ଆତ୍ମୀୟ, ବିଶେଷରେ ଆପଣା ପରିବାରର ତତ୍ତ୍ଵ ନ ନିଏ, ସେ ବିଶ୍ଵାସମତ ଅସ୍ଵୀକାର କରିଅଛି, ଆଉ ସେ ଅବିଶ୍ଵାସୀଠାରୁ ଅଧମ ଅଟେ,।


ଭଣ୍ତ ଭାବବାଦୀମାନଙ୍କଠାରୁ ସାବଧାନ ହୋଇଥାଅ; ସେମାନେ ମେଣ୍ତାବେଶରେ ତୁମ୍ଭମାନଙ୍କ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ବାଘ!


ଯେଉଁ ଲୋକ ଭ୍ରାନ୍ତ ମତାବଲମ୍ଵୀ, ତାହାକୁ ଥରେ, ଦୁଇ ଥର ଅନୁଯୋଗ କଲା ଉତ୍ତାରେ ତାହାଠାରୁ ପୃଥକ ରୁହ;


କିନ୍ତୁ ଅସାର ବକୁଆପଣରୁ ପୃଥକ ରୁହ; କାରଣ ଯେଉଁମାନେ ସେଥିରେ ଲିପ୍ତ ହେବେ, ସେମାନେ ଅଧର୍ମରେ ଅଧିକ ବୃଦ୍ଧି ପାଇବେ,


ନିର୍ବୋଧ ଓ ବିତଣ୍ତା ବାଦାନୁବାଦ ଯେ ବିରୋଧ ଜନ୍ମାଏ, ଏହା ଜାଣି ସେହିସବୁ ଅଗ୍ରାହ୍ୟ କର।


ପୁଣି ଯେଉଁମାନେ ଈଶ୍ଵରପରାୟଣତାକୁ ଲାଭର ଉପାୟ ବୋଲି ମନେ କରନ୍ତି, ଏପରି ଭ୍ରଷ୍ଟମନା ଓ ସତ୍ୟବର୍ଜିତ ଲୋକମାନଙ୍କର ନିତ୍ୟ ବିରୋଧ ଜନ୍ମେ।


ଯେପରି ଆମ୍ଭେମାନେ ଆଉ ଶିଶୁ ପରି ନ ହୋଇ ମନୁଷ୍ୟମାନଙ୍କ ଶଠତା ଓ ଭ୍ରାନ୍ତିଯୁକ୍ତ କଳ୍ପନା ଅନୁସାରେ ଧୂର୍ତ୍ତତା ଦ୍ଵାରା ବିଭିନ୍ନ ଶିକ୍ଷାରୂପ ବାୟୁରେ ଇତସ୍ତତଃ ଚାଳିତ ନ ହେଉ,


ହେ ଭ୍ରାତୃବୃନ୍ଦ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଉଅଛୁ, ଯେକୌଣସି ଭାଇ ଆମ୍ଭମାନଙ୍କଠାରୁ ପ୍ରାପ୍ତ ଶିକ୍ଷା ଅନୁସାରେ ଆଚରଣ ନ କରି ଆଳସ୍ୟ ପରାୟଣ ଆଚରଣ କରେ, ତାହାଠାରୁ ଆପଣା ଆପଣାକୁ ପୃଥକ କର।


ଆଉ ଯେବେ କେହି ଏହି ପତ୍ରରେ ଲିଖିତ ଆମ୍ଭମାନଙ୍କ କଥା ନ ମାନେ, ତେବେ ସେହି ଲୋକକୁ ଚିହ୍ନି ରଖ, ପୁଣି ସେ ଯେପରି ଲଜ୍ଜିତ ହୁଏ, ଏଥିନିମନ୍ତେ ତାହା ସହିତ ସମ୍ଵନ୍ଧ ରଖ ନାହିଁ;


କିନ୍ତୁ ବୃଦ୍ଧା ସ୍ତ୍ରୀମାନଙ୍କର ଅସାର କାହାଣୀସବୁ ଅଗ୍ରାହ୍ୟ କର। ଈଶ୍ଵରପରାୟଣ ଜୀବନ ଯାପନ କରିବା ନିମନ୍ତେ ଅଭ୍ୟାସ କର,


କାରଣ ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, କିନ୍ତୁ ଈଶ୍ଵରପରାୟଣତା ଇହକାଳ ଓ ପରକାଳରେ ପ୍ରତିଜ୍ଞାଯୁକ୍ତ ହୋଇ ସମସ୍ତ ବିଷୟରେ ଲାଭଜନକ ଅଟେ।


Swiv nou:

Piblisite


Piblisite