Biblia Todo Logo
Bib sou entènèt

- Piblisite -




୨ ତୀମଥି 2:9 - ପବିତ୍ର ବାଇବଲ (Re-edited) - (BSI)

9 ସେହି ସୁସମାଚାର ସକାଶେ ମୁଁ ଅପରାଧୀ ପରି ବନ୍ଧନ ପର୍ଯ୍ୟନ୍ତ କ୍ଳେଶ ଭୋଗ କରୁଅଛି; କିନ୍ତୁ ଈଶ୍ଵରଙ୍କ ବାକ୍ୟ ଆବଦ୍ଧ ନୁହେଁ।

Gade chapit la Kopi

ଓଡିଆ ବାଇବେଲ

9 ସେହି ସୁସମାଚାର ନିମନ୍ତେ ମୁଁ ଅପରାଧୀ ପରି ବନ୍ଧାଯିବା ପର୍ଯ୍ୟନ୍ତ କ୍ଲେଶ ଭୋଗ କରୁଅଛି; କିନ୍ତୁ ଈଶ୍ୱରଙ୍କ ବାକ୍ୟ ଆବଦ୍ଧ ନୁହେଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

9 ଏହି ସୁସମାଚାର ପ୍ରଚାର କରିବାରୁ ମୁଁ ଅପରାଧୀ ପରି ଶୃଙ୍ଖଳବଦ୍ଧ ହୋଇ କଷ୍ଟ ଭୋଗ କରୁଛି। କିନ୍ତୁ ଈଶ୍ୱରଙ୍କ ବାଣୀକୁ କେହି ଶୃଙ୍ଖଳବଦ୍ଧ କରିପାରିବେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସେହି ସୁସମାଚାର ନିମନ୍ତେ ମୁଁ ଅପରାଧୀ ପରି ବନ୍ଧାଯିବା ପର୍ଯ୍ୟନ୍ତ କ୍ଲେଶ ଭୋଗ କରୁଅଛି; କିନ୍ତୁ ଈଶ୍ବରଙ୍କ ବାକ୍ୟ ଆବଦ୍ଧ ନୁହେଁ।

Gade chapit la Kopi

ପବିତ୍ର ବାଇବଲ

9 ଏହି ସୁସମାଗ୍ଭର ମୁଁ ଲୋକଙ୍କୁ ଶୁଣାଏ। ସେହି ସୁସମାଗ୍ଭର କହିଥିବାରୁ ମୁଁ ଯାତନା ଭୋଗ କରୁଛି। ଏପରିକି ଜଣେ ଅପରାଧୀ ଭଳି ମୁଁ ଶିକୁଳିରେ ବନ୍ଧା ମଧ୍ୟ ହୋଇଛି।

Gade chapit la Kopi




୨ ତୀମଥି 2:9
22 Referans Kwoze  

ଆଉ ତୁମ୍ଭସମସ୍ତଙ୍କ ବିଷୟରେ ମୋହର ଏପରି ଭାବିବା ଉଚିତ, ଯେଣୁ ତୁମ୍ଭେ ସମସ୍ତେ ମୋହର ବନ୍ଧନରେ ଯେପରି, ସୁସମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରମାଣ କରିବାରେ ସେହିପରି ମୋʼ ସହିତ ଅନୁଗ୍ରହର ସହଭାଗୀ ଅଟ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି।


ପୁଣି ଯେତେ ଲୋକ ତାଙ୍କ ନିକଟକୁ ଆସୁଥିଲେ, ସମସ୍ତଙ୍କୁ ସେ ଗ୍ରହଣ କରି ପୂର୍ଣ୍ଣ ସାହସରେ ଓ ନିର୍ବିଘ୍ନରେ ଈଶ୍ଵରଙ୍କ ରାଜ୍ୟର କଥା ପ୍ରଚାର କରୁଥିଲେ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ଵନ୍ଧୀୟ ବିଷୟସବୁ ଶିକ୍ଷା ଦେଉଥିଲେ।


ଅତଏବ, ଆମ୍ଭମାନଙ୍କ ପ୍ରଭୁଙ୍କ ସମ୍ଵନ୍ଧରେ ସାକ୍ଷ୍ୟ ଦେବା ବିଷୟରେ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋʼ ବିଷୟରେ ଲଜ୍ଜିତ ନ ହୁଅ, ବରଂ ଈଶ୍ଵରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋʼ ସହିତ କ୍ଳେଶ ସହ୍ୟ କର,।


ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ବାକ୍ୟ ପ୍ରଚାର ନିମନ୍ତେ ଈଶ୍ଵର ଆମ୍ଭମାନଙ୍କ ପାଇଁ ଦ୍ଵାର ଫିଟାନ୍ତି, ପୁଣି, ଯେପରି ଖ୍ରୀଷ୍ଟଙ୍କର ଯେଉଁ ନିଗୂଢ଼ ତତ୍ତ୍ଵ ନିମନ୍ତେ ମୁଁ ବନ୍ଦୀ ଅଟେ,


କିନ୍ତୁ ପ୍ରଭୁ ମୋହର ସପକ୍ଷ ହୋଇ ମୋତେ ବଳବାନ କଲେ, ପୁଣି ମୁଁ ସିଂହ ମୁଖରୁ ରକ୍ଷା ପାଇଲି, ଯେପରି ମୋʼ ଦ୍ଵାରା ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାରିତ ହୋଇ ପାରେ ଓ ବିଜାତି ସମସ୍ତେ ତାହା ଶ୍ରବଣ କରି ପାରନ୍ତି;


ତୁମ୍ଭେମାନେ ବିଜାତିମାନଙ୍କ ମଧ୍ୟରେ ସଦାଚରଣ କର, ଯେପରି ସେମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ନିନ୍ଦା କରନ୍ତି, ତୁମ୍ଭମାନଙ୍କର ସୁକର୍ମ ଦେଖି ସେହି ବିଷୟରେ କୃପାଦୃଷ୍ଟି ଦିନରେ ଈଶ୍ଵରଙ୍କ ଗୌରବ କରିବେ।


ଏଣୁ ତୁମ୍ଭମାନଙ୍କ ମଧ୍ୟରୁ କେହି ହତ୍ୟାକାରୀ କି ଚୋର, କି ଦୁରାଚାରୀ, କି ଅନଧିକାରଚର୍ଚ୍ଚାକାରୀ ହୋଇ ଦଣ୍ତ ଭୋଗ ନ କରୁ;


ଏହି କାରଣରୁ ମଧ୍ୟ ମୁଁ ଏହିସବୁ ଦୁଃଖ ଭୋଗ କରୁଅଛି; ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ଵାସ କରିଅଛି, ତାହାଙ୍କୁ ଜାଣେ, ପୁଣି ମୁଁ ତାହାଙ୍କ ହସ୍ତରେ ଯାହା ସମର୍ପଣ କରିଅଛି, ତାହା ମହାଦିନ ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହା ଦୃଢ଼ ରୂପେ ବିଶ୍ଵାସ କରୁଅଛି।


ଅବଶେଷରେ, ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେପରି ପ୍ରଭୁଙ୍କ ବାକ୍ୟ ତୁମ୍ଭମାନଙ୍କ ମଧ୍ୟରେ ଯେରୂପେ, ସେହିରୂପେ ସର୍ବତ୍ର ଶୀଘ୍ର ବ୍ୟାପିଯାଇ ଗୌରବପ୍ରାପ୍ତ ହେବ,


ମୁଁ ପାଉଲ ମୋହର ନିଜ ହସ୍ତରେ ଏହି ନମସ୍କାର ଲେଖୁଅଛି। ମୋହର ବନ୍ଧନ ସ୍ମରଣ କର। ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।।


ଏନିମନ୍ତେ ମୁଁ ପାଉଲ, ବିଜାତି ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ସକାଶେ ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ- ଏଫି.୪:୧


ଯେଣୁ ଆମ୍ଭର ନାମ ସକାଶେ ତାହାକୁ ଯେ କେତେ ଦୁଃଖ ଭୋଗ କରିବାକୁ ହେବ, ତାହା ଆମ୍ଭେ ତାହାକୁ ଜଣାଇବା।


ଯେପରି ତୁମ୍ଭମାନଙ୍କ ନିନ୍ଦକମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କର ଖ୍ରୀଷ୍ଟୀୟ ଆଚରଣର ଦୋଷାରୋପ କରନ୍ତି, ସେଥିରେ ସେମାନେ ଲଜ୍ଜିତ ହେବେ।


ସର୍ବପ୍ରଧାନ ରାଜା ହେଉନ୍ତୁ କିଅବା ଦୁଷ୍କର୍ମକାରୀ-ମାନଙ୍କୁ ପ୍ରତିଫଳ ଦେବା ନିମନ୍ତେ ଓ ସତ୍କର୍ମକାରୀମାନଙ୍କୁ ପ୍ରଶଂସା କରିବା ନିମନ୍ତେ ତାହାଙ୍କ ଦ୍ଵାରା ପ୍ରେରିତ ଶାସନକର୍ତ୍ତାମାନେ ହେଉନ୍ତୁ, ସେମାନଙ୍କର ବଶୀଭୂତ ହୁଅ।


ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା କରନ୍ତୁ, କାରଣ ସେ ବାରମ୍ଵାର ମୋତେ ସାନ୍ତ୍ଵନା କରିଅଛନ୍ତି, ପୁଣି ମୋହର ଶୃଙ୍ଖଳ ସମ୍ଵନ୍ଧରେ ଲଜ୍ଜିତ ହୋଇ ନାହାନ୍ତି,


ପୁଣି, ପ୍ରାଣଦଣ୍ତ ଭୋଗିବା ନିମନ୍ତେ ଦୁଇଜଣ ଦୁଷ୍କର୍ମକାରୀ ମଧ୍ୟ ତାହାଙ୍କ ସାଙ୍ଗରେ ନିଆଯାଉଥିଲେ।


ସେତେବେଳେ ସହସ୍ରସେନାପତି ପାଖକୁ ଆସି ତାଙ୍କୁ ଧରି ଦୁଇଟା ଶିକୁଳିରେ ତାଙ୍କୁ ବାନ୍ଧିବା ପାଇଁ ଆଜ୍ଞା ଦେଲେ, ପୁଣି ସେ କିଏ ଓ କʼଣ କରିଅଛି ବୋଲି ପଚାରିଲେ।


କିନ୍ତୁ ଅନ୍ୟ ପକ୍ଷ ମୋହର ବନ୍ଧନରେ ମୋତେ କ୍ଳେଶ ଦେବାକୁ ଭାବି ଅସରଳ ଭାବରେ ସ୍ଵାର୍ଥପରତା ସକାଶେ ଖ୍ରୀଷ୍ଟଙ୍କୁ ପ୍ରଚାର କରନ୍ତି।


କାରଣ ତୁମ୍ଭମାନଙ୍କଠାରୁ ପ୍ରଭୁଙ୍କର ବାକ୍ୟ ଯେ କେବଳ ମାକିଦନିଆ ଓ ଆଖାୟାରେ ଘୋଷିତ ହୋଇଅଛି, ତାହା ନୁହେଁ, ମାତ୍ର ଈଶ୍ଵରଙ୍କ ପ୍ରତି ତୁମ୍ଭମାନଙ୍କ ବିଶ୍ଵାସର ବିଷୟ ସର୍ବତ୍ର ଏପରି ବ୍ୟାପ୍ତ ହୋଇଅଛି ଯେ, ସେ ସମ୍ଵନ୍ଧରେ ଆମ୍ଭମାନଙ୍କର କିଛି କହିବା ଆବଶ୍ୟକ ନାହିଁ।


ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ଯୋଦ୍ଧା ପରି ମୋʼ ସହିତ କ୍ଳେଶ ସହ୍ୟ କର।


Swiv nou:

Piblisite


Piblisite