Biblia Todo Logo
Bib sou entènèt

- Piblisite -




୧ ତୀମଥି 6:3 - ପବିତ୍ର ବାଇବଲ (Re-edited) - (BSI)

3 କେହି ଯଦି ଭିନ୍ନ ପ୍ରକାର ଶିକ୍ଷା ଦେଇ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହିତଜନକ ବାକ୍ୟ ଓ ଈଶ୍ଵର-ପରାୟଣତା ଅନୁଯାୟୀ ଶିକ୍ଷା ସ୍ଵୀକାର ନ କରେ,

Gade chapit la Kopi

ଓଡିଆ ବାଇବେଲ

3 କେହି ଯଦି ଭିନ୍ନ ଶିକ୍ଷା ଦେଇ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ହିତଜନକ ବାକ୍ୟ ଓ ଈଶ୍ୱରପରାୟଣତା ଅନୁଯାୟୀ ଶିକ୍ଷା ଗ୍ରହଣ ନ କରେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

3 ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ସହିତ ସାମଞ୍ଜସ୍ୟ ନ ଥିବା ଏବଂ ଆମ ଧର୍ମଶିକ୍ଷାର ବିରୋଧ କରୁଥିବା ଅନ୍ୟ ପ୍ରକାର ମତ ପ୍ରଚାର କରନ୍ତି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 କେହି ଯଦି ଭିନ୍ନ ଶିକ୍ଷା ଦେଇ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହିତଜନକ ବାକ୍ୟ ଓ ଈଶ୍ବରପରାୟଣତା ଅନୁଯାୟୀ ଶିକ୍ଷା ଗ୍ରହଣ ନ କରେ,

Gade chapit la Kopi

ପବିତ୍ର ବାଇବଲ

3 ତୁମ୍ଭେ ଲୋକମାନଙ୍କୁ ଏହି ବିଷୟ ଗୁଡ଼ିକ କରିବା ପାଇଁ ଶିକ୍ଷା ଦେବା ଓ କହିବା ଉଚିତ୍। କେତେ ଲୋକ ଭଣ୍ଡ ଶିକ୍ଷା ଦେବେ। ସେମାନେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସତ୍ୟ ଶିକ୍ଷା ସହିତ ଏକମତ ହୁଅନ୍ତି ନାହିଁ। ପରମେଶ୍ୱରଙ୍କ ସେବା କରିବାର ସ‌ତ୍‌‌ମାର୍ଗ ସହିତ ମିଳି ଯାଉଥିବା ଶିକ୍ଷା ସେମାନେ ଗ୍ରହଣ କରନ୍ତି ନାହିଁ;

Gade chapit la Kopi




୧ ତୀମଥି 6:3
19 Referans Kwoze  

ମୁଁ ମାକିଦନିଆକୁ ଯିବା ସମୟରେ ତୁମ୍ଭକୁ ଯେପ୍ରକାର ଅନୁରୋଧ କରିଥିଲି, ସେହିପରି ତୁମ୍ଭେ ଏଫିସରେ ରହି କେତେକ ଲୋକ ଯେପରି ଭିନ୍ନ ଶିକ୍ଷା ନ ଦିଅନ୍ତି


ଏହା ଜାଣି ଯଦି କେହି ବିହିତମତେ ବ୍ୟବସ୍ଥା ବ୍ୟବହାର କରେ, ତେବେ ତାହା ଯେ ଉତ୍ତମ, ଏହା ଆମ୍ଭେମାନେ ଜାଣୁ;


ପୁଣି, ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦେବାକୁ ଓ ବିପକ୍ଷବାଦୀମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି, ଏଥିନିମନ୍ତେ ପ୍ରାପ୍ତ ଶିକ୍ଷାନୁଯାୟୀ ବିଶ୍ଵାସ-ଯୋଗ୍ୟ ବାକ୍ୟକୁ ଦୃଢ଼ ଭାବରେ ଧରନ୍ତୁ।


କାରଣ ସମୟ ଆସିବ, ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ, ମାତ୍ର ଶ୍ରୁତିମଧୁର କଥାରେ ସନ୍ତୁଷ୍ଟ ହୋଇ ଅଭିଳାଷାନୁସାରେ ଆପଣାମାନଙ୍କ ନିମନ୍ତେ ବହୁସଂଖ୍ୟକ ଶିକ୍ଷକଙ୍କୁ ସଂଗ୍ରହ କରିବେ,


ହେ ଭାଇମାନେ, ତୁମ୍ଭେମାନେ ଯେଉଁ ଶିକ୍ଷା ପାଇଅଛ, ସେଥିର ବିପରୀତ ଯେଉଁମାନେ ଦଳଭେଦ ଓ ବିଘ୍ନର କାରଣ ଘଟାନ୍ତି, ସେମାନଙ୍କୁ ଚିହ୍ନି ରଖି ସେମାନଙ୍କଠାରୁ ପୃଥକ ରହିବା ପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି;


ପାଉଲ, ଈଶ୍ଵରଙ୍କ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ବିଶ୍ଵାସର ସହଭାଗିତା ଅନୁସାରେ ଯଥାର୍ଥ ପୁତ୍ର ତୀତସଙ୍କ ନିକଟକୁ ପତ୍ର ଲେଖୁଅଛି;


ମୋʼଠାରୁ ଯେଉଁସବୁ ହିତଜନକ ବାକ୍ୟ ଶୁଣିଅଛ, ଖ୍ରୀଷ୍ଟ ଯୀଶୁଙ୍କ ସମ୍ଵନ୍ଧୀୟ ବିଶ୍ଵାସ ଓ ପ୍ରେମରେ ତାହା ଆଦର୍ଶ ରୂପେ ଧରି ରଖ।


ତାହା ଧର୍ମଶିକ୍ଷାର ଉଦ୍ଦେଶ୍ୟ ଅଟେ; କେହି କେହି ଏ ସମସ୍ତ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅସାର କଥାରେ ଆସକ୍ତ ହୋଇ ପଥଭ୍ରଷ୍ଟ ହୋଇଅଛନ୍ତି;


ଅତଏବ, ଯେ ଏହା ଅଗ୍ରାହ୍ୟ କରେ, ସେ ମନୁଷ୍ୟକୁ ଅଗ୍ରାହ୍ୟ କରେ ନାହିଁ, ମାତ୍ର ଯେଉଁ ଈଶ୍ଵର ତୁମ୍ଭମାନଙ୍କ ଅନ୍ତରରେ ଆପଣା ପବିତ୍ର ଆତ୍ମା ପ୍ରଦାନ କରନ୍ତି, ତାହାଙ୍କୁ ଅଗ୍ରାହ୍ୟ କରେ।


ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗା; ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି।


ଶା; ଜିହ୍ଵା ଜୀବନ-ବୃକ୍ଷ ସ୍ଵରୂପ; ପୁଣି, କୁଟିଳ ଜିହ୍ଵା ଆତ୍ମାଭଙ୍ଗ କରେ।


ଏହି କଥା ବିଶ୍ଵାସ୍ୟ, ଆଉ ଯେପରି ଈଶ୍ଵରଙ୍କଠାରେ ବିଶ୍ଵାସକାରୀମାନେ ସମସ୍ତ ସତ୍କର୍ମରେ ବ୍ୟାପୃତ ରହିବାକୁ ମନୋଯୋଗୀ ହୁଅନ୍ତି, ଏଥିନିମନ୍ତେ ଏହି ସମସ୍ତ ବିଷୟରେ ଦୃଢ଼ ରୂପେ ଶିକ୍ଷା ଦିଅ ବୋଲି ମୋହର ଇଚ୍ଛା। ଏହି ସମସ୍ତ ବିଷୟ ମନୁଷ୍ୟମାନଙ୍କ ପକ୍ଷରେ ଉତ୍ତମ ଓ ହିତଜନକ।


ସେମାନେ କହିଲେ, କାଇସରଙ୍କର। ସେଥିରେ ସେ ସେମାନଙ୍କୁ କହିଲେ, ତେବେ କାଇସରଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ଵରଙ୍କର ଯାହା, ତାହା ଈଶ୍ଵରଙ୍କୁ ଦିଅ।


Swiv nou:

Piblisite


Piblisite