Biblia Todo Logo
Bib sou entènèt

- Piblisite -




୧ ତୀମଥି 5:4 - ପବିତ୍ର ବାଇବଲ (Re-edited) - (BSI)

4 କିନ୍ତୁ ଯେବେ କୌଣସି ବିଧବାର ପୁତ୍ରକନ୍ୟା ବା ପୌତ୍ରପୌତ୍ରୀ ଥାଆନ୍ତି, ତେବେ ସେମାନେ ପ୍ରଥମରେ ଆପଣା ପରିବାର ପ୍ରତି ଭକ୍ତି ଦେଖାଇବାକୁ ଓ ପିତାମାତାଙ୍କ ପ୍ରତି ପ୍ରତ୍ୟୁପକାର କରିବାକୁ ଶିକ୍ଷା କରନ୍ତୁ; କାରଣ ଏହା ତ ଈଶ୍ଵରଙ୍କ ଦୃଷ୍ଟିରେ ସୁଗ୍ରାହ୍ୟ ଅଟେ।

Gade chapit la Kopi

ଓଡିଆ ବାଇବେଲ

4 କିନ୍ତୁ ଯେବେ କୌଣସି ବିଧବାର ପୁଅଝିଅ ବା ନାତିନାତୁଣୀ ଥାଆନ୍ତି, ତେବେ ସେମାନେ ପ୍ରଥମେ ଆପଣା ପରିବାର ପ୍ରତି ଭକ୍ତି ଦେଖାଇବାକୁ ଓ ପିତାମାତାଙ୍କ ପ୍ରତି ଉପକାର କରିବାକୁ ଶିକ୍ଷା କରନ୍ତୁ; କାରଣ ଏହା ତ ଈଶ୍ୱରଙ୍କ ଦୃଷ୍ଟିରେ ଗ୍ରହଣୀୟ ଅଟେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4 ଯଦି କୌଣସି ବିଧବାର ପୁତ୍ର ପୌତ୍ରାଦି ଅଛନ୍ତି, ସେମାନେ ପ୍ରଥମେ ନିଜ ପରିବାରରେ ପିତାମାତା, ପିତାମହ ବା ମାତାମହୀଙ୍କ ପ୍ରତି ଧର୍ମତଃ ନିଜର କର୍ତ୍ତବ୍ୟ ପାଳନ କରି ଈଶ୍ୱରଙ୍କ ସନ୍ତୋଷଭାଜନ ହୁଅନ୍ତୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 କିନ୍ତୁ ଯେବେ କୌଣସି ବିଧବାର ପୁଅଝିଅ ବା ନାତିନାତୁଣୀ ଥାଆନ୍ତି, ତେବେ ସେମାନେ ପ୍ରଥମେ ଆପଣା ପରିବାର ପ୍ରତି ଭକ୍ତି ଦେଖାଇବାକୁ ଓ ପିତାମାତାଙ୍କ ପ୍ରତି ଉପକାର କରିବାକୁ ଶିକ୍ଷା କରନ୍ତୁ; କାରଣ ଏହା ତ ଈଶ୍ବରଙ୍କ ଦୃଷ୍ଟିରେ ଗ୍ରହଣୀୟ ଅଟେ।

Gade chapit la Kopi

ପବିତ୍ର ବାଇବଲ

4 କିନ୍ତୁ ଯଦି ଜଣେ ବିଧବାର ପୁଅଝିଅ ବା ନାତିନାତୁଣୀ ଥାଏ, ସେମାନେ ପ୍ରଥମରେ ନିଜ ପରିବାର ପ୍ରତି ସମ୍ମାନଭାବ ଦେଖାଇବା ଉଚିତ୍। ସେମାନେ ତାଙ୍କର ପିତାମାତାଙ୍କୁ ସାହାଯ୍ୟ କରିବା ଉଚିତ୍। ଏପରି କରିବା ଦ୍ୱାରା ସେମାନେ ନିଜର ପିତାମାତା ଓ ପିତାମହ ଓ ମାତାମହୀଙ୍କୁ ପ୍ରତିଦାନ କରି ଥା’ନ୍ତି। ତାହା ପରମେଶ୍ୱରଙ୍କୁ ପ୍ରସନ୍ନ କରେ।

Gade chapit la Kopi




୧ ତୀମଥି 5:4
18 Referans Kwoze  

ପୁଣି ଯୋଷେଫ ଆପଣା ପିତା ଓ ଭାଇମାନଙ୍କୁ ଓ ସମସ୍ତ ପିତୃପରିବାରକୁ ପ୍ରତ୍ୟେକର ପରିବାରାନୁସାରେ ଭକ୍ଷ୍ୟ ଦ୍ରବ୍ୟ ଦେଇ ପ୍ରତିପାଳନ କଲେ।


ଏହା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ଵରଙ୍କ ଦୃଷ୍ଟିରେ ଉତ୍ତମ ଓ ସୁଗ୍ରାହ୍ୟ ଅଟେ।


ପରେ ସେ ସେମାନଙ୍କ ସାଙ୍ଗରେ ବାହୁଡ଼ି ନାଜରିତକୁ ଆସିଲେ ଓ ସେମାନଙ୍କର ବଶୀଭୂତ ହୋଇ ରହିଲେ; ପୁଣି, ତାହାଙ୍କ ମାତା ଏହିସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ।


ତାହାର ସନ୍ତାନମାନେ ଉଠି ତାହାକୁ ଧନ୍ୟ ଧନ୍ୟ କହନ୍ତି ଓ ତାହାର ସ୍ଵାମୀ ହିଁ ତାହାକୁ (ଏରୂପ) ପ୍ରଶଂସା କରେ;


ଅନନ୍ତର ସେ ତାହା ନେଇ ନଗରକୁ ଗଲା; ଆଉ ସେ ଯାହା ସାଉଣ୍ଟିଥିଲା, ତାହାର ଶାଶୁ ତାହା ଦେଖିଲା ଓ ଭୋଜନ ସମୟରେ ତୃପ୍ତ ହେଲା ଉତ୍ତାରେ ଯାହା ଅବଶିଷ୍ଟ ରଖିଥିଲା; ତାହା ମଧ୍ୟ ବାହାର କରି ତାହାକୁ ଦେଲା।


ତହୁଁ ମୋୟାବ ଦେଶୀୟା ରୂତ ନୟମୀକି କହିଲା, ମୋତେ କ୍ଷେତ୍ରକୁ ଯିବାକୁ ଦିଅ, ମୁଁ ଯାହାର ଦୃଷ୍ଟିରେ ଅନୁଗ୍ରହ ପାଇବି, ତାହାର ପଶ୍ଚାତ୍ ପଶ୍ଚାତ୍ ଶସ୍ୟଶିଷା ସାଉଣ୍ଟିବି; ତହିଁରେ ସେ ତାହାକୁ କହିଲା, ଆଗୋ ଆମ୍ଭର କନ୍ୟେ, ଯାଅ।


ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଉଠିବା, ସଦାପ୍ରଭୁ କହନ୍ତି, ଆମ୍ଭେ ବାବିଲରୁ ନାମ ଓ ଅବଶିଷ୍ଟାଂଶ, ପୁତ୍ର ଓ ପୌତ୍ର, ଉଚ୍ଛିନ୍ନ କରିବା,,


ଆପଣା ଲୋକଙ୍କ ମଧ୍ୟରେ ତାହାର ପୁତ୍ର କି ପୌତ୍ର ରହିବେ ନାହିଁ, କିଅବା ତାହାର ପ୍ରବାସ-ସ୍ଥାନରେ କେହି ରହିବେ ନାହିଁ।


ଆଉ ତାହାରଚାଳିଶ ପୁତ୍ର ଓ ତିରିଶ ପୌତ୍ର ଥିଲେ, ସେମାନେ ସତୁରି ଗର୍ଦ୍ଦଭ ଚଢ଼ିଲେ; ପୁଣି ସେ ଆଠ ବର୍ଷ ଇସ୍ରାଏଲର ବିଚାର କଲେ।


ଯାକୁବ ମିସର ଦେଶରେ ସତର ବରଷ କାଳ କ୍ଷେପଣ କଲେ, ତାଙ୍କର ପରମାୟୁର ଦିବସ ଶହେ ସତଚାଳିଶ ବର୍ଷ ଥିଲା।


ଯଦି କୌଣସି ବିଶ୍ଵାସିନୀ ମହିଳାଙ୍କ ଗୃହରେ ବିଧବାମାନେ ଥାଆନ୍ତି, ତେବେ ସେ ସେମାନଙ୍କର ଦୁଃଖ ମୋଚନ କରନ୍ତୁ, ଆଉ ମଣ୍ତଳୀ ଭାରଗ୍ରସ୍ତ ନ ହେଉ, ଯେପରି ମଣ୍ତଳୀ ନିରାଶ୍ରୟ ବିଧବାମାନଙ୍କର ଦୁଃଖ ମୋଚନ କରି ପାରେ।


ସେମାନଙ୍କର ମୁଖ ବନ୍ଦ କରିବାର ଆବଶ୍ୟକ। ସେମାନେ କୁତ୍ସିତ ଧନଲାଭ ନିମନ୍ତେ ଅନୁପଯୁକ୍ତ ଶିକ୍ଷା ଦେଇ ଗୋଟିଏ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ରୂପେ ପଥଭ୍ରଷ୍ଟ କରନ୍ତି।


Swiv nou:

Piblisite


Piblisite