Biblia Todo Logo
Bib sou entènèt

- Piblisite -




୨ ତୀମଥି 2:18 - ପବିତ୍ର ବାଇବଲ (Re-edited) - (BSI)

18 ସେମାନେ ପୁନରୁତ୍ଥାନ ହୋଇଗଲାଣି ବୋଲି କହି ସତ୍ୟଭ୍ରଷ୍ଟ ହୋଇଅଛନ୍ତି, ପୁଣି କେତେକଙ୍କର ବିଶ୍ଵାସ ଓଲଟାଇ ପକାଉଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

18 ସେମାନେ ପୁନରୁତ୍ଥାନ ହୋଇଗଲାଣି ବୋଲି କହି ସତ୍ୟଭ୍ରଷ୍ଟ ହୋଇଅଛନ୍ତି, ପୁଣି, କେତେକଙ୍କର ବିଶ୍ୱାସ ଓଲଟାଇ ପକାଉଅଛନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

18 ସେମାନେ ସତ୍ୟପଥରୁ ବିଚ୍ୟୁତ ହୋଇଛନ୍ତି ଏବଂ ଏ ଜୀବନରେ ପୁନରୁତ୍ଥାନ ଘଟିଯାଉଛି ବୋଲି ଶିକ୍ଷା ଦେଇ କେତେକ ଧର୍ମବିଶ୍ୱାସକୁ ବିପର୍ଯ୍ୟସ୍ତ କରୁଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ସେମାନେ ପୁନରୁତ୍ଥାନ ହୋଇଗଲାଣି ବୋଲି କହି ସତ୍ୟଭ୍ରଷ୍ଟ ହୋଇଅଛନ୍ତି, ପୁଣି, କେତେକଙ୍କର ବିଶ୍ୱାସ ଓଲଟାଇ ପକାଉଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

18 ସେମାନେ ସ‌ତ୍‌‌ଶିକ୍ଷା ତ୍ୟାଗ କରିଛନ୍ତି। ସେମାନେ କୁହନ୍ତି ଯେ ମୃତ୍ୟୁରୁ ସମସ୍ତଙ୍କ ଉଠି ଆସିବା ଘଟଣା ଘଟିସାରିଛି। ସେହି ଦୁଇଜଣ ଲୋକ କିଛି ଲୋକଙ୍କର ବିଶ୍ୱାସ ନଷ୍ଟ କରୁଛନ୍ତି। କିନ୍ତୁ ପରମେଶ୍ୱରଙ୍କ ଦୃଢ଼ ମୂଳଦୁଆ ସେହିଭଳି ରହିଛି।

Gade chapit la Kopi




୨ ତୀମଥି 2:18
16 Referans Kwoze  

ଏଣୁ ଖ୍ରୀଷ୍ଟ ଯେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି, ଏହା ଯଦି ପ୍ରଚାର କରାଯାଉଅଛି, ତେବେ ମୃତମାନଙ୍କର ପୁନରୁତ୍ଥାନ ନାହିଁ ବୋଲି ତୁମ୍ଭମାନଙ୍କ ମଧ୍ୟରେ କେହି କେହି କିପରି କହନ୍ତି?


ବିଶ୍ଵାସ ଓ ଶୁଚି ବିବେକ ଧରି ରଖ; ତାହା ପରିତ୍ୟାଗ କରିବାରୁ କେତେକଙ୍କର ବିଶ୍ଵାସରୂପ ଜାହାଜ ଭଗ୍ନ ହୋଇଅଛି;


ତେଣୁ ଆମ୍ଭେ ଏହି ବଂଶ ପ୍ରତି ବିରକ୍ତ ହୋଇ କହିଲୁ, ସେମାନେ ସର୍ବଦା ହୃଦୟରେ ଭ୍ରାନ୍ତ ଅଟନ୍ତି, ସେମାନେ ଆମ୍ଭର ମାର୍ଗସବୁ ଜାଣି ନାହାନ୍ତି।


ସେମାନେ ଆମ୍ଭମାନଙ୍କ ମଧ୍ୟରୁ ବାହାରିଲେ, କିନ୍ତୁ ଆମ୍ଭମାନଙ୍କ ଦଳର ଲୋକ ନ ଥିଲେ; କାରଣ ଯଦି ଆମ୍ଭମାନଙ୍କ ଦଳର ଲୋକ ହୋଇଥାଆନ୍ତେ, ତେବେ ଆମ୍ଭମାନଙ୍କ ସହିତ ରହିଥାଆନ୍ତେ; କିନ୍ତୁ ସମସ୍ତେ ଯେ ଆମ୍ଭମାନଙ୍କ ଦଳର ଲୋକ ନୁହନ୍ତି, ଏହା ଯେପରି ପ୍ରକାଶ ପାଇବ, ଏଥିନିମନ୍ତେ ସେମାନେ ବାହାରିଗଲେ।


ହେ ମୋହର ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରୁ ଯଦି କେହି ସତ୍ୟ ପଥରୁ ଭ୍ରାନ୍ତ ହୁଏ, ପୁଣି କେହି ତାହାକୁ ଫେରାଇ ଆଣେ,


ଏହି ସମସ୍ତ କଥା ସ୍ମରଣ କରାଇ ଶ୍ରୋତାମାନଙ୍କର ଅହିତକର ଓ ବିନାଶଜନକ ବାଗ୍ଯୁଦ୍ଧ ନ କରିବାକୁ ସେମାନଙ୍କୁ ପ୍ରଭୁଙ୍କ ସାକ୍ଷାତରେ ଦୃଢ଼ ରୂପେ ଆଜ୍ଞା ଦିଅ।


କେହି କେହି ତାହା ଅବଲମ୍ଵନ କରି ବିଶ୍ଵାସ ସମ୍ଵନ୍ଧରେ ପଥଭ୍ରଷ୍ଟ ହୋଇଅଛନ୍ତି। ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।


କାରଣ ଧନଲୋଭ ସମସ୍ତ ଅନିଷ୍ଟର ମୂଳ; କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ଵାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି, ପୁଣି ବହୁ ଦୁଃଖରେ ଆପଣା ଆପଣା ହୃଦୟ ବିଦୀର୍ଣ୍ଣ କରିଅଛନ୍ତି।


ତୁମ୍ଭେମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ, ତେବେ ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ଵରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ସେହି ଊର୍ଦ୍ଧ୍ଵସ୍ଥାନର ବିଷୟସବୁ ଅନ୍ଵେଷଣ କର।


ଯେପରି ତୁମ୍ଭମାନଙ୍କ ମଧ୍ୟରେ ପରୀକ୍ଷାସିଦ୍ଧ ଲୋକମାନେ ପ୍ରକାଶିତ ହୁଅନ୍ତି, ଏଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ତ ଦଳଭେଦ ନିଶ୍ଚୟ ଘଟିବ।


କିନ୍ତୁ ଯଦି ତାହା ଈଶ୍ଵରଙ୍କଠାରୁ ହୋଇଥାଏ, ତାʼହେଲେ ଆପଣମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବେ ନାହିଁ, କାଳେ ଆପଣମାନେ ଈଶ୍ଵରଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି ବୋଲି ଦେଖାଯିବେ।


ପୁଣି, ଯେଉଁମାନେ ପଥର ଉପରେ ଅଛନ୍ତି, ସେମାନେ ବାକ୍ୟ ଶୁଣି ଆନନ୍ଦରେ ଗ୍ରହଣ କରନ୍ତି; କିନ୍ତୁ ସେମାନଙ୍କର ଚେର ନ ଥିବାରୁ ସେମାନେ ଅଳ୍ପ ସମୟ ବିଶ୍ଵାସ କରନ୍ତି ଓ ପରୀକ୍ଷା ସମୟରେ ଧର୍ମତ୍ୟାଗୀ ହୁଅନ୍ତି।


ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଧର୍ମଶାସ୍ତ୍ର, ପୁଣି ଈଶ୍ଵରଙ୍କ ଶକ୍ତି ମଧ୍ୟ ନ ଜାଣି ଭ୍ରାନ୍ତ ହେଉଅଛ।


କିନ୍ତୁ ସେ ଉତ୍ତର ଦେଲେ, ମୋହର ସ୍ଵର୍ଗସ୍ଥ ପିତା ଯେଉଁସବୁ ବୃକ୍ଷ ରୋପଣ କରି ନାହାନ୍ତି, ସେସବୁ ଉତ୍ପାଟିତ ହେବ।


ସେମାନଙ୍କର ମୁଖ ବନ୍ଦ କରିବାର ଆବଶ୍ୟକ। ସେମାନେ କୁତ୍ସିତ ଧନଲାଭ ନିମନ୍ତେ ଅନୁପଯୁକ୍ତ ଶିକ୍ଷା ଦେଇ ଗୋଟିଏ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ରୂପେ ପଥଭ୍ରଷ୍ଟ କରନ୍ତି।


Swiv nou:

Piblisite


Piblisite