Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 1:2 - ପବିତ୍ର ବାଇବଲ (Re-edited) - (BSI)

2 ତୃତୀୟ ଦିନରେ ଏପରି ହେଲା ଯେ, ଦେଖ, ଶାଉଲଙ୍କ ନିକଟରୁ ଛାଉଣି ଭିତରୁ ଜଣେ ଲୋକ ଆପଣା ବସ୍ତ୍ର ଚିରି ଓ ମସ୍ତକରେ ମାଟି ଦେଇ ଆସିଲା; ପୁଣି ସେ ଦାଉଦଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ଭୂମିରେ ପଡ଼ି ପ୍ରଣାମ କଲା।

Gade chapit la Kopi

ଓଡିଆ ବାଇବେଲ

2 ତୃତୀୟ ଦିନରେ ଶାଉଲଙ୍କ ଛାଉଣି ଭିତରୁ ଜଣେ ଲୋକ ଆପଣା ବସ୍ତ୍ର ଚିରି ଓ ମସ୍ତକରେ ମାଟି ଦେଇ ଆସିଲା; ପୁଣି ସେ ଦାଉଦଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ଭୂମିରେ ପଡ଼ି ପ୍ରଣାମ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତୃତୀୟ ଦିନରେ ଶାଉଲଙ୍କ ଛାଉଣି ଭିତରୁ ଜଣେ ଲୋକ ଆପଣା ବସ୍ତ୍ର ଚିରି ଓ ମସ୍ତକରେ ମାଟି ଦେଇ ଆସିଲା; ପୁଣି ସେ ଦାଉଦଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ଭୂମିରେ ପଡ଼ି ପ୍ରଣାମ କଲା।

Gade chapit la Kopi

ପବିତ୍ର ବାଇବଲ

2 ତା'ପରେ ତୃତୀୟ ଦିନ ଶାଉଲଙ୍କର ଛାଉଣିରୁ ଜଣେ ସୈନ୍ୟ ସିକ୍ଳ‌ଗ୍‌କୁ ଆସିଲା। ସେ ଲୋକଟି ଅତ୍ୟନ୍ତ ଦୁଃଖିତ ଥିଲା। ତା'ର ବସ୍ତ୍ର ଚିରି ଯାଇଥିଲା ଏବଂ ତା’ ମୁଣ୍ଡରେ ମାଟି ବୋଳି ହୋଇଥିଲା। ଉକ୍ତ ଲୋକ ଜଣକ ଦାଉଦଙ୍କ ପାଖକୁ ଆସି ଭୂମିଷ୍ଠ ପ୍ରଣାମ କଲା।

Gade chapit la Kopi




2 ଶାମୁୟେଲ 1:2
25 Referans Kwoze  

ପୁଣି, ସୈନ୍ୟ ମଧ୍ୟରୁ ବିନ୍ୟାମୀନୀୟ ଜଣେ ଲୋକ ଦୌଡ଼ିଲା, ପୁଣି ସେ ଆପଣା ବସ୍ତ୍ର ଚିରି ମସ୍ତକରେ ମାଟି ଦେଇ ସେହି ଦିନ ଶୀଲୋରେ ଉପସ୍ଥିତ ହେଲା।


ଯେତେବେଳେ ଜଣେ ଆପଣାକୁ ଶୁଭ ବାର୍ତ୍ତାବାହକ ମନେକରି ମୋତେ କହିଲା, ଦେଖନ୍ତୁ, ଶାଉଲ ମରିଅଛି, ସେତେବେଳେ ମୁଁ ତହିଁର ପୁରସ୍କାର ଦେବା ନିମନ୍ତେ ତାହାକୁ ଧରି ସିକ୍ଳଗ୍ରେ ବଧ କଲି।


ଏଣୁ ଅବୀଗଲ ଦାଉଦଙ୍କୁ ଦେଖନ୍ତେ, ଶୀଘ୍ର ଗର୍ଦ୍ଦଭରୁ ଓହ୍ଲାଇ ଦାଉଦଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ି ଭୂମିଷ୍ଠ ପ୍ରଣାମ କଲା।


ଏଥିରେ ଯିହୋଶୂୟ ଓ ଇସ୍ରାଏଲର ପ୍ରାଚୀନଗଣ ଆପଣା ଆପଣା ବସ୍ତ୍ର ଚିରି ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ଅଧୋମୁଖ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଭୂମିରେ ପଡ଼ି ରହିଲେ; ଆଉ ଆପଣା ଆପଣା ମସ୍ତକରେ ଧୂଳି ପକାଇଲେ।


ଦେଖ, ଯେଉଁମାନେ ଯିହୁଦୀ ନୁହଁନ୍ତି, କିନ୍ତୁ ମିଥ୍ୟାରେ ଆପଣାମାନଙ୍କୁ ଯିହୁଦୀ ବୋଲି କହନ୍ତି, ଏପରି ଶୟତାନର ଦଳର ଲୋକମାନଙ୍କୁ ଆମ୍ଭେ ଆଣି ତୁମ୍ଭର ଚରଣ ତଳେ ପ୍ରଣାମ କରାଇବୁ, ଆଉ ଆମ୍ଭେ ଯେ ତୁମ୍ଭକୁ ପ୍ରେମ କରିଅଛୁ, ଏହା ସେମାନଙ୍କୁ ଜ୍ଞାତ କରାଇବୁ।


ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ବହୁତ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ।


କାରଣ ଯୂନସ ଯେପରି ତିନି ଦିନ ଓ ତିନି ରାତ୍ରି ବୃହତ୍ ମତ୍ସ୍ୟ ଉଦରରେ ଥିଲେ, ମନୁଷ୍ୟପୁତ୍ର ସେହିପରି ତିନି ଦିନ ଓ ତିନି ରାତ୍ରି ଭୂଗର୍ଭରେ ରହିବେ।


ପୁଣି, ଆପଣା ଆପଣା ବସ୍ତ୍ର ନ ଚିରି ଅନ୍ତଃକରଣ ଚିର ଓ ସଦାପ୍ରଭୁ ଆପଣାମାନଙ୍କର ପରମେଶ୍ଵରଙ୍କ ନିକଟକୁ ଫେରି ଆସ; କାରଣ ସେ କୃପାମୟ ଓ ସ୍ନେହଶୀଳ, କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ, ଆଉ ସେ ଅମଙ୍ଗଳ କରିବା ବିଷୟରେ କ୍ଷା; ହୁଅନ୍ତି।


ଦୁଇ ଦିନ ଉତ୍ତାରେ ସେ ଆମ୍ଭମାନଙ୍କୁ ସଂଜୀବିତ କରିବେ; ତୃତୀୟ ଦିନରେ ଆମ୍ଭମାନଙ୍କୁ ଉଠାଇବେ ଓ ଆମ୍ଭେମାନେ ତାହାଙ୍କ ଛାମୁରେ ବଞ୍ଚିବୁ।


ପରମେଶ୍ଵରଙ୍କୁ କୁହ, ତୁମ୍ଭ କର୍ମସକଳ କିପରି ଭୟଙ୍କରଣ! ତୁମ୍ଭ ପରାକ୍ରମର ମହତ୍ତ୍ଵ ଦ୍ଵାରା ତୁମ୍ଭ ଶତ୍ରୁଗଣ ଆପେ ତୁମ୍ଭର ବଶୀଭୂତ ହେବେ।


ଏଉତ୍ତାରୁ ତୃତୀୟ ଦିନ ଏଷ୍ଟର ରାଜକୀୟ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣରେ ରାଜଗୃହ ସମ୍ମୁଖରେ ଠିଆ ହେଲା; ସେହି ସମୟରେ ରାଜା ରାଜଗୃହରେ ଗୃହଦ୍ଵାର ସମ୍ମୁଖରେ ରାଜସିଂହାସନ ଉପରେ ଉପବିଷ୍ଟ ଥିଲା।


ତୁମ୍ଭେ ଯାଇ ଶୂଶନ୍ରେ ଉପସ୍ଥିତ ସମସ୍ତ ଯିହୁଦୀୟ ଲୋକଙ୍କୁ ଏକତ୍ର କରି ମୋʼ ଲାଗି ଉପବାସ କର, ପୁଣି ତିନି ଦିନ ଯାଏ ଦିନରେ କିବା ରାତ୍ରରେ କିଛି ଆହାର କର ନାହିଁ ଓ କିଛି ପାନ କର ନାହିଁ; ମଧ୍ୟ ମୁଁ ଓ ମୋହର ଦାସୀଗଣ ତଦ୍ରୂପ ଉପବାସ କରିବୁ; ତହୁଁ ବ୍ୟବସ୍ଥାନୁଯାୟୀ ନୋହିଲେ ହେଁ ମୁଁ ରାଜାଙ୍କ ନିକଟକୁ ଯିବି; ତହିଁରେ ମୁଁ ବିନଷ୍ଟ ହେଲେ ବିନଷ୍ଟ ହେବି।


ଏଉତ୍ତାରେ ଲୋକେ ଯେଉଁଠାରେ ପରମେଶ୍ଵରଙ୍କର ଆରାଧନା କରନ୍ତି, ଉଠାଣିର ସେହି ଶୃଙ୍ଗ ନିକଟରେ ଦାଉଦ ଉପସ୍ଥିତ ହୁଅନ୍ତେ, ଦେଖ, ଅର୍କୀୟ ହୁଶୟ ଆପଣା ଚିରା ଜାମା ପିନ୍ଧି ଓ ମସ୍ତକରେ ମୃତ୍ତିକା ଦେଇ ତାଙ୍କୁ ଭେଟିବା ପାଇଁ ଉପସ୍ଥିତ ହେଲା।


ତହୁଁ ତକୋୟର ସେହି ସ୍ତ୍ରୀ ରାଜାଙ୍କୁ କଥା କହିବା ବେଳେ ଭୂମିରେ ମୁହଁ ମାଡ଼ି ପ୍ରଣାମ କରି କହିଲା, ମହାରାଜ, ରକ୍ଷା କରନ୍ତୁ।


ପୁଣି ବାଳକ ଯିବା ମାତ୍ରେ ଦାଉଦ ଦକ୍ଷିଣ ଆଡ଼ର ଏକ ସ୍ଥାନରୁ ଉଠିଲେ ଓ ଭୂମିଷ୍ଠ ହୋଇ ତିନିଥର ପ୍ରଣାମ କଲେ; ପୁଣି ସେମାନେ ପରସ୍ପରକୁ ଚୁମ୍ଵନ କଲେ ଓ ଏକ ଆରେକ ସଙ୍ଗେ ରୋଦନ କଲେ, ମାତ୍ର ଦାଉଦ ବଳି ପଡ଼ିଲେ।


ପୁଣି ସେହି ମନୁଷ୍ୟ ଏଲିଙ୍କୁ କହିଲା, ଆମ୍ଭେ ସୈନ୍ୟ ମଧ୍ୟରୁ ଆଗତ ଲୋକ ଓ ଆମ୍ଭେ ଆଜି ସୈନ୍ୟ ମଧ୍ୟରୁ ପଳାଇ ଆସିଲୁ। ତହିଁରେ ସେ କହିଲେ, ହେ ପୁତ୍ର, କି କଥା ହେଲା?


ସେମାନେ କହିଲେ, ଆପଣଙ୍କ ଦାସ ଆମ୍ଭମାନଙ୍କ ପିତା କୁଶଳରେ ଅଛନ୍ତି, ସେ ଆଜିଯାଏ ବଞ୍ଚିଅଛନ୍ତି। ତହୁଁ ସେମାନେ ମସ୍ତକ ନତ କରି ପ୍ରଣାମ କଲେ।


ତହୁଁ ଯାକୁବ ଆପଣା ବସ୍ତ୍ର ଚିରି କଟିଦେଶରେ ଅଖା ପିନ୍ଧି ପୁତ୍ର ନିମନ୍ତେ ଅନେକ ଦିନ ପର୍ଯ୍ୟନ୍ତ ଶୋକ କଲେ।


ଅନନ୍ତର ରୁବେନ୍ ଗର୍ତ୍ତ ନିକଟକୁ ଫେରିଯାଇ ଯୋଷେଫ ଗର୍ତ୍ତ ଭିତରେ ନାହିଁ, ଏହା ଦେଖି ଆପଣା ବସ୍ତ୍ର ଚିରିଲା।


ଅନନ୍ତର ତୃତୀୟ ଦିନରେ ଅବ୍ରହାମ ଅନାଇ ଦୂରରୁ ସେହି ସ୍ଥାନ ଦେଖିଲେ।


ତହିଁରେ ଦାଉଦ ତାହାକୁ କହିଲେ, ତୁମ୍ଭେ କେଉଁଠାରୁ ଆସିଅଛ? ତହୁଁ ସେ କହିଲା, ମୁଁ ଇସ୍ରାଏଲ ଛାଉଣିରୁ ପଳାଇ ଆସିଲି।


ପୁଣି ତୁମ୍ଭ ଉଦ୍ଦେଶ୍ୟରେ ଆପଣାମାନଙ୍କ ଶଦ୍ଦ ଶୁଣାଇ ଅତିଶୟ କ୍ରନ୍ଦନ କରିବେ ଓ ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇ ଭସ୍ମରେ ଗଡ଼ିବେ;


ତହୁଁ ତାମର ଆପଣା ମସ୍ତକରେ ଭସ୍ମ ଦେଇ ତାହା ଦେହର ଦୀର୍ଘ ଅଙ୍ଗରଖା ଚିରିଲା, ପୁଣି ସେ ଆପଣା ମସ୍ତକରେ ହସ୍ତ ଦେଇ କ୍ରନ୍ଦନ କରୁ କରୁ ଚାଲିଗଲା।


ସେତେବେଳେ ଅରୌଣା ଅନାଇ ଦେଖିଲା ଯେ, ରାଜା ଓ ତାଙ୍କର ଦାସମାନେ ତାହା ଆଡ଼କୁ ଆସୁଅଛନ୍ତି; ତହିଁରେ ଅରୌଣା ବାହାରେ ଆସି ରାଜାଙ୍କ ନିକଟରେ ମୁହଁ ମାଡ଼ି ଭୂମିଷ୍ଠ ପ୍ରଣାମ କଲା।


Swiv nou:

Piblisite


Piblisite