Biblia Todo Logo
Bib sou entènèt

- Piblisite -




୨ ତୀମଥି 3:2 - ପବିତ୍ର ବାଇବଲ (Re-edited) - (BSI)

2 କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଂକାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ,

Gade chapit la Kopi

ଓଡିଆ ବାଇବେଲ

2 କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଂକାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

2 ଲୋକେ ସ୍ୱାର୍ଥପର, ଲୋଭୀ, ଆତ୍ମଶ୍ଲାଘାକାରୀ ଓ ଆତ୍ମାଭିମାନୀ ହେବେ; ସେମାନେ ପିତାମାତାଙ୍କର ଅବାଧ୍ୟ ହୋଇ ସେମାନଙ୍କୁ ଅପମାନ ଦେବେ; ସେମାନଙ୍କ ମନରୁ କୃତଜ୍ଞତା ଓ ଧର୍ମଭାବ ଲୋପ ପାଇବ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଙ୍କାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ,

Gade chapit la Kopi

ପବିତ୍ର ବାଇବଲ

2 ସେହି ସମୟରେ ଲୋକେ କେବଳ ନିଜ ନିଜକୁ ଓ ଧନକୁ ଭଲ ପାଇବେ। ସେମାନେ ଅହଂକାରୀ ଓ ଉଦ୍ଧତ ହେବେ। ଅନ୍ୟ ଲୋକଙ୍କ ବିରୁଦ୍ଧରେ ନିନ୍ଦାକଥା କହିବେ। ପିତାମାତାଙ୍କୁ ମାନିବେ ନାହିଁ। ସେମାନେ ବିଶ୍ୱାସଘାତକ ହେବେ। ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ଜୀବନଯାପନ କରିବେ ନାହିଁ।

Gade chapit la Kopi




୨ ତୀମଥି 3:2
43 Referans Kwoze  

ଯେଣୁ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ଚେଷ୍ଟା ନ କରି ସ୍ଵାର୍ଥ ଚେଷ୍ଟା କରନ୍ତି।


କାରଣ ଦୁଷ୍ଟ ଆପଣା ମନୋବାଞ୍ଛା ବିଷୟରେ ଦର୍ପ କରେ; ଆଉ, ଲୋଭୀ ସଦାପ୍ରଭୁଙ୍କୁ ତ୍ୟାଗ କରେ, ମଧ୍ୟ ତାହାଙ୍କୁ ଅବଜ୍ଞା କରେ।


ସେମାନେ ବଚସାକାରୀ, ଆପଣା ଆପଣା ଅବସ୍ଥାରେ ଅସନ୍ତୁଷ୍ଟ ଓ ନିଜ ନିଜ କୁଅଭିଳାଷରେ ଚାଳିତ; ସେମାନଙ୍କ ମୁଖ ବଡ଼ ବଡ଼ କଥା କହେ ଓ ସ୍ଵାର୍ଥସିଦ୍ଧି ନିମନ୍ତେ ସେମାନେ ଲୋକଙ୍କ ମୁହଁ ଉପରେ ପ୍ରଶଂସା କରନ୍ତି।


ବିଶ୍ଵାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ଵରପ୍ରିୟ ନ ହୋଇ ବରଂ ବିଳାସପ୍ରିୟ ହେବେ;


କାରଣ ଧନଲୋଭ ସମସ୍ତ ଅନିଷ୍ଟର ମୂଳ; କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ଵାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି, ପୁଣି ବହୁ ଦୁଃଖରେ ଆପଣା ଆପଣା ହୃଦୟ ବିଦୀର୍ଣ୍ଣ କରିଅଛନ୍ତି।


କାରଣ ସେମାନେ ନିରର୍ଥକ ଅହଂକାରର କଥା କହି ଭ୍ରାନ୍ତ ଆଚରଣକାରୀମାନଙ୍କଠାରୁ ପ୍ରାୟ ଉଦ୍ଧାର ପାଉଥିବା ଲୋକମାନଙ୍କୁ ଶାରୀରିକ ସୁଖାଭିଳାଷରେ କାମୁକତା ଦ୍ଵାରା ପ୍ରଲୋଭିତ କରନ୍ତି;


କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି; ଏଣୁ ଉକ୍ତ ଅଛି, “ଈଶ୍ଵର ଅହଂକାରୀମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି”।


ଅତଏବ, ତୁମ୍ଭମାନଙ୍କର ଶାରୀରିକ ଅଙ୍ଗପ୍ରତ୍ୟଙ୍ଗର କୁପ୍ରବୃତ୍ତିଗୁଡ଼ିକ, ଅର୍ଥାତ୍ ବ୍ୟଭିଚାର, ଅଶୁଚିତା, କାମ, କୁଅଭିଳାଷ, ପୁଣି ପ୍ରତିମାପୂଜା ରୂପ ଲୋଭ, ଏହିସବୁ ପ୍ରତି ମୃତ ହୁଅ;


ସେହିପରି, ହେ ଯୁବକମାନେ, ତୁମ୍ଭେମାନେ ପ୍ରାଚୀନ-ମାନଙ୍କର ବଶୀଭୂତ ହୁଅ। ସମସ୍ତେ ପରସ୍ପର ପ୍ରତି ନମ୍ରତାରୂପ ବସ୍ତ୍ର ପରିଧାନ କର, କାରଣ ଈଶ୍ଵର ଅହଂକାରୀମାନଙ୍କ ପ୍ରତିରୋଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।


ତେବେ ସେ ଅସାରଗର୍ବୀ ଓ ଅଜ୍ଞାନ, ପୁଣି ବାଦାନୁବାଦ ଓ ବାଗ୍ଯୁଦ୍ଧରେ ମତ୍ତ; ସେଥିରୁ ଈର୍ଷା, ବିବାଦ, ପରନିନ୍ଦା, କୁତ୍ସିତ ସନ୍ଦେହ,


ପୁଣି, ସେ ସେମାନଙ୍କୁ କହିଲେ, ସାବଧାନ, ସମସ୍ତ ପ୍ରକାର ଲୋଭରୁ ଆପଣା ଆପଣାକୁ ଦୂରରେ ରଖ, କାରଣ ଜଣେ ଲୋକର ଜୀବନ ତାହାର ସମ୍ପତ୍ତିର ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ।


ଆଉ, ରାଜା ଆପଣା ଇଚ୍ଛାନୁସାରେ କର୍ମ କରିବ ଓ ସକଳ ଦେବତା ଅପେକ୍ଷା ଆପଣାକୁ ବଡ଼ କରି ଦର୍ପ କରିବ, ପୁଣି ଈଶ୍ଵରଗଣର ଈଶ୍ଵରଙ୍କ ବିରୁଦ୍ଧରେ ଅଦ୍ଭୁତ କଥା କହିବ ଓ କ୍ରୋଧ ସଫଳ ହେବା ପର୍ଯ୍ୟନ୍ତ ସମୃଦ୍ଧି ହେବ; କାରଣ ଯାହା ନିରୂପିତ ହୋଇଅଛି, ତାହା କରାଯିବ।


ପୁଣି, ସେମାନେ ଆପଣା ଆପଣା ବେଦନା ଓ ବିସ୍ଫୋଟକ ସକାଶେ ସ୍ଵର୍ଗସ୍ଥ ଈଶ୍ଵରଙ୍କର ନିନ୍ଦା କଲେ, ଆଉ ଆପଣା ଆପଣା କର୍ମରୁ ମନ ପରିବର୍ତ୍ତନ କଲେ ନାହିଁ।


କିନ୍ତୁ ଏମାନେ ଅଜ୍ଞାନ ପଶୁ ତୁଲ୍ୟ ସ୍ଵଭାବାନୁସାରେ ଧୃତ ଓ ବିନଷ୍ଟ ହେବା ନିମନ୍ତେ ଜାତ ହୋଇ, ଯେଉଁ ଯେଉଁ ବିଷୟ ଅଜ୍ଞାତ, ସେହି ସେହି ବିଷୟର ନିନ୍ଦା କରି ସେଗୁଡ଼ାକର ବିନାଶରେ ନିଜେ ବିନଷ୍ଟ ହେବେ,


ସେମାନେ ଧନଲୋଭରେ ଛଳବାକ୍ୟ ଦ୍ଵାରା ତୁମ୍ଭମାନଙ୍କଠାରୁ ଅର୍ଥଲାଭ କରିବାକୁ ଚେଷ୍ଟା କରିବେ; ସେମାନଙ୍କର ଦଣ୍ତ ଅନେକ କାଳରୁ ଘଟିଆସୁଅଛି ଓ ସେମାନଙ୍କର ବିନାଶ ବିଳମ୍ଵ ହେବ ନାହିଁ।


କିନ୍ତୁ ଏବେ ତୁମ୍ଭେମାନେ ଆପଣା ଆପଣା ଅହଂ-ଭାବରେ ଗର୍ବ କରୁଅଛ; ଏପ୍ରକାର ଗର୍ବ ମନ୍ଦ ଅଟେ।


ସେ ଈଶ୍ଵରଙ୍କ ନାମରେ ଖ୍ୟାତ ବା ପୂଜିତ ସମସ୍ତଙ୍କ ବିରୋଧୀ ହୋଇ ନିଜକୁ ସେମାନଙ୍କଠାରୁ ଉନ୍ନତ କରେ, ଏପରିକି ଈଶ୍ଵରଙ୍କ ମନ୍ଦିରରେ ବସି ସେ ଆପଣାକୁ ଈଶ୍ଵର ବୋଲି ଦେଖାଏ।


ତେବେ ସେହି ଡାଳଗୁଡ଼ିକ ବିରୁଦ୍ଧରେ ଗର୍ବ କର ନାହିଁ; କିନ୍ତୁ ଯଦି ଗର୍ବ କର, ତୁମ୍ଭେ ଯେ ମୂଳକୁ ଧରି ନାହଁ, ମାତ୍ର ମୂଳ ତୁମ୍ଭକୁ ଧରିଅଛି, ଏହା ଜାଣିଥାଅ।


ପୁଣି, ସେ ସର୍ବୋପରିସ୍ଥଙ୍କ ବିରୁଦ୍ଧରେ କଥା କହିବ ଓ ସର୍ବୋପରିସ୍ଥଙ୍କର ପବିତ୍ରଗଣଙ୍କୁ ଶୀର୍ଣ୍ଣ କରିବ; ଆଉ, ସେ କାଳ ଓ ବ୍ୟବସ୍ଥାର ପରିବର୍ତ୍ତନ କରିବାକୁ ବିଚାର କରିବ ; ପୁଣି, ଏକ କାଳ, (ଦୁଇ) କାଳ ଓ ଅର୍ଦ୍ଧ କାଳ ପର୍ଯ୍ୟନ୍ତ ସେମାନେ ତାହା ହସ୍ତରେ ସମର୍ପିତ ହେବେ।


ଆକାଶରୁ ମନୁଷ୍ୟମାନଙ୍କ ଉପରେ ମହା ଶିଳାବୃଷ୍ଟି ହେଲା, ଶିଳାଗୁଡ଼ିକ ପ୍ରାୟ ଏକ ଏକ ମହଣ ଓଜନର, ଆଉ ଶିଳାବୃଷ୍ଟିର କ୍ଳେଶ ସକାଶୁ ମନୁଷ୍ୟମାନେ ଈଶ୍ଵରଙ୍କର ନିନ୍ଦା କଲେ, କାରଣ ସେହି କ୍ଳେଶ ଅତି ଭୟଙ୍କର।


ତୁମ୍ଭେ ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର, ଶାସ୍ତ୍ରର ଏହି ରାଜକୀୟ ବ୍ୟବସ୍ଥା ଯଦି ପ୍ରକୃତରେ ପାଳନ କର,


ମଦ୍ୟପାୟୀ କି ବିବାଦପ୍ରିୟ ନ ହୋଇ ବରଂ ମୃଦୁଶୀଳ, ନିର୍ବିରୋଧ ଓ ନିର୍ଲୋଭ ହେବେ,


ସେମାନଙ୍କ ମଧ୍ୟରୁ ହୁମନାୟ ଓ ଆଲେକ୍ଜାଣ୍ତର ଅନ୍ୟତମ; ଏମାନେ ଯେପରି ଶାସନପ୍ରାପ୍ତ ହୋଇ ଈଶ୍ଵରନିନ୍ଦା ନ କରନ୍ତି, ଏଥିନିମନ୍ତେ ମୁଁ ଏମାନଙ୍କୁ ଶୟତାନ ହସ୍ତରେ ସମର୍ପଣ କଲି।


କାରଣ ଏଥିପୂର୍ବେ ଥିଉଦା ଉଠି ନିଜକୁ ଜଣେ ମହାପୁରୁଷ ବୋଲି କହିଲା, ଆଉ ପ୍ରାୟ ଚାରିଶହ ଲୋକ ତାʼ ସହିତ ଯୋଗ ଦେଲେ; ସେ ହତ ହେଲା, ପୁଣି ଯେତେ ଲୋକ ତାʼର ଅନୁଗତ ହୋଇଥିଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ହେଲେ ଓ ଅକୃତକାର୍ଯ୍ୟ ହେଲେ।


ଏହିସବୁ କଥା ଶୁଣି ଧନଲୋଭୀ ଫାରୂଶୀମାନେ ତାହାଙ୍କୁ ବିଦ୍ରୂପ କରିବାକୁ ଲାଗିଲେ।


ସେତେବେଳେ ମନୁଷ୍ୟମାନେ ମହା ତାପରେ ଦଗ୍ଧ ହେଲେ, ଆଉ ଯେଉଁ ଈଶ୍ଵରଙ୍କର ଏହିସମସ୍ତ କ୍ଳେଶ ଉପରେ ଅଧିକାର ଅଛି, ତାହାଙ୍କ ନାମର ନିନ୍ଦା କଲେ, ତାହାଙ୍କୁ ଗୌରବ ଦେବା ନିମନ୍ତେ ମନ ପରିବର୍ତ୍ତନ କଲେ ନାହିଁ।


ତତ୍ପରେ ମୁଁ ସମୁଦ୍ର ମଧ୍ୟରୁ ଗୋଟିଏ ପଶୁକୁ ଉଠି ଆସିବାର ଦେଖିଲି, ତାହାର ଦଶ ଶୃଙ୍ଗ ଓ ସପ୍ତ ମସ୍ତକ, ତାହାର ଶୃଙ୍ଗଗୁଡ଼ାକରେ ଦଶଟା ମୁକୁଟ ଓ ମସ୍ତକଗୁଡ଼ାକ ଉପରେ ଈଶ୍ଵରନିନ୍ଦାସୂଚକ ବିଭିନ୍ନ ନାମ।


ଆଉ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଯେଉଁମାନେ ଜୀବିତ, ସେମାନେ ଆଉ ଆପଣା ଆପଣା ନିମନ୍ତେ ଜୀବନ ଯାପନ ନ କରି ବରଂ ଯେ ସେମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଓ ଉତ୍ଥିତ ହେଲେ, ତାହାଙ୍କ ନିମନ୍ତେ ଜୀବନ ଯାପନ କରନ୍ତି।


ସେ ଆପଣା ପିତାମାତାଙ୍କୁ ନିଶ୍ଚୟ ସମାଦର କରିବ ନାହିଁ। ଏହିରୂପେ ତୁମ୍ଭେମାନେ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ଵରଙ୍କ ବାକ୍ୟ ବ୍ୟର୍ଥ କରିଅଛ।


କୁହ୍ରାଡ଼ି କʼଣ ତଦ୍ଦ୍ଵାରା ଛେଦନକର୍ତ୍ତା ବିରୁଦ୍ଧରେ ଦର୍ପ କରିବଣ? କରତ କʼଣ କରତୀୟାର ପ୍ରତିକୂଳରେ ଆପଣାକୁ ଶ୍ରେଷ୍ଠ କରିବ? ଯେଉଁମାନେ ଦଣ୍ତ ଉଠାନ୍ତି, ଦଣ୍ତ କʼଣ ସେମାନଙ୍କୁ ହଲାଇବ? ଯେ କାଷ୍ଠ ନୁହେଁ, ଯଷ୍ଟି କʼଣ ତାହାକୁ ଉଠାଇବ?


ଅହଙ୍କାର-ଦୃଷ୍ଟି, ମିଥ୍ୟାବାଦୀ-ଜିହ୍ଵା ଓ ନିର୍ଦ୍ଦୋଷର ରକ୍ତପାତକାରୀ-ହସ୍ତ ;


ଯେଉଁମାନେ ଆପଣାମାନଙ୍କ ସମ୍ପତ୍ତିରେ ନିର୍ଭର ରଖନ୍ତି ଓ ଆପଣାମାନଙ୍କ ଧନର ବାହୁଲ୍ୟରେ ଦର୍ପ କରନ୍ତି;


ହେ ବୀର, ତୁମ୍ଭେ ଅନିଷ୍ଟ କର୍ମରେ କାହିଁକି ଦର୍ପ କରୁଅଛ?


ମାତ୍ର ତୁମ୍ଭମାନଙ୍କର ଶତ୍ରୁମାନଙ୍କୁ ପ୍ରେମ କର ଏବଂ ସେମାନଙ୍କର ମଙ୍ଗଳ କର, ପୁଣି ପରିଶୋଧର ଆଶା ନ ରଖି ଋଣ ଦିଅ ; ତାହାହେଲେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର ହେବ ଓ ତୁମ୍ଭେମାନେ ପରାତ୍ପରଙ୍କ ସନ୍ତାନ ହେବ, କାରଣ ସେ ଅକୃତଜ୍ଞ ଓ ଦୁଷ୍ଟମାନଙ୍କ ପ୍ରତି କୃପାବାନ ଅଟନ୍ତି।


ନରହନ୍ତା, ବ୍ୟଭିଚାରୀ, ପୁଂମୈଥୁନକାରୀ, ମନୁଷ୍ୟ-ଚୋର, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀମାନଙ୍କ ନିମନ୍ତେ, ପୁଣି ହିତଜନକ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ, ତାହା ନିମନ୍ତେ ଯେ ସ୍ଥାପିତ ହୋଇଅଛି,


ସେମାନେ ଦୁଃସାହସୀ ଓ ସ୍ଵେଚ୍ଛାଚାରୀ ହୋଇ ଅଲୌକିକ ଶକ୍ତିମାନଙ୍କର ନିନ୍ଦା କରିବାକୁ ଭୟ କରନ୍ତି ନାହିଁ,


Swiv nou:

Piblisite


Piblisite