Biblia Todo Logo
Bib sou entènèt

- Piblisite -




୧ ତୀମଥି 6:11 - ପବିତ୍ର ବାଇବଲ (Re-edited) - (BSI)

11 କିନ୍ତୁ ହେ ଈଶ୍ଵରଙ୍କ ଲୋକ, ତୁମ୍ଭେ ଏହି ସମସ୍ତରୁ ପଳାୟନ କରି ଧାର୍ମିକତା, ଈଶ୍ଵରପରାୟଣତା, ବିଶ୍ଵାସ, ପ୍ରେମ, ଧୈର୍ଯ୍ୟ ଓ ସହିଷ୍ଣୁତାର ଅନୁଗାମୀ ହୁଅ।

Gade chapit la Kopi

ଓଡିଆ ବାଇବେଲ

11 କିନ୍ତୁ ହେ ଈଶ୍ୱରଙ୍କ ଲୋକ, ତୁମ୍ଭେ ଏହି ସମସ୍ତଠାରୁ ପଳାୟନ କରି ଧାର୍ମିକତା, ଈଶ୍ୱରପରାୟଣତା, ବିଶ୍ୱାସ,ପ୍ରେମ, ଧୈର୍ଯ୍ୟ, ସହିଷ୍ଣୁତା ଓ ନମ୍ରତାର ଅନୁଗାମୀ ହୁଅ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

11 ତୁମେ ଈଶ୍ୱରଙ୍କ ଭକ୍ତ - ସୁତରାଂ ଏ ସମସ୍ତଠାରୁ ତୁମେ ଦୂରେଇ ରୁହ। ଧାର୍ମିକତା, ଈଶ୍ୱରପରାୟଣତା, ବିଶ୍ୱାସ, ପ୍ରେମ, ସହିଷ୍ଣୁତା ଓ ସୌଜନ୍ୟ ପ୍ରଭୃତି ସଦ୍ଗୁଣରେ ପରିପୂର୍ଣ୍ଣ ହେବାକୁ ଚେଷ୍ଟା କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 କିନ୍ତୁ ହେ ଈଶ୍ବରଙ୍କ ଲୋକ, ତୁମ୍ଭେ ଏହି ସମସ୍ତଠାରୁ ପଳାୟନ କରି ଧାର୍ମିକତା, ଈଶ୍ବରପରାୟଣତା, ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ସହିଷ୍ଣୁତା ଓ ନମ୍ରତାର ଅନୁଗାମୀ ହୁଅ।

Gade chapit la Kopi

ପବିତ୍ର ବାଇବଲ

11 କିନ୍ତୁ ତୁମ୍ଭେ ଜଣେ ପରମେଶ୍ୱରଙ୍କର ଲୋକ। ଅତଏବ ତୁମ୍ଭେ ସେହିସବୁ ବିଷୟଠାରୁ ଦୂରରେ ରହିବା କଥା। ଧାର୍ମିକ ଭାବରେ ରହିବା ପାଇଁ ଚେଷ୍ଟା କର, ପରମେଶ୍ୱରଙ୍କ ଉପାସନା କର। ତୁମ୍ଭ ଜୀବନରେ ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ଭଦ୍ର ଆଚରଣ କରିବା ପାଇଁ ଚେଷ୍ଟା କର।

Gade chapit la Kopi




୧ ତୀମଥି 6:11
40 Referans Kwoze  

କିନ୍ତୁ ତୁମ୍ଭେ ଯୌବନ କାଳର ଅଭିଳାଷରୁ ପଳାୟନ କରି, ଯେଉଁମାନେ ଶୁଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କ ସହିତ ଧାର୍ମିକତା, ବିଶ୍ଵାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ।


ଯେପରି ଈଶ୍ଵରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ।


ତୁମ୍ଭର ଯୌବନାବସ୍ଥା ସକାଶେ କେହି ତୁମ୍ଭକୁ ତୁଚ୍ଛ ନ କରୁ, କିନ୍ତୁ ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ଵାସରେ ଓ ପବିତ୍ରତାରେ ବିଶ୍ଵାସୀମାନଙ୍କର ଆଦର୍ଶ ସ୍ଵରୂପ ହୁଅ।


ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର, ପୁଣି ଯେଉଁ ପବିତ୍ରତା ବିନୁ କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ, ସେଥିର ଅନୁସରଣ କର,


ଅତଏବ, ହେ ମୋହର ପ୍ରିୟମାନେ, ପ୍ରତିମା ପୂଜାରୁ ପଳାୟନ କର।


ସେ ମନ୍ଦରୁ ବିମୁଖ ହୋଇ ସତ୍କର୍ମ କରୁନ୍ତ ସେ ଶାନ୍ତି ଅନ୍ଵେଷଣ କରି ସେଥିର ଅନୁଗାମୀ ହେଉ।


ବ୍ୟଭିଚାରଠାରୁ ପଳାୟନ କର। ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ, ତାହା ଶରୀରର ବହିର୍ଭୂତ; କିନ୍ତୁ ଯେ ବ୍ୟଭିଚାର କରେ, ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ।


ମନ୍ଦତାରୁ ଦୂର ହୁଅ ଓ ସୁକର୍ମ କର; ଶାନ୍ତି ଅନ୍ଵେଷଣ କର ଓ ତହିଁର ଅନୁଗାମୀ ହୁଅ।


ଆଉ, ଯେ ଏକ ସ୍ଵାମୀର ସ୍ତ୍ରୀ ଓ ସତ୍କର୍ମ ହେତୁ ସୁଖ୍ୟାତିପ୍ରାପ୍ତ, ଅର୍ଥାତ୍, ସେ ଯଦି ସନ୍ତାନମାନଙ୍କୁ ପ୍ରତିପାଳନ, ଆତିଥ୍ୟସତ୍କାର, ସାଧୁମାନଙ୍କ ପାଦପ୍ରକ୍ଷାଳନ, ଦୁଃଖୀର ଦୁଃଖମୋଚନ କରିଥାଏ, ପୁଣି ସମସ୍ତ ସତ୍କର୍ମରେ ଉଦ୍ଯୋଗୀ ହୋଇଥାଏ, ତେବେ ତାହାର ନାମ ବିଧବା ତାଲିକାରେ ଲେଖାଯାଉ।


ପ୍ରେମର ଅନୁସରଣ କର, ପୁଣି ଆତ୍ମିକ ଦାନସବୁ ପାଇବା ନିମନ୍ତେ, ବିଶେଷତଃ ଯେପରି ଭାବବାଣୀ କହି ପାର, ଏଥିନିମନ୍ତେ ଏକା; ଚେଷ୍ଟା କର।


ଅତଏବ ଆସ, ଯେ ଯେ ବିଷୟ ଶାନ୍ତିଜନକ, ଆଉ ଯେ ଯେ ବିଷୟ ଦ୍ଵାରା ପରସ୍ପରର ନିଷ୍ଠା ହୁଏ, ସେହିସବୁର ଆମ୍ଭେମାନେ ଅନୁଗମନ କରୁ।


ହେ ଧର୍ମର ଅନୁଗାମୀଗଣ, ହେ ସଦାପ୍ରଭୁଙ୍କ ଅନ୍ଵେଷଣକାରୀଗଣ, ତୁମ୍ଭେମାନେ ଆମ୍ଭର କଥା ଶୁଣ: ତୁମ୍ଭେମାନେ ଯେଉଁ ଶୈଳରୁ କଟା ହୋଇଥିଲ ଓ ଯେଉଁ ଗର୍ତ୍ତର ଛେଦରୁ ଖୋଳା ହୋଇଥିଲ, ତହିଁ ପ୍ରତି ଦୃଷ୍ଟିପାତ କର।


ମଧ୍ୟ ଯେଉଁମାନେ ହିତର ପରିବର୍ତ୍ତେ ଅହିତ କରନ୍ତି, ସେମାନେ ମୋହର ବିପକ୍ଷ; କାରଣ ମୁଁ ଉତ୍ତମ ବିଷୟର ଅନୁଗମନ କରେ।


ମାତ୍ର ପରମେଶ୍ଵରଙ୍କ ଲୋକ ଇଲୀଶାୟଙ୍କର ଦାସ ଗିହେଜୀ କହିଲା, ଦେଖ, ମୋʼ ପ୍ରଭୁ ଏହି ଅରାମୀୟ ନାମାନ୍ର ଆନୀତ କୌଣସି ଦ୍ରବ୍ୟ ତାହା ହାତରୁ ଗ୍ରହଣ ନ କରି ତାହାକୁ ଛାଡ଼ି ଦେଇଅଛନ୍ତି; ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ତାହା ପଛେ ଦୌଡ଼ି ତାହାଠାରୁ କିଛି ନେବି।


ହେ ତୀମଥି, ତୁମ୍ଭଠାରେ ଯାହା ସମର୍ପିତ ହୋଇଅଛି, ତାହା ରକ୍ଷା କର; ଅସାର ବକୁଆପଣ ଓ ତଥାକଥିତ ଜ୍ଞାନର ଯୁକ୍ତିତର୍କରୁ ବିମୁଖ ହୁଅ;


ସେମାନଙ୍କୁ ସଦାପ୍ରଭୁଙ୍କ ଗୃହରେ, ପରମେଶ୍ଵରଙ୍କ ଲୋକ ଯିଗ୍ଦଲୀୟର ପୁତ୍ର ହାନନର ପୁତ୍ରମାନଙ୍କର କୋଠରୀକି ନେଇଗଲି, ସେହି କୋଠରୀ ଶଲ୍ଲୂମର ପୁତ୍ର ମାସେୟ ନାମକ ଦ୍ଵାରପାଳର କୋଠରୀ ଉପରେ, ଅଧିପତିଗଣର କୋଠରୀ ନିକଟରେ ଥିଲା;


ଆଉ, ସେ ଆପଣା ପିତା ଦାଉଦଙ୍କର ବିଧାନାନୁସାରେ ଯାଜକମାନଙ୍କ ସେବାକର୍ମାର୍ଥେ ସେମାନଙ୍କର ପାଳି ନିରୂପଣ କଲେ ଓ ପ୍ରତି ଦିବସର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ପ୍ରଶଂସା ଓ ଯାଜକମାନଙ୍କ ସମ୍ମୁଖରେ ପରିଚର୍ଯ୍ୟା କରିବା ନିମନ୍ତେ ଲେବୀୟମାନଙ୍କୁ ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ କଲେ; ମଧ୍ୟ ଦ୍ଵାରପାଳମାନଙ୍କୁ ସେମାନଙ୍କ ପାଳି ଅନୁସାରେ ପ୍ରତ୍ୟେକ ଦ୍ଵାରରେ ନିଯୁକ୍ତ କଲେ; କାରଣ ପରମେଶ୍ଵରଙ୍କ ଲୋକ ଦାଉଦ ସେପରି ଆଜ୍ଞା କରିଥିଲେ।


ତହୁଁ ସେ ପଚାରିଲେ, ସେହି ଯେ ସ୍ତମ୍ଭ ଆମ୍ଭେ ଦେଖୁଅଛୁ, ତାହା କଅଣ? ଏଥିରେ ନଗରର ଲୋକମାନେ ଉତ୍ତର କଲେ, ପରମେଶ୍ଵରଙ୍କର ଯେଉଁ ଲୋକ ଯିହୁଦାରୁ ଆସି ଆପଣଙ୍କ କୃତ ଏହି ସକଳ ବିଷୟ ବୈଥେଲସ୍ଥ ଯଜ୍ଞବେଦି ବିରୁଦ୍ଧରେ ପ୍ରଚାର କରିଥିଲେ, ସେ ତାଙ୍କର କବର।


ଏଥିରେ ରାଜା ପୁନର୍ବାର ତୃତୀୟ ପଚାଶପତିକି ତାହାର ପଚାଶ ଲୋକ ସହିତ ପଠାଇଲେ। ପୁଣି ସେହି ତୃତୀୟ ପଚାଶପତି ଉପରକୁ ଗଲା ଓ ଏଲୀୟଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଆପଣା ଆଣ୍ଠୁ ପାତି ବିନୟ କରି ତାଙ୍କୁ କହିଲା, ହେ ପରମେଶ୍ଵରଙ୍କ ଲୋକ, ମୁଁ ବିନୟ କରୁଅଛି, ଆପଣଙ୍କ ଦୃଷ୍ଟିରେ ମୋʼ ପ୍ରାଣ ଓ ଆପଣଙ୍କ ଦାସ ଏହି ପଚାଶ ଲୋକଙ୍କର ପ୍ରାଣ ବହୁମୂଲ୍ୟ ହେଉ।


ତେବେ ରାଜା ତାଙ୍କ ନିକଟକୁ ଜଣେ ପଚାଶପତିକି ତାହାର ପଚାଶ ଲୋକ ସହିତ ପଠାଇଲେ। ତହୁଁ ସେ ତାଙ୍କ ନିକଟକୁ ଗଲା; ଆଉ ଦେଖ, ଏଲୀୟ ପର୍ବତଶୃଙ୍ଗରେ ବସିଥିଲେ। ଏଥିରେ ସେ ତାଙ୍କୁ କହିଲା, ହେ ପରମେଶ୍ଵରଙ୍କ ଲୋକ, ରାଜା କହିଅଛନ୍ତି, ତଳକୁ ଆସ।


ତହିଁରେ ପରମେଶ୍ଵରଙ୍କର ଜଣେ ଲୋକ ଇସ୍ରାଏଲର ରାଜାଙ୍କ ନିକଟକୁ ଆସି କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ଅରାମୀୟମାନେ କହିଅଛନ୍ତି, ସଦାପ୍ରଭୁ ପର୍ବତଗଣର ଦେବତା, ମାତ୍ର ତଳଭୂମିର ଦେବତା ନୁହନ୍ତି; ଏହେତୁ ଆମ୍ଭେ ଏହି ସମସ୍ତ ମହାଜନତାକୁ ତୁମ୍ଭ ହସ୍ତରେ ସମର୍ପଣ କରିବା, ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭେମାନେ ଜ୍ଞାତ ହେବ।


ତହିଁରେ ସେ ସ୍ତ୍ରୀ ଏଲୀୟଙ୍କୁ କହିଲା, ହେ ପରମେଶ୍ଵରଙ୍କ ଲୋକ, ତୁମ୍ଭ ସଙ୍ଗେ ମୋହର କଅଣ ଅଛି? ତୁମ୍ଭେ ମୋହର ପାପ ସ୍ମରଣ କରାଇବାକୁ ଓ ମୋʼ ପୁତ୍ରକୁ ବଧ କରିବାକୁ ଆସିଅଛ !


ଏଥି ଉତ୍ତାରେ ପରମେଶ୍ଵରଙ୍କର ଏକ ଲୋକ ଏଲିଙ୍କ ନିକଟକୁ ଆସି ତାଙ୍କୁ କହିଲା, ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ସମୟରେ ତୁମ୍ଭ ପିତୃଗୃହ ମିସରରେ ଫାରୋର ଦାସତ୍ଵରେ ଥିଲେ, ସେସମୟରେ ଆମ୍ଭେ କି ପ୍ରତ୍ୟକ୍ଷ ରୂପେ ସେମାନଙ୍କୁ ଦର୍ଶନ ଦେଇ ନାହୁଁ


ଏଥିରେ ଯେଉଁ ଭବିଷ୍ୟଦ୍ବକ୍ତା ତାହାକୁ ପଥରୁ ଫେରାଇ ଆଣିଥିଲା, ସେ ସେହି କଥା ଶୁଣି କହିଲା, ଯେ ସଦାପ୍ରଭୁଙ୍କ ବାକ୍ୟର ବିରୁଦ୍ଧାଚରଣ କରିଥିଲା, ଏ ପରମେଶ୍ଵରଙ୍କ ସେହି ଲୋକ; ଏହେତୁ ତାହା ପ୍ରତି କଥିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସଦାପ୍ରଭୁ ତାହାକୁ ସିଂହ ହସ୍ତରେ ସମର୍ପଣ କରନ୍ତେ, ସେ ତାହାକୁ ବିଦୀର୍ଣ୍ଣ କରି ବଧ କରିଅଛି।


ପୁଣି ଯାରବୀୟାମ ଧୂପ ଜ୍ଵଳାଇବା ପାଇଁ ଯଜ୍ଞବେଦି ନିକଟରେ ଛିଡ଼ା ହେବା ବେଳେ ଦେଖ, ସଦାପ୍ରଭୁଙ୍କ ବାକ୍ୟ ଦ୍ଵାରା ଯିହୁଦାରୁ ପରମେଶ୍ଵରଙ୍କ ଏକ ଲୋକ ବୈଥେଲରେ ଉପସ୍ଥିତ ହେଲା।


ତହିଁରେ ସେ ତାଙ୍କୁ କହିଲା, ଦେଖ, ଏହି ନଗରରେ ପରମେଶ୍ଵରଙ୍କର ଏକ ଲୋକ ଅଛନ୍ତି, ସେ ଅତି ମାନ୍ୟବାନ ଲୋକ; ସେ ଯାହାସବୁ କହନ୍ତି, ନିଶ୍ଚୟ ସଫଳ ହୁଏ; ଆସ, ଆମ୍ଭେମାନେ ସେଠାକୁ ଯାଉ; ହୋଇପାରେ, ଆମ୍ଭେମାନେ ଯେଉଁ ଯାତ୍ରା କରୁଅଛୁ, ସେ ବିଷୟ ସେ ଆମ୍ଭମାନଙ୍କୁ ଜଣାଇ ପାରିବେ।


ପରମେଶ୍ଵରଙ୍କ ଲୋକ ମୋଶା ଆପଣା ମୃତ୍ୟୁ ସମ୍ମୁଖରେ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଆଶୀର୍ବାଦ କଲେ, ସେହି ଆଶୀର୍ବାଦ ଏହି।


ଯାହା ସର୍ବତୋଭାବେ ଯଥାର୍ଥ, ତୁମ୍ଭେ ତହିଁର ଅନୁଗାମୀ ହୁଅ, ତହିଁରେ ତୁମ୍ଭେ ବଞ୍ଚିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଯେଉଁ ଦେଶ ଦିଅନ୍ତି, ତାହା ଅଧିକାର କରିବ।


ଓ ତାହାର ଭ୍ରାତୃଗଣ ଶମୟୀୟ ଓ ଅସରେଲ, ମିଲଲୟ, ଗିଲଲୟ, ମାୟୀୟ, ନଥନେଲ ଓ ଯିହୁଦା, ହନାନି, ଏମାନେ ପରମେଶ୍ଵରଙ୍କ ଲୋକ ଦାଉଦଙ୍କର ନିରୂପିତ ନାନା ବାଦ୍ୟଯନ୍ତ୍ର ନେଇ ଗମନ କଲେ; ଏଜ୍ରା ଅଧ୍ୟାପକ ସେମାନଙ୍କ ଆଗେ ଆଗେ ଚାଲିଲାନ୍ତ


ଲେବୀୟମାନଙ୍କର ପ୍ରଧାନଗଣ; ହଶବୀୟ, ଶେରେବୀୟ ଓ କଦ୍ମୀୟେଲର ପୁତ୍ର ଯେଶୂୟ ଓ ସେମାନଙ୍କ ସମ୍ମୁଖସ୍ଥ ଭ୍ରାତୃଗଣ ପରମେଶ୍ଵରଙ୍କ ଲୋକ ଦାଉଦଙ୍କର ଆଜ୍ଞାନୁସାରେ ଦଳ ଦଳ ହୋଇ ପ୍ରଶଂସା ଓ ଧନ୍ୟବାଦ ଉତ୍ସର୍ଗ କରିବାକୁ ନିଯୁକ୍ତ ହେଲେ।


ମାତ୍ର ପରମେଶ୍ଵରଙ୍କ ଲୋକ ମୋଶାଙ୍କର ପୁତ୍ରମାନେ ଲେବୀ-ବଂଶ ମଧ୍ୟରେ ଉଲ୍ଲିଖିତ ହେଲେ।


ଏଥିରେ ସେ ସ୍ତ୍ରୀ ଏଲୀୟଙ୍କୁ କହିଲା, ତୁମ୍ଭେ ଯେ ପରମେଶ୍ଵରଙ୍କ ଲୋକ ଓ ତୁମ୍ଭ ମୁଖରେ ସଦାପ୍ରଭୁଙ୍କ ବାକ୍ୟ ଯେ ସତ୍ୟ, ଏହା ଏବେ ମୁଁ ଜାଣିଲି।


ଦୁଷ୍ଟର ଗତି ସଦାପ୍ରଭୁଙ୍କର ଘୃଣା ବିଷୟ; ମାତ୍ର ଧାର୍ମିକତାର ଅନୁଗାମୀକି ସେ ପ୍ରେମ କରନ୍ତି।


ଆଉ, ଆମ୍ଭମାନଙ୍କ ପ୍ରଭୁଙ୍କ ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ବିଶ୍ଵାସ ଓ ପ୍ରେମ ସହକାରେ ମୋʼ ପ୍ରତି ଅତି ପ୍ରଚୁର ହେଲା।


ଅତଏବ, ଯଦି କେହି ସେହି ସମସ୍ତଙ୍କଠାରୁ ଆପଣାକୁ ପରିଷ୍କାର କରେ, ତାହାହେଲେ ସେ ପବିତ୍ରୀକୃତ, କର୍ତ୍ତାଙ୍କ ବ୍ୟବହାର ପାଇଁ ଉପଯୁକ୍ତ, ପୁଣି ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ, ଏପରି ଏକ ସମାଦରର ପାତ୍ର ହେବ।


କିନ୍ତୁ ତୁମ୍ଭେ ମୋହର ଶିକ୍ଷା, ଆଚାରବ୍ୟବହାର, ସଂକଳ୍ପ, ବିଶ୍ଵାସ, ସହିଷ୍ଣୁତା, ପ୍ରେମ, ଧୈର୍ଯ୍ୟ, ତାଡ଼ନା ଓ ଦୁଃଖଭୋଗର ଅନୁଗାମୀ ହୋଇଅଛ;


Swiv nou:

Piblisite


Piblisite