Biblia Todo Logo
Bib sou entènèt

- Piblisite -




୨ ତୀମଥି 2:20 - ପବିତ୍ର ବାଇବଲ (Re-edited) - (BSI)

20 ଗୋଟିଏ ବଡ଼ ଘରେ ଯେ କେବଳ ସୁନା ଓ ରୂପାର ପାତ୍ର ଥାଏ, ତାହା ନୁହେଁ, ମାତ୍ର କାଠ ଓ ମାଟିର ପାତ୍ର ମଧ୍ୟ ଥାଏ; କେତେକ ସମାଦର ଓ କେତେକ ଅନାଦର ନିମନ୍ତେ ଥାଏ।

Gade chapit la Kopi

ଓଡିଆ ବାଇବେଲ

20 ଗୋଟିଏ ବଡ଼ ଘରେ (ଧନୀ) ଯେ କେବଳ ସୁନା ଓ ରୂପାର ପାତ୍ର ଥାଏ, ତାହା ନୁହେଁ, ମାତ୍ର କାଠ ଓ ମାଟିର ପାତ୍ର ମଧ୍ୟ ଥାଏ; କେତେକ ସମାଦର ଓ କେତେକ ଅନାଦର ନିମନ୍ତେ ଥାଏ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

20 ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ଗୃହରେ ବିଭିନ୍ନ ପ୍ରକାର ପାତ୍ର ମହଜୁଦ୍ ଥାଏ। ସେଥିରୁ କେତୋଟି ମୂଲ୍ୟବାନ- ସୁନା ରୂପାରେ ତିଆରି; ପୁଣି କେତୋଟି ଶସ୍ତା ଦରର - ମାଟି ବା କାଠରେ ତିଆରି। କେତୋଟି ପାତ୍ର ପର୍ବପର୍ବାଣୀ ପ୍ରଭୃତି ଉତ୍ସବ ବେଳେ ବ୍ୟବହୃତ ହୁଏ; ଅନ୍ୟଗୁଡ଼ିକ ଦୈନନ୍ଦିନ କାର୍ଯ୍ୟରେ ଲାଗେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଗୋଟିଏ ବଡ଼ ଘରେ ଯେ କେବଳ ସୁନା ଓ ରୂପାର ପାତ୍ର ଥାଏ, ତାହା ନୁହେଁ, ମାତ୍ର କାଠ ଓ ମାଟିର ପାତ୍ର ମଧ୍ୟ ଥାଏ; କେତେକ ସମାଦର ଓ କେତେକ ଅନାଦର ନିମନ୍ତେ ଥାଏ।

Gade chapit la Kopi

ପବିତ୍ର ବାଇବଲ

20 ଗୋଟିଏ ବଡ଼ ଘରେ ସୁନା ଓ ରୂପାର ଜିନିଷ ସହିତ ମାଟି ଓ କାଠର ଜିନିଷ ମଧ୍ୟ ଥାଏ। କେତେକ ଜିନିଷ ବିଶେଷ ଉଦ୍ଦେଶ୍ୟ ପାଇଁ ବ୍ୟବହାର ହୁଏ। କେତେକ ଜିନିଷ ନୀଚ କାର୍ଯ୍ୟ ପାଇଁ ବ୍ୟବହାର ହୁଏ।

Gade chapit la Kopi




୨ ତୀମଥି 2:20
15 Referans Kwoze  

ତାହାଙ୍କ ନିକଟକୁ ଆସି ତୁମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଈଶ୍ଵରଙ୍କ ନିକଟରେ ସୁଗ୍ରାହ୍ୟ ଆତ୍ମିକ ବଳି ଉତ୍ସର୍ଗ କରିବା ନିମନ୍ତେ ପବିତ୍ର ଯାଜକବର୍ଗ ହେବା ପାଇଁ ଜୀବନ୍ତ ପ୍ରସ୍ତର ସ୍ଵରୂପ ହୋଇ ଗୋଟିଏ ପାରମାର୍ଥିକ ଗୃହରୂପରେ ନିର୍ମିତ ହୁଅ।


ମାତ୍ର ଯେବେ ମୋହର ବିଳମ୍ଵ ହୁଏ, ତେବେ ଈଶ୍ଵରଙ୍କ ଗୃହରେ, ଅର୍ଥାତ୍, ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ ସ୍ଵରୂପ ଜୀବିତ ଈଶ୍ଵରଙ୍କ ମଣ୍ତଳୀରେ, କିପରି ଆଚରଣ କରିବାକୁ ହୁଏ, ତାହା ଯେପରି ତୁମ୍ଭେ ଜ୍ଞାତ ହୁଅ, ଏହେତୁ ଏହି ସମସ୍ତ ତୁମ୍ଭ ନିକଟକୁ ଲେଖୁଅଛି।


କାରଣ ଆମ୍ଭେମାନେ ଈଶ୍ଵରଙ୍କ ସହକର୍ମୀ; ତୁମ୍ଭେମାନେ ଈଶ୍ଵରଙ୍କ କ୍ଷେତ୍ର, ଈଶ୍ଵରଙ୍କ ଗୃହ।


ହାୟ ! ନିର୍ମଳ ସୁବର୍ଣ୍ଣ ତୁଲ୍ୟ ଯେ ସିୟୋନର ସନ୍ତାନଗଣ, ସେମାନେ କିପରି କୁମ୍ଭାର ହସ୍ତକୃତ ମୃତ୍ତିକାର କଳସ ତୁଲ୍ୟ ଗଣିତ ହୋଇଅଛନ୍ତି !


ଆହୁରି, ପରମେଶ୍ଵରଙ୍କ ଗୃହର ଯେସକଳ ସୁନା ଓ ରୂପାର ପାତ୍ର ନବୁଖଦ୍ନିତ୍ସର ଯିରୂଶାଲମସ୍ଥ ମନ୍ଦିରରୁ ନେଇ ବାବିଲକୁ ଆଣିଥିଲା, ତାହାସବୁ ଫେରାଇ ଦିଆଯାଉ, ପୁଣି ପ୍ରତ୍ୟେକ ପାତ୍ର ପୁନର୍ବାର ଯିରୂଶାଲମସ୍ଥ ମନ୍ଦିରର ସ୍ଵ ସ୍ଵ ସ୍ଥାନକୁ ଅଣାଯାଉ, ଆଉ ତୁମ୍ଭେ ପରମେଶ୍ଵରଙ୍କ ଗୃହରେ ତାହାସବୁ ରଖ।


ତାହାଙ୍କଠାରେ ତୁମ୍ଭେମାନେ ମଧ୍ୟ ଈଶ୍ଵରଙ୍କ ଆତ୍ମିକ ନିବାସ ନିମନ୍ତେ ଏକତ୍ର ନିର୍ମିତ ହେଉଅଛ।


ମାତ୍ର ମହାଶକ୍ତି ଯେ ଈଶ୍ଵରଙ୍କର, ପୁଣି ତାହା ଯେ ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ, ଏହା ଯେପରି ପ୍ରକାଶ ପାଏ, ଏଥିନିମନ୍ତେ ଆମ୍ଭେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ;


ପୁଣି, ସ୍ଵେଚ୍ଛାଦତ୍ତ ଦ୍ରବ୍ୟ ଛଡ଼ା ସେମାନଙ୍କ ଚତୁର୍ଦ୍ଦିଗସ୍ଥ ଲୋକ ସମସ୍ତେ ରୌପ୍ୟମୟ ପାତ୍ର, ସ୍ଵର୍ଣ୍ଣ, ନାନା ଦ୍ରବ୍ୟ ଓ ପଶୁ ଓ ବହୁମୂଲ୍ୟ ଦ୍ରବ୍ୟ ଦେଇ ସେମାନଙ୍କର ହସ୍ତ ସବଳ କଲେ।


ପୁଣି, ତାହାର ପିତା ନବୂଖଦ୍ନିତ୍ସର ଯିରୂଶାଲମସ୍ଥ ମନ୍ଦିରରୁ ଯେଉଁ ସକଳ ସୁନା ଓ ରୂପାର ପାତ୍ର ଅପହରଣ କରିଥିଲା, ତହିଁରେ ରାଜା ଓ ତାହାର ଅମାତ୍ୟବର୍ଗ, ପୁଣି ତାହାର ପନିୀଗଣ ଓ ଉପପନିୀଗଣ ଯେପରି ପାନ କରିବେ, ଏଥିପାଇଁ ବେଲ୍ଶତ୍ସର ଦ୍ରାକ୍ଷାରସ ଆସ୍ଵାଦନ କରୁ କରୁ ସେସକଳ ପାତ୍ର ଆଣିବା ପାଇଁ ଆଜ୍ଞା କଲା।


ଆଉ ତହିଁରୁ ଭସ୍ମ କାଢ଼ି ନେବା ପାଇଁ ଭସ୍ମଧାନୀ କରିବ ଓ ତହିଁର କରଚୁଲି ଓ କୁଣ୍ତ ଓ ତ୍ରିଶୂଳ ଓ ଅଙ୍ଗାରଧାନୀ କରିବ; ତହିଁର ସମସ୍ତ ପାତ୍ର ପିତ୍ତଳରେ ପ୍ରସ୍ତୁତ କରିବ।


ଯୀଶୁ ଉତ୍ତର ଦେଲେ, ମୋତେ ଭୂତ ଲାଗି ନାହିଁ, କିନ୍ତୁ ମୁଁ ମୋହର ପିତାଙ୍କୁ ସମାଦର କରୁଅଛି, ଆଉ ତୁମ୍ଭେମାନେ ମୋତେ ଅନାଦର କରୁଅଛ।


କିନ୍ତୁ ହେ ମନୁଷ୍ୟ, ତୁମ୍ଭେ କିଏ ଯେ ଈଶ୍ଵରଙ୍କ ପ୍ରତିବାଦ କର? ନିର୍ମିତ ବସ୍ତୁ କି ନିର୍ମାତାଙ୍କୁ କହିବ, ମୋତେ ଏପରି ଗଢ଼ିଲ କାହିଁକି?


Swiv nou:

Piblisite


Piblisite